ETV Bharat / entertainment

ୱିକେଣ୍ଡରେ 'ସିକନ୍ଦର' କମାଲ, ସେଞ୍ଚୁରୀ ମାରିଲା କଲେକ୍ସନ - SIKANDAR BOX OFFICE COLLECTION

ସଲମାନ ଖାନଙ୍କ 'ସିକନ୍ଦର' ଘରୋଇ ବକ୍ସ ଅଫିସରେ 100 କୋଟି ପାର କରିଛି । ୮ମ ଦିନରେ ଫିଲ୍ମର କଲେକ୍ସନ ଜାଣନ୍ତୁ।

sikandar box office collection
sikandar box office collection (film poster)
author img

By ETV Bharat Entertainment Team

Published : April 7, 2025 at 12:29 PM IST

1 Min Read

ହାଇଦ୍ରାବାଦ: ସଲମାନ ଖାନଙ୍କ 'ସିକନ୍ଦର' ଇଦ ଅବସରରେ 30 ମାର୍ଚ୍ଚରେ ସିନେମା ହଲରେ ମୁକ୍ତିଲାଭ କରିଥିଲା, କିନ୍ତୁ ଫିଲ୍ମଟି ବକ୍ସ ଅଫିସରେ ଆଶାନୁରୂପ ପ୍ରଦର୍ଶନ କରିନଥିଲା । 'ସିକନ୍ଦର' 26 କୋଟିରେ ଓପନିଂ କରିଥିବା ବେଳେ ପ୍ରଥମ ଏବଂ ଦ୍ୱିତୀୟ ଦିନରେ ଭଲ ରୋଜଗାର କରିବା ପରେ ହ୍ରାସ ପାଇଛି । ହେଲେ ଏହା ସତ୍ତ୍ୱେ ବି ଫିଲ୍ମ ବର୍ତ୍ତମାନ 100 କୋଟି ଆୟ କରିବାରେ ସଫଳ ହୋଇଛି ।

'ସିକନ୍ଦର' ବକ୍ସ ଅଫିସ୍ କଲେକ୍ସନ୍ ୮ମ ଦିନ

ସଲମାନ ଖାନଙ୍କ 'ସିକନ୍ଦର' ପ୍ରଥମ ସପ୍ତାହରେ 90.25 କୋଟି ରୋଜଗାର କରିଥିଲା । ଯାହା ପରେ ଏହାର ରୋଜଗାର ଗ୍ରାଫ୍ ହ୍ରାସ ପାଇଲା ଏବଂ ଏବେ ଏହି ସପ୍ତାହାନ୍ତର ଶେଷରେ, ଫିଲ୍ମଟି 100 କୋଟି ପାର କରିଛି । 'ସିକନ୍ଦର' ୮ମ ଦିନରେ ବକ୍ସ ଅଫିସରେ ୪.୮୪ କୋଟି ରୋଜଗାର କରିଛି ଯାହା ୭ମ ଦିନର ୪ କୋଟି ଟଙ୍କା ରୋଜଗାର ଅପେକ୍ଷା ୨୧% ଅଧିକ । ଏହିପରି, 8 ଦିନରେ ଫିଲ୍ମର କଲେକ୍ସନ ୧୦୨.୫୯ କୋଟିରେ ପହଞ୍ଚିଛି ।

'ସିକନ୍ଦର' ବିଶ୍ୱ ବକ୍ସ ଅଫିସ କଲେକ୍ସନ

'ସିକନ୍ଦର' ଘରୋଇ ବକ୍ସ ଅଫିସରେ ୧୦୨.୫୯ କୋଟି ଆୟ କରିଛି । ନିର୍ମାତାମାନେ ଏହାର ବିଶ୍ୱବ୍ୟାପୀ କଲେକ୍ସନର ତଥ୍ୟ ସେୟାର କରିଛନ୍ତି । ଯାହା ଅନୁସାରେ ଫିଲ୍ମଟି ସାରା ବିଶ୍ୱରେ 187.84 କୋଟି ରୋଜଗାର କରିଛି । ଏହି ଅନୁସାରେ, ସପ୍ତମ ଦିନରେ ଫିଲ୍ମଟି ଭାରତରେ 6.18 କୋଟି ଏବଂ ବିଦେଶରେ 3.5 କୋଟିର ମୋଟ କଲେକ୍ସନ କରିଛି ।

  • ପ୍ରଥମ ଦିନ- 26 କୋଟି
  • ଦ୍ୱିତୀୟ ଦିନ-29 କୋଟି
  • ତୃତୀୟ ଦିନ- 19.5 କୋଟି
  • ଚତୁର୍ଥ ଦିନ- 9.75 କୋଟି
  • ପଞ୍ଚମ ଦିନ- 6 କୋଟି

ପ୍ରଥମ ସପ୍ତାହ କଲେକ୍ସନ- 90.25 କୋଟି

  • ଷଷ୍ଠ ଦିନ- 3.5 କୋଟି
  • ସପ୍ତମ ଦିନ- 4 କୋଟି
  • ଅଷ୍ଟମ ଦିନ- 4.84 କୋଟି

ମୋଟ କଲେକ୍ସନ 102.59 କୋଟି

ବିଶ୍ୱବ୍ୟାପୀ କଲେକ୍ସନ- 187.84 କୋଟି

ସଲମାନ ଖାନଙ୍କ ଶ୍ରେଷ୍ଠ 5ଟି ସିନେମା ହିନ୍ଦୀ ମୋଟ କଲେକ୍ସନ:-

  • ଟାଇଗର ଜିନ୍ଦା ହେ– 339.16 କୋଟି
  • ବଜରଙ୍ଗୀ ଭାଇଜାନ– 320.34 କୋଟି
  • ସୁଲତାନ- 300.45 କୋଟି
  • ଟାଇଗର ୩ – 276.62 କୋଟି
  • କିକ୍ - 231.85 କୋଟି

ଏହା ମଧ୍ୟ ପଢନ୍ତୁ: ଲରେନ୍ସ ବିଷ୍ଣୌଇ ଗ୍ୟାଙ୍ଗରୁ ମିଳିଥିବା ଧମକ ଉପରେ ମୁହଁ ଖୋଲିଲେ ସଲମାନ, କହିଲେ 'ଭଗବାନ...'

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.