ETV Bharat / entertainment

ପରଦାରେ ଓଡ଼ିଆ ଫିଲ୍ମ 'ଫାଷ୍ଟ ଲଭ୍', ବନ୍ଧୁତାର ତ୍ୟାଗ-ଶିକ୍ଷାନୁଷ୍ଠାନ ଦୁର୍ନୀତି ନେଇ ସଚେତନତା ବାର୍ତ୍ତା ଦେଉଛି ଫିଲ୍ମ - ODIA FILM FIRST LOVE RELEASE

ପରଦାକୁ ଆସିଛି ଓଡ଼ିଆ ଫିଲ୍ମ 'ଫାଷ୍ଟ ଲଭ୍' । ବନ୍ଧୁତାର ତ୍ୟାଗ ସହ ଶିକ୍ଷାନୁଷ୍ଠାନରେ ହେଉଥିବା ଦୁର୍ନୀତି ନେଇ ସଚେତନତା ବାର୍ତ୍ତା ଦେଉଛି ଫିଲ୍ମ ।

odia film first love release
odia film first love release (film poster)
author img

By ETV Bharat Entertainment Team

Published : June 6, 2025 at 4:09 PM IST

2 Min Read

ଭୁବନେଶ୍ୱର: ରଜ ଉପଲକ୍ଷେ ମୁକ୍ତିଲାଭ କରିଛି ଓଡ଼ିଆ ଫିଲ୍ମ 'ଫାଷ୍ଟ ଲଭ୍'। ସାଇକେଲ ଚଳାଇ ଷ୍ଟାରକାଷ୍ଟ ମାନେ ଆସି ନିଆରା ଭାବେ ଫିଲ୍ମର ପ୍ରଚାର ପ୍ରସାର କରିଥିଲେ । ପୁରା ଚଳଚିତ୍ର ଟିମ ୯୦ ଦଶକର ପ୍ରେମ କାହାଣୀ ସହ ସ୍କୁଲ ପିଲାମାନଙ୍କ ଜୀବନ ଚର୍ଯ୍ୟାକୁ ନେଇ ସିନେମାଟି ଗତିଶୀଳ ହେଉଛି । ଫିଲ୍ମର ପ୍ରତିଟି ଦୃଶ୍ୟରେ ଟ୍ଵିଷ୍ଟ ରହିଥିବା ବେଳେ ଶିକ୍ଷା କ୍ଷେତ୍ରରେ ହେଉଥିବା ବଡ ଦୁର୍ନୀତିକୁ ଏଥିରେ ଦେଖାଯାଇଛି । ଏଥିରେ ସ୍କୁଲ କାହାଣୀରେ ସମ୍ପୂର୍ଣ୍ଣ ସିନେମାରେ ସାଇକେଲର ଭୂମିକା ବେସ୍ତ ଗୁରୁତ୍ୱପୁର୍ଣ ରହିଥିଲା ଯାହା ପିଲାଦିନର ଖଟା ମିଠା ସ୍ମୃତିକୁ ବେଶ ଉଜ୍ଜିବୀତ କରିଛି । ତେବେ ପ୍ରଥମ ଦିନରେ ପ୍ରଥମ ଶୋ' ଦେଖିବାକୁ ସିନେମାହଲରେ ଭିଡ଼ ଜମିଥିଲା । ଲୋକେ ଫିଲ୍ମ ଦେଖି ପୁରୁଣା ସ୍ମୃତି ତାଜା କରିବା ସହ ଖୁବ ପ୍ରଶଂସା କରିଛନ୍ତି ।

ODIA FILM FIRST LOVE RELEASE (ETV Bharat Odisha)

'ଫାଷ୍ଟ ଲଭ୍' କାହାଣୀ

ଫିଲ୍ମର କାହାଣୀ ବିଷୟରେ କହିବାକୁ ଗଲେ, ଏଥିରେ କୋଚିଂ ସେଣ୍ଟର ସ୍କାମରେ କିଭଳି ଜାଲ ବିଛାଯାଏ ଓ ଭଲ ଛାତ୍ର ଛାତ୍ରୀଙ୍କୁ ଫସାଇ ଦିଆଯାଏ, ଶିକ୍ଷା ନାଁରେ କୋଟି କୋଟି ଟଙ୍କା ଅର୍ଜନ କରାଯାଏ ।ଶେଷରେ ବିନା କାରଣରେ କିଭଳି ଜଣେ ବିଦ୍ୟାର୍ଥୀର ଭବିଷ୍ୟତ ନଷ୍ଟ ହୁଏ ତାକୁ ନେଇ ଏକ ବଡ ସଚେତନତା ବାର୍ତ୍ତା ରହିଛି । କିଙ୍ଗ ଖାନଙ୍କ ଫ୍ୟାନଙ୍କ ପାଗଳାମିଙ୍କର କାହାଣୀ ମଧ୍ୟ ରହିଛି। ବିଶେଷ ଭାବେ ବନ୍ଧୁତା ଭିତରେ ଥିବା ଭଲପାଇବା, ପ୍ରେମ,ତ୍ୟାଗ ଓ ବଳିଦାନକୁ ନେଇ ନିର୍ମିତ ହୋଇଛି ।

'ଫାଷ୍ଟ ଲଭ୍' ଷ୍ଟାରକାଷ୍ଟ

ରୋମାଣ୍ଟିକ ଲଭ୍ ଷ୍ଟୋରିକୁ ଆଧାର କରି ଜୀ ସାର୍ଥକ ବ୍ୟାନରରେ ନିର୍ମିତ ହୋଇଛି ନୂଆ ଓଡ଼ିଆ ସିନେମା ‘ଫାଷ୍ଟ ଲଭ୍’। ସ୍କୁଲ ଓ କଲେଜର ପ୍ରେମ ର କାହାଣୀ କିଭଳି ଥିଲା ତାହା ଏଥିରେ ଦେଖିବାକୁ ମିଳିଛି । ଖାଲି ପ୍ରେମିକ ନୁହେଁ ଯେ କୌଣସି ବସ୍ତୁ ବା ଜାଗାକୁ କିଭଳି ଫାଷ୍ଟ ଲଭ୍" କହିହେବ ତାହା ମଧ୍ୟ ଏଥିରେ ଦେଖିବାକୁ ପାଇବେ ଦର୍ଶକ। ଫିଲ୍ମର ମୁଖ୍ୟ ଚରିତ୍ରରେ ଶୈଳେନ୍ଦ୍ର ଓ ଦିବ୍ୟା ଥିବା ବେଳେ କିଙ୍ଗ ଖାଁ ଶାହରୁଖ ଙ୍କ ବଡ ଫ୍ୟାନ ସାଜିଛନ୍ତି ଶୈଳେନ୍ଦ୍ର । ସିନେମାରେ କିଙ୍ଗ ଖାନଙ୍କୁ ନେଇ ଦମଦାର ଗୀତ ମଧ୍ୟ ରହିଛି । ଶୈଳେନ୍ଦ୍ର ଏବଂ ଦିବ୍ୟା ବ୍ୟତୀତ ଏହି ଫିଲ୍ମରେ ଚୌଧୁରୀ ଜୟ ପ୍ରକାଶ ଦାସ, ଉଷସୀ ମିଶ୍ର, ଶୁଭ୍ରାଂଶୁ ନାୟକ, ମିଲି ମହାନ୍ତି, ବୁଲୁ ପଣ୍ଡା ପ୍ରମୁଖ ଅଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଜଗନ୍ନାଥ ପ୍ରେମୀଙ୍କ ପାଇଁ ଖୁସି ଖବର, ବାହୁଡ଼ାରେ ଆସୁଛି ଓଡ଼ିଆ ଫିଲ୍ମ 'ନବକଳେବର' ଓ 'ଆଇ ଏମ କାଳିଆ'

ରେଞ୍ଜ ରୟାଲ ସିନେ ଲାବ୍‌ ବ୍ୟାନରରେ ଏବଂ ଜୀ ସାର୍ଥକ ସହଯୋଗିତାରେ ଏହାକୁ ପ୍ରସ୍ତୁତ କରାଯାଇଛି । ଫିଲ୍ମଟିର ପ୍ରଯୋଜନା କରିଛନ୍ତି ଶ୍ରୀଧର ମାର୍ଥା ଏବଂ କିଶୋର ନାୟକ। ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଅଭିଷେକ ମିତ୍ର । ସଂଳାପ ରଚନା କରିଛନ୍ତି ଡଃ ନିର୍ମଳ ନାୟକ । ମ୍ୟୁଜିକାଲ ସିନେମା ହୋଇଥିବା ବେଳେ ଏହାର ଗୀତଗୁଡିକୁ ସ୍ବର ଦେଇଛନ୍ତି ସୋମେଶ ଶତପଥି, ସାନ୍ତୋଜିତ ଚାଟାର୍ଜୀ, ନବ୍‌ସ ଏବଂ ସରୋଜ। ଗୀତଗୁଡିକରେ ସ୍ୱର ଦେଇଛନ୍ତି ବଲିଉଡ ଓ ଓଲିଉଡ଼ର ସୁନାମଧନ୍ୟ ସିଙ୍ଗର ଜାଭେଦ ଅଲି, ହ୍ୟୁମାନ ସାଗର, ଅସୀମ ପଣ୍ଡା, ଅନ୍ତରା ଚକ୍ରବର୍ତୀ, ଗୌରବ ଆନନ୍ଦ ଓ କୁଲଦୀପ ପଟ୍ଟନାୟକ । କୋରିଓଗ୍ରାଫି ଦାୟିତ୍ଵ ତୁଲାଇଛନ୍ତି ଅମିତ ନାୟକ, ଗିରିଶ ମହାନ୍ତି ଓ ଦିବ୍ୟ । ଓଡ଼ିଆ ଯୁବଦର୍ଶକଙ୍କ ପସନ୍ଦକୁ ଧ୍ୟାନ ରଖାଯାଇ ଓଡିଶାର ଏକ ଅନନ୍ୟ ପର୍ବ ରଜ ଉପଲକ୍ଷେ ଏକ ନୂଆ ସ୍ୱାଦର ନିଆରା ପ୍ରେମ କାହାଣୀକୁ ନେଇ ‘ଫାଷ୍ଟ ଲଭ୍' ଚଳଚିତ୍ର ନିର୍ମାଣ କରାଯାଇଛି ଏହା ଦର୍ଶକଙ୍କ ମନକୁ ଛୁଇଁବା ସହ ଭରପୁର ମନୋରଞ୍ଜନ ଯୋଗାଇବ ବୋଲି କହିଛନ୍ତି ଫିଲ୍ମ ନିର୍ଦେଶକ ଅଭିଷେକ ମିତ୍ର ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.