ETV Bharat / entertainment

୧୭ ବର୍ଷୀୟ ଟିକଟକ ଷ୍ଟାର୍ ସନା ୟୁସୁଫଙ୍କୁ ଗୁଳି କରି ହତ୍ୟା - SANA YOUSAF SHOT DEAD

୧୭ ବର୍ଷୀୟା ଟିକଟକ୍ ଷ୍ଟାର ସନା ୟୁସୁଫଙ୍କୁ ଘରେ ଗୁଳି କରି ହତ୍ୟା କରାଯାଇଛି । ପୋଲିସ ମାମଲାର ତଦନ୍ତ କରୁଛି ।

SANA YOUSAF SHOT DEAD
SANA YOUSAF SHOT DEAD (Photo: ANI)
author img

By ETV Bharat Entertainment Team

Published : June 3, 2025 at 1:12 PM IST

1 Min Read

ହାଇଦ୍ରାବାଦ: ଚାଞ୍ଚଲ୍ୟକର ଖବର । ୧୭ ବର୍ଷୀୟା ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଏବଂ ଟିକଟକ୍ ଷ୍ଟାର ସନା ୟୁସୁଫଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଏହି ଘଟଣା ପାକିସ୍ତାନର ଇସଲାମାବାଦରେ ଘଟିଛି । ରିପୋର୍ଟ ଅନୁଯାୟୀ, ସନା ୟୁସୁଫଙ୍କୁ ଜୁନ୍ ୨, ସୋମବାର ରାତିରେ ଇସଲାମାବାଦର G-୧୩ ସେକ୍ଟରରେ ତାଙ୍କ ଘର ଭିତରେ ଗୁଳି କରି ହତ୍ୟା କରାଯାଇଛି । ଏହି ଘଟଣା ସମସ୍ତଙ୍କୁ ଚକିତ କରିଛି ।

ସନା ୟୁସୁଫଙ୍କୁ ଗୁଳି କରି ହତ୍ୟା

ପୋଲିସ ରିପୋର୍ଟରୁ ପ୍ରକାଶ ଯେ ଜଣେ ଅଜଣା ଆକ୍ରମଣକାରୀ ସନାଙ୍କ ଘରକୁ ଆସି ତାଙ୍କୁ ଗୁଳି କରିଥିଲେ ଏବଂ ପରେ ଘଟଣାସ୍ଥଳରୁ ଫେରାର ହୋଇଥିଲେ । ଏକ ନ୍ୟୁଜ୍ ପୋର୍ଟାଲ୍ ଅନୁଯାୟୀ, ସନ୍ଦିଗ୍ଧ ବ୍ୟକ୍ତି ଜଣେ ଅତିଥି ହୋଇପାରେ ଯିଏ ସେତେବେଳେ ସନାଙ୍କୁ ଭେଟିବାକୁ ଆସିଥିଲେ । ଗୁଳିକାଣ୍ଡ ପଛରେ ଉଦ୍ଦେଶ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଘଟଣାର ଖବର ପାଇ ସୁମ୍ୱଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତକରିଛି ଏବଂ ପୋଷ୍ଟମର୍ଟମ୍ ପାଇଁ ପାକିସ୍ତାନ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ (ପିଆଇଏମ୍ଏସ୍) ପଠାଇଛି । ଏଥିସହ ମାମଲା ରୁଜୁ କରି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଖୋଜାଖୋଜି ଆରମ୍ଭ କରିଛନ୍ତି ।

ଜନ୍ମଦିନରେ ହତ୍ୟା

ହତ୍ୟାର ଗୋଟିଏ ଦିନ ପୂର୍ବରୁ ସନା ତାଙ୍କ ଜନ୍ମଦିନ ପାଳନ କରିଥିଲେ । ତାଙ୍କ ଇନଷ୍ଟାଗ୍ରାମରେ ଜନ୍ମଦିନ ସେଲିବ୍ରେସନର ଭିଡିଓ ସେୟାର କରିଥିଲେ । ତେବେ ହତ୍ୟା ପଛର ଉଦ୍ଦେଶ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । କିନ୍ତୁ ପୋଲିସ ବ୍ୟକ୍ତିଗତ ବିବାଦ, ସାମାଜିକ ଉତ୍ତେଜନା କିମ୍ବା ସମ୍ଭାବ୍ୟ ସମ୍ମାନ ଅପରାଧ ସମେତ ଅନେକ ଦିଗ ଉପରେ ତଦନ୍ତ କରୁଛନ୍ତି । ଏପର୍ଯ୍ୟନ୍ତ କୌଣସି ଗିରଫ କରାଯାଇ ନାହିଁ ଏବଂ ତଦନ୍ତ ଜାରି ରହିଛି ।

ଏହା ମଧ୍ୟ ପଢନ୍ତୁ: ଆରପାରିରେ ଟିଭି ଅଭିନେତା ବିଭୁ ରାଘବ, କ୍ୟାନ୍ସରରେ ହାରିଲେ ଜୀବନ

ସନା ୟୁସୁଫ କିଏ ଥିଲେ ?

କହିରଖୁଛୁ କି, ଖୈବର ପଖତୁନଖ୍ୱାର ଉପର ଚିତ୍ରାଲର ବାସିନ୍ଦା ସାନା, ଟିକଟ୍‌କରେ ପ୍ରସିଦ୍ଧ ହୋଇଯାଇଥିଲେ । ସନା ୟୁସୁଫ ଅନଲାଇନରେ ବହୁତ ସଂଖ୍ୟାରେ ଫଲୋଅର୍ସ ହାସଲ କରିଥିଲେ । ଇନଷ୍ଟାଗ୍ରାମରେ ସନା ୟୁସୁଫଙ୍କର 4 ନିୟୁତରୁ ଅଧିକ ଫଲୋଅର୍ସ ଥିଲେ । ତାଙ୍କ ହଠାତ୍ ମୃତ୍ୟୁରେ ପ୍ରଶଂସକମାନେ ମର୍ମାହତ ହୋଇଛନ୍ତି । ଏହି ହତ୍ୟାକାଣ୍ଡ ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ସେପଟେ ସୋସିଆଲ ମିଡିଆରେ ଘଟଣା ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଅନେକ ସନାଙ୍କ ପାଇଁ ନ୍ୟାୟ ଦାବି କରୁଛନ୍ତି ଏବଂ ସୋସିଆଲ ମିଡିଆରେ #JusticeForSana ଏବଂ #ArrestHim ଉଭୟ ଟ୍ରେଣ୍ଡ କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.