ଭୁବନେଶ୍ୱର: ଓଡ଼ିଶାରେ ଡ୍ରିମ ଗାର୍ଲ ହେମା ମାଳିନୀ । ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ର ମଣ୍ଡପରେ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ବୃନ୍ଦାବନ ଗୁରୁକୂଳର ମିଳିତ ଆନୁକୂଲ୍ୟରେ ହୋଇଯାଇଛି ବୃନ୍ଦାବନ ମହୋତ୍ସବ । ଅନୁଷ୍ଠିତ ଏହି ଉତ୍ସବରେ ବଲିଉଡ ଅଭିନେତ୍ରୀ ତଥା ସାଂସଦ ହେମା ମାଳିନୀ ଯୋଗ ଦେଇଥିବା ବେଳେ ଭାରତ ନାଟ୍ୟମ ଓ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭଜନ ଓ ଶୃତ କମଲାରେ ନୃତ୍ୟ ପ୍ରଦର୍ଶନ କରି ଓଡ଼ିଶା ଦର୍ଶକଙ୍କ ମନ ମୋହିଛନ୍ତି ।
ହାଉସଫୁଲରେ ଲୋକମାନେ ଆଜି ଭାରତ ନାଟ୍ୟମର ବିଭିନ୍ନ କଳା ଦେଖିଛନ୍ତି । ୭୦ ଦଶକରୁ ଆଜି ପର୍ଯ୍ୟନ୍ତ ଅଭିନୟ ଜଗତରେ ନିଜ ଅଭିନୟର ଯାଦୁରେ ମୋହିତ କରିଥିବା ବେଳେ ଭୁବନେଶ୍ୱରରେ ଦୋଳ ପୂର୍ଣ୍ଣିମା ଅବସରରେ ଭାରତ ନାଟ୍ୟମ ପ୍ରଦର୍ଶନ କରିଛନ୍ତି ଯାହାକୁ ଦେଖି ମୁଗ୍ଧ ହୋଇ ଫେରୁଥିବା ଦର୍ଶକ ଖୁସି ବ୍ୟକ୍ତ କରିଛନ୍ତି । କାର୍ଯ୍ୟକ୍ରମର ପ୍ରାରମ୍ଭରେ ପଦ୍ମ ବିଭୂଷଣ ପଣ୍ଡିତ ହରିପ୍ରସାଦ ଚୌରାଶିଆଙ୍କ ବଂଶୀ ବାଦନ ଶୁଣିବାକୁ ମିଳିଥିଲା । ପରେ ହେମା ମାଳିନୀଙ୍କ ଗଣେଶ ସ୍ତ୍ରୋତ୍ର, ନଗେନ୍ଦ୍ରହାରାୟ, ଶୃତ କମଲା ଆଦି ନୃତ୍ୟକଳା ଦେଖିବାକୁ ମିଳିଥିଲା । ପରେ ପରେ ଜଗନ୍ନାଥଙ୍କ ପାଇଁ ପ୍ରସ୍ତୁତ ଏକ ଓଡ଼ିଆ ଭଜନରେ ନୃତ୍ୟ ପରିବେଷଣ କରିଥିଲେ ହେମା । ଏହା ସହ ନାଟ୍ୟ ବିହାର କଳା କେନ୍ଦ୍ରର ନୃତ୍ୟାଙ୍ଗନା ମାନେ ମିଳିତ ଭାବେ ନୃତ୍ୟ ପରିବେଷଣ କରିଥିଲେ । ପରେ ମଞ୍ଚରେ ହୋଲି ଖେଳିଥିଲେ ହେମା ।

ଏହି ଗୀତରେ ନୃତ୍ୟ ପରଫର୍ମ କଲେ
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ପ୍ରଣାମ କରି ବଡ଼ ଦାଣ୍ଡେ ଭିଡ଼ ଭାଇ ଗୀତରେ ଭାରତ ନାଟ୍ୟମ ପରିବେଷଣ କରିଲେ । ଓଡ଼ିଆ ଗୀତ ଓ ଭାରତ ନାଟ୍ୟମ ନୃତ୍ୟ ର ଉପସ୍ଥାପନା ଦର୍ଶକଙ୍କୁ ବେସି ଆକର୍ଷିତ କରିଥିଲା । ଏହା ପରେ ସେ ରାମ ଓ ରାବଣ ର ଯୁଦ୍ଧ କୁ ନିଜ ନୃତ୍ୟ ମାଧ୍ୟମରେ ପରିବେଷଣ କରିଥିଲେ । ଶେଷରେ ହୋଲି ଥିବାରୁ ସେ କୃଷ୍ଣଙ୍କ ରାସ ଲୀଳା ପରିବେଷଣ କରି ଦର୍ଶକଙ୍କ ମନକୁ ଜିତିନେଇଥିଲେ ।

''ରବୀନ୍ଦ୍ର ମଣ୍ଡପ ପୁନଃଉଦ୍ଧାର ଆବଶ୍ୟକ''
ଏହି ଅବସରରେ ଯୋଗ ଦେଇ ହେମା ମାଳିନୀ ନୃତ୍ୟ ମାଧ୍ୟମରେ ଯେତିକି ଲୋକଙ୍କ ମନ ଜିଣଥିଲେ ସେତିକି ଉଦବେଗ ପ୍ରକାଶ କରିଥିଲେ ରବୀନ୍ଦ୍ର ମଣ୍ଡପର ଭିତ୍ତିଭୁମିକୁ ନେଇ । କାରଣ ନୃତ୍ୟ ପାଦଦର୍ଶନ ସମୟରେ ରବୀନ୍ଦ୍ର ମଣ୍ଡପର ଭିତ୍ତିଭୂମି ବା ନୃତ୍ୟ ମଂଚ ତାଙ୍କୁ ପୁରୁଣା ଓ ବ୍ୟପର୍ଯ୍ୟସ୍ତ ବୋଲି ଅନୁଭବ ହୋଇଥିଲା । ସେ କହିଛନ୍ତି ''ଓଡିଶା କଳାର ରାଜ୍ୟ ଏଠାରେ ଅନ୍ତର୍ଜାତୀୟ ସ୍ତର ବହୁ ବିଶିଷ୍ଟ ନୃତ୍ୟାଙ୍ଗନା ଆସି ନୃତ୍ୟ କରୁଛନ୍ତି । ତେଣୁ ଆନ୍ତର୍ଜାତୀୟ ସ୍ତର ର ଭୁବନେଶ୍ୱର ରେ ଏକ ଭଲ ଷ୍ଟେଜର ଆବଶ୍ୟକତା ରହିଛି । ପୂର୍ବରୁ ମଧ୍ୟ ସେ ଏହି ଷ୍ଟେଜରେ ନୃତ୍ୟ ପରିବେଷଣ କରିଛନ୍ତି । ସମାନ ଅବସ୍ଥାରେ ରହିଛି ରବୀନ୍ଦ୍ର ମଣ୍ଡପ ଷ୍ଟେଜ । ଏହାର ପୁନଃଉଦ୍ଧାର ହେବାର ଆବଶ୍ୟକତା ରହିଛି । ତେଣୁ ମୁ ସରକାରଙ୍କୁ ଅନୁରୋଧ କରୁଛି ଏହି ମଣ୍ଡପର ପୁନରୁଦ୍ଧାର କରାଯାଉ । ଏହାସହ ମୁଁ ଉତ୍ସବରେ ଯୋଗ ଦେଇ ନୃତ୍ୟ ପରିବେଷଣ କରି ଲୋକଙ୍କର ଉତ୍ସାହ ଓ ହାଉସଫୁଲ ଦେଖି ବହୁତ ଖୁସି ବୋଲି କହିଛନ୍ତି । ''

ଏହା ମଧ୍ୟ ପଢନ୍ତୁ: ରାମଲାଲାଙ୍କ ପାଇଁ ଭରତନାଟ୍ୟ ପରିବେଷଣ କଲେ ଡ୍ରିମ ଗାର୍ଲ

ଓଡ଼ିଶାର କଲେ ଭୂୟଂସୀ ପ୍ରଶଂସା
ମଥୁରାରେ ହୋଲି ପର୍ବ ହେଉଥିଲେ ମଧ୍ୟ ସେଠି ରହିପରିଲିନି ଓଡିଶା ଆସିଲି ଜଗନ୍ନାଥ ମହାପ୍ରଭୁ ମତେ ଏଇଠି ଡାକିଆଣିଲେ । ଭୁବନେଶ୍ୱର ଲିଙ୍ଗରାଜଙ୍କ ସ୍ଥାନ ଥିବାରୁ ମୁଁ ଶିବ ସ୍ତୁତି କରିଲି ବୋଲି କହିଲେ ହେମା ମାଳିନୀ । ଓଡିଶାର କଳା ସଂସ୍କୃତି ର ପ୍ରଶଂସା କରିବା ସହ ଶାଢ଼ୀ ର ମଧ୍ୟ ପ୍ରଶଂସା କରିଛନ୍ତି । ସେପଟେ ୭୬ ବର୍ଷ ବୟସରେ ପ୍ରାୟ ଏକ ଘଣ୍ଟା ପାଖାପାଖି ସେ ନିଜର ନୃତ୍ୟର ଯାଦୁ ଦେଖାଇଥିବାରୁ ଅଭିନେତ୍ରୀଙ୍କ ପ୍ରଶଂସାରେ ଅତିଥି ଓ ଦର୍ଶକ ।

ଇଟିଭି ଭାରତ, ଭୁବନେଶ୍ୱର