ETV Bharat / entertainment

କନ୍ନଡ଼-ତାମିଲ ଭାଷା ବିବାଦ; କ୍ଷମା ମାଗିବେନି କହିଲେ କମଲ ହାସନ, ପ୍ରତିକ୍ରିୟା ରଖିଲେ ଶିବରାଜକୁମାର - KAMAL HAASAN KANNADA CONTROVERSY

କନ୍ନଡ଼ ଭାଷାକୁ ନେଇ ବିବାଦୀୟ ବୟାନ ପରେ ପ୍ରତିକ୍ରିୟା ରଖିଲେ କମଲ ହାସନ। ଭଲପାଇବା କେବେ କ୍ଷମା ମାଗେନି କହିଥିଲେ । ସେପଟେ କନ୍ନଡ଼ ଅଭିନେତା ଶିବରାଜକୁମାର। ସେ କ'ଣ କହିଛନ୍ତି? ଜାଣନ୍ତୁ,

KAMAL HAASAN KANNADA CONTROVERSY
KAMAL HAASAN KANNADA CONTROVERSY (ETV Bharat/ANI)
author img

By ETV Bharat Entertainment Team

Published : May 29, 2025 at 1:14 PM IST

2 Min Read

ହାଇଦ୍ରାବାଦ: ନିକଟରେ ତାମିଲ ଅଭିନେତା କମଲ ହାସନ କନ୍ନଡ ବିଷୟରେ ଏକ ବୟାନ ଦେଇ ବିବାଦରେ ଛନ୍ଦି ହୋଇଛନ୍ତି । ତାଙ୍କର ବହୁ ପ୍ରତୀକ୍ଷିତ 'ଠଗ୍ ଲାଇଫ୍'ର ପ୍ରମୋସନାଲ୍ କାର୍ଯ୍ୟକ୍ରମରେ, ସେ 'କନ୍ନଡ ତାମିଲରୁ ଜନ୍ମ ହୋଇଛି' ବୋଲି ବୟାନ ଦେଇଥିଲେ । ଯାହା ପରେ ବିରୋଧ ତେଜିଥିବା ବେଳେ ତାଙ୍କ ଫିଲ୍ମକୁ ବ୍ୟାନ କରିବାକୁ ଦାବି ଉଠିଥିଲା । ଏହି ସମୟରେ କମଲ ହାସନ ଏହାକୁ ନେଇ ପ୍ରତିକ୍ରିୟା ରଖିଥିଲେ ଏବଂ ଭଲପାଇବା କେବେ କ୍ଷମା ମାଗେନି ବୋଲି କହିଥିଲେ । ସେପଟେ ତାମିଲ ଅଭିନେତା ଶିବରାଜ କୁମାର ସେହି ପ୍ରମୋସନାଲ୍ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ଏନେଇ କିଛି କହିନଥିବା ବେଳେ ନେଟିଜେନ୍ସ ତାଙ୍କୁ ମଧ୍ୟ ଟ୍ରୋଲ କରିଥିଲେ । ଏପରି ସମୟରେ ବର୍ତ୍ତମାନ ଅଭିନେତା ନିଜର ପ୍ରତିକ୍ରିୟା ରଖିଛନ୍ତି ।

'ମୁଁ କୌଣସି ଭାଷାର ଅପମାନ କରିନାହିଁ': କମଲ ହାସନ

ଗତକାଲି କେରଳରେ 'ଠଗ୍ ଲାଇଫ୍'ର ପ୍ରମୋସନ୍ ସମୟରେ ହୋଇଥିବା ବିବାଦ ବିଷୟରେ କମଲ ହାସନଙ୍କୁ ପଚରାଯାଇଥିଲା । ଏହାର ଉତ୍ତର ଦେଇ ଅଭିନେତା କହିଥିଲେ, "ମୁଁ କୌଣସି ଭାଷାର ଅପମାନ କରିନାହିଁ। ମୁଁ ସମେତ ରାଜନେତାମାନେ କୌଣସି ଭାଷା ବିଷୟରେ କଥା ହେବାକୁ ଯୋଗ୍ୟ ନୁହଁନ୍ତି । ପ୍ରେମରେ କୁହାଯାଇଥିବା ଶବ୍ଦ, ପ୍ରେମ କେବେ କ୍ଷମା ମାଗିବ ନାହିଁ । ମୋତେ ଇତିହାସକାରମାନେ ଭାଷା ବିଷୟରେ ଶିକ୍ଷା ଦେଇଥିଲେ । ଏଠାରେ, ମୋର କଥାକୁ ଭୁଲ ବୁଝାଯାଇଛି ।"

'ମୁଁ କମଲ ହାସନଙ୍କ ଫ୍ୟାନ୍': ଶିବରାଜ କୁମାର

ସେପଟେ ବେଙ୍ଗାଲୁରୁରେ ଏକ କାର୍ଯ୍ୟକ୍ରମରେ ଅଭିନେତା ଶିବରାଜ କୁମାର କହିଛନ୍ତି, "ମୁଁ କମଲ ହାସନଙ୍କୁ ବହୁତ ପସନ୍ଦ କରେ । ମୋ ବାପା ଏବଂ କମଲ ହାସନଙ୍କ ସମ୍ପର୍କ ସ୍ୱତନ୍ତ୍ର । ତଥାପି, ମୁଁ ତାଙ୍କୁ ଦେଖିବା ପରେ ତାଙ୍କ ଫିଲ୍ମର ପ୍ରଶଂସକ ହୋଇଗଲି । ମୁଁ ଅନୁଭବ କରୁଛି ଯେ କମଲ ହାସନ ମୋ ପାଇଁ ପ୍ରେରଣା । ସେ ଆମକୁ ତାଙ୍କ କାର୍ଯ୍ୟକ୍ରମରେ ନିମନ୍ତ୍ରଣ କରିଥିଲେ । ଏଥିପାଇଁ ମୁଁ କାର୍ଯ୍ୟକ୍ରମରେ ଯାଇଥିଲି । କେବଳ କଥାରେ କନ୍ନଡକୁ କନ୍ନଡ ବୋଲି କୁହାଯିବା ଉଚିତ୍ ନୁହେଁ । ମୁଁ କନ୍ନଡ ପାଇଁ ଲଢ଼ିବି, ମୁଁ କନ୍ନଡ ପାଇଁ ମରବି । ତୁମେ କନ୍ନଡ କୁହ, କିନ୍ତୁ ତୁମେ କେବଳ ଷ୍ଟାର ଅଭିନେତାଙ୍କୁ ସମର୍ଥନ କର । ନବାଗତମାନଙ୍କୁ ମଧ୍ୟ ପାଳନ କରାଯିବା ଉଚିତ । କମଲ ହାସନ ଏସବୁ ଜାଣନ୍ତି । ସେ ନିଜେ ଏହାକୁ ସଜାଡ଼ିବେ । ସେ ଯାହା କହିଛନ୍ତି ତାହା ବଡ଼ କଥା କରନ୍ତୁ ନାହିଁ ।"

ଏହା ମଧ୍ୟ ପଢନ୍ତୁ: 'କନ୍ନଡ ଭାଷା ତାମିଲରୁ ଆସିଛି...' ଏପରି ବୟାନ ଦେଇ ଅଡୁଆରେ କମଲ ହାସନ, 'ଠଗ ଲାଇଫ୍' ବ୍ୟାନ୍ କରିବାକୁ ଦାବି

କହିରଖୁଛୁ କି, କମଲ ହାସନଙ୍କ ବୟାନ ପରେ କର୍ଣ୍ଣାଟକରେ ବିରୋଧ ଜୋର ଧରିଛି । ଏନେଇ କର୍ଣ୍ଣାଟକ ଫିଲ୍ମ ଚାମ୍ବର ଅଫ୍ କମର୍ସର ସଭାପତି ଏମ୍. ନରସିମ୍ହାଲୁ ଗତକାଲି ସୂଚନା ଦେଇଥିଲେ ଯେ କର୍ଣ୍ଣାଟକରେ ଅଭିନେତା କମଲ ହାସନଙ୍କ ଉପରେ ସମ୍ଭାବ୍ୟ ପ୍ରତିବନ୍ଧକ ଲଗାଇବା ସମ୍ପର୍କରେ ଆଲୋଚନା କରିବା ପାଇଁ ଗୁରୁବାର (ଆଜି) କନ୍ନଡ ଫିଲ୍ମ ଶିଳ୍ପର ସମସ୍ତ ନେତାଙ୍କ ସହିତ ଏକ ବୈଠକ ଡକାଯାଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.