ETV Bharat / entertainment

6 ଦିନରେ ବିଶ୍ୱରେ 'ପୁଷ୍ପା 2' ଧମାକା, 1000 କୋଟି ଟପିଲା କଲେକ୍ସନ - PUSHPA 2 BOX OFFICE COLLECTION

ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ 'ପୁଷ୍ପା ୨' ସାରା ବିଶ୍ୱରେ ଧମାକା ସୃଷ୍ଟି କରିଛି । ଏହି ଚଳଚ୍ଚିତ୍ର ମାତ୍ର 6 ଦିନରେ 1000 କୋଟି ପାର୍ କରି ଇତିହାସ ରଚିଛି ।

PUSHPA 2 BOX OFFICE COLLECTION
PUSHPA 2 BOX OFFICE COLLECTION (film poster)
author img

By ETV Bharat Entertainment Team

Published : Dec 12, 2024, 11:45 AM IST

ହାଇଦ୍ରାବାଦ: ଦର୍ଶକଙ୍କ ମନ ଜିତୁଛି ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ 'ପୁଷ୍ପା ୨' । ଫିଲ୍ମ ଏହା ବକ୍ସ ଅଫିସରେ ଗୋଟିଏ ପରେ ଗୋଟିଏ ରେକର୍ଡ ସୃଷ୍ଟି କରୁଛି । କେବଳ ଭାରତରେ ନୁହେଁ ସାରା ବିଶ୍ୱରେ ପୁଷ୍ପାରାଜ ଦେଖିବାକୁ ମିଳିଛି । ଫ୍ୟାନ୍ସ ଏହି ଫିଲ୍ମ ଦେଖି ଦିୱାନା ହୋଇଥିବା ବେଳେ ଦିନକୁ ଦିନ ପ୍ରେକ୍ଷାଳୟରେ ଭିଡ଼ ଜମୁଛି । ଏଥିସହ ଫିଲ୍ମ ମୋଟା ଅଙ୍କର ବ୍ୟବସାୟ କରଚାଲିଛି । ଏହିପରି ପୁଷ୍ପା 2 ମାତ୍ର 6 ଦିନ ମଧ୍ୟରେ ବିଶ୍ୱରେ 1000 କୋଟି କ୍ଲବରେ ସାମିଲ ହୋଇ ଇତିହାସ ସୃଷ୍ଟି କରିଛି ।

'ପୁଷ୍ପା 2' ବିଶ୍ୱବ୍ୟାପି କଲେକ୍ସନ

'ପୁଷ୍ପା ୨' ବିଶ୍ୱରେ ମାତ୍ର 6 ଦିନରେ 1000 କୋଟି ପାର୍ କରିବାରେ ସଫଳ ହୋଇଛି । ଏଥିସହ ଏହା ସମସ୍ତ ଫିଲ୍ମର ରେକର୍ଡ ମଧ୍ୟ ଭାଙ୍ଗିଛି । ବର୍ତ୍ତମାନ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ 'ବାହୁବଲୀ 2' ପରେ 1000 କୋଟି କ୍ଲବରେ ସାମିଲ ହୋଇଥିବା ଦ୍ରୁତତମ ଭାରତୀୟ ଚଳଚ୍ଚିତ୍ର ହୋଇପାରିଛି । କଲ୍କି 2898 AD (16 ଦିନ), କେଜିଏଫ୍: ଚାପ୍ଟର 2 (16 ଦିନ), RRR (16) ଦିନ, ଜବାନ (18 ଦିନ), ଏବଂ ପଠାନ୍ (27 ଦିନ) ରେ 100 କୋଟି କ୍ଲବରେ ସାମିଲ ହୋଇଥିଲା । ଅଲ୍ଲୁ ଅର୍ଜୁନ ଷ୍ଟାରର ବିଶ୍ବବ୍ୟାପୀ 1002 କୋଟି ଟଙ୍କା ଆୟ କରି ଇତିହାସ ରଚିଛି ।

'ପୁଷ୍ପା 2' ଭାରତୀୟ ବକ୍ସ ଅଫିସ କଲେକ୍ସନ

ଅଲ୍ଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦାନାଙ୍କ ଫିଲ୍ମ ପ୍ରଥମ ଦିନରେ ବକ୍ସ ଅଫିସରେ 175 କୋଟି ଟଙ୍କା ରୋଜଗାର କରି RRR ରେକର୍ଡ ଭାଙ୍ଗିଥିବାବେଳେ ପୁଷ୍ପା 2 ପ୍ରିଭ୍ୟୁ ଶୋରେ 10.65 କୋଟି ଟଙ୍କା ଆୟ କରିଥିଲା। ଷଷ୍ଠ ଦିନର ରୋଜଗାର ବିଷୟରେ କହିବାକୁ ଗଲେ ଚଳଚ୍ଚିତ୍ରଟି ସମସ୍ତ ଭାଷାରେ 51.55 କୋଟି ଟଙ୍କା ଆୟ କରିଛି । ଏହା ସହ ଭାରତରେ ଫିଲ୍ମର ମୋଟ ରୋଜଗାର 687 କୋଟି ଟଙ୍କା ହୋଇଛି ।

  • ପ୍ରିଭ୍ୟୁ ଶୋ'- 10.65 କୋଟି
  • ପ୍ରଥମ ଦିନ - 164.25 କୋଟି
  • ଦ୍ୱିତୀୟ ଦିନ- 93.8 କୋଟି
  • ତୃତୀୟ ଦିନ- 119.25 କୋଟି
  • ଚତୁର୍ଥ ଦିନ- 141.5 କୋଟି
  • ପଞ୍ଚମ ଦିନ- 64.45 କୋଟି
  • ଷଷ୍ଠ ଦିନ- 51.55 କୋଟି
  • ସପ୍ତମ ଦିନ- 42 କୋଟି

ମୋଟ କଲେକ୍ସନ- 687 କୋଟି

ଏହି ଫିଲ୍ମର ଭାଙ୍ଗିଲା ରେକର୍ଡ

ଭାରତରେ ଏହାର 7 ଦିନର କଲେକ୍ସନ ସହ ଏହି ଚଳଚ୍ଚିତ୍ର ପ୍ରଭାସଙ୍କ 'କଲ୍କି 2898AD' ଏବଂ ଶ୍ରଦ୍ଧା କପୁର ଏବଂ ରାଜକୁମାର ରାଓଙ୍କ 'ସ୍ତ୍ରୀ 2' ର କଲେକ୍ସନକୁ ପଛରେ ପକାଇଛି, ଯାହା ରିଲିଜ୍ ହେବାର 7 ଦିନ ସୁଦ୍ଧା ପ୍ରାୟ 600 କୋଟି ଟଙ୍କା ଆୟ କରିଥିଲା । ଏହାପୂର୍ବରୁ ଏହି ଚଳଚ୍ଚିତ୍ରଟି ରଣବୀର କପୁରଙ୍କ 'ଆନିମଲ' (553.87 କୋଟି ଟଙ୍କା) ଏବଂ ଶାହରୁଖ ଖାନଙ୍କ 'ଜବାନ' (640.25 କୋଟି) କୁ ଟପିଯିବାରେ ସଫଳ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ: 'ପୁଷ୍ପା 2' ସ୍କ୍ରିନିଂରେ ମହିଳା ମୃତ୍ୟୁ ଘଟଣା, ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅଲ୍ଲୁ ଅର୍ଜୁନ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.