ETV Bharat / entertainment

ସରିଲା 'ସିକନ୍ଦର' ସୁଟିଂ, ନୂଆ ଲୁକରେ ନଜର ଆସିଲେ ଭାଇଜାନ - SALMAN KHAN NEW LOOK PICS

ସଲମାନ ଖାନଙ୍କ ଆଗାମୀ ଫିଲ୍ମ 'ସିକନ୍ଦର'ର ସୁଟିଂ ଶେଷ ହୋଇଛି ଏବଂ ଅଭିନେତାଙ୍କ ନୂତନ ଲୁକର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

sikander shoot completed
sikander shoot completed (film poster)
author img

By ETV Bharat Entertainment Team

Published : March 15, 2025 at 4:40 PM IST

2 Min Read

ହାଇଦ୍ରାବାଦ: ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ସିକନ୍ଦର'ର ସୁଟିଂ ଆନୁଷ୍ଠାନିକ ଭାବରେ ଶେଷ ହୋଇଛି । ସହ-ଅଭିନେତ୍ରୀ ରଶ୍ମିକା ମଣ୍ଡାନ୍ନା ଏବଂ ନିର୍ଦ୍ଦେଶକ ଏ.ଆର.ଙ୍କ ମୁରୁଗାଦୋସ ଓ ପ୍ରଯୋଜକ ସାଜିଦ ନାଡିଆଡୱାଲାଙ୍କ ସହ ସେ ମୁମ୍ବାଇରେ ଫିଲ୍ମର ଶେଷ ପର୍ଯ୍ୟାୟର ସୁଟିଂ ସମାପ୍ତ କରିଛନ୍ତି । ଏହା ଶୁଣି ଏବେ ପ୍ରଶଂସକମାନେ ଫିଲ୍ମର ମୁକ୍ତିଲାଭକୁ ନେଇ ବହୁତ ଉତ୍ସାହିତ ରହିଛନ୍ତି । ଏହାରି ମଧ୍ୟରେ ସିକନ୍ଦରର ସୁଟିଂ ଶେଷ ହେବା ମାତ୍ରେ ସଲମାନ ଖାନ ମଧ୍ୟ ଏକ ନୂତନ ଅବତାରରେ ନଜର ଆସିଛନ୍ତି । ଅଭିନେତାଙ୍କ ନୂତନ ଲୁକର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି ।

ସରିଲା ସିକନ୍ଦର ସୁଟିଂ, ନୂଆ ଲୁକରେ ଭାଇଜାନ

ସିକନ୍ଦରର ସୁଟିଂ ଶେଷ ହେବା ମାତ୍ରେ ସଲମାନ ଖାନ ତାଙ୍କ ଦାଢ଼ି କାଟି ଦେଇଛନ୍ତି । ଏହି ଅଭିନେତା ଗୋଟିଏ ବର୍ଷରୁ ଅଧିକ ସମୟ ପରେ କ୍ଲିନ୍-ଶେଭ୍ ଲୁକ୍ ସହିତ ଫେରିଛନ୍ତି । ସଲମାନ ଖାନଙ୍କର ଏହି ଲୁକ୍ ଫଟୋଗୁଡ଼ିକ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏବଂ ପ୍ରଶଂସକମାନେ ଏହାକୁ ଦେଖି ଫିଦା ହୋଇଛନ୍ତି । ରିପୋର୍ଟ ଅନୁଯାୟୀ, ପ୍ରଯୋଜନା ସହିତ ଜଡିତ ସୂତ୍ର ସଲମାନ ଖାନଙ୍କ ସିକନ୍ଦରର ଶେଷ ସୁଟିଂ ବିଷୟରେ ସୂଚନା ଦେଇଛନ୍ତି । ସୂତ୍ରରୁ ଜଣାପଡିଛି ଯେ, “ବାନ୍ଦ୍ରାରେ ସଲମାନ ଏବଂ ରଶ୍ମିକାଙ୍କ ମଧ୍ୟରେ ଏହା ଏକ ପ୍ୟାଚୱାର୍କ ସିକ୍ୱେନ୍ସ ଥିଲା ଏବଂ ଟିମ୍ ରାତି ପ୍ରାୟ 8:30 ରେ ସୁଟିଂ ସମାପ୍ତ କରିଥିଲେ । ସୁଟିଂ ପରେ, ସଲମାନ ଏକ କ୍ଲିନ୍-ଶେଭିଂ ଲୁକରେ ନଜର ଆସିଥିଲେ । କହି ରଖୁଛୁ କି, ସଲମାନ 'ସିକନ୍ଦର' ପାଇଁ ଦାଢ଼ି ବଢ଼ାଇଥିଲେ ।

90 ଦିନ ଧରି ସୁଟିଂ ଚାଲିଥିଲା

'ସିକନ୍ଦର'ର ସୁଟିଂ ମୁମ୍ବାଇ, ହାଇଦ୍ରାବାଦ ଏବଂ ଦେଶର ଅନ୍ୟାନ୍ୟ ସ୍ଥାନରେ ପ୍ରାୟ 90 ଦିନ ଧରି ଚାଲିଥିଲା । ଏହି ସମୟ ମଧ୍ୟରେ, ଚାରୋଟି ଗୀତ ସୁଟିଂ କରାଯାଇଥିଲା, ଯେଉଁଥିରେ ତିନୋଟି ଜବରଦସ୍ତ ଡ୍ୟାନ୍ସ ଆଇଟମ ଅନ୍ତର୍ଭୁକ୍ତ ଥିଲା । ଏହା ବ୍ୟତୀତ ପାଞ୍ଚଟି ବଡ଼ ଆକ୍ସନ୍ ସିକ୍ୱେନ୍ସ ମଧ୍ୟ ସୁଟିଂ କରାଯାଇଥିଲା । ସୂତ୍ର ଅନୁସାରେ ଫିଲ୍ମରେ ବଡ଼ ଧରଣର ଆକ୍ସନ ସହ ରୋମାନ୍ସ, ରାଜନୀତି, ଡ୍ରାମା ଏବଂ ପ୍ରତିଶୋଧ ମଧ୍ୟ ରହିବ । ବର୍ତ୍ତମାନ, ଫିଲ୍ମର ପୋଷ୍ଟ-ପ୍ରଡକ୍ସନ କାମ ଜୋରସୋରରେ ଚାଲିଛି, ଯେଉଁଥିରେ VFX ଏବଂ ପୃଷ୍ଠଭୂମି ସଙ୍ଗୀତ ଯୋଡାଯାଉଛି । 'ସିକନ୍ଦର'ର ଶେଷ ପ୍ରିଣ୍ଟ ଆଗାମୀ ପାଞ୍ଚ ଦିନ ମଧ୍ୟରେ ପ୍ରସ୍ତୁତ ହୋଇଯିବ, ଯାହା ପରେ ଏହାର 2025 ଇଦ୍ ରିଲିଜ୍ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହେବ ।

ଏହା ମଧ୍ୟ ପଢନ୍ତୁ: 'ସିକନ୍ଦର'ରୁ ଭାଇଜାନଙ୍କ ପ୍ରଥମ ଲୁକ୍ ଆଉଟ୍, ବଡ଼ି ଟ୍ରାନ୍ସଫର୍ମେସନ ଦେଖି ଫିଦା ଫ୍ୟାନ୍ସ

କହିରଖୁଛି କି, 'ସିକନ୍ଦର'ର ନିର୍ଦ୍ଦେଶନା ଦେବେ ଆର୍ ମୁରୁଗାଦୋସ । ସଲମାନଙ୍କ ସହ ପ୍ରଥମ ଥର ପାଇଁ କାମ କରିବେ ଏହି ନିର୍ଦ୍ଦେଶକ । ଏଥିସହ ଏହି ଫିଲ୍ମର ନିର୍ମାତା ଅଟନ୍ତି ସାଜିଦ ନାଦିଆଡୱାଲା । ବର୍ତ୍ତମାନ ୧୦ବର୍ଷ ପରେ ସଲମାନ ଖାନ ଏବଂ ସାଜିଦ ନାଦିଆଡୱାଲା ପୁଣିଥରେ ଏକାଠି କାମ କରିବାକୁ ଯାଉଛନ୍ତି । ରମଜାନରେ ଏହି ଫିଲ୍ମ ଘୋଷଣା କରିଥିବା ବେଳେ ଇଦରେ ଏହାର ଟାଇଟଲ ଘୋଷଣା କରିଥିଲେ । ସଲମାନଙ୍କ ବ୍ୟତୀତ ରଶ୍ମିକା ମନ୍ଦନା, ଶର୍ମାନ ଯୋଶୀ ଏବଂ ପ୍ରତୀକ ବାବରଙ୍କ ପରି ଅଭିନେତାମାନେ ଏହି ସିନେମାରେ ନଜର ଆସିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.