ETV Bharat / entertainment

ଦେଶର ସର୍ବକନିଷ୍ଠ 'ଜୁରୀ' ପ୍ରକୃତି, କହିଲେ ମନୋନୀତ ପଛର କାରଣ

ଓଡ଼ିଆ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଜାତୀୟ ପୁରସ୍କାର । ସର୍ବକନିଷ୍ଠ 'ଜୁରୀ' ଭାବେ ସେ ଏହି ଆୱାର୍ଡ ପାଇ ରାଜ୍ୟ ଓ ଇଣ୍ଡଷ୍ଟ୍ରି ପାଇଁ ଆଣିଛନ୍ତି ଗୌରବ ।

PRAKRUTI MISHRA
PRAKRUTI MISHRA (ETV Bharat Odisha)
author img

By ETV Bharat Entertainment Team

Published : August 5, 2025 at 2:00 PM IST

2 Min Read
Choose ETV Bharat

ଭୁବନେଶ୍ବର: ଓଡ଼ିଶା ପାଇଁ ଗୌରବ ଆଣିଲେ ଅଭିନେତ୍ରୀ ପ୍ରକୃତି ମିଶ୍ର । ସର୍ବକନିଷ୍ଠ 'ଜୁରୀ' ଭାବେ ଜାତୀୟ ପୁରସ୍କାରରେ ନିଜ ନାଁ ସାମିଲ କରି ସଫଳତା ହାତେଇଛନ୍ତି ପ୍ରକୃତି । ଅଗଷ୍ଟ 1ରେ 71ତମ ଜାତୀୟ ପୁରସ୍କାର ଘୋଷଣା ହୋଇଥିଲା । ଯେଉଁଥିରେ 3ଟି ଓଡ଼ିଆ ଫିଲ୍ମ ବ୍ୟତୀତ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଜାତୀୟ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ତେବେ ପ୍ରକୃତି ରାଜ୍ୟର ପ୍ରଥମ ମହିଳା ଅଭିନେତ୍ରୀ ଭାବେ ସେ ଏହି ପୁରସ୍କାର ଲାଭ କରିଛନ୍ତି । ଯାହା ଗର୍ବର ବିଷୟ । ସେ ଏହି ସଫଳତାର ଶ୍ରେୟ ନିଜ ପରିବାର ଓ ଓଡ଼ିଶାବାସୀଙ୍କୁ ଦେଇଛନ୍ତି ।

PRAKRUTI MISHRA ON NATIONAL AWARD (ETV Bharat Odisha)

'ଜୁରୀ' ମନୋନୀତ ପଛର କାରଣ କହିଲେ ପ୍ରକୃତି

ଏହା ବହୁତ ଗର୍ବର ବିଷୟ । ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ କିଛି ବର୍ଷରୁ ପରିଚୟ ମିଳିଆସିଲାଣି ଏବଂ ଏହି ବର୍ଷ ମୋର ଭାଗ୍ୟରେ ଥିଲା ଯେ ଓଡ଼ିଶାରୁ ସେମାନେ ସେଣ୍ଟ୍ରାଲ ପ୍ୟାନେଲରେ ମୋତେ ଜୁରୀ ଭାବେ ମନୋନୀତ କରିଥିଲେ ଫାଇନାଲାଇଜ କରିଥିଲେ । ମୁଁ ପୂର୍ବରୁ ଜାତୀୟ ପୁରସ୍କାର ପାଇସାରିଛି ଏହା ଥିଲା ମୁଖ୍ୟ କାରଣ ଥିଲା । ପ୍ରଥମେ ମୋତେ ବିଶ୍ୱାସ ହେଉନଥିଲା । ଭଗବାନ ଶ୍ରୀଜଗନ୍ନାଥଙ୍କ ଇଚ୍ଛା ଓ ଓଡ଼ିଶାବାସୀଙ୍କ ଭଲପାଇବା ଯୋଗୁଁ ମୋତେ ଏତେ ବଡ଼ ଦାୟିତ୍ୱ ମିଳିଲା ।''

ସେ ଆହୁରି କହିଛନ୍ତି, ''ମୁଁ ଏତେ ବଡ଼ ଲୋକଙ୍କ ସାମ୍ନାରେ ନିଜ କଥା ବା ଯୁକ୍ତିକୁ ରଖିବା ପାଇଁ , ଓଡ଼ିଆ ସିନେମା ପାଇଁ ଲଢିବା ପାଇଁ ସୁଯୋଗ ମିଳିଲା । ଏହା ମୋ ପାଇଁ ସୌଭାଗ୍ୟ କଥା । ମୁଁ ଭାବୁଛି ଏହି ଦାୟିତ୍ୱ ମୁଁ ଠିକ ଭାବେ ତୁଲାଇଛି ଏବଂ 'ପୁଷ୍କରା' ପାଇଁ ଲଢେଇ କରି । ଫିଲ୍ମ ଜାତୀୟ ପୁରସ୍କାର ପାଇବ । ମୁଁ ବହୁତ ଖୁସି । ମୁଁ ପୁରା ଟିମକୁ ଶୁଭେଚ୍ଛା ଜଣାଉଛି ଆମକୁ ଏତେ ଭଳ ଫିଲ୍ମ ଦେଇଥିବାରୁ ଏବଂ ଏହି ଫିଲ୍ମରୁ ଜାତୀୟ ପୁରସ୍କାର ରେସରେ ସାମିଲ କରି ମୋତେ ଲଢେଇ ପକରିବାର ସୁଯୋଗ ଦେଇଥିବାରୁ ଧନ୍ୟବାଦ । ମୋ ବାପା ମାଆ ଓ ଓଡ଼ିଶାବାସୀଙ୍କ ଭଲପାଇବା ଓ ଆଶୀର୍ବାଦ ପାଇଁ ଏହା ସମ୍ଭବପର ହୋଇଥିବାରୁ ମୁଁ ବହୁତ କୃତଜ୍ଞ ।''

ପୂର୍ବରୁ ବି ପାଇଛନ୍ତି ଜାତୀୟ ପୁରସ୍କାର

କହିରଖୁଛୁ କି, ପୂର୍ବରୁ ମଧ୍ୟ ଜାତୀୟ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ପ୍ରକୃତି । 2019ରେ ଓଡ଼ିଆ ଚଳଚ୍ଚିତ୍ର "ହେଲୋ ଆର୍ସି" ରେ ତାଙ୍କ ଅଭିନୟ (ବିଶେଷ ଉଲ୍ଲେଖ) ପାଇଁ 65ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା । ବିଶେଷ ଉଲ୍ଲେଖ ସହ, ଏହି ଚଳଚ୍ଚିତ୍ରଟି ଶ୍ରେଷ୍ଠ ଓଡ଼ିଆ ଫିଚର ଚଳଚ୍ଚିତ୍ର ଏବଂ ଶ୍ରେଷ୍ଠ ସଂଳାପର ପୁରସ୍କାର ମଧ୍ୟ ଜିତିଥିଲା । ତେବେ ପ୍ରକୃତି ସର୍ବକନିଷ୍ଠ କଳାକାର ଭାବେ ଜାତୀୟ ପୁରସ୍କାର ପାଇଥିବା ବେଳେ ବର୍ତ୍ତମାନ ପୁଣିଥରେ ଏତେ କମ ବୟସରେ ଜୁରୀ ସଦସ୍ୟା ଭାବେ ଜାତୀୟ ପୁରସ୍କାର ପାଇବେ । ଯାହା ଏକ ଗର୍ବର ବିଷୟ ।

ଏହା ମଧ୍ୟ ପଢନ୍ତୁ: 'ପୁଷ୍କରା'କୁ ଶ୍ରେଷ୍ଠ ଫିଚର ଫିଲ୍ମ ଆୱାର୍ଡ, ଏହି ଫିଲ୍ମ ବି ମାରିଲା ବାଜି

ପ୍ରକୃତି ମିଶ୍ରଙ୍କ ୱାର୍କପ୍ରଣ୍ଟ ବିଷୟରେ କହିବାକୁ ଗଲେ, ସେ ଜଣେ ଭଲ ଅଭିନେତ୍ରୀ ସାଙ୍ଗକୁ ଜଣେ ଗାୟିକା ମଧ୍ୟ । ୨୦୧୨ରେ, ସେ “ମିସ୍ ଓଡ଼ିଶା” ଟାଇଟଲ ଜିତିଥିଲେ । ଅଭିନୟ, ଗାୟିକା ସାଙ୍ଗକୁ ସେ ଜମେ ଓଡ଼ିଶୀ ଡ୍ୟାନ୍ସର ମଧ୍ୟ । 'ହରି ଭାଇ ହାରେନା'(2000) ଫିଲ୍ମ ସହ ଶିଶୁକଳାକାର ଭାବେ ଓଲିଉଡ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ ପ୍ରକୃତି ମିଶ୍ର । ଏହା ପରେ ଶାଶୁ ଘର ଚାଲିଯିବି(2006) ମଧ୍ୟ ନଜର ଆସିଥିଲେ । ଏହା ପରେ ସାତ ସୁରେ ବନ୍ଧା ଏ ଜୀବନ, ସାବତ ମା, ମିଠା, ପ୍ରେମମ ଭଳି ଫିଲ୍ମରେ ନଜର ଆସିଥିଲେ । 2024ରେ ସେ ଅନୁଭବ ମହାନ୍ତିଙ୍କ ଫିଲ୍ମ 'କୁହୁଡି'ରେ ନଜର ଆସିଥିଲେ । ଯାହା ବେଶ ଲୋକପ୍ରିୟତା ହାସଲ କରିଥିଲା । ଏହା ସହ ସେ ବଲିଉଡରେ ମଧ୍ୟ କାମ କରିଛନ୍ତି । ମ୍ୟୁଜିକ ଭିଡିଓ ସହ ହିନ୍ଦୀ ସିରିଏଲରେ ମଧ୍ୟ କାମ କରିଛନ୍ତି । ବର୍ତ୍ତମାନ ସେ ଆଗାମୀ ଫିଲ୍ମ 'ବିନ୍ଦୁ ସାଗର' ରେ ଦ୍ୱିପାନ୍ୱୀତ ଦାସମହାପାତ୍ରଙ୍କ ସହ ନଜର ଆସିବେ ।

ଭୁବନେଶ୍ବର, ଇଟିଭି ଭାରତ