ETV Bharat / entertainment

ଓଡ଼ିଆ ଫିଲ୍ମ 'ପୁଷ୍କରା ଓ ଦ ସି ଆଣ୍ଡ ସେଭନ ଭିଲେଜେସ'କୁ ଜାତୀୟ ପୁରସ୍କାର

'ପୁଷ୍କରା-ଦ ସି ଆଣ୍ଡ ସେଭନ ଭିଲେଜେସ' ସମେତ ଏହି ଓଡ଼ିଆ ଫିଲ୍ମ ହାତେଇଲା 71ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର । ପ୍ରକୃତି ମିଶ୍ର ବି ସମ୍ମାନିତ ।

71ST NATIONAL FILM AWARDS
71ତମ ଜାତୀୟ ପୁରସ୍କାର (ETV Bharat Odisha)
author img

By ETV Bharat Entertainment Team

Published : September 23, 2025 at 4:29 PM IST

2 Min Read
Choose ETV Bharat

ହାଇଦ୍ରାବାଦ: ଜାତୀୟ ସ୍ତରରେ ଚମକିଲା ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି । ଓଡ଼ିଆ ଚଳଚ୍ଚିତ୍ର 'ପୁଷ୍କରା' ସମେତ 'ଦ ସି ଆଣ୍ଡ ସେଭନ ଭିଲେଜେସ୍' ଓ 'ମୋ ବୋଉ, ମୋ ଗାଁ' ନାଁ ବ୍ୟତୀତ ଓଡିଆ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଜାତୀୟ ପୁରସ୍କାର ପାଇଛନ୍ତି । ଆଜି (ସେପ୍ଟେମ୍ୱର 23) ନୂଆଦିଲ୍ଲୀରେ ଆୟୋଜିତ 71 ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଜେତାଙ୍କୁ ସମ୍ମାନିତ କରିଛନ୍ତି ।

pushkara receives 71st national award
'ପୁଷ୍କରା'କୁ ଜୀତାୟ ପୁରସ୍କାର (Screenshot)

ଜାତୀୟ ସ୍ତରରେ ଓଲିଉଡର କମାଲ୍

ଶ୍ରେଷ୍ଠ ଫିଚର ଚଳଚ୍ଚିତ୍ର ଭାବେ 'ପୁଷ୍କରା' ଓ 'ଦ ସି ଆଣ୍ଡ ସେଭନ ଭିଲେଜେସ୍' ନନ ଫିଚର ଫିଲ୍ମ (non feature film, special mention) ଏବଂ 'ମୋ ବୋଉ, ମୋ ଗାଁ' (non feature film, best biographical/ historical reconstruction/complication film) ପାଇଁ ସମ୍ମାନିତ ହୋଇଛନ୍ତି । ସେହିପରି ଓଲିଉଡ ଅଭିନେତ୍ରୀ ପ୍ରକୃତି ମିଶ୍ର ମଧ୍ୟ ଜୁରୀ ସଦସ୍ୟା ଭାବେ ଜାତୀୟ ପୁରସ୍କାର ପାଇଛନ୍ତି । ଯାହା ଓଡ଼ିଶା ଏବଂ ଓଲିଉଡ ଇଣ୍ଡଷ୍ଟ୍ରି ପାଇଁ ଗର୍ବର ବିଷୟ । କହିରଖୁଛୁ କି, ଏହି ପୁରସ୍କାର ୨୦୨୩ ବର୍ଷ ପାଇଁ ରହିଥିବା ବେଳେ ବିଜେତାଙ୍କ ନାମ ଅଗଷ୍ଟ ୧ ତାରିଖରେ ଘୋଷଣା କରାଯାଇଥିଲା । ତେବେ ଆଜି ରାଷ୍ଟ୍ରପତି ସମସ୍ତ ବିଜେତାଙ୍କୁ ସମ୍ମାନିତ କରିଛନ୍ତି ।

mo bou mo gaon receives 71st national award
'ମୋ ବୋଉ, ମୋ ଗାଁ' କୁ ଜୀତାୟ ପୁରସ୍କାର (Screenshot)

'ଦ ସି ଆଣ୍ଡ ସେଭନ ଭିଲେଜେସ୍'କୁ ଜାତୀୟ ପୁରସ୍କାର

'ଦ ସି ଆଣ୍ଡ ସେଭନ ଭିଲେଜେସ୍' ପାଇଁ ଜାତୀୟ ପୁରସ୍କାର ଗ୍ରହଣ କରିଛନ୍ତି ଫିଲ୍ମର ନିର୍ମାତା ତଥା କାଦମ୍ବିନୀ ପତ୍ରିକାର ସମ୍ପାଦିକା ଡ. ଇତି ରାଣୀ ସାମନ୍ତ । ଏହି ଫିଲ୍ମର ନିର୍ଦ୍ଦେଶକ ହିମାଂଶୁ ଖଟୁଆଙ୍କୁ ମଧ୍ୟ ଜାତୀୟ ପୁରସ୍କାରରେ ସମ୍ମାନିତ କରାଯାଇଛି । 'ଦ ସି ଆଣ୍ଡ ସେଭନ ଭିଲେଜେସ୍' ଫିଲ୍ମ ବିଷୟରେ କହିବାକୁ ଗଲେ, 'ଦ ସି ଆଣ୍ଡ ସେଭନ ଭିଲେଜେସ୍' ନନ ଫିଚର ଫିଲ୍ମ (non feature film, special mention)ରେ ମନୋନୀତ । ପୂର୍ବରୁ ଏହି ସିନେମାଟି ଦେଶ ବିଦେଶର ଅନେକ ଚଳଚିତ୍ର ଉତ୍ସବରେ ସ୍ଥାନ ପାଇ ସଫଳତା ସାଉଁଟିଛି । ସେଥିମଧ୍ୟରୁ କେରଳ ଫିଲ୍ମ ଫେଷ୍ଟିଭାଲ, ଜାଗରଣ ଫିଲ୍ମ ଫେଷ୍ଟିଭାଲ, ୟୁ ଏସର ଲେନ ଡକ ଫିଲ୍ମ ଫେଷ୍ଟିଭାଲ, 25th ମଦୁରାଇ ଇଣ୍ଟରନେସନଲ ଡକ୍ୟୁମେଣ୍ଟାରୀ ସର୍ଟ ଫିଲ୍ମ ଫେଷ୍ଟିଭାଲ, 10th ସିଲିଗୁଡି ସର୍ଟ ଆଣ୍ଡ ଡକ୍ୟୁମେଣ୍ଟାରୀ ଫିଲ୍ମ ଫେଷ୍ଟିଭାଲ ଅନ୍ୟତମ । ଏଥିସହ 54ତମ ଇଣ୍ଡିଆନ ପାନାରୋମାରେ ଏହା ପ୍ରଦର୍ଶିତ ହୋଇ ଲୋକପ୍ରିୟତା ହାସଲ କରିଥିଲା ।

ଏହା ମଧ୍ୟ ପଢନ୍ତୁ: 71ତମ ଜାତୀୟ ପୁରସ୍କାର; ସାତଭାୟାବାସୀଙ୍କୁ ଶ୍ରେୟ ଦେଲେ ହିମାଂଶୁ, 'ଭୁଲିହେବନି ଅନୁଭୂତି' କହିଲେ ସବ୍ୟ

'ପୁଷ୍କରା' ହାତେଇଲା ଜାତୀୟ ପୁରସ୍କାର

'ପୁଷ୍କରା' ପାଇଁ ନିର୍ମାତା ଲିତିସା ମଙ୍ଗତ ଏବଂ ନିର୍ଦ୍ଦେଶକ ଶୁଭ୍ରାଂଶୁ ଦାସ ରାଷ୍ଟ୍ରପତିଙ୍କ ଠାରୁ ଜାତୀୟ ପୁରସ୍କାର ଗ୍ରହଣ କରିଛନ୍ତି । 'ପୁଷ୍କରା' ବିଷୟରେ କହିବାକୁ ଗଲେ, 'ପୁଷ୍କରା' ସେପ୍ଟେମ୍ୱର 19, 2023ରେ ରିଲିଜ ହୋଇଥିଲା । ଶଙ୍କର ତ୍ରିପାଠୀଙ୍କ ରଚିତ ଓଡ଼ିଆ ଉପନ୍ୟାସ 'ନାଦ ବିନ୍ଦୁ'ରୁ ପ୍ରସ୍ତୁତ ହୋଇଛି ଚଳଚିତ୍ର ପୁଷ୍କରା । ଏହି ଫିଲ୍ମର କାହାଣୀ ଏବଂ ସଂଳାପ ମଧ୍ୟ ଶଙ୍କର ତ୍ରିପାଠୀ ଲେଖିଥିବା ବେଳେ ଶୁଭ୍ରାଂଶୁ ଦାସ ନିର୍ଦ୍ଦେଶନା ଦେଇଥିଲେ । ଏହି ଫିଲ୍ମରେ ଅଭିନେତା ସବ୍ୟସାଚୀ ମିଶ୍ର ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଏହି ଫିଲ୍ମ ଶ୍ରେଷ୍ଠ ଫିଚର ଫିଲ୍ମ ଭାବେ ଜାତୀୟ ପୁରସ୍କାର ହାତେଇଛି ।

ଏହା ମଧ୍ୟ ପଢନ୍ତୁ: ଦେଶର ସର୍ବକନିଷ୍ଠ 'ଜୁରୀ' ପ୍ରକୃତି, କହିଲେ ମନୋନୀତ ପଛର କାରଣ

ସର୍ବକନିଷ୍ଠ 'ଜୁରୀ' ଭାବେ ପ୍ରକୃତିଙ୍କୁ ଜାତୀୟ ପୁରସ୍କାର

ପ୍ରକୃତି ମିଶ୍ର ସର୍ବକନିଷ୍ଠ 'ଜୁରୀ' ଭାବେ ଜାତୀୟ ପୁରସ୍କାର ହାତେଇଛନ୍ତି । ସେ ଏହି ପୁରସ୍କାର ହାତେଇଥିବା ରାଜ୍ୟର ପ୍ରଥମ ମହିଳା ଅଭିନେତ୍ରୀ । ଏହା ପ୍ରଥମ ଥର ନୁହେଁ ପ୍ରକୃତି ପୂର୍ବରୁ ମଧ୍ୟ ଜାତୀୟ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । 2019ରେ ଓଡ଼ିଆ ଚଳଚ୍ଚିତ୍ର "ହେଲୋ ଆର୍ସି" ରେ ତାଙ୍କ ଅଭିନୟ (ବିଶେଷ ଉଲ୍ଲେଖ) ପାଇଁ 65ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା । ବିଶେଷ ଉଲ୍ଲେଖ ସହ, ଏହି ଚଳଚ୍ଚିତ୍ରଟି ଶ୍ରେଷ୍ଠ ଓଡ଼ିଆ ଫିଚର ଚଳଚ୍ଚିତ୍ର ଏବଂ ଶ୍ରେଷ୍ଠ ସଂଳାପର ପୁରସ୍କାର ମଧ୍ୟ ଜିତିଥିଲା । ସେତେବେଳେ ବି ପ୍ରକୃତି ସର୍ବକନିଷ୍ଠ କଳାକାର ଭାବେ ଜାତୀୟ ପୁରସ୍କାର ପାଇଥିବା ବେଳେ ବର୍ତ୍ତମାନ ପୁଣିଥରେ ଏତେ କମ ବୟସରେ ଜୁରୀ ସଦସ୍ୟା ଭାବେ ଜାତୀୟ ପୁରସ୍କାର ପାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ