ହାଇଦ୍ରାବାଦ: ଅଡୁଆରେ ବଲିଉଡ ଅଭିନେତା ଡିନୋ ମୋରିଆ । ମୁମ୍ବାଇର ମିଠି ନଦୀ ଦୁର୍ନୀତି ମାମଲାରେ ଅଭିନେତାଙ୍କ ଘରେ ଇଡି ରେଡ୍ । ମିଠି ନଦୀ ସଫା ଦୁର୍ନୀତି ସହିତ ଜଡିତ ମନି ଲଣ୍ଡରିଂ ତଦନ୍ତର ଏକ ଅଂଶ ଭାବରେ ଇଡି ଆଜି ଅଭିନେତା ନୋ ମୋରିଆଙ୍କ ଘରେ ମଧ୍ୟ ଚଢାଉ କରିଛି । ପିଟିଆଇ ଅନୁୟାୟୀ ଡିନୋ ମୋରିଆ ଏବଂ ତାଙ୍କ ଭାଇ ଏବଂ ଅନ୍ୟ କିଛି ଲୋକଙ୍କ ଆଡ୍ଡାରେ ମଧ୍ୟ ଚଢାଉ କରାଯାଇଛି ।
#WATCH | Mumbai: Enforcement Directorate conducts raids at the residence of Bollywood actor Dino Morea, besides 15 other places across Mumbai and Kochi, in the alleged Rs 65 crore Mithi River desilting case. pic.twitter.com/quzVoZwLWx
— ANI (@ANI) June 6, 2025
ଡିନୋ ମୋରିଆଙ୍କ ଘରେ ଇଡି ରେଡ୍
ମିଠି ନଦୀ ଦୁର୍ନୀତିରେ ତାଙ୍କ ନାଁ ଆସିବା ପରେ ପୂର୍ବରୁ ଇଓଡବ୍ଲୁ(EOW) ଡିନୋ ମୋରିଆଙ୍କୁ ଦୁଇଥର ପଚରାଉଚରା କରିସାରିଛି । ଏବେ ଇଡି ସ୍କାନରରେ ଅଭିନେତା ଆସିଛନ୍ତି । ଆଜି (ଶୁକ୍ରବାର ଦିନ) ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମୁମ୍ବାଇରୁ କୋଚି ପର୍ଯ୍ୟନ୍ତ 15ଟି ସ୍ଥାନରେ ଚଢାଉ କରିଥିଲା, ଯେଉଁଥିରେ ଡିନୋ ମୋରିଆଙ୍କ ଘର ମଧ୍ୟ ଥିଲା । ଅଭିନେତାଙ୍କ ଘରର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ।
65କୋଟି ଟଙ୍କାର କ୍ଷତି ଅଭିଯୋଗ
ସୂଚନା ଅନୁଯାୟୀ, ଏହି ତଦନ୍ତ ପିଏମଏଲଏ ଅଧୀନରେ କରାଯାଉଛି । ସୂଚନା ଅନୁସାରେ, ଏହି ଦୁର୍ନୀତିରେ ବିଏମସି 65 କୋଟି ଟଙ୍କାର କ୍ଷତି କରିଥିବା ଅଭିଯୋଗ ହୋଇଛି । ମୁମ୍ବାଇ ପୋଲିସର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ)ର ଏଫଆଇଆରରୁ କିଛି ବିଏମସି ଅଧିକାରୀ ଏବଂ ଅନ୍ୟ କିଛି ଲୋକଙ୍କ ବିରୁଦ୍ଧରେ ଇଡିର ମାମଲା ଉଠିଛି । ଯାହା ମିଠି ନଦୀରୁ ପଙ୍କ ଅପସାରଣରେ ହୋଇଥିବା ଅନିୟମିତତାର ତଦନ୍ତ ପାଇଁ ପଞ୍ଜିକୃତ ହୋଇଥିଲା । ଯାହା ଯୋଗୁଁ BMC 65 କୋଟି ଟଙ୍କାର କ୍ଷତି ସହିଥିବା ଅଭିଯୋଗ ହୋଇଛି ।
ଏହା ମଧ୍ୟ ପଢନ୍ତୁ: କର୍ଣ୍ଣାଟକ ଭାଷା ବିବାଦ; କମଲ ହାସନଙ୍କୁ ହାଇକୋର୍ଟଙ୍କ ଭର୍ତ୍ସନା, ଜୁନ 10ରେ ପରବର୍ତ୍ତୀ ଶୁଣାଣି
ମିଠି ନଦୀ ଘୋଟାଲା କ'ଣ ?
ଅଭିଯୋଗ ହୋଇଛି ଯେ ବୃହନ୍ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ (BMC)ର ଅଧିକାରୀ ଏବଂ କିଛି ଠିକାଦାର ମିଶି ମିଠି ନଦୀ ସଫା ମାମଲାରେ ପ୍ରାୟ 65 କୋଟି ଟଙ୍କାର ଘୋଟାଲା କରିଛନ୍ତି । ଏହି କାମ ପାଇଁ ବ୍ୟବହୃତ ହେବାକୁ ଥିବା ମେସିନଗୁଡ଼ିକୁ ଭଡା ଦେବା ପାଇଁ ଦିଆଯାଇଥିବା ଚୁକ୍ତିନାମାରେ ହେରଫେର କରାଯାଇଥିଲା ଏବଂ କିଛି ନିର୍ଦ୍ଦିଷ୍ଟ ଯୋଗାଣକାରୀଙ୍କୁ ଲାଭ ଦିଆଯାଇଥିଲା । ରିପୋର୍ଟ ଅନୁଯାୟୀ, ମିଠି ନଦୀ ସଫା କରିବା ପାଇଁ ବିପୁଳ ପରିମାଣର ଟଙ୍କା ଦିଆଯାଇଥିଲା, କିନ୍ତୁ ମିଠି ନଦୀ ସଫା କରିବା ପାଇଁ ସେହି ଟଙ୍କା ଖର୍ଚ୍ଚ ହୋଇନଥିଲା । ଯେତେବେଳେ ଏହି ମାମଲାର ତଦନ୍ତ କରାଯାଇଥିଲା, ସେତେବେଳେ ଏହି ଦୁର୍ନୀତିର ସୁତ୍ର ଅଭିନେତା ଡିନୋ ମୋରିଆଙ୍କ ସହ ଜଡିତ ଥିଲା । କୁହାଯାଉଛି ଯେ ମୋରିଆଙ୍କ ସହ ଜଡିତ ଏକ କମ୍ପାନୀ ନଦୀ ସଫେଇ ପ୍ରକଳ୍ପ ସହିତ ଜଡିତ ଠିକା ଦିଆଯାଇଥିବା ସଂସ୍ଥାଗୁଡ଼ିକ ମଧ୍ୟରେ ଅନ୍ତର୍ଭୁକ୍ତ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ