ETV Bharat / entertainment

ଯାତ୍ରା ଛାଡ଼ିବେ ନରି ପଣ୍ଡା ! NHRCକୁ ଗଲା ଜଲିଉଡ଼ ଝଡ଼ - NARI PANDA LEAVE JOLLYWOOD

ନରି ପଣ୍ଡା ବ୍ୟାନ ମାମଲା । ଯାତ୍ରାଜଗତ ଛାଡିବେ କହିଲେ ଅଭିନେତା । ସେପଟେ ଜଲିଉଡ଼ରେ ଝଡ଼ ନେଇ NHRCକୁ ଗଲା ମାମଲା ।

NARI PANDA WILL LEAVE JOLLYWOOD
NARI PANDA WILL LEAVE JOLLYWOOD (ETV Bharat Odisha)
author img

By ETV Bharat Odisha Team

Published : April 21, 2025 at 1:21 PM IST

2 Min Read

Jollywood Nari Panda Controversy କେନ୍ଦ୍ରାପଡ଼ା: ଯାତ୍ରା ଜଗତରେ ବିବାଦ, ଥମିବାର ନାଁ ନେଉନାହିଁ । ଗତ କିଛି ଦିନ ପୂର୍ବେ ଯାତ୍ରା କଳାକାର ତଥା ହାସ୍ୟଭିନେତା ନରି ପଣ୍ଡାଙ୍କୁ ବ୍ୟାନ କରିଥିଲା ଯାତ୍ରା ମାଲିକ ସଂଘ । ଯାହା ପରେ ବାଦ ବିବାଦ ଦେଖିବାକୁ ମିଳିଥିଲା । ଯାହାକୁ ନେଇ ବର୍ତ୍ତମାନ ନରି ପଣ୍ଡା ପ୍ରତିକ୍ରିୟା ଦେଇଛନ୍ତି । ସେ ବ୍ୟାନ ନ ହଟିବା ନେଇ ଉଦବେଗ କରିବା ସହ ସବୁଦିନ ପାଇଁ ଯାତ୍ରା ଜଗତ ଛାଡ଼ିବେ ବୋଲି ବୟାନ ଦେଇଛନ୍ତି । ସେପଟେ ଜଲିଉଡ଼ରେ ଝଡ଼ ନେଇ NHRCକୁ ଗଲା ମାମଲା ।

NARI PANDA WILL LEAVE JOLLYWOOD (ETV Bharat Odisha)

ନରି କହିଛନ୍ତି, ‘ମୋ ପାଇଁ ସୃଷ୍ଟି ହୋଇଥିବା ବିବାଦର ଅନ୍ତ ହେଉ, ସମସ୍ତେ ଭଲରେ ରୁହନ୍ତୁ, ଯାତ୍ରା କଳା ବଞ୍ଚିକି ରହୁ ହେଲେ ମୁଁ ଆଗାମୀ ବର୍ଷ ଆଉ ଅଭିନୟ କରିବିି ନାହିଁ ବୋଲି କହି ବିବାଦର ଅନ୍ତ ଘଟାଇବାକୁ ନିବେଦନ କରିଛନ୍ତି ।’

ଯାତ୍ରା ଜଗତ ଛାଡ଼ିବେ ନରି

ଦୀର୍ଘ ୩୦ ବର୍ଷ ଯାତ୍ରା କ୍ୟାରିଅରରେ ଯବନିକା ଟାଣିବେ ନରି ପଣ୍ଡା । ବିବାଦ ବଢିବାରୁ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ଉଦ୍ଦେଶ୍ୟରେ ନରି ସମସ୍ତଙ୍କୁ ଅନୁରୋଧ କରି ଯାତ୍ରା କଳା ବଞ୍ଚାଇ ରଖିବା ପାଇଁ କହିଛନ୍ତି । ଏନେଇ ପ୍ରତିକ୍ରିୟା ଦେଇ ନରି କହିଛନ୍ତି, "ବର୍ତ୍ତମାନ ଯାତ୍ରା ଦୁନିଆରେ ଯାହା ଚାଲିଛି ସେନେଇ ବହୁତ ମନ ଦୁଃଖ । ଗାଇକି ମାଇଲେ ମଲି,ଗାଇକି ନମାଇଲେ ବି ମଲି ଭଳି ପରିସ୍ଥିତିରେ ମୁଁ ପଡିଛି । ମୋ ପାଇଁ ବହୁତ କଳାକାର ବଳି ପଡିଯାଉଛନ୍ତି । ଆଉ ଏମିତି ଘଟଣା ଆଗକୁ ନଯାଉ, ମୁଁ ବରଂ ଯାତ୍ରାରୁ ସବୁଦିନ ପାଇଁ ବିଦାୟ ନେଇଯିବି, ଆଉ ମୋର ରଙ୍ଗ ମାରିବାର ନାହିଁ । ମୋର ଆଉ କୋଉଠି ଅଭିନୟ କରିବା ଦରକାର ନାହିଁ । ମୁଁ ଏବେ ସେ ଯେଉଁ ବ୍ୟାନ କରିଛନ୍ତି ଶୁଣିଥିଲି ଉଠିଯିବ ବୋଲି ଆଉ ତ ଉଠିଲା ନାହିଁ ବଳବତ୍ତର ହୋଇକି ଅଛି । ମୁଁ ବି ଚାଁହୁଛି ୨୦୨୫-୨୬ ସ୍ୱଚ୍ଛତାର ସହ କହୁଛି ମୁଁ ବି ପାଉଡର ମାରିବି ନାହିଁ । ଯଦି କୌଣସି ମାଲିକ ମୋ ଉପରେ ପଇସା ରଖିଛନ୍ତି ପ୍ରମାଣ ଦେଇ ଦେଲେ ମୁଁ ତାଙ୍କ ପଇସା ସୂଚାରୁ ରୂପେ ନେଇ ଫେରେଇ ଦେବି ।

ସେ ଆହୁରି କହିଛନ୍ତି, ''ମୁଁ ତ ପ୍ରଥମେ ଓଡ଼ିଶା ଅପେରାଠୁ ଆରମ୍ଭ କଲି, ତାପରେ ତ୍ରିନାଥ ଗଲି, ଆମର ତ୍ରିନାଥ ଅପେରା ପାର୍ବତୀ-ତ୍ରିନାଥ ସେତେବେଳେ ଥିଲା ଆମର ସତ୍ୟବ୍ରତ ମହାପାତ୍ର, ସେ ମାଲିକ ନନୀ ଭାଇନା କହିଲେ ସବୁ ଜାଣିଛନ୍ତି ତାଙ୍କ ପାଖରେ ରହିଲି ପାଞ୍ଚ ଛଅ ବର୍ଷ । ତାପରେ କୋଣାର୍କରେ ତେର ଚଉଦ ବର୍ଷ, କଳିଙ୍ଗରେ ରହିଲି ପାଞ୍ଚ ବର୍ଷ ଏମିତି ଆଉ ଅନୁଷ୍ଠାନ ପନ୍ଦରରୁ ତିରିଶ ବର୍ଷ ହେଲାଣି ଯାତ୍ରା କଲିଣି । ମୁଁ କାହା ବିରୁଦ୍ଧରେ କହିବାକୁ ଚାଁହୁନି । ମୁଁ ତିରିଶ ବର୍ଷ ହେବ ପାଉଡର ମାରିଲିଣି । ଯାତ୍ରା ଆପଣଙ୍କର ବଞ୍ଚିରହୁ, ଆପଣ ସୁରୁଖୁରୁରେ ଯାତ୍ରା କରନ୍ତୁ । ମୋ ଭାଇମାନଙ୍କଉପରେ ଆଉ ଅତ୍ୟାଚାର ନହେଉ ।''

କଳିକୁ ନେଇ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ମାମଲା

ଜଲିଉଡ଼ରେ ସୃଷ୍ଟି ହୋଇଥିବା ଝଡ଼କୁ ନେଇ ଜାତୀୟ ମାନବାଧିକାର କମିଶନ(NHRC)ରେ ମାମଲା ରୁଜୁ ହୋଇଛି । ମାନବାଧିକାର କର୍ମୀ କେନ୍ଦ୍ରାପଡା କଂସାର ଗ୍ରାମର ସାଗର ଜେନା ଜଣେ ଶ୍ରମିକ(କଳାକାର)ଙ୍କୁ ମାଲିକଙ୍କ ଦ୍ୱାରା ଦିଆଯାଇଥିବା ନିର୍ଯାତନା ଓ ଏଥିରେ ପୋଲିସର ଭୂମିକାକୁ ନେଇ ପ୍ରଶ୍ନ ଉଠାଇ ଗତ ଗୁରୁବାର ଦିନ କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି । କମିଶନ ଏହି ମାମଲାଟିକୁ ଲିଷ୍ଟ କରିଥିବା କହିଛନ୍ତି ସାଗର ।

କ'ଣ ଥିଲା ଘଟଣାକ୍ରମ ?

ଜଲିଉଡ଼ କମେଡି ଷ୍ଟାର ନରି ପଣ୍ଡା ଓ ତୁଳସୀ ଗଣନାଟ୍ୟ ମାଲିକଙ୍କ ମଧ୍ୟରେ ବିବାଦରୁ ସୃଷ୍ଟି ହୋଇଥିଲା । ନରି ପଣ୍ଡା ୨୦୨୫-୨୬ ବର୍ଷ ପାଇଁ ତୁଳସୀ ଗଣନାଟ୍ୟ ପାର୍ଟିରେ ରହିବେ ବୋଲି ମାଲିକଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଅଗ୍ରୀମ ନେଇଥିବା ବେଳେ ଆହୁରି ୫ ଲକ୍ଷ ଟଙ୍କା ଅଗ୍ରୀମ ବାବଦରେ ମାଗିଥିଲେ । ଏନେଇ ମାଲିକ ତାଙ୍କୁ ମାଡ଼ ମାରିବା ସହ ନିର୍ଯାତନା ଦେଇଥିବା ଅଭିଯୋଗ କରିଥିଲେ ନରି । ଯାହା ପରେ ଯାତ୍ରା ମାଲିକ ସଂଘ ତାଙ୍କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବ୍ୟାନ କରିଥିଲା ।

ଏହା ମଧ୍ୟ ପଢନ୍ତୁ: ମହାପ୍ରଭୁଙ୍କୁ କ୍ଷମା ମାଗିଲେ ଦୈତାରୀ ପଣ୍ଡା, ମୁଖ୍ୟମନ୍ତ୍ରୀଙ୍କୁ ଜଗନ୍ନାଥଙ୍କ ସହ କରିଥିଲେ ତୁଳନା

ନରିଙ୍କ ଅଭିଯୋଗ ପରେ ବସିଥିଲା କଳାକାର ସଂଘ ବୈଠକ

କମେଡିଆନ ନରି ପଣ୍ଡାଙ୍କୁ ତୁଳସୀ ଗଣନାଟ୍ୟ ମାଲିକ ନିର୍ଯାତନା ଦେବା ପରେ ସେ ପ୍ରଥମେ ଗଣମାଧ୍ୟମରେ ଓ ପରେ ବାଲିଚନ୍ଦ୍ରପୁର ଥାନାରେ ଅଭିଯୋଗ କରିଥିଲେ । ତେବେ ଏହି ଘଟଣାକୁ ନେଇ ମାଲିକ ସଂଘ ବୈଠକ କରି ନରି ପଣ୍ଡାଙ୍କୁ ବ୍ୟାନ କରିଥିଲା । ଏହାପରେ କଳାକାର ସଂଘ ବୈଠକ କରି ନରି ପଣ୍ଡାଙ୍କ ଉପରୁ ବ୍ୟାନ ନ ହଟିଲେ ସେ ଆଉ ଯାତ୍ରା କରିବେ ନାହିଁ ବୋଲି ମଧ୍ୟ ରୋକଠୋକ ଶୁଣାଇଥିଲେ ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.