ହାଇଦ୍ରାବାଦ: ସିଙ୍ଗାପୁରର ଏକ ସ୍କୁଲରେ ଅଗ୍ନିକାଣ୍ଡରେ ଆନ୍ଧ୍ର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ଏବଂ ପାୱାର ଷ୍ଟାର ପୱନ କଲ୍ୟାଣଙ୍କ ପୁଅ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ମଙ୍ଗଳବାର ୮ ଏପ୍ରିଲରେ ଏକ ସ୍କୁଲ ଅଗ୍ନିକାଣ୍ଡ ଘଟଣାରେ ତାଙ୍କ ପୁଅ ମାର୍କ ଶଙ୍କରଙ୍କ ହାତ ଏବଂ ଗୋଡରେ ଆଘାତ ଲାଗିଛି । ଧୂଆଁ ଯୋଗୁଁ ମାର୍କ ଶଙ୍କର ଅସୁସ୍ଥ ହୋଇଛନ୍ତି । ବର୍ତ୍ତମାନ, ପୱନ କଲ୍ୟାଣଙ୍କ ପୁଅ ମାର୍କ ଶଙ୍କର ସିଙ୍ଗାପୁରର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।
pic.twitter.com/bZePu99g2r BREAKING: Pawan Kalyan’s younger son, Mark Shankar, was injured in a school fire accident. He’s receiving treatment for minor injuries and smoke inhalation. Wishing him a quick and full recovery. #PawanKalyan
— McDowell Murthy (@McD0wellMurthy1) April 8, 2025
ସିଙ୍ଗାପୁର ଯିବେ ପୱନ କଲ୍ୟାଣ
ପୱନ କଲ୍ୟାଣ ବର୍ତ୍ତମାନ ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମ ରାଜୁ ଜିଲ୍ଲା ଗସ୍ତରେ ଅଛନ୍ତି । ସେ ତାଙ୍କର ନିର୍ଦ୍ଧାରିତ କାର୍ଯ୍ୟକ୍ରମ ସମାପ୍ତ କରିବା ପରେ ସିଙ୍ଗାପୁର ଯିବାକୁ ନିଷ୍ପତ୍ତି ନେଇଛନ୍ତି । ପୱନ କଲ୍ୟାଣଙ୍କ ଦଳ ଜନସେନା ପାର୍ଟି ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଛି ଯେ ସେ ତାଙ୍କର ରାଜନୈତିକ କାର୍ଯ୍ୟ ସମାପ୍ତ କରିବା ପରେ ସିଙ୍ଗାପୁର ଯିବେ । ଏହି ସମୟରେ, ରାଜ୍ୟ ଶିକ୍ଷା ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ନାରା ଲୋକେଶ କହିଛନ୍ତି ଯେ ପବନ କଲ୍ୟାଣଙ୍କ ପୁଅ ଶଙ୍କର ସିଙ୍ଗାପୁରର ଏକ ସ୍କୁଲରେ ଅଗ୍ନିକାଣ୍ଡରେ ଆହତ ହୋଇଛନ୍ତି । ଲୋକେଶ ତାଙ୍କ 'ଏକ୍ସ' ହ୍ୟାଣ୍ଡେଲରେ ଏହି ସୂଚନା ଦେଇଛନ୍ତି ଏବଂ ଲେଖିଛନ୍ତି, 'ସିଙ୍ଗାପୁରର ଏକ ସ୍କୁଲରେ ଅଗ୍ନିକାଣ୍ଡ ଘଟଣା ଶୁଣି ମୁଁ ମର୍ମାହତ, ଯେଉଁଥିରେ ପୱନ କଲ୍ୟାଣ ଆନ୍ନାଙ୍କ ପୁଅ ମାର୍କ ଶଙ୍କର ଆହତ ହୋଇଛନ୍ତି ।' ମୁଁ ତାଙ୍କର ଶୀଘ୍ର ଏବଂ ସମ୍ପୂର୍ଣ୍ଣ ଆରୋଗ୍ୟ କାମନା କରୁଛି । ଏହି କଷ୍ଟକର ସମୟରେ ପରିବାରକୁ ଶକ୍ତି ଏବଂ ପ୍ରାର୍ଥନା ।'
ଏହା ମଧ୍ୟ ପଢନ୍ତୁ: 'ଇଏ ପୱନ ନୁହେଁ ତୁଫାନ'; ଏନଡିଏ ବୈଠକରେ ପୱନଙ୍କ ପ୍ରଶଂସାରେ ଶତମୁଖ ମୋଦି
Shocked to hear about the fire accident at a school in Singapore in which @PawanKalyan Anna's son, Mark Shankar, sustained injuries. Wishing him a speedy and full recovery. Strength and prayers to the family during this tough time.
— Lokesh Nara (@naralokesh) April 8, 2025
କହିରଖୁଛୁ କି, ପୱନ କଲ୍ୟାଣ ୨୦୧୩ରେ ଆନ୍ନା ଲେଜନେଭାଙ୍କୁ ବିବାହ କରିଥିଲେ । ଏହା ପବନ କଲ୍ୟାଣଙ୍କ ତୃତୀୟ ବିବାହ । ଏହି ଦମ୍ପତିଙ୍କ ଦୁଇଟି ସନ୍ତାନ ଅଛନ୍ତି - ପୁଅ ମାର୍କ ଏବଂ ଝିଅ ପୋଲେନା । ପୱନ କଲ୍ୟାଣଙ୍କ ଦ୍ୱିତୀୟ ପତ୍ନୀ ରେଣୁ ଦେଶାଇଙ୍କଠାରୁ ତାଙ୍କର ଗୋଟିଏ ପୁଅ ଅକିରା ଏବଂ ଗୋଟିଏ ଝିଅ ଆଧୱା ଅଛନ୍ତି, ଯାହାଙ୍କୁ ସେ ୨୦୧୨ ମସିହାରେ ଛାଡପତ୍ର ଦେଇଥିଲେ । ବର୍ତ୍ତମାନ ପୱନ କଲ୍ୟାଣ ବର୍ତ୍ତମାନ ଆନ୍ଧ୍ର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରୁଛନ୍ତି । ତାଙ୍କ ଦଳର ସାମ୍ପ୍ରତିକ ନିର୍ବାଚନୀ ସଫଳତା ପରେ ସେ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି । ଏଥିସହ ସେ ଫିଲ୍ମରେ ମଧ୍ୟ ଆକ୍ଟିଭ ରହିଛନ୍ତି । ତାଙ୍କର ଆଗାମୀ ପ୍ରୋଜେକ୍ଟରେ କାମ କରୁଛନ୍ତି । ପବନ କଲ୍ୟାଣଙ୍କ ଦୁଇଟି ବହୁ ପ୍ରତୀକ୍ଷିତ ସିନେମା ଅଛି- ହରି ହରା ବୀରା ମଲ୍ଲୁ ଏବଂ ଦେ କଲ୍ ହିମ୍ ଓଜି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ