ହାଇଦ୍ରାବାଦ: ବଲିଉଡ ସୁପରଷ୍ଟାର୍ ଅକ୍ଷର କୁମାରଙ୍କ କମେଡି ପ୍ରାଞ୍ଚାଇଜର 'ହାଉସଫୁଲ 5' କୁ ଦର୍ଶକ ଉତ୍ସାହର ସହ ଅପେକ୍ଷା କରିଥିଲେ । ବର୍ତ୍ତମାନ ପିଲ୍ମ ପରଦାରେ ମୁକ୍ତିଲାଭ କରିଛି । ପ୍ରଥମ ଦିନରେ ଏହି ଚଳଚ୍ଚିତ୍ରଟି ଭଲ ପ୍ରଦର୍ଶନ କରିବାରେ ସଫଳ ହୋଇଛି । ଫିଲ୍ମକୁ ଦର୍ଶକ ଏବଂ ସମାଲୋଚକମାନଙ୍କଠାରୁ ଭଲ ପ୍ରତିକ୍ରିୟା ମଧ୍ୟ ମିଳିଛି । ଏହିପରି ଫିଲ୍ମ ପ୍ରଥମ ଦିନରେ ଭଲ ବ୍ୟବସାୟ କରି ଅନେକ ଫିଲ୍ମର ରେକର୍ଡ ଭାଙ୍ଗିଛି । ତେବେ ଜାଣନ୍ତୁ, ଏହା କେତେ କୋଟି ରୋଜଗାର କରିଛି ?
'ହାଉସଫୁଲ୍ 5' ପ୍ରଥମ ଦିନର କଲେକ୍ସନ
ସାକନିକଙ୍କ ଅନୁଯାୟୀ 225 କୋଟିର ବିଗ୍ ବଜେଟରେ 'ହାଉସଫୁଲ୍ 5' ରେ ପ୍ରସ୍ତୁତ ହୋଇଛି । ଫିଲ୍ମ 5000 ରୁ ଅଧିକ ସ୍କ୍ରିନରେ ରିଲିଜ୍ ହୋଇଛି । ଆଶ୍ଚର୍ଯ୍ୟଜନକ କଥା ହେଉଛି ଚଳଚ୍ଚିତ୍ରର ଦୁଇଟି ଭିନ୍ନ କ୍ଲାଇମାକ୍ସର ସଂସ୍କରଣ ପ୍ରକାଶ କରିଛନ୍ତି । 'ହାଉସଫୁଲ୍ 5A' ଏବଂ 'ହାଉସ୍ଫୁଲ୍ 5B' ନାମରେ ଉଭୟ ସଂସ୍କରଣ ପ୍ରକାଶ ପାଇଛି । ଉଭୟର ଶେଷରେ, ବିଭିନ୍ନ ହତ୍ୟାକାରୀମାନଙ୍କୁ ପ୍ରକାଶ କରାଯିବ । ସେପଟେ ଫିଲ୍ମକୁ ଲୋକେ ପସନ୍ଦ କରିଛନ୍ତି । ବକ୍ସ ଅଫିସରେ ଫିଲ୍ମ ଭଲ ଆରମ୍ଭ ହୋଇଛି । ସାକନିକଙ୍କ ପ୍ରାରମ୍ଭିକ ଟ୍ରେଣ୍ଡ ରିପୋର୍ଟ ଅନୁଯାୟୀ ଚଳଚ୍ଚିତ୍ରଟି ପ୍ରଥମ ଦିନରେ 23 କୋଟି ଟଙ୍କା ରୋଜଗାର କରିଛି ।
'ହାଉସଫୁଲ୍ 5' ଏହି ଫିଲ୍ମର ଭାଙ୍ଗିଲା ରେକର୍ଡ
'ହାଉସଫୁଲ 5' 2025ର ସର୍ବାଧିକ ଆୟ କରିଥିବା ପ୍ରଥମ କମେଡ଼ି ଫିଲ୍ମ ହୋଇଛି । ଯାହା ନିଜ କଲେକ୍ସନ ସହ ଅନେକ ଫିଲ୍ମର ରେକର୍ଡ ଭାଙ୍ଗିଛି । ଚଳିତ ବର୍ଷ ରିଲିଜ ହୋଇଥିବାଏହି ଫିଲ୍ମକୁ ପଛରେ ପକାଇଛି । 'ରେଡ 2', 'ମିଶନ ଇମ୍ପୋସିବଲ 8', 'ସ୍ପାଇ ଫୋର୍ସ', 'ଜାଟ', 'କେସରୀ ଚାର୍ପ୍ଟର 2', 'ଭୁଲ ଚୁକ ମାଫ', 'ଗେମ ଚେଞ୍ଜର' ଓ 'ଦେବା' ଫିଲ୍ମକୁ ପଛରେ ପକାଇଛି ।
- ରେଡ 2- 19.71 କୋଟି
- ମିଶନ ଇମ୍ପୋସିବଲ-18.89 କୋଟି
- ସ୍ପାଇ ଫୋର୍ସ- 15.30 କୋଟି
- ଜାଟ- 9.62 କୋଟି
- କେସରୀ ଚାର୍ପ୍ଟର 2- 7.84 କୋଟି
- ଭୁଲ ଚୁକ ମାଫ- 7.20 କୋଟି
- ଗେମ ଚେଞ୍ଜର- 6.75 କୋଟି
- ଦେବା- 5.78 କୋଟି
ଏହା ମଧ୍ୟ ପଢନ୍ତୁ: ପରଦାରେ 'ହାଉସଫୁଲ 5'; ପଇସା ବସୁଲ କି ନାହିଁ ଅକ୍ଷୟଙ୍କ ଏହି ଫିଲ୍ମ, ଜାଣନ୍ତୁ ରିଭ୍ୟୁ
କହିରଖୁଛୁ କି, ସାଜିଦ ନାଦିଆଡୱାଲାଙ୍କ ଦ୍ୱାରା ହାଉସଫୁଲ୍ ୫ ନିର୍ମିତ ହେଉଥିବା ବେଳେ ତରୁଣ ମନସୁଖାନି ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି । ତରୁଣ ପୂର୍ବରୁ ଡ୍ରାଇଭ୍, ଦୋସ୍ତାନା, କଭି ଅଲବିଦା ନା କେହନା ଏବଂ ମାଇ ନେମ ଇଜ ଖାନ ଭଳି ଚଳଚ୍ଚିତ୍ରରେ ସହ-ନିର୍ଦ୍ଦେଶକ ଭାବେ କାମ କରିଛନ୍ତି । ଏଥିରେ ଅକ୍ଷୟ କୁମାର ଏବଂ ରିତେଶ ଦେଶମୁଖଙ୍କ ବ୍ୟତୀତ 'ହାଉସଫୁଲ 5' ରେ ଅଭିଷେକ ବଚ୍ଚନ, ସଞ୍ଜୟ ଦତ୍ତ, ଜ୍ୟାକି ଶ୍ରଫ୍, ସୋନମ ବାଜୱା, ଫରଦୀନ୍ ଖାନ, ନାନା ପାଟେକର, ନର୍ଗିସ ଫଖ୍ରୀ, ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ଭଳି ଅଭିନେତା ନଜର ଆସିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ