ଚେନ୍ନାଇ: ହସ୍ପିଟାଲରୁ ଡିସଚାର୍ଜ ହେଲେ ଓସ୍କାର ବିଜେତା ତଥା ବଲିଉଡ ସଂଗୀତଜ୍ଞ ଏ.ଆର ରେହେମାନ । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଆଜି ସକାଳେ ତାଙ୍କୁ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । 58 ବର୍ଷୀୟ ରହମାନଙ୍କୁ ସକାଳ ସାଢେ 7ଟା ରେ ଗ୍ରୀମ୍ସ ରୋଡରେ ଥିବା ଆପୋଲୋ ହସ୍ପିଟାଲକୁ ପଠାଯାଇଥିଲା, ଯେଉଁଠାରେ ତାଙ୍କର ଇସିଜି ଏବଂ ଇକୋକାର୍ଡିଓଗ୍ରାମ ସମେତ ଅନେକ ପରୀକ୍ଷା କରାଯାଇଥିଲା । ତେବେ ପରୀକ୍ଷାରୁ ତାଙ୍କୁ ଡ୍ରିହାଇଡ୍ରେସନ ହୋଇଥିବା ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି ।
Tamil Nadu CM MK Stalin tweets, " as soon as i heard the news that ar rahman had been admitted to the hospital due to ill health, i contacted the doctors and inquired about his health. they said he is fine and will be back home soon." pic.twitter.com/u4fazGvaar
— ANI (@ANI) March 16, 2025
ରେହେମାନଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ:
ଏ.ଆର ରେହେମାନଙ୍କ ଅସୁସ୍ଥତା ଖବର ଶୁଣାବା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ । ଏନେଇ ଏକ୍ସରେ ସୂଚନା ଦେଇ ଷ୍ଟାଲିନ କହିଛନ୍ତି,''ଏ.ଆର ରେହେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଖବର ଶୁଣିବା ମାତ୍ରେ ମୁଁ ଡାକ୍ତରଙ୍କ ସହିତ ଯୋଗାଯୋଗ କରିଥିଲି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଡାକ୍ତରଙ୍କୁ ପଚାରି ବୁଝିଛି। ସେ ବର୍ତ୍ତମାନ ସୁସ୍ଥ ଅଛନ୍ତି ଏବଂ ଶୀଘ୍ର ଘରକୁ ଫେରି ଆସିବେ ବୋଲି ଡାକ୍ତର କହିଛନ୍ତି।''
ବଲିଉଡ ଇଣ୍ଡଷ୍ଟ୍ରିର ମ୍ୟୁଜିକ ଲିଜେଣ୍ଡ ଏ ଆର୍ ରେହମାନ । ଦେଶ ତଥା ବିଦେଶରେ ରେହମାନ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରଛନ୍ତି । ସ୍ବରର ଯାଦୁରେ ସଭିଙ୍କ ହୃଦୟରେ ରାଜ କରୁଛନ୍ତି ରେହମାନ । ବିଶ୍ବର କୋଣଅନୁକୋଣରେ ତାଙ୍କର କୋଟିକୋଟି ଫ୍ୟାନ୍ସ ତାଙ୍କ ଆଲବମ ଆଧୁନିକ ସଙ୍ଗୀତ ଦୁନିଆକୁ ଏକ ନୂତନ ସ୍ତରକୁ ନେଇଯାଇଛି । ଜୟ ହୋ, ଏନା ସୋନା ଏବଂ ତେରେ ବିନା ଭଳି ଗୀତର ରଚନା ପାଇଁ ସେ ବେଶ ଜଣାଶୁଣା । ତାଙ୍କୁ ସଙ୍ଗୀତ ଜଗତର ବାଦଶାହ ଅର୍ଥାତ "The Mozart of Madras' ବୋଲି କୁହାଯାଏ ।
ନଭେମ୍ବର 19, 2024ରେ ଆର ରେହମାନ ଏବଂ ତାଙ୍କ ତ୍ନୀ ସାଇରା ବାନୋ ପରସ୍ପର ଠାରୁ ଅଲଗା ହେବା ନିଷ୍ପତି ନେଇଥିଲେ । ଏହି ଦମ୍ପତି ସେମାନଙ୍କ ଅଲଗା ହେବାର କାରଣ ଭାବପ୍ରବଣତାକୁ ଦର୍ଶାଇଥିଲେ । ସେମାନଙ୍କର ନିଷ୍ପତ୍ତି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଥିଲା। କାରଣ ସେମାନେ ଭାରତୀୟ ମନୋରଞ୍ଜନ ଶିଳ୍ପରେ ଜଣେ ସମ୍ମାନିତ ସେଲିବ୍ରିଟି ଦମ୍ପତି ଭାବରେ ପରିଗଣିତ ଥିଲେ । ଏ ଆର ରେହମାନ ଏବଂ ସାଇରା ବାନୋ 1995 ରେ ବିବାହ କରିଥିଲେ ।