ETV Bharat / entertainment

'ପୁଷ୍ପା 2' ସ୍କ୍ରିନିଂରେ ମହିଳା ମୃତ୍ୟୁ ଘଟଣା; ପ୍ରିମିୟର୍ ଶୋ'ରେ ଲାଗିଲା ବ୍ୟାନ୍ - TELANGANA GOVT BANS PREMIUM SHOW

'ପୁଷ୍ପା 2' ସ୍କ୍ରିନିଂ ସମୟରେ ଜଣେ ମହିଳା ମୃତ୍ୟୁ ଘଟଣା । ଆକ୍ସନ ମୋଡରେ ତେଲେଙ୍ଗାନା ସରକାର । ପ୍ରିମିୟର୍ ଶୋ' ଉପରେ ଲଗାଇଲେ ବ୍ୟାନ୍ ।

TELANGANA GOVT BANS PREMIUM SHOW
TELANGANA GOVT BANS PREMIUM SHOW (film poster)
author img

By ETV Bharat Entertainment Team

Published : Dec 6, 2024, 2:28 PM IST

ହାଇଦ୍ରାବାଦ: ଗୋଟିଏ ପଟେ 'ପୁଷ୍ପା ୨- ଦ ରୁଲ' ବକ୍ସ ଅଫିସରେ ଦମଦାର ପ୍ରଦର୍ଶନ ସହ ମୋଟା ଅଙ୍କର ରୋଜଗାର କରୁଥିବା ବେଳେ ଅନ୍ୟ ପଟେ ଫିଲ୍ମର ପ୍ରିମିୟର ସମୟରେ ଜଣେ ମହିଳାଙ୍କ ମୃତ୍ୟୁ ଓ ତାଙ୍କ ପୁଅ ଗୁରୁତର ଘଟଣା ସମସ୍ତଙ୍କୁ ଦୋହାଲାଇ ଦେଇଛି । ଏହି ଘଟଣା ନେଇ ଅଲ୍ଲୁ ଅର୍ଜୁନ ଏବଂ ଫିଲ୍ମ ନିର୍ମାତାଙ୍କ ବିରୋଧରେ ମାମଲା ରୁଜୁ କରି ପୋଲିସ ତଦନ୍ତ ମଧ୍ୟ ଆରମ୍ଭ କରିଛି। ଏପରି ସମୟରେ ତେଲଙ୍ଗାନା ସରକାର ମଧ୍ୟ ଆକ୍ସନ ନେଇଛନ୍ତି । ପ୍ରିମିୟର ଶୋ'ରେ ବ୍ୟାନ ଲଗାଇଛନ୍ତି ସରକାର ।

'ପ୍ରିମିୟର ଶୋ'ରେ ବ୍ୟାନ'

ତେଲେଙ୍ଗାନା ସରକାର ଚଳଚ୍ଚିତ୍ରର Paid Show ଏବଂ ପ୍ରିମିୟର୍ ଶୋ' ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏନେଇ ଟ୍ରେଡ ଆନାଲିଷ୍ଟ ବିଜୟ ମନୋବବାଲାନ ଏହି ଖବର ସେୟାର କରିଛନ୍ତି । ସେ ଏକ୍ସରେ ଏକ ପୋଷ୍ଟ କରି ଲେଖିଛନ୍ତି, ଫିଲ୍ମ ଗୁଡ଼ିକର Paid Show ଏବଂ ପ୍ରିମିୟର୍ ଶୋ' ଉପରେ ତେଲେଙ୍ଗାନା ସରକାର ବ୍ୟାନ କରିଛନ୍ତି । କହିରଖୁଛୁ କି, ହାଇଦ୍ରାବାଦରେ 'ପୁଷ୍ପା ୨' ପ୍ରିମିୟର ସମୟରେ ଲୋକଙ୍କ ଭିଡ଼ ସହ ଠେଲାପେଲା ପରିସ୍ଥିତି ଉପୁଜିଥିଲା । ଫଳରେ ଏହି ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପୁଅ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ରହିଛନ୍ତି । ଏହି ଘଟଣା ପରେ ଏବେ ତେଲେଙ୍ଗାନା ସରକାର ଏପରି ପଦକ୍ଷେପ ନେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଫ୍ୟାନ୍ ମୃତ୍ୟୁ ଘଟଣା, ଅଲ୍ଲୁ ଅର୍ଜୁନଙ୍କ ନାଁରେ ମାମଲା ରୁଜୁ

'ପୁଷ୍ପା 2' ପ୍ରିମିୟର ଶୋ'ରେ ଅଘଟଣ

ରିପୋର୍ଟ ଅନୁଯାୟୀ, ଦିଲସୁଖନଗରର ବାସିନ୍ଦା 39 ବର୍ଷୀୟ ରେବତୀ ତାଙ୍କ ସ୍ୱାମୀ ଭାସ୍କର, ପୁଅ ଏବଂ ଛୋଟ ପିଲାଙ୍କ ସହ 'ପୁଷ୍ପା 2' ଦେଖିବାକୁ ଆସିଥିଲେ। ରାତି ପ୍ରାୟ 10:30 ବେଳେ ରେବତୀ ଏବଂ ତାଙ୍କ ପରିବାର ଥିଏଟରରୁ ବାହାରକୁ ଆସୁଥିବା ବେଳେ ଭିଡ଼ ଜମିଥିଲା । ଏହି ସମୟରେ ଅଲ୍ଲୁ ଅର୍ଜୁନ ମଧ୍ୟ ଥିଏଟରରେ ସାମିଲ ହୋଇଥିଲେ। ଫଳରେ ଫ୍ୟାନ୍ସ ଅଲୁ ଅର୍ଜୁନଙ୍କ ଝଲକ ପାଇବା ପାଇଁ ଥିଏଟରରେ ଭିଡ଼ ଜମାଇଥିଲେ । ଯାହା ଫଳରେ ଠେଲାପେଲା ପରିସ୍ଥିତି ଉପୁଜିଥିଲା । ଏହି ଠେଲାପେଲାରେ ରେବତୀ ଏବଂ ତାଙ୍କ ପରିବାର ଆହତ ହୋଇଥିଲେ। ପୋଲିସ କର୍ମଚାରୀ ଏବଂ ନିକଟସ୍ଥ ଲୋକମାନେ ସଙ୍ଗେ ସଙ୍ଗେ ରେବତୀ ଏବଂ ତାଙ୍କ ପୁଅକୁ ଭିଡ଼ରୁ ଦୂରେଇ ଆଣି ସି.ଆର.ପି. ପରେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା। ପୁଅକୁ ଏକ ସୁପର ସ୍ପେସିଆଲିଟି ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ତାଙ୍କ ଅବସ୍ଥା ଗୁରୁତର ରହିଛି। ଦୁର୍ଭାଗ୍ୟବଶତଃ ରେବତୀଙ୍କ ମୃତ୍ୟୁ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ: ଇତିହାସ ରଚିଲା 'ପୁଷ୍ପା 2', ପ୍ରଥମ ଦିନର ରୋଜଗାର ସହ ବନିଲା ସବୁଠୁ ବଡ ଓପନର୍ ଫିଲ୍ମ

ଅଲ୍ଲୁ ଅର୍ଜୁନଙ୍କ ଟିମଙ୍କ ପ୍ରତିକ୍ରିୟା

ଘଟଣାର ଖବର ପାଇବା ପରେ ଅଲ୍ଲୁ ଅର୍ଜୁନଙ୍କ ଟିମ୍ ପ୍ରତିକ୍ରିୟା ଦେଇ ପୀଡିତଙ୍କ ପରିବାରକୁ ଆବଶ୍ୟକ ସହାୟତା ଯୋଗାଇ ଦେବେ ବୋଲି କହିଛନ୍ତି । ନିର୍ମାତା କହିଛନ୍ତି, 'ଗତକାଲିର ସ୍କ୍ରିନିଂ ସମୟରେ ଘଟିଥିବା ଘଟଣା ଦ୍ୱାରା ଆମେ ଅତ୍ୟନ୍ତ ଦୁଃଖିତ । ଆମର ଚିନ୍ତାଧାରା ଏବଂ ପ୍ରାର୍ଥନା ପରିବାର ସହ ଅଛି । ଛୋଟ ପିଲା ବର୍ତ୍ତମାନ ଚିକିତ୍ସାଧୀନ ରହିଛି । ଏହି ଦୁଃଖଦ ସମୟରେ ଆମେ ସେମାନଙ୍କ ସହ ଠିଆ ହେବୁ ଏବଂ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବାକୁ ଆମେ ପ୍ରସ୍ତୁତ ।''

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.