ETV Bharat / entertainment

ବାପା ହେଲେ ଜାହିର ଖାନ, ଶିଶୁପୁତ୍ର ଜନ୍ମ ଦେଲେ ସାଗରିକା ଘାଟଗେ - SAGARIKA ZAHEER KHAN WELCOME BABY

ପିତାମାତା ହୋଇଛନ୍ତି ଜାହିର ଖାନ ଏବଂ ସାଗରିକା ଘାଟଗେ । ଉଭୟ ଘରକୁ କୁନିଅତିଥି ଆସିଥିବା ବେଳେ ତାଙ୍କ ନାମ କଣ ଏବଂ ଏହାର ଅର୍ଥ କ'ଣ ରଖିଛନ୍ତି? କରିଛନ୍ତି ଖୁଲାସା..

SAGARIKA ZAHEER KHAN WELCOME BABY
SAGARIKA ZAHEER KHAN WELCOME BABY (Film Poster And IANS)
author img

By ETV Bharat Entertainment Team

Published : April 16, 2025 at 12:08 PM IST

1 Min Read

ହାଇଦ୍ରାବାଦ: ଶାହାରୁଖ ଖାନଙ୍କ ଅଭିନୀତ ସୁପରହିଟ ଫିଲ୍ମ 'ଚକ ଦେ ଇଣ୍ଡିଆ' ଫେମ୍ ଅଭିନେତ୍ରୀ ସାଗରିକା ଘାଟଗେ ଏବଂ ପୂର୍ବତନ ଭାରତୀୟ କ୍ରିକେଟର ଜାହିର ଖାନଙ୍କ ଆଜି ୧୬ ଏପ୍ରିଲରେ ତାଙ୍କ ପ୍ରଶଂସକମାନଙ୍କୁ ଖୁସି ଖବର ଦେଇଛନ୍ତି । ଦମ୍ପତିଙ୍କ ଘରକୁ କୁନି ଅତିଥି ଆସିଛନ୍ତି । ସାଗରିକା ଘାଟଗେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ଅଭିନେତ୍ରୀ ସୋସିଆଲ ମିଡିଆରେ ତାଙ୍କର ପ୍ରଥମ ସନ୍ତାନ ଏବଂ ସ୍ୱାମୀ ଜାହିର ଖାନଙ୍କ ସହ ଏକ ଫଟୋ ସେୟାର କରି ଏହି ଖୁସି ଖବର ଦେଇଛନ୍ତି । ଯାହା ପରେ ଏବେ ଫ୍ୟାନ୍ସ ସମେତ ସେଲିବ୍ରିଟି ଷ୍ଟାର ଦମ୍ପତିଙ୍କୁ ସେମାନଙ୍କ ପୋଷ୍ଟରେ ଅଭିନନ୍ଦନ ଜଣାଉଛନ୍ତି ।

ଦମ୍ପତିଙ୍କ ପୁଅର ନାମର ଅର୍ଥ କ'ଣ?

ସାଗରିକା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଯେଉଁ ଫଟୋ ସେୟାର କରିଛନ୍ତି, ସେଥିରେ ତାଙ୍କର କୁନି ଅତିଥି ମଧ୍ୟ ନଜର ଆସିଛନ୍ତି । ଦ୍ୱିତୀୟ ଫଟୋରେ, ଛୋଟ ରାଜକୁମାରଙ୍କ ଆଙ୍ଗୁଠିଗୁଡ଼ିକ ଦୃଶ୍ୟମାନ ହେଉଛି । ଏହି ଖୁସି ଖବର ପୋଷ୍ଟ ସେୟାର କରି ସାଗରିକା ଏବଂ ଜାହିର ଖାନ ଲେଖିଛନ୍ତି, 'ଭଗବାନଙ୍କ ଆଶୀର୍ବାଦ, ପ୍ରେମ ଏବଂ ଆପଣଙ୍କ କୃତଜ୍ଞତା ସହିତ, ଆମେ ଏକ ପୁଅର ଆଶୀର୍ବାଦ ପାଇଛୁ, ଯାହାର ନାମ ଫତେହ ସିଂ ଖାନ'। କହିରଖୁଛୁ ଯେ, ଫତେହ ସିଂହ ଖାନର ଅର୍ଥ 'ବିଜେତା, ବିଜୟୀ ସିଂହ'। ଏହି ପୋଷ୍ଟ ଉପରେ ଅଙ୍ଗଦ ବେଦୀ, ଅନୁପମ ମିତ୍ତଲ, ନିଧି ଦତ୍ତା, ଡାଏନା ପେଣ୍ଟି, ହୁମା କୁରେଶୀ, କରଣ ସିଂ ଗ୍ରୋଭର, କ୍ରିକେଟର ହରଭଜନ ସିଂ, ଆଥିୟା ସେଟ୍ଟୀଙ୍କ ସମେତ ଅନେକ ତାରକା ସମେତ ଫ୍ୟାନ୍ସ ଲାଇ କରିବା ସହ ଦମ୍ପତିଙ୍କୁ ଶୁଭକାମନା ଜଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଝାଡଖଣ୍ଡର ମା’ ଛିନ୍ନମସ୍ତକ ମନ୍ଦିରରେ ଜାହିର-ସାଗରିକାଙ୍କ ପୂଜାର୍ଚ୍ଚନା

ଏହି ଷ୍ଟାର ଦମ୍ପତି କେବେ ବିବାହ କରିଥିଲେ?

ଆପଣଙ୍କୁ କହି ରଖୁଛୁ ଯେ, ଜାହିର ଖାନ ଏବଂ ସାଗରିକା ୨୦୧୭ ମସିହାରେ ବିବାହ କରିଥିଲେ ଏବଂ ୮ ବର୍ଷର ବିବାହ ପରେ, ଏହି ଦମ୍ପତି ସେମାନଙ୍କର ପ୍ରଥମ ସନ୍ତାନର ପିତାମାତା ହୋଇଥିଲେ । ବିବାହ ପରେ, ଜାହିର ଏବଂ ସାଗରିକା ଦୁହେଁ ନିଜ ନିଜ କାମରେ ବ୍ୟସ୍ତ ଥିଲେ । ଜାହିର ଖାନ କ୍ରିକେଟ୍ କ୍ଷେତ୍ରରେ ବ୍ୟସ୍ତ ଥିବା ବେଳେ, ସାଗରିକା ତାଙ୍କ ବିବାହର ବର୍ଷ ୨୦୧୭ରେ 'ଇରାଦା' ଫିଲ୍ମରେ ନଜର ଆସିଥିଲେ । ଏହା ପରେ, ଅଭିନେତ୍ରୀଙ୍କୁ 2020 ମସିହାରେ ଟିଭି ଶୋ 'ଫୁଟଫେରୀ' ଏବଂ 2019 ମସିହାରେ ୱେବ-ସିରିଜ "ବସ୍: ବାପ୍ ଅଫ୍ ସ୍ପେଶାଲ୍ ସର୍ଭିସ" ରେ ଦେଖିବାକୁ ମିଳିଥିଲା । ସାଗରିକା 2007 ମସିହାରେ ଶାହରୁଖ ଖାନଙ୍କ ଅଭିନୀତ ଫିଲ୍ମ "ଚକ୍ ଦେ ଇଣ୍ଡିଆ" ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିଥିଲେ ଏବଂ ତାଙ୍କ ସୌନ୍ଦର୍ଯ୍ୟ ଯୋଗୁଁ, ଅଭିନେତ୍ରୀ ତାଙ୍କର ଡେବ୍ୟୁ ଫିଲ୍ମରୁ ପ୍ରସିଦ୍ଧ ହୋଇଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.