ହାଇଦ୍ରାବାଦ: ହରର ଏବଂ ରୋମାଣ୍ଟିକ ଫିଲ୍ମ ପରେ, ସୋନାକ୍ଷୀ ସିହ୍ନା ଏବେ ଏକ ଥ୍ରୀଲର ଡ୍ରାମା ସହ ପରଦାକୁ ଫେରୁଛନ୍ତି । ଅଭିନେତ୍ରୀ ଫିଲ୍ମ 'ନିକିତା ରୟ' ସହ କମବ୍ୟାକ କରୁଛନ୍ତି । ଏହି ଫିଲ୍ମ ଆଜି ଅର୍ଥାତ୍ 30 ମେ ରେ ସିନେମା ହଲରେ ମୁକ୍ତିଲାଭ କରିବାର ଥିଲା । ହେଲେ ବର୍ତ୍ତମାନ ଏହି ଫିଲ୍ମର ରିଲିଜ ଡେଟକୁ ବୃଦ୍ଧି କରାଯାଇଛି । ଫିଲ୍ମର ନୂଆ ରିଲିଜ ଡେଟ୍ ଘୋଷଣା କରିଛନ୍ତି । ଜାଣନ୍ତୁ ଫିଲ୍ମ କେବେ ପରାଦକୁ ଆସିବ ?
'ନିକିତା ରୟ' ସୋନାକ୍ଷୀଙ୍କ ଭାଇ କୁଶ ସିହ୍ନାଙ୍କ ଦ୍ୱାରା ନିର୍ଦ୍ଦେଶିତ । ନିକିତା ରୟ ଏକ ମନସ୍ତାତ୍ତ୍ୱିକ ସସପେନ୍ସ ଥ୍ରୀଲର ସିନେମା, ଯେଉଁଥିରେ ସୋନାକ୍ଷୀ ସିହ୍ନା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ସେ ନିକିତାଙ୍କ ଚରିତ୍ରରେ ଅଭିନୟ କରୁଥିବାର ଦେଖାଯିବେ । ସୋନାକ୍ଷୀ ସିହ୍ନାଙ୍କ ବ୍ୟତୀତ ପରେଶ ରାୱଲ, ଅର୍ଜୁନ ରାମପାଲ ଏବଂ ସୁହେଲ ନାୟର ଏହି ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି । ଏହା ନିକି ଭିକି ଭଗନାନୀ ଫିଲ୍ମସ୍ ବ୍ୟାନରରେ ନିର୍ମିତ ହେଉଛି । ତେବେ ଗତ ମାସରେ ଅର୍ଥାତ୍ ଏପ୍ରିଲରେ ଘୋଷଣା କରାଯାଇଥିଲା ଯେ ଏହି ଥ୍ରୀଲର ଡ୍ରାମା ମେ 30 ରେ ସିନେମା ହଲରେ ଆସିବ, କିନ୍ତୁ ଏବେ ଏହାର ମୁକ୍ତିଲାଭ ତାରିଖ ଘୁଞ୍ଚାଇ ଦିଆଯାଇଛି ।
ଏହି ଦିନ ପରାଦକୁ ଆସିବ ଫିଲ୍ମ
ନିକିତା ରୟ ରିଲିଜକୁ ଗୋଟିଏ ମାସ ପାଇଁ ଘୁଞ୍ଚାାଯାଇଛି । ନିକଟରେ, ସୋନାକ୍ଷୀ ସିହ୍ନା ଏକ ପୋଷ୍ଟ ମାଧ୍ୟମରେ ଫିଲ୍ମର ନୂତନ ମୁକ୍ତିଲାଭ ତାରିଖ ଘୋଷଣା କରିଛନ୍ତି । ଅଭିନେତ୍ରୀ ତାଙ୍କ ଫିଲ୍ମର ପୋଷ୍ଟର ସେୟାର କରିଛନ୍ତି ଯାହା ସହ ସେ କ୍ୟାପସନରେ ଲେଖିଛନ୍ତି, "ଆପଣଙ୍କର କ୍ୟାଲେଣ୍ଡରରେ ତାରିଖକୁ ନୋଟ୍ କରିନିଅନ୍ତୁ । ଆମର ରୋମାଞ୍ଚକର ଥ୍ରୀଲର 'ନିକିତା ରୟ'ର ବର୍ତ୍ତମାନ ଏକ ନୂତନ ମୁକ୍ତିଲାଭ ତାରିଖ ଅଛି । ଆସନ୍ତା ଜୁନ 27ରେ ଫିଲ୍ମକୁ ଥିଏଟରରେ ଉପଭୋଗ କରନ୍ତୁ ।"
ଏହା ମଧ୍ୟ ପଢନ୍ତୁ: ସୋନାକ୍ଷୀଙ୍କ ସଂସ୍କାର ଉପରେ ପ୍ରଶ୍ନ ଉଠାଇଲେ ମୁକେଶ ଖନ୍ନା, କଡା ଜବାବ ଦେଲେ ଅଭିନେତ୍ରୀ
ସୋନାକ୍ଷୀ ସିହ୍ନାଙ୍କ ଆଗାମୀ ଫିଲ୍ମ
ନିକିତା ରୟଙ୍କ ବ୍ୟତୀତ, ସେ ଜୁନ୍ ମାସରେ ତାଙ୍କର ଆଗାମୀ ଫିଲ୍ମ ହରି ହରା ବୀରା ମଲ୍ଲୁ ପାର୍ଟ 1 ରେ ମଧ୍ୟ ନଜର ଆସିବେ । ଏହା ଏକ ତେଲୁଗୁ ଐତିହାସିକ ଆକ୍ସନ୍ ଆଡଭେଞ୍ଚର୍ ଡ୍ରାମା, ଯେଉଁଥିରେ ପବନ କଲ୍ୟାଣ ମୁଖ୍ୟ ଭୂମିକାରେ ଅଛନ୍ତି । ଏହି ଫିଲ୍ମ ଜୁନ୍ 12 ରେ ମୁକ୍ତିଲାଭ କରିବ। ଏହା ପରେ, ସେ ସୁଧୀର ବାବୁଙ୍କ ଅଭିନୀତ ସିନେମା ଜଟାଧାରାରେ ମଧ୍ୟ ନଜର ଆସିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ