ETV Bharat / entertainment

ପରଦାରେ ଓଡ଼ିଆ ଫିଲ୍ମ 'ଭାବାନ୍ତର', ପୁଣି ଦେଖିବାକୁ ମିଳିଲା ଅଭିଷେକ-ସୂର୍ଯ୍ୟମୟୀଙ୍କ କେମେଷ୍ଟ୍ରି - ODIA FILM BHABANTARA RELEASE

ପରଦାକୁ ଆସିଲା ଓଡ଼ିଆ ଫିଲ୍ମ 'ଭାବାନ୍ତର' । ଫିଲ୍ମରେ ତ୍ରୀକୋଣୀୟ ପ୍ରେମ କାହାଣୀ ସହ ପ୍ରେମର ପରିଭାଷା ଦର୍ଶାଯାଇଛି । ଯାହାକୁ ଲୋକେ ବେଶ ପସନ୍ଦ କରିଛନ୍ତି ।

ODIA FILM BHABANTARA RELEASE
ODIA FILM BHABANTARA RELEASE (film poster)
author img

By ETV Bharat Entertainment Team

Published : May 31, 2025 at 2:54 PM IST

1 Min Read

ଭୁବନେଶ୍ୱର: ପରଦାକୁ ଆସିଲା ନୂଆ ଓଡ଼ିଆ ଫିଲ୍ମ 'ଭାବାନ୍ତର' । ଏହି କାହାଣୀରେ ପ୍ରେମ ପ୍ରତିକ୍ଷାର ଅନ୍ତ ହୋଇନଥିଲେ ପବିତ୍ର ଏକ ପ୍ରେମର ପରିଭାଷା ପାଇଛନ୍ତି ଦର୍ଶକ । ଲଭ, ସସ୍ପେନସ, କର୍ତ୍ତବ୍ୟ, ସମ୍ମାନ ଓ ତ୍ୟାଗର ସମାହାରକୁ ନେଇ ଫିଲ୍ମଟି ପ୍ରସ୍ତୁତ ହୋଇଛି । ପ୍ରେମ, ବିବାହ ଓ ପରିବାର ମଧ୍ୟରେ ଥିବା ଭାବର ଅନ୍ତରକୁ ନେଇ ତ୍ରୀକୋଣୀୟ ପ୍ରେମ କାହାଣୀ ଏଥିରେ ଦର୍ଶାଯାଇଛି । ଏହି ଫିଲ୍ମ 'ଭାବାନ୍ତର'ର ପ୍ରିମିୟର ଭୁବନେଶ୍ୱରର ଉତ୍କଳ ଗ୍ୟାଲେରିଆର ପିଭିଆରରେ ହୋଇଯାଇଛି ।

ପୁଣି ଦେଖିବାକୁ ମିଳିଲା ଅଭିଷେକ-ସୂର୍ଯ୍ୟମୟୀଙ୍କ କେମେଷ୍ଟ୍ରି (ETV Bharat Odisha)

'ଭାବାନ୍ତର' ଷ୍ଟାରକାଷ୍ଟ

ଏଥିରେ ମୁଖ୍ୟ ଭୂମିକାରେ ଅଭିନେତା ଅଭିଷେକ ରହିଥିବା ବେଳେ ତାଙ୍କ ବିପକ୍ଷରେ ରହିଛନ୍ତି ସୁରମୟୀ। ଅନ୍ୟ ଭୂମିକାରେ ସରୋଜ ନନ୍ଦ,ରବି ତ୍ରିପାଠୀ, ବିନାୟକ ମିଶ୍ର, ମମତା ସାହୁ ଓ ପ୍ରୀୟା ବିଶୋଇ ରହିଛନ୍ତି। ଅନ୍ୟାନ୍ୟ ଭୂମିକାରେ ସରୋଜ ନନ୍ଦ, ରବି ତ୍ରିପାଠୀ, ବିନାୟକ ମିଶ୍ର, ମମତା ସାହୁ ଓ ପ୍ରୀୟା ବିଶୋଇ ରହିଛନ୍ତି । ତେବେ ଇମାଜୀନେସନ ଅନଲିମିଟେଡ଼ ବ୍ୟାନରରେ ଫିଲ୍ମଟି ପ୍ରସ୍ତୁତ ହୋଇଥିବା ବେଳେ ଏହାର କାହାଣୀ ମଧ୍ୟ କାହାଣୀ ଲେଖିଛନ୍ତି ଅନନ୍ତ ମହାପାତ୍ର । ଚିତ୍ରନାଟ୍ୟ ସଂଳାପ, ପ୍ରଯୋଜକ ଓ ନିର୍ଦେଶକ ବି ଅନନ୍ତ ମହାପାତ୍ର ରହିଥିବା ବେଳେ ସହ ନିର୍ଦ୍ଦେଶକ ରହିଛନ୍ତି ଅଜୟ ରଥ । ଡିଓପି ହୃଦାନନ୍ଦ ପଣ୍ଡା ଦେଇଥିବା ବେଳେ ସଂଗୀତରେ ରହିଛନ୍ତି ଶକ୍ତି ପ୍ରସାଦ ମିଶ୍ର । ସେହିପରି ଦେବଦାସ ଚୋଟରେ ଗୀତକୁ ଶବ୍ଦରେ ସଜେଇଥିବା ବେଳେ କଣ୍ଠଦାନ କରିଛନ୍ତି ସୁସ୍ମିତା ଦାସ ।

ଏହା ମଧ୍ୟ ପଢନ୍ତୁ: ରଜରେ ଧମାକା; ନୋଟ୍ କରିନିଅନ୍ତୁ ଡେଟ୍, ଆସୁଛି ଏହି ସବୁ ଓଡ଼ିଆ ଫିଲ୍ମ

'ଭାବାନ୍ତର' କାହାଣୀ

କାହାଣୀଟି ମୌଳିକ କଥାବସ୍ତୁକୁ ନେଇ ଗତିଶୀଳ ହୋଇଥିବା ବେଳେ ଶ୍ରୀତମ ଶ୍ରାବଣୀ ଓ ମିଲନ ତିନୋଟି ଚରିତ୍ରକୁ ନେଇ ଚଳଚିତ୍ର ଗତିଶୀଳ ହୋଇଛି । ଶ୍ରୀତମ ଶ୍ରାବଣୀ ପରିସ୍ଥିତିରେ ପଡି ବାହା ହୋଇଥିଲେ ହିଁ ମିଳନକୁ ଭଲପାଇବା ଯୋଗୁ ଶ୍ରାବଣୀ ଏମାନଙ୍କ ସମ୍ପର୍କରେ ଏକ ତିକ୍ତତା ଆସିବ । ତିକ୍ତତା ପରେ ବି ଶ୍ରାବଣୀ ମା ହେବା ଆଉ ପ୍ରତୀକ୍ଷାରତ ପ୍ରେମିକ ମିଳନ ଶ୍ରାବଣୀଙ୍କ ସାମ୍ନାକୁ ଆସିବା ପରେ ବି ସେ ଶ୍ରାବଣୀଙ୍କ ପାଇଁ ଗ୍ରହଣୀୟ ନ ହେବାର ଟ୍ଵିଷ୍ଟ କଣ ରହିଛି ତାର ସସ୍ପେନସ ମଧ୍ୟ ଏଥିରେ ଦେଖିବାକୁ ପାଇଛନ୍ତି ଦର୍ଶକ । ପବିତ୍ର ପାପ ପରିଭାଷାର ଏହି କାହାଣୀକୁ ନେଇ ପ୍ରସ୍ତୁତ ହୋଇଥିବା ଓଡ଼ିଆ ଫିଲ୍ମର ସାହିତ୍ୟରୁ ସିନେମା ହୋଇଛି । ତେଣୁ ସାହିତ୍ୟ ଓ ସିନେମାର ଅନ୍ତରକୁ ଏକ ପୂର୍ଣ୍ଣଛେଦ ପକାଇବାର ଏହି ପ୍ରୟାସ ସମସ୍ତଙ୍କୁ ଭଲ ଲାଗିବ ସମସ୍ତେ ଥିଏଟର ଆସି ଫିଲ୍ମ ଦେକିବାକୁ ଅନୁରୋଧ କରିଛିି ପ୍ରଯୋଜନା ସଂସ୍ଥା ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.