ETV Bharat / entertainment

ପରଦାକୁ ଆସିଲା ଓଡ଼ିଆ ଫିଲ୍ମ 'ଆଜିର ରେବତୀ' ଓ 'ଡଷ୍ଟବିନ', ଭିନ୍ନ ସ୍ୱାଦର ଫିଲ୍ମ ଦେଖିଲେ ଦର୍ଶକ - ODIA FILM RELEASE

ପରଦାକୁ ଆସିଲା ଓଡ଼ିଆ ଫିଲ୍ମ 'ଆଜିର ରେବତୀ' ଓ 'ଡଷ୍ଟବିନ' । ଗୋଟିଏ ନାରୀ କେନ୍ଦ୍ରିକ ଫିଲ୍ମ ହୋଇଥିବା ବେଳେ ଅନ୍ୟଟି ଡଷ୍ଟବିନକୁ ନେଇ ପ୍ରସ୍ତୁତ ।ଭିନ୍ନ ସ୍ୱାଦର ଫିଲ୍ମ ଦର୍ଶକଙ୍କ ମନକୁ ଛୁଇଁଛି।

ajira rebati and dustbin release
ajira rebati and dustbin release (film poster)
author img

By ETV Bharat Entertainment Team

Published : April 12, 2025 at 12:27 PM IST

2 Min Read

ଭୁବନେଶ୍ୱର: ଫିଲ୍ମି ଫ୍ରାଇଡରେ ରିଲିଜ ହେଲା ନାରୀ କୈନ୍ଦ୍ରିକ ଓଡ଼ିଆ ଫିଲ୍ମ 'ଆଜିର ରେବତୀ' ଓ ସମସ୍ତଙ୍କ ଜୀବନର ମୁକସାକ୍ଷୀ ସାଜିଥିବା ଡଷ୍ଟବିନକୁ ନେଇ ପ୍ରସ୍ତୁତ ଫିଲ୍ମ 'ଡଷ୍ଟବିନ୍‌' । ଉଭୟ ଫିଲ୍ମର କାହାଣୀ ଭିନ୍ନ ରହିଥିବା ବେଳେ ପ୍ରଥମ ଦିନରେ ଫିଲ୍ମ ଦେଖିବାକୁ ଦର୍ଶକଙ୍କ ଭିଡ଼ ଜମିଥିଲା । ଫିଲ୍ମର ଷ୍ଟାରକାଷ୍ଟ ସହ ଦର୍ଶକ ଫିଲ୍ମକୁ ଉପଭୋଗ କରିଥିଲେ । 'ଆଜିର ରେବତୀ' ଶିକ୍ଷା ଓ ସଚେତନତାର ବାର୍ତ୍ତା ଦେବା ସହ ନାରୀ କେନ୍ଦ୍ରିକ ଫିଲ୍ମ ହୋଇଥିବା ବେଳେ ଦର୍ଶକଙ୍କ ମନକୁ ଛୁଇଁଛି । ସଫେଇ କର୍ମଚାରୀର ଅକୁହା କାହାଣୀକୁ ପ୍ରତିପାଦିତ କରୁଛି ଫିଲ୍ମ 'ଡଷ୍ଟବିନ୍' ।

odia film ajira rebati release (ETV Bharat Odisha)
odia film dustbin release (ETV Bharat Odisha)

'ଆଜିର ରେବତୀ' କାହାଣୀ

ଗାଳ୍ପିକ ତଥା ଗୀତିକାର ଡ଼. ବଦ୍ରି ମିଶ୍ର ଦୀର୍ଘ ୨୫ ବର୍ଷ ପୂର୍ବେ ସୃଷ୍ଟି କରିଥିବା କ୍ଷୁଦ୍ର ଗଳ୍ପ 'ରେବତୀ'ର କାହାଣୀକୁ ନେଇ ଓଡ଼ିଆ ସିନେ ଦୁନିଆର ବହୁ ଅଭିଜ୍ଞ ସଂଳାପକାର ଶ୍ୟାମା ପ୍ରସାଦ ମିଶ୍ର 'ଆଜିର ରେବତୀ' ସିନେମାର ସଂଳାପ ରଚନା କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଭାଙ୍ଗି ଯାଉଥିବା ସମାଜକୁ ଗଢି ତୋଳିବା, ଉଜୁଡି ଯାଉଥିବା ସଂସାରକୁ ସଜାଡି ଦେବା ସହ ନାରୀ ଶିକ୍ଷାକୁ ନେଇ ଓଡ଼ିଆ ସିନେମା 'ଆଜିର ରେବତୀ' ଓଡ଼ିଆ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ପାଇଁ ଏକ ଆନ୍ଦୋଳନ ଓ ବିପ୍ଳବ ସୃଷ୍ଟି କରିବ ବୋଲି ପ୍ରଯୋଜନା ସଂସ୍ଥା ଦୃଢୋକ୍ତି ପ୍ରକାଶ କରିଛନ୍ତି । ଆଉ ସିନେମାଟି ହାଉସଫୁଲ ରହିଥିବା ବେଳେ ଦର୍ଶକ ମନକୁ ବେଶ ଛୁଇଁଥିଲା ଯାହା ଶେଷ ପର୍ଯ୍ୟନ୍ତ ସମସ୍ତଙ୍କୁ ବାନ୍ଧି ରଖିଥିଲା ।

ଏହା ମଧ୍ୟ ପଢନ୍ତୁ: 'ଏହି ଫିଲ୍ମ ଉପରେ ନିର୍ଭର ଆଗାମୀ ଭବିଷ୍ୟ...' ଓଲିଉଡରେ ଜଲୱା ଦେଖାଇପାରିବେ କି ଏହି ବଙ୍ଗାଳୀ ଅଭିନେତା ?

'ଆଜିର ରେବତୀ' ଷ୍ଟାରକାଷ୍ଟ

'ଆଜିର ରେବତୀ' ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଓଡ଼ିଆ ଅଭିନେତ୍ରୀ ଶୀତଲ ପାତ୍ର ନଜର ଆସିଥିବା ବେଳେ ତାଙ୍କ ବିପକ୍ଷରେ ବଙ୍ଗାଳୀ ଅଭିନେତା ବୋନି ସେନଗୁପ୍ତା ନଜର ଆସିଛନ୍ତି । ଯିଏ ଏହି ଫିଲ୍ମ ସହ ଓଲିଉଡରେ ଡେବ୍ୟୁ କରିଛନ୍ତି । ଏମାନଙ୍କ ବ୍ୟତୀତ ପୁଷ୍ପା ପଣ୍ଡା, ପୃଥ୍ଵୀରାଜ ନାୟକ, କଲିକତାର ଫିଲ୍ମ ଷ୍ଟାର ବୋନି ସେନଗୁପ୍ତା, ସୁକାନ୍ତ ରଥ, ରବି ମିଶ୍ର, ଉଷାଶୀ ମିଶ୍ର, ପ୍ରମୁଖ ଅଭିନୟ କରିଛନ୍ତି । ଯୁବ ପ୍ରଯୋଜକ ରମେଶ ବାରିକ ଆଜିର ରେବତୀ ସିନେମାର ପ୍ରଯୋଜନା କରିଛନ୍ତି । ସିନେମାକୁ ନିର୍ଦ୍ଦେଶନା ଦେଇଛନ୍ତି ଶୁଭ୍ରାଂଶୁ ଦାସ । ଶୁଭ୍ରାଂଶୁ, ମୁମ୍ବାଇକୁ ନିଜର କର୍ମକ୍ଷେତ୍ର କରିଥିବା ବିଶିଷ୍ଟ ଚିତ୍ର ଉତ୍ତୋଳନକାରୀ ବା ଡାଇରେକ୍ଟର ଅଫ ଫୋଟୋଗ୍ରାଫି ଭାବେ ଅନେକ ଓଡ଼ିଆ, ହିନ୍ଦୀ ଓ ଅନ୍ୟାନ୍ୟ ଭାଷାରେ କାର୍ଯ୍ୟ କରିଛନ୍ତି । ଜଣେ ମହିଳା ସିନେ ଚିତ୍ର ଉତ୍ତୋଳନକାରୀ କୁହୁ ମଲ୍ଲ 'ଆଜିର ରେବତୀ' ସିନେମାର ଚିତ୍ରତ୍ତୋଳନ ଦାୟିତ୍ୱ ବହନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଓଡ଼ିଆ ଫିଲ୍ମ 'ଡଷ୍ଟବିନ୍‌' ଅଡିଓ ରିଲିଜ କଲେ ବିଏମସି ମେୟର, ଏହି ଦିନ ପରଦାକୁ ଆସିବ

'ଡଷ୍ଟବିନ୍‌' କାହାଣୀ ଓ ଷ୍ଟାରକାଷ୍ଟ

ସାଧାରଣ ପ୍ରେମ କାହାଣୀରେ ଡଷ୍ଟବିନ କେମିତି ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରେ ତାର ନିଆରା ନଜିର ରହିଛି ଏହି ଚଳଚ୍ଚିତ୍ରରେ । ଏହାର କାହାଣୀ, ଚିତ୍ରନାଟ୍ୟ, ସଙ୍ଗୀତ ନିର୍ଦ୍ଦେଶନା ଓ ନିର୍ଦ୍ଦେଶନା ସହିତ ନାୟକ ଭୂମିକାରେ ଅଛନ୍ତି ପପୁ ପମ୍ ପମ୍ । କେ. କେ ସାହୁ ଫିଲ୍ମର ପ୍ରଯୋଜକ ଥିବା ବେଳେ କାର୍ଯ୍ୟକାରୀ ପ୍ରଯୋଜକ ଅଛନ୍ତି ପ୍ରଦୀପ୍ତ ସ୍ୱାଇଁ। ଡ ଦୀପକ ଜେନା ସଂଳାପ ରଚନା କରିଛନ୍ତି । କ୍ୟାମେରା ପରିଚାଳନା କରିଛନ୍ତି ଶୁଭମ । ନାୟକ ଭୂମିକାରେ ପପୁ ପମ୍ ପମ୍ ଥିବା ବେଳେ ଏଥିରେ ତାଙ୍କର ନାୟିକା ସାଜିଛନ୍ତି ପ୍ରାଚୀ । ଅନ୍ୟ ପକ୍ଷରେ ଚର୍ଚ୍ଚିତ ଦୁଇ ତାରକା ସୁକୁମାର ଟୁଡୁ ଓ ଦ୍ବୀପାନ୍ୱିତ ଦାସ ମହାପାତ୍ର ଦୁଇ ଦମଦାର ଭୂମିକାରେ ନଜର ଆସିଛନ୍ତି । ଅନ୍ୟାନ୍ୟ ଚରିତ୍ରରେ ଚୌଧୁରୀ ଜୟପ୍ରକାଶ ଦାସ, ସ୍ମିତା ମହାନ୍ତି, ଜୀବନ ପଣ୍ଡା, ଅରବିନ୍ଦ ଷଡ଼ଙ୍ଗୀ, ପୁଷ୍ପାଞ୍ଜଳି ସାହୁ,ଟୁକୁନା ଷ୍ଟାଇଲିସ, ମନୋଜ ସ୍ୱାଇଁ ଓ ଶିଶୁ କଳାକାର ଏସ. କ୍ରିତିକା ପ୍ରମୁଖ ଅଭିନୟ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.