ETV Bharat / entertainment

ଲାଇଟ୍, କ୍ୟାମେରା, ଆକ୍ସନ ପରେ ଭଲିବଲ୍, ଚର୍ଚ୍ଚାରେ ନିର୍ଦ୍ଦେଶକ ରାଜାମୌଲି - RAJAMOULI PLAYS VOLLEYBALL

କୋରାପୁଟ ଟାଙ୍କୁବେଡ଼ାରେ ଆଦିବାସୀ ଯୁବକଙ୍କ ସହ ଭଲିବଲ୍ ଖେଳିଲେ ସାଉଥ ଲୋକପ୍ରିୟ ଫିଲ୍ମ ନିର୍ଦ୍ଦେଶକ ରାଜାମୌଲି ।

RAJAMOULI PLAYS VOLLEYBALL KORAPUT
RAJAMOULI PLAYS VOLLEYBALL KORAPUT (ETV Bharat Odisha)
author img

By ETV Bharat Odisha Team

Published : March 19, 2025 at 1:52 PM IST

1 Min Read

SSMB29 Director Rajamouli Enjoys Volleyball In Koraput, କୋରାପୁଟ : ଦିନରେ ଫିଲ୍ମ ସୁଟିଂ, ରାତିରେ ଭଲିବଲ୍ ଖେଳ । ଆଦିବାସୀ ଯୁବକଙ୍କ ସହ ଭଲିବଲ୍ ଖେଳିଲେ ସାଉଥର ଲୋକପ୍ରିୟ ନିର୍ଦ୍ଦେଶକ ଏସଏସ ରାଜାମୌଲି । କୋରାପୁଟ ତଳମାଳି ପର୍ବତରେ ତେଲୁଗୁ ସୁପରଷ୍ଟାର ମହେଶ ବାବୁ ଏବଂ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ନେଇ ଫିଲ୍ମ 'SSMB29'ର ସୁଟିଂ ଚାଲୁ ରହିଛି । ଯାହାର ନିର୍ଦ୍ଦେଶନା ଭାର ସମ୍ଭାଳୁଛନ୍ତି ଏସ.ଏସ ରାଜାମୌଲି । ଫିଲ୍ମ ସୁଟିଂ ପରେ ରାଜାମୌଲି ରାତିରେ ସ୍ଥାନୀୟ କିଛି ଅଦିବାସୀ ଯୁବକମାନଙ୍କ ସହ ଭଲିବଲ୍ ଖେଳୁଥିବା ଦେଖିବାକୁ ମିଳିଛି । ଯାହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

RAJAMOULI PLAYS VOLLEYBALL KORAPUT
RAJAMOULI PLAYS VOLLEYBALL KORAPUT (ETV Bharat Odisha)

ଭଲିବଲ୍ ଖେଳିଲେ ରାଜାମୌଲି:

କୋରାପୁଟ ଜିଲ୍ଲା ପର୍ଯ୍ୟଟନସ୍ଥଳୀ ଭାବେ ପୂର୍ବରୁ ଲୋକଙ୍କୁ ବେଶ୍ ଆକୃଷ୍ଟ କରିଥିବାବେଳେ ବର୍ତ୍ତମାନ ଏଠାରେ ବିଗ ବଜେଟ ଫିଲ୍ମ ସୁଟିଂ ହେବା ଓଡ଼ିଶା ପାଇଁ ଏକ ଗର୍ବର ବିଷୟ । ଦୁର୍ଗା ଆର୍ଟ୍ସ ବ୍ୟାନରରେ ନିର୍ମିତ ଫିଲ୍ମ 'SSMB29' ମହେଶ ବାବୁଙ୍କ ୨୯ ତମ ଫିଲ୍ମ । ଯାହାର ସୁଟିଂ କୋରାପୁଟ ଜିଲ୍ଲାର ବିିଭିନ୍ନ ସ୍ଥାନରେ ଜାରି ରହିଛି । ଚଳିତ ମାସ ୨୮ ତାରିଖ ପର୍ଯ୍ୟନ୍ତ ତଳମାଳି ଓ ଏହାର ଆଖପାଖ ଅଞ୍ଚଳରେ ଏହି ଫିଲ୍ମ ସୁଟିଂ ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ନିର୍ଦ୍ଦେଶକ ରାଜାମୌଲିଙ୍କୁ ଅନୁମତି ଦେଇଥିବା ଜଣାପଡ଼ିଛି । ଫଳରେ ଖାଲି ସମୟରେ ଫିଲ୍ମର ହିରୋ ହିରୋଇନ୍, ନିର୍ଦ୍ଦେଶକ ନିକଟସ୍ଥ ଆଦିବାସୀ ଗ୍ରାମଗୁଡ଼ିକୁ ପରିଦର୍ଶନ କରୁଛନ୍ତି ଏବଂ ଆଦିବାସୀଙ୍କ ସଂସ୍କୃତି,ପରମ୍ପରାକୁ ମନଭରି ଉପଭୋଗ କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ...କୋରାପୁଟରେ ପ୍ରିୟଙ୍କା ଚୋପ୍ରା, ରାଜାମୌଲିଙ୍କ ଫିଲ୍ମ 'SSMB29'ର କରିବେ ସୁଟିଂ - PRIYANKA CHOPRA IN KORAPUT

ଏହା ମଧ୍ୟ ପଢନ୍ତୁ...କୋରାପୁଟରେ ତେଲୁଗୁ ଫିଲ୍ମ 'SSMB29' ସୁଟିଂ, ଓଡ଼ିଶା ଟୁରିଜିମକୁ ପ୍ରୋତ୍ସାହନ ଦେବ କହିଲେ ପ୍ରଭାତି ପରିଡା - PRAVATI PARIDA ON SSMB29 SHOOTING

ଏହା ମଧ୍ୟ ପଢନ୍ତୁ...ଭିନ୍ନକ୍ଷମ ଜାତୀୟ କ୍ଷୁଦ୍ର ଚଳଚ୍ଚିତ୍ର ଫେଷ୍ଟିଭାଲ ଆୟୋଜିତ, ପ୍ରଦର୍ଶିତ ହେଲା ୧୫୦ ଫିଲ୍ମ - NATIONAL SHORT FILM FESTIVAL

ଦିନରେ ସୁଟିଂ ରାତିରେ ଭଲିବଲ୍ !

ନିର୍ଦ୍ଦେଶକ ରାଜାମୌଲି ଦିନରେ ସୁଟିଂ ସମାପ୍ତ କରି ରାତିରେ ତଳମାଳି ନିକଟସ୍ଥ ଟାଙ୍କୁବେଡ଼ା ଗାଁକୁ ଯାଇ ଆଦିବାସୀ ଯୁବକମାନଙ୍କ ସହିତ ଭଲିବଲ୍ ଖେଳିଥିଲେ । ରାଜାମୌଲିଙ୍କୁ ପାଖରୁ ଦେଖି ବେଶ ଉତ୍ସାହିତ ହୋଇପଡ଼ିଥିଲେ ଯୁବକମାନେ । ଏଭଳି ଜଣେ ଜାତୀୟସ୍ତରର ସିନେମା ନିର୍ଦ୍ଦେଶକ ସାଧାରଣ ଆଦିବାସୀ ଯୁବକମାନଙ୍କ ସହ ମିଶିବା ଏବଂ ଭଲିବଲ୍ ଖେଳିବା, ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସେପଟେ ଫିଲ୍ମ ସୁଟିଂ ଏବଂ ଅଭିନେତାମାନଙ୍କୁ ଦେଖିବା ପାଇଁ କୋରାପୁଟ ଜିଲ୍ଲା କିମ୍ବା ପଡ଼ୋଶୀ ଆନ୍ଧ୍ରପ୍ରଦେଶରୁ ଲୋକମାନେ ଏଠାକୁ ଆଗ୍ରହର ସହ ଆସୁଥିଲେ ମଧ୍ୟ ସେମାନେ ସୁଯୋଗ ପାଉନାହାନ୍ତି । କିନ୍ତୁ କଳାକାରମାନେ ଆଦିବାସୀ ଗାଁ ଗୁଡ଼ିକରେ ଲୋକଙ୍କ ସହିତ ମିଶିବା ଏବଂ ଭଲିବଲ ଖେଳିବା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.