ETV Bharat / entertainment

'ବୋଉ ବୁଟୁ ଭୂତ' ସହ ଗାୟିକା ଭାବେ ଅପରାଜିତାଙ୍କ ଡେବ୍ୟୁ, ଶାଶୁଙ୍କ ପ୍ରଶଂସାରେ ତୃପ୍ତୀ - APARAJITA MOHANTY DEBUT AS A SINGER

ପରଦାକୁ ଆସିଛି ଓଡ଼ିଆ ଫିଲ୍ମ 'ବୋଉ ବୁଟୁ ଭୂତ' । ଏହି ଫିଲ୍ମ ସହ ଅପରାଜିତାଙ୍କ ଗାୟିକା ଭାବେ ଡେବ୍ୟୁ । ଫିଲ୍ମ ଓ ଗୀତ ପ୍ରଶଂସାରେ ଦର୍ଶକ ।

ODIA FILM BOU BUTTU BHUTA RELEASE
ODIA FILM BOU BUTTU BHUTA RELEASE (ETV Bharat Odisha)
author img

By ETV Bharat Entertainment Team

Published : June 13, 2025 at 12:16 PM IST

2 Min Read

ଭୁବନେଶ୍ୱର: ସାରା ଓଡ଼ିଶାରେ ୬୧ଟି ହଲରେ ମୁକ୍ତିଲାଭ କରିଛି ବାବୁସାନ ମହାନ୍ତିଙ୍କ ଓଡ଼ିଆ ଫିଲ୍ମ 'ବୋଉ ବୁଟୁ ଭୁତ' । ପୂର୍ବରୁ ଫିଲ୍ମର ଟ୍ରେଲରକୁ ଲୋକେ ବେଶ ପସନ୍ଦ କରିଥିବା ବେଳେ ଫିଲ୍ମକୁ ଉତ୍ସାହର ସହ ଅପେକ୍ଷା କରିଥିଲେ । ବର୍ତ୍ତମାନ ଜୁନ 12ରେ ଫିଲ୍ମ ପରଦାକୁ ଆସିଥିବା ବେଳେ ପ୍ରେକ୍ଷାଳୟ ବାହାରେ ଫ୍ୟାନ୍ସଙ୍କ ଭିନ୍ନ କ୍ରେଜ ଦେଖିବାକୁ ମିଳିଛି । ସମସ୍ତ ଶୋ' ହାଉସଫୁଲ ରହିଛି । ଫିଲ୍ମ ଦେଖି ଦର୍ଶକ ଫିଦା ହୋଇଥିବା ବେଳେ 'ଡୁଙ୍ଗୁଥିଲି' ଗୀତରେ କମ୍ପିଥିଲା ଥିଏଟର ପରିବେଶ । ସେପଟେ ଏହି ଫିଲ୍ମ ସହ ଓଲିଉଡର ଭେଟେରାନ ଅଭିନେତ୍ରୀ ଅପରାଜିତା ମହାନ୍ତି ଅଭିନୟ କରିବା ସହ ଏଥିରେ ସେ ଗାୟିକା ଭାବେ ଡେବ୍ୟୁ କରିଛନ୍ତି । ଦର୍ଶକ ଫିଲ୍ମ ଓ ଗୀତ ନେଇ ଶତମୁଖ ହୋଇଥିବା ବେଳେ ଏତେ ମାତ୍ରାରେ ଭଲପାଇବା ନେଇ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି ବାବୁସାନ ।

ODIA FILM BOU BUTTU BHUTA RELEASE (ETV Bharat Odisha)

'ଲାଲ ଟୁକ ଟୁକ' ଗୀତ ସହ ଗାୟିକା ଭାବେ ଅପରାଜିତାଙ୍କ ଡେବ୍ୟୁ

'ବୋଉ ବୁଟୁ ଭୁତ' ସହ ଚଳିତ ବର୍ଷ ପରଦାକୁ ଫେରିଛନ୍ତି ବାବୁସାନ । ଏହି ଫିଲ୍ମ ରଜ ଅବସରରେ ରିଲିଜ ହୋଇଛି । ଏହି ଫିଲ୍ମରେ 'ଲାଲ ଟୁକ ଟୁକ' ଗୀତ ଗାଇଛନ୍ତି ଅପରାଜିତା ଓ 'ଓଦା ଲାଗେ' ଗୀତ ଗାଇଛନ୍ତି ବାବୁସାନ ଓ ଶୁଭଶ୍ରୀ ଜେନା । ଏହି ଫିଲ୍ମରେ ଉଭୟ ମା ଓ ପୁଅ ଅପରାଜିତା ଏବଂ ବାବୁସାନ ଅଭିନୟ କରିବା ସହ ଗୀତ ଗାଇଛନ୍ତି । ଏହି ଫିଲ୍ମ ସହ ଅପରାଜିତା ତାଙ୍କ କ୍ୟାରିଅରର ପ୍ରଥମ ଗୀତ ଗାଇଛନ୍ତି । ତେବେ ମାଆ ପୁଅଙ୍କ ଯୁଗଳ ବନ୍ଦୀ ଅଭିନୟ ଦର୍ଶକଙ୍କୁ ପସନ୍ଦ ଆସିଥିବା ବେଳେ ଗୀତକୁ ମଧ୍ୟ ଖୁବ ପ୍ରଶଂସା କରିଛନ୍ତି ଦର୍ଶକ । ସେପଟେ ମାଆଙ୍କ କଣ୍ଠରେ ଏହି ଗୀତ ଫିଲ୍ମରେ ମେଳ ଖାଉଥିବା ବେଳେ ଦୀର୍ଘ ବର୍ଷ ପରେ ସେ ଗୀତ ଗାଇଛନ୍ତି । ଯାହା ବେଶ ସୁନ୍ଦର ଭାବେ ହୋଇଛି ବୋଲି କହିଛନ୍ତି ବାବୁସାନ ।

ଅପରାଜିତାଙ୍କ ପ୍ରଶଂସାରେ ତୃପ୍ତୀ ଓ ବାବୁସାନ

ମାଆଙ୍କ ପ୍ରଶଂସା କରି ବାବୁସାନ କହିଛନ୍ତି, ''ମୁଁ ମୋ ମାଆଙ୍କ ପାଇଁ ଗୀତ ଶିଖିଛି । ସେ ହିଁ ମୋତେ ଗୀତ ଶିଖାଇଛନ୍ତି ଏବଂ ମୋତେ ମ୍ୟୁଜିକ ଇଣ୍ଡଷ୍ଟ୍ରିରେ କାମ କରିବାକୁ ବାଧ୍ୟ କରିଥିଲେ । ସେ ମଧ୍ୟ ବହୁତ ସୁନ୍ଦର ଗୀତ ଗାଆନ୍ତି । ହେଲେ ସେ ମଝିରେ ଗୀତ ଗାଇବା ବନ୍ଦ କରିଦେଇଥିଲେ । ଏହି ଫିଲ୍ମରେ ତାଙ୍କ କଣ୍ଠ ସହ ଗୀତ ମେଳ ଖାଉଥିବାରୁ ଗୀତ ଗାଇବାକୁ କହିଥିଲୁ ଏବଂ ସେ ଏହି ଗୀତ ଗାଇଛନ୍ତି । ଯାହା ବହୁତ ସୁନ୍ଦର ହୋଇଛି ।'' ସେପଟେ ଫିଲ୍ମରେ ଉଭୟ ଶାଶୁ ଅପରାଜିତା ଓ ସ୍ୱାମୀ ବାବୁସାନଙ୍କ ସମର୍ଥନକୁ ନେଇ ତୃପ୍ତୀ କହିଛନ୍ତି, 'ମୁଁ ମୋ ସାଶୁଙ୍କୁ ସମର୍ଥନ କରିବି । ପ୍ରଥମେ ଶାଶୁ ତାପରେ ସ୍ୱାମୀ ।' ଏତିସହ ଲୋକଙ୍କୁ ଫିଲ୍ମ ଦେଖିବାକୁ ମଧ୍ୟ ସେ ଅନୁରୋଧ କରିଛନ୍ତି ।

ଓଡ଼ିଶାବାସୀଙ୍କୁ କୃତଜ୍ଞତା ଜଣାଇଲେ ବାବୁସାନ

ଦର୍ଶକଙ୍କ ଭଲପାଇବା ନେଇ ବାବୁସାନ କହିଛନ୍ତି, 'ଏଇଟା ଓଡ଼ିଶାବାସୀଙ୍କ ଭଲପାଇବା । ମୋ କ୍ୟାରିଅର ଆରମ୍ଭରୁ ଓଡ଼ିଶାବାସୀ ମୋତେ ସମର୍ଥନ କରିବା ସହ ବହୁତ ଭଲପାଇବା ଦେଇଆସିଛନ୍ତି । ମୋର ମଧ୍ୟ କର୍ତ୍ତବ୍ୟ ଯେ ମୁଁ ତାଙ୍କ ପାଇଁ ଭଲ ଫିଲ୍ମ ତିଆରି କରିବି । ଏଥିପାଇଁ ମୁଁ ମୋ ପ୍ରଡକ୍ସନ ହାଉସ ଖୋଲିଲି ଏବଂ ଭଲ ଫିଲ୍ମ ଦେବାକୁ ପ୍ରଚୋଷ୍ଟା କରିଛି । ଏହି ଫିଲ୍ମ ସହ ଆମେ ମିଡ୍ ନାଇଟ୍ ଶୋ' ମଧ୍ୟ ଆରମ୍ଭ କଲୁ । ଏଠାରେ ଶୋ' ହାଉସଫୁଲ କରିବା ସହ ଲୋକେ ବେଶ ଭଲପାଇବା ଦେଇଥିଲେ । ଏଣୁ ଏତେ ମାତ୍ରାରେ ଭଲପାଇବା ଦେଇଥିବାରୁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି । ଏଭଳି ଭଲପାଇବା ଦେଉଥାନ୍ତୁ ଆମେ ଆଗକୁ ମଧ୍ୟ ଏଭଳି ପ୍ରୟାସ ଜାରି ରଖିବୁ ।'

ଏହା ମଧ୍ୟ ପଢନ୍ତୁ: ମିଡ଼ ନାଇଟରେ ମୁକ୍ତିଲାଭ କଲା ବାବୁସାନଙ୍କ ଫିଲ୍ମ 'ବୋଉ ବୁଟୁ ଭୂତ', ହାଉସଫୁଲ ଶୋ'

'ବୋଉ ବୁଟୁ ଭୁତ' ଫିଲ୍ମ ବିଷୟରେ କହିବାକୁ ଗଲେ, ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ଜଗଦୀଶ ମିଶ୍ର । କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଛନ୍ତି ମ. ଇମ୍ରାନ । ପ୍ରଣବ ପ୍ରସନ୍ନ ରଥ ଏହାର ସଂଳାପ ରଚନା କରିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଗୌରବ ଆନନ୍ଦ । ବାବୁସାନ ଫିଲ୍ମସ ନିବେଦିତ ତଥା ତୃପ୍ତି ଶତପଥୀଙ୍କ ପ୍ରଯୋଜିତ । ଏଥିରେ ବାବୁସାନ ଓ ଅପରାଜିତାଙ୍କ ବ୍ୟତୀତ ଅର୍ଚ୍ଚିତା ସାହୁ, ଚୌଧୁରୀ ଜୟପ୍ରକାଶ ଦାସ, କେକେ, ରବି ମିଶ୍ର, ଅନୁଗୁଳିଆ ବଣ୍ଟି ଓ ଉଦିତ ଗୁରୁ ପ୍ରମୁଖ ନଜର ଆସିଛନ୍ତି ।

ଭୁବନେଶ୍ୱର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.