ହାଇଦ୍ରାବାଦ: ପବିତ୍ର ସ୍ନାନ ପୂର୍ଣ୍ଣିମାରେ ଓଡ଼ିଆ ଦର୍ଶକଙ୍କୁ ଭେଟି । ଅଭିନେତା ଅର୍ଦ୍ଧେନ୍ଦୁ ସାହୁଙ୍କ ନୂଆ ଫିଲ୍ମ ଘୋଷଣା ହୋଇଛି । 'ଭିଲେନ' ପରେ ଏବେ 'ଚ୍ୟାଲେଞ୍ଜ' ସହ ପରଦାକୁ ଫେରୁଛନ୍ତି ଅର୍ଦ୍ଧେନ୍ଦୁ । ଆଜି (ଜୁନ 11)ରେ ନିର୍ମାତା ଏହାର ଘୋଷଣା କରିଛନ୍ତି । ଏଥିସହ ଫିଲ୍ମର ପ୍ରଥମ ଲୁକ କେବେ ଆସିବ ଏବଂ ଫିଲ୍ମର ରିଲିଜ ଡେଟ୍ ମଧ୍ୟ ପ୍ରକାଶ କରାଯାଇଛି ।
ଅର୍ଦ୍ଧେନ୍ଦୁ ସାହୁଙ୍କ ନୂଆ ଫିଲ୍ମ
ନିର୍ମାତା ଆମର ମ୍ୟୁଜିକ ଇନଷ୍ଟାଗ୍ରାମରେ ଫିଲ୍ମର ପୋଷ୍ଟର ସେୟାର କରି ଅର୍ଦ୍ଧେନ୍ଦୁଙ୍କ ନୂଆ ଫିଲ୍ମ 'ଚ୍ୟାଲେଞ୍ଜ' ଘୋଷଣା କରିଛନ୍ତି । ପୋଷ୍ଟରରେ ଅର୍ଦ୍ଧେନ୍ଦୁଙ୍କ ପଛପଟ ଲୁକ ସହ ସେ ହାତରେ ବନ୍ଧୁକ ଓ ତାଙ୍କ ଚାରିପାଖରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି । ଏହା ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ''ଚ୍ୟାଲେଞ୍ଜ" ଗ୍ରହଣ କରିବାକୁ ପ୍ରସ୍ତୁତ ହୁଅନ୍ତୁ । SKM(ସାଇ କିରଣ ମଙ୍ଗରାଜ)ଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ଆଦିକନ୍ଦ ସାହୁ ଦ୍ୱାରା ପ୍ରଯୋଜିତ, ଅର୍ଦ୍ଧେନ୍ଦୁ ଅଭିନୀତ ଆମର ଆଗାମୀ ଓଡ଼ିଆ ସିନେମାର ନାମ ଘୋଷଣା କରି ଆମେ ଉତ୍ସାହିତ ।''
ଫିଲ୍ମର ପ୍ରଥମ ଲୁକ କେବେ ଆସିବ ଏବଂ କେବେ ହେବ ରିଲିଜ ?
ଫିଲ୍ମର ପୋଷ୍ଟରରେ ପ୍ରଥମ ଲୁକ କେବେ ଆସିବ ସେନେଇ ସୂଚନା ଦିଆଯାଇଛି । ପ୍ରଥମ ଲୁକ ରଜରେ ଅର୍ଥାତ୍ ଆସନ୍ତା 14ରେ ଆସିବ ବୋଲି କୁହାଯାଇଛି । ଏଥିସହ ଫିଲ୍ମର ରିଲିଜ ଡେଟ୍ ମଧ୍ୟ ପ୍ରକାଶ କରାଯାଇଛି । ଫିଲ୍ମ ଚଳିତ ବର୍ଷ ଦଶହରାରେ ପରଦାକୁ ଆସିବ ।
ଏହା ମଧ୍ୟ ପଢନ୍ତୁ: ଆସୁଛି ଓଡ଼ିଆ ଫିଲ୍ମ 'ଶମ୍ଭୁ'; ପୋଷ୍ଟର ରିିଲିଜ, ପରଦାରେ ଦେଖିବାକୁ ମିଳିବ ଶୁଭମ-ତମନ୍ନାଙ୍କ କେମେଷ୍ଟ୍ରି
ଅର୍ଦ୍ଧେନ୍ଦୁଙ୍କୁ ଗତବର୍ଷ 'ଭିଲେନ' ଫିଲ୍ମରେ ଦେଖିବାକୁ ମିଳିଥିଲା । ଏଥିରେ ସେ ତମନ୍ନା ବ୍ୟାସଙ୍କ ସହ ସ୍କ୍ରିନ ସେୟାର କରିଥିଲେ । ଏହି ଫିଲ୍ମ ଦଶହରାରେ ରିଲିଜ କରିଥିଲା, ଯାହା ଲୋକଙ୍କ ମନ ଜିତିଥିଲା । ତେବେ ରଜରେ(ଜୁନ 14)ରେ ଏହି ଫିଲ୍ମ ଛୋଟ ପରଦା ସିଦ୍ଧାର୍ଥ ଟିଭିରେ ଦେଖିପାରିବେ । ଆଦିଲକ୍ଷ୍ମୀ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ "ଭିଲେନ"ର ପ୍ରଯୋଜନା କରିଥିଲେ ଆଦିକନ୍ଦ ସାହୁ । ତେବେ ଆଦିକନ୍ଦ ସାହୁଙ୍କ ସହ ପୁଣି ଥରେ ହାତ ମିଳାଇଛନ୍ତି ଅର୍ଦ୍ଧେନ୍ଦୁ । ଫିଲ୍ମ 'ଚ୍ୟାଲେଞ୍ଜ' ସହ ଉଭୟ ପୁଣି ଏକାଠି କାମ କରିବେ ।
ଏହା ମଧ୍ୟ ପଢନ୍ତୁ: ରେଶମ ସହରରେ ‘ଭିଲେନ’, ଫ୍ୟାନ୍ସଙ୍କୁ ଏମିତି ଅପିଲ୍ କଲେ ଅର୍ଦ୍ଧେନ୍ଦୁ-ତମନ୍ନା
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ