ETV Bharat / entertainment

ପରଦାରେ ଏକାଠି ନଜର ଆସିବେ ପୃଥ୍ୱୀରାଜ ସୁକୁମାରନ-କରୀନା କପୁର, ମେଘନା ଗୁଲଜାରଙ୍କ ନୂଆ ଫିଲ୍ମ ଘୋଷଣା - DAAYRA

ପରଦାରେ କରୀନା କପୁର ଖାନ ଏବଂ ପୃଥ୍ୱୀରାଜ ସୁକୁମାରନଙ୍କୁ ଏକାଠି ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବେ ମେଘନା ଗୁଲଜାର। ଆଜି ଚଳଚ୍ଚିତ୍ର ଘୋଷଣା ହୋଇଛି ।

prithviraj sukumaran film daayra
prithviraj sukumaran film daayra (IANS)
author img

By ETV Bharat Entertainment Team

Published : April 14, 2025 at 1:48 PM IST

1 Min Read

ହାଇଦ୍ରାବାଦ: ବଲିଉଡରେ କମବ୍ୟାକ କରିବାକୁ ପ୍ରସ୍ତୁତ ମାଲାୟାଲମ୍ ଅଭିନେତା ପୃଥ୍ୱୀରାଜ ସୁକୁମାରନ । ଆଗାମୀ ଚଳଚ୍ଚିତ୍ର 'ଡାୟରା' ସହ ବଲିଉଡରେ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି । ମେଘନା ଗୁଲଜାରଙ୍କ ନିର୍ଦ୍ଦେଶିତ ତଥା ପ୍ରଡକ୍ସନ୍ ହାଉସ୍ ଜଙ୍ଗଲି ପିକ୍ଚର୍ସ ବ୍ୟାନରରେ ନିର୍ମିତ ଫିଲ୍ମରେ ସେ ବଲିଉଡର 'ବେବୋ' କରୀନା କପୁର ଖାନଙ୍କ ସହ ସ୍କ୍ରିନ୍ ସେୟାର କରୁଥିବା ନଜର ଆସିବେ । ଅଭିନେତା ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଏହି ସୂଚନା ଦେଇଛନ୍ତି ।

ଏପ୍ରିଲ୍ 14, 2024(ଆଜି) ଏକ୍ସରେ ପୃଥ୍ୱୀରାଜ ନିର୍ଦ୍ଦେଶକ ମେଘନା ଗୁଲଜାର ଏବଂ ସହ-ତାରକା କରୀନା କପୁର ଖାନଙ୍କ ସହ କିଛି ଫଟୋ ସେୟାର କରିଛନ୍ତି । ଗୋଟିଏ ଫଟୋରେ, ତିନିଜଣ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳିଛି । ଦ୍ୱିତୀୟଟିରେ ସେ କ୍ୟାମେରା ଆଗରେ ହସୁଥିବା ଦେଖିବାକୁ ମିଳିଛି । ଫଟୋ ସେୟାର କରି ଅଭିନେତା ଲେଖିଛନ୍ତି, 'କିଛି କାହାଣୀ ତୁମେ ଶୁଣିବା କ୍ଷଣି ତୁମ ସହିତ ରହିଥାଏ । ମୋ ପାଇଁ 'ଡାୟରା' ହେଉଛି ଏକ କାହାଣୀ । ମେଘନା ଗୁଲଜାର ଏବଂ କରୀନା କପୁର ଖାନଙ୍କ ସହ କାମ କରିବାକୁ ଉତ୍ସାହିତ । ଆପଣ ସମସ୍ତଙ୍କୁ ବହୁତ ଶୁଭ ବିଷୁର ଶୁଭକାମନା ।'

କରୀନା ମଧ୍ୟ ଏହି ଫଟୋଗୁଡ଼ିକୁ ତାଙ୍କ ସୋସିଆଲ ମିଡିଆରେ ସେୟାର କରି ଲେଖିଛନ୍ତି, 'ମୁଁ ସର୍ବଦା କହିଛି ଯେ ମୁଁ ନିର୍ଦ୍ଦେଶକଙ୍କ ଅନୁଯାୟୀ କାମ କରେ ଏବଂ ଏଥର ମୁଁ ଆମର ଜଣେ ଶ୍ରେଷ୍ଠ ନିର୍ଦ୍ଦେଶକ ମେଘନା ଗୁଲଜାର ଏବଂ ଉଜ୍ଜ୍ୱଳ ପ୍ରୀତିରାଜଙ୍କ ସହ କାମ କରିବାକୁ ଉତ୍ସାହର ସହିତ ଅପେକ୍ଷା କରିଛି, ଯାହାର କାର୍ଯ୍ୟକୁ ମୁଁ ହୃଦୟରୁ ପ୍ରଶଂସା କରେ । ମୋର ଡ୍ରିମ ଟିମ 'ଡାୟରା' ମୁଁ ପ୍ରସ୍ତୁତ ଅଛି ।'ଏହାପୂର୍ବରୁ ଏପ୍ରିଲ 7 ରେ ପୃଥ୍ୱୀରାଜ ମୁମ୍ବାଇରେ କରୀନା କପୁର ଖାନଙ୍କ ସହ ନଜର ଆସିଥିଲେ । ସେବେଠାରୁ ପ୍ରୀତିରାଜ ଏବଂ କରୀନା ଏକାଠି କାମ କରିବା ବିଷୟରେ କଳ୍ପନାଜଳ୍ପନା ବୃଦ୍ଧି ପାଇଥିଲା ଏବଂ ବର୍ତ୍ତମାନ ଫିଲ୍ମ ନିଶ୍ଚିତ ହୋଇଛି ।

ଏହା ମଧ୍ୟ ପଢନ୍ତୁ: ଏହି ସାଉଥ ସିନେମା ଆଗରେ ଫିକା ପଡିଲା 'ସିକନ୍ଦର-ଜାଟ', କମାଇଲେ ଏତିକି କୋଟି

କହିରଖୁଛୁ କି, ମେଘନା ଗୁଲଜାର, ଯଶ କେଶୱାନୀ ଏବଂ ସୀମା ଅଗ୍ରୱାଲ ମିଳିତ ଭାବେ 'ଦିନରା'ର କାହାଣୀ ଲେଖିଛନ୍ତି । ତେବେ ଏହି ଘୋଷଣା ପରେ ଫ୍ୟାନ୍ସ ଉତ୍ସାହର ସହ ଫିଲ୍ମକୁ ଅପେକ୍ଷା କରିଛନ୍ତି । ପୃଥ୍ୱୀରାଜ ରାନୀ ମୁଖାର୍ଜୀଙ୍କ ବିପକ୍ଷରେ ଆୟା (2012) ଙ୍କ ସହ ବଲିଉଡରେ ଡେବ୍ୟୁ କରିଥିଲେ । ଯାହା ପରେ ସେ ଔରଙ୍ଗଜେବ (2013) ଏବଂ ନାମ ଶବାନା (2017) ମଧ୍ୟ ନଜର ଆସିିଥିଲେ । ଏବେ ସେ ମେଘନା ଗୁଲଜାରଙ୍କ ଫିଲ୍ମରେ କରୀନା କପୁର ଖାନଙ୍କ ସହ ବଲିଉଡରେ କମବ୍ୟାକ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.