ହାଇଦ୍ରାବାଦ: ଆଜିକାଲି ରଜନୀକାନ୍ତ ତାଙ୍କର ଆଗାମୀ ଫିଲ୍ମ 'କୁଲି' ପାଇଁ ଲଗାତାର ଚର୍ଚ୍ଚାରେ ଅଛନ୍ତି । ରଜନୀକାନ୍ତଙ୍କ ପ୍ରଶଂସକମାନେ ତାଙ୍କ ଫିଲ୍ମ କୁଲିର ମୁକ୍ତିଲାଭ ପାଇଁ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ଲୋକେଶ କନଗରାଜ । ସେ ସୋସିଆଲ ମିଡିଆରେ ଫିଲ୍ମ 'କୁଲି'ର ରିଲିଜ ବିଷୟରେ ଆନୁଷ୍ଠାନିକ ଭାବରେ ଘୋଷଣା କରି ପ୍ରଶଂସକମାନଙ୍କୁ ଖୁସି କରାଇଛନ୍ତି ।
ଏହି ଦିନ ପରଦାକୁ ଆସିବ 'କୁଲି'
ଲୋକେଶ କନଗରାଜ ତାଙ୍କ ଇନଷ୍ଟାଗ୍ରାମରେ ରଜନୀକାନ୍ତଙ୍କ ଏକ ନୂଆ ପୋଷ୍ଟର ସେୟାର କରିଛନ୍ତି, ଯେଉଁଥିରେ ରଜନୀକାନ୍ତ ସିଟି ବଜାଉଥିବାର ଦେଖାଯାଉଛି ଏବଂ କ୍ୟାପସନରେ ଏହା ଲେଖିଛନ୍ତି, 'ଦେବ ଆସୁଛନ୍ତି, ୧୪ ଅଗଷ୍ଟରୁ ସାରା ବିଶ୍ୱରେ କୁଲି ।' ଏହି ପୋଷ୍ଟରକୁ ଫ୍ୟାନ୍ସ ପସନ୍ଦ କରିବା ସହ ଫିଲ୍ମ ଦେଖିବାକୁ ଉତ୍ସାହର ସହ ଅପେକ୍ଷା କରିଥିବା କହିଛନ୍ତି । ତେବେ ଏହି ଫିଲ୍ମ ବକ୍ସ ଅଫିସରେ ଏହି ବଲିଉଡ ଏବଂ ସାଉଥ ଫିଲ୍ମ ସହ ଟକ୍କର ଦେବ ।
ଏହି ଫିଲ୍ମ ସହ ଟକ୍କର
ଅଗଷ୍ଟ 14ରେ ଅନ୍ୟ ବଲିଉଡ ଓ ସାଉଥ ଫିଲ୍ମ ମଧ୍ୟ ରିଲିଜ ହେବାର ଯୋଜନା ରହିଛି । ଯାହା ସହ 'କୁଲି' ଟକ୍କର ହେବ । ଏହି ଦିନ ହ୍ରିତିକ ରୋଶନ ଏବଂ ଜୁନିଅର ଏନଟିଆର ଅଭିନୀତ 'ୱାର 2' ରିଲିଜ ହେବାକୁ ଯାଉଛି । ଏଥିସହ 15 ଅଗଷ୍ଟରେ କାଜଲ ଅଗ୍ରୱାଲଙ୍କ ଫିଲ୍ମ 'ଦ ଇଣ୍ଡିଆନ ଷ୍ଟୋରୀ' ଏବଂ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ 'ଦ ଦିଲ୍ଲୀ ଫାଇଲ୍ସ' ମଧ୍ୟ ରିଲିଜ ହେବାର ଅଛି । ତେବେ ସ୍ୱାଧୀନତା ଦିବସ ଅବସରରେ ବକ୍ସ ଅଫିସରେ କଡା ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିବ ।
ଏହା ମଧ୍ୟ ପଢନ୍ତୁ: 'ଜେଲର 2' ସୁଟିଂ ଆରମ୍ଭ, ସାମ୍ନାକୁ ଆସିଲା 'ଥଲାଇଭା'ଙ୍କ ଦମଦାର ଲୁକ୍
କହିରଖୁଛୁ କି, ସନ୍ ପିକ୍ଚର୍ସ ଦ୍ୱାରା ନିର୍ମିତ ଏବଂ ଲୋକେଶ କାନାଗରାଜଙ୍କ ଫିଲ୍ମର ଲେଖକ ଏବଂ ନିର୍ଦ୍ଦେଶକ । ଏହି ଫିଲ୍ମରେ ଲୋକେଶ କନଗରାଜ ରଜନୀକାନ୍ତଙ୍କ ସହ ପ୍ରଥମ ଥର ପାଇଁ କାମ କରିବାକୁ ଯାଉଛନ୍ତି । ତେବେ ଏହା ରଜନୀକାନ୍ତଙ୍କ ୧୭୧ତମ ଫିଲ୍ମ ହେବାକୁ ଥିବା ବେଳେ ଚଳଚ୍ଚିତ୍ରରେ ସାଉଥ ଅଭିନେତା ନାଗାର୍ଜୁନ, ଶ୍ରୁତି ହାସନ, ବାହୁବଲୀ ଖ୍ୟାତି କଟ୍ଟପ୍ପା ଅଭିନେତା ସତ୍ୟରାଜ, ଅଭିନେତ୍ରୀ ମାଇକ ମୋହନ, ଶୋଭନାଙ୍କୁ ଙ୍କୁ ମଧ୍ୟ ଏହି ଫିଲ୍ମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ । ଏଥିସହ ଶାହରୁଖ ଖାନ ମଧ୍ୟ ଏହି ଚଳଚ୍ଚିତ୍ରରେ ନଜର ଆସିବେ ବୋଲି କୁହାଯାଉଛି । ଏଥିସହ
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ