ETV Bharat / entertainment

'କିଙ୍ଗ' ଫିଲ୍ମ ନେଇ ଆସିଲା ଅପଡେଟ୍, ସୁହାନା ଖାନଙ୍କ ଜନ୍ମଦିନରେ ହୋଇପାରେ ଅଫିସିଆଲ୍ ଘୋଷଣା - SRK SUHANA FILM KING

'କିଙ୍ଗ' ଫିଲ୍ମକୁ ନେଇ ଆସିଲା ଅପଡେଟ୍ । ସୁହାନା ଖାନଙ୍କ ଜନ୍ମଦିନରେ "କିଙ୍ଗ୍" ଆନୁଷ୍ଠାନିକ ଘୋଷଣା ହୋଇପାରେ । ସିଦ୍ଧାର୍ଥ ଆନନ୍ଦଙ୍କ ପୋଷ୍ଟକୁ ନେଇ ବଢିଲା ଚର୍ଚ୍ଚା ।

SRK SUHANA FILM KING
SRK SUHANA FILM KING (Photo: ANI)
author img

By ETV Bharat Entertainment Team

Published : April 9, 2025 at 1:16 PM IST

1 Min Read

ହାଇଦ୍ରାବାଦ: ସୁହାନା ଖାନ ଓ ଶାହାରୁଖ ଖାନଙ୍କ 'କିଙ୍ଗ' ଫିଲ୍ମକୁ ନେଇ ଆସିଲା ଅପଡେଟ୍ । ସୁହାନା ଖାନଙ୍କ ଜନ୍ମଦିନରେ "କିଙ୍ଗ୍" ଆନୁଷ୍ଠାନିକ ଘୋଷଣା ହୋଇପାରେ । ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ଏକ୍ସରେ ଏକ ପୋଷ୍ଟ କରିଛନ୍ତି । ଯାହା ପରେ ସୋସିଆଲ ମିଡିଆରେ କଳ୍ପନାଜଳ୍ପନା ଆରମ୍ଭ ହୋଇଛି । ଯାହା ଶାହରୁଖ ଖାନ ଏବଂ ତାଙ୍କ ଝିଅ ସୁହାନା ଖାନଙ୍କ ଅଭିନୀତ ତାଙ୍କ ଆଗାମୀ ସିନେମା "କିଙ୍ଗ୍" ର ଘୋଷଣାକୁ ଇଙ୍ଗିତ କରୁଛି ।

ସିଦ୍ଧାର୍ଥ ଆନନ୍ଦ ଏକ୍ସରେ "ମେ 2025!" ବୋଲି ଲେଖିଛନ୍ତି । ଏହି ପୋଷ୍ଟ ପରେ "କିଙ୍ଗ୍"ର ଅଫିସିଆଲ ଘୋଷଣା ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି । କାରଣ ସେହି ସମୟରେ ସୁହାନା ଖାନ ତାଙ୍କର ଜନ୍ମଦିନ ପାଳନ କରିବେ । ଅଭିନେତ୍ରୀ 22 ମେରେ ତାଙ୍କର 25 ତମ ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି । ତେବେ ତାଙ୍କ ଜନ୍ମଦିନରେ ଫିଲ୍ମର ଘୋଷଣା କରି ଫ୍ୟାନ୍ସଙେକୁ ଭେଟି ଦେବେ ନିର୍ଦ୍ଦେଶକ ବୋଲି ଅନୁମାନ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ: ଖୁବଶୀଘ୍ର ଆସୁଛି 'କିଙ୍ଗ'; କନଫର୍ମ କଲେ ଶାହାରୁଖ, ଏହି ନିର୍ଦ୍ଦେଶକ ଦେବେ ନିର୍ଦ୍ଦେଶନା

କହିରଖୁଛୁ କି, ସୁହାନା ନେଟଫ୍ଲିକ୍ସରେ ଦ ଆର୍ଚିଜ୍ ସହ ଅଭିନୟ ଡେବ୍ୟୁ କରିଥିଲେ । ବର୍ତ୍ତମାନ ସୁହାନା ଖାନ ଏହି ଫିଲ୍ମ ସହ ବଡ଼ ପରଦାରେ ଡେବ୍ୟୁ କରିବେ । ଏହି ପ୍ରୋଜେକ୍ଟରେ ଅଭିନେତା ଅଭିଷେକ ବଚ୍ଚନଙ୍କୁ ଫିଲ୍ମର ଖଳନାୟକ ଏବଂ ମୁଞ୍ଜ୍ୟ ଅଭିନେତା ଅଭୟ ବର୍ମାଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାର ମଧ୍ୟ ଖବର ରହିଛି । ଏଥିସହ ଦୀପିକା ପାଦୁକୋନଙ୍କୁ ସୁହାନାଙ୍କ ମାଆଙ୍କ ଭୂମିକାରେ ଦେଖିବାକୁ ମିଳିବ ଏବଂ ସେ ଶାହରୁଖଙ୍କ ପୂର୍ବତନ ପ୍ରେମିକା ଭାବରେ ଏକ ଲମ୍ବା କ୍ୟାମିଓ ଭୂମିକାରେ ମଧ୍ୟ ଦେଖାଯିବେ ବୋଲି କୁହାଯାଉଛି । ତଥାପି, ପ୍ରଯୋଜନା କମ୍ପାନୀ କିମ୍ବା ନିଜେ SRK ପକ୍ଷରୁ କେହି ପ୍ରୋଜେକ୍ଟର କୌଣସି ବିବରଣୀ ନିଶ୍ଚିତ କରିନାହାଁନ୍ତି । ସେପଟେ କିଛି ଦିନ ପୂର୍ବରୁ ସିଦ୍ଧାର୍ଥ ଏକ୍ସରେ "ମିଥ୍ୟା" ବୋଲି ପୋଷ୍ଟ କରିଥିଲେ । ପ୍ରଶଂସକମାନଙ୍କଠାରୁ ଏହାକୁ ମିଶ୍ରିତ ପ୍ରତିକ୍ରିୟା ମିଳିଥିଲା । ତଥାପି, ଆନନ୍ଦଙ୍କ ସିଧାସଳଖ X ପୋଷ୍ଟ ଗୁଜବରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ । ଯାହା ଫିଲ୍ମର କାଷ୍ଟିଂ ବିଷୟରେ ଯାଞ୍ଚ ନ ହୋଇଥିବା ରିପୋର୍ଟକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରି ଦେଖାଯାଉଛି ।

ଏହା ମଧ୍ୟ ପଢନ୍ତୁ: ଶାହାରୁଖ ଖାନଙ୍କୁ ହତ୍ୟା ଧମକ, ସଲମାନଙ୍କ ପରେ ଏବେ ଟାର୍ଗେଟରେ କିଙ୍ଗ ଖାନ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.