ETV Bharat / entertainment

ସବ୍ୟସାଚୀଙ୍କ ଫିଲ୍ମ 'ଅନନ୍ତା'କୁ ମିଳିଲା 'U' ସାର୍ଟିଫିକେଟ, ଏହି ଦିନ ପରଦାକୁ ଆସିବ - ODIA FILM ANANTA RELEASE DATE

'ଅନନ୍ତା' ସହ ପରଦାରେ ଧମାକା କରିବାକୁ ପ୍ରସ୍ତୁତ ଅଭିନେତା ସବ୍ୟସାଚୀ ମିଶ୍ର। ବର୍ତ୍ତମାନ ଫିଲ୍ମକୁ 'U' ସାର୍ଟିଫିକେଟ ପ୍ରଦାନ କରାଯାଇଛି । ତେବେ କେବେ ହେବ ରିଲିଜ ? ଜାଣନ୍ତୁ,

ODIA FILM ANANTA RELEASE DATE
ODIA FILM ANANTA RELEASE DATE (film poster)
author img

By ETV Bharat Entertainment Team

Published : June 3, 2025 at 11:33 AM IST

2 Min Read

ହାଇଦ୍ରାବାଦ: ଅଭିନେତା ସବ୍ୟସାଚୀ ମିଶ୍ର ଫିଲ୍ମ 'ଅନନ୍ତା' କୁ ନେଇ ଖୁବ ଚର୍ଚ୍ଚାରେ ରହିଛନ୍ତି । ଫିଲ୍ମର ଟିଜର, ଗୀତ ଲୋକଙ୍କୁ ବେଶ ପସନ୍ଦ ଆସିଥିବା ବେଳେ ଫିଲ୍ମକୁ ନେଇ ଲୋକଙ୍କ ମଧ୍ୟରେ ଭିନ୍ନ ଉତ୍ସାହ ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ଫିଲ୍ମ ସେନ୍ସର ବୋର୍ଡ ଦ୍ୱାରା ପାସ୍ ହୋଇଛି । ଫିଲ୍ମକୁ ବିନା କୌଣସି ସିନ କଟ୍ ରେ 'U' ସାର୍ଟିଫିକେଟ ପ୍ରଦାନ କରାଯାଇଛି । ଏଥିସହ ଫିଲ୍ମର ରିଲିଜ ଡେଟ୍ ଘୋଷଣା କରାଯାଇଛି । ରଜରେ ଫିଲ୍ମ ଧମାକା କରିବାକୁ ଥିବା ବେଳେ ଜାଣନ୍ତୁ କେବେ ହେବ ରିଲିଜ?

'ଅନନ୍ତା'କୁ ମିଳିଲା 'U' ସାର୍ଟିଫିକେଟ

ସବ୍ୟସାଚୀ ନିଜ ଇନଷ୍ଟାଗ୍ରାମରେ ଫିଲ୍ମର ପୋଷ୍ଟର ଏବଂ ଏକ ଭିଡିଓ ସେୟାର କରି ସାର୍ଟିଫିକେଟ ପ୍ରଦାନ ନେଇ ସୂଚନା ଦେଇଛନ୍ତି । ଭିଡିଓରେ ଫିଲ୍ମର ଏକ ସିନ ଦେଖିବାକୁ ମିଳିଛି ଯେଉଁଥିରେ ଅନନ୍ତା ପିଲାମାନଙ୍କ ସହ ବସି ପାଠ ପଢୁଥିବା ବେଳେ କ'ଣ ହେଉଛି ଡାଇଲଗ କହୁଥିବା ନଜର ଆସିଛନ୍ତି । ପୋଷ୍ଟର ସେୟାର କରି ସେ ଲେଖିଛନ୍ତି, 'ଆମର ସେନ୍ସର କୌଣସି କଟ୍ ବିନା 'ୟୁ' ସାର୍ଟିଫିକେଟ ମିଳିଛି । ଏହାର ଅର୍ଥ (ଏହି ପ୍ରମାଣପତ୍ର ସୂଚାଇ ଦିଏ ଯେ ଏହି ଚଳଚ୍ଚିତ୍ରଟି ସମସ୍ତ ବୟସ ଗୋଷ୍ଠୀ ପାଇଁ ଉପଯୁକ୍ତ) ।

ଏହି ଦିନ ପରଦାକୁ ଆସିବ ଫିଲ୍ମ

ସେ ଆହୁରି ଲେଖିଛନ୍ତି, 'ଫିଲ୍ମକୁ ବହୁତ ପ୍ରଶଂସା ମିଳିଥିବାରୁ ଆମେ ଖୁସି । ଯେତେବେଳେ ଆପଣ ଭଲ ଉଦ୍ଦେଶ୍ୟ ନେଇ କାମ କରନ୍ତି ସେତେବେଳେ ଭଗବାନ ସର୍ବଦା ସାହାଯ୍ୟ କରନ୍ତି । ଏବେ ଆମେ ଆନୁଷ୍ଠାନିକ ଭାବରେ ଫିଲ୍ମର ରିଲିଜ ତାରିଖ "ଜୁନ୍ ୧୨" ଘୋଷଣା କରୁଛୁ । ଆମର ସମ୍ପୂର୍ଣ୍ଣ ଟିମ୍ ଏକ ପ୍ରାମାଣିକ ଓଡ଼ିଆ ସିନେମା ଉପସ୍ଥାପନ କରିବା ପାଇଁ ସେମାନଙ୍କର ସର୍ବୋତ୍ତମ ପ୍ରୟାସ କରିଛି । ଆପଣଙ୍କ ପ୍ରେମ ଏବଂ ସମର୍ଥନ ନିଶ୍ଚିତ ଭାବରେ ଏହାକୁ ଓଡ଼ିଆ ସିନେମା ପାଇଁ ଐତିହାସିକ କରିବ । ଜୟ ଜଗନ୍ନାଥ ।'

'ଅନନ୍ତା' ଷ୍ଟାରକାଷ୍ଟ

ଏହି ଫିଲ୍ମରେ ସବ୍ୟସାଚୀଙ୍କ ବିପକ୍ଷରେ ସୂର୍ଯ୍ୟମୟୀ ମହାପାତ୍ର ନଜର ଆସିବେ । ଏହି ଫିଲ୍ମ ସହ ପ୍ରଥମ ଥର ପାଇଁ ଏହି ଯୋଡ଼ିକୁ ସ୍କ୍ରିନ ସେୟାର କରୁଥିବା ଦେଖିବାକୁ ମିଳିବ । ଏମାନଙ୍କ ବ୍ୟତୀତ ଏଥିରେ କୁନା ତ୍ରିପାଠୀ, ଜ୍ୟାତିମୟୀ ପଣ୍ଡା ଓ ତାପସ ସରଗରିଆ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ।

ଏହା ମଧ୍ୟ ପଢନ୍ତୁ: 'ବୋହୂ ବୁଟୁ ଭୂତ' ସହ ପରଦାରେ ଧମାକା କରିବେ ବାବୁସାନ, ଏହି ଦିନ ଆସୁଛି ଟ୍ରେଲର

'ଅନନ୍ତା' କାହାଣୀ

ଏହା ଫକୀର ମୋହନ ସେନାପତିଙ୍କ ଦ୍ଵାରା ରଚିତ କାହାଣୀ 'ରାଣ୍ଡୀପୁଅ ଅନନ୍ତା' ଉପରେ ଆଧାରିତ ଅଟେ । ଏହାର ନିର୍ଦ୍ଦେଶନା ଦେଉଛନ୍ତି ସବ୍ୟସାଚୀ ମହାପାତ୍ର ଓ କୁମାର ସିଦେବ ମହାପାତ୍ର । ପୂର୍ବରୁ ଏହି ଫିଲ୍ମର ନାଁ 'ରାଣ୍ଡୀପୁଅ ଅନନ୍ତା' ରହିଥିଲା । ଫିଲ୍ମର ନାମ 'ରାଣ୍ଡୀ'କୁ ନେଇ ଅନେକ ତର୍କବିତର୍କ ଆରମ୍ଭ ହୋଇଥିଲା । ଏହି ଶଦ୍ଦଟି ନାରୀଙ୍କ ପ୍ରତି ଅସମ୍ମାନ ବୋଲି ସୂଚାଉଥିବା ଅନେକ ଅଭିୟୋଗ କରିଥିଲେ । ଯାହା ପରେ ନିର୍ମାତା ଏହାର ନାମ ପରିବର୍ତ୍ତନ କରି ଫିଲ୍ମର ନାମ 'ଅନନ୍ତା' ବୋଲି ପରିବର୍ତ୍ତନ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.