ETV Bharat / entertainment

43ବର୍ଷରେ ଅଲ୍ଲୁ ଅର୍ଜୁନ, ପରିବାର ସହ ପାଳିଲେ ଜନ୍ମଦିନ - ALLU ARJUN BIRTHDAY

ଆଜି ତେଲୁଗୁ ଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଜନ୍ମଦିନ । ସେ ପରିବାର ସହ ତାଙ୍କର ଜନ୍ମଦିନ ପାଳନ କରିଥିଲେ । ଦେଖନ୍ତୁ, 'ପୁଷ୍ପା' ଷ୍ଟାରଙ୍କ ଜନ୍ମଦିନ ପାଳନର ଫଟୋ,

ALLU ARJUN BIRTHDAY
ALLU ARJUN BIRTHDAY (ANI)
author img

By ETV Bharat Entertainment Team

Published : April 8, 2025 at 11:22 AM IST

1 Min Read

ହାଇଦ୍ରାବାଦ: ଟଲିଉଡର 'ପୁଷ୍ପା' ଷ୍ଟାର ଅଲ୍ଲୁ ଅର୍ଜୁନ ଆଜି, ୮ ଏପ୍ରିଲରେ ୪୩ ବର୍ଷ ବୟସରେ ପାଦ ଥାପିଛନ୍ତି । ଏହି ସ୍ୱତନ୍ତ୍ର ଦିନରେ, ଅଲ୍ଲୁ ଅର୍ଜୁନଙ୍କ ପତ୍ନୀ ସ୍ନେହା ରେଡ୍ଡୀ ତାଙ୍କ ଷ୍ଟାର ସ୍ୱାମୀଙ୍କ ପାଇଁ ଏକ ବ୍ୟକ୍ତିଗତ ପାର୍ଟିର ଆୟୋଜନ କରିଥିଲେ, ଯେଉଁଥିରେ ତାଙ୍କ ପରିବାର ମଧ୍ୟ ସାମିଲ ଥିଲେ । ସ୍ନେହା ଏହି ପ୍ରାଇଭେଟ୍ ପାର୍ଟିର ଏକ ଫଟୋ ସେୟାର କରି ତାଙ୍କ ସ୍ୱାମୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

allu arjun celebrated his birthday with family
allu arjun celebrated his birthday with family (Instagram)

ଅଲ୍ଲୁ ଅର୍ଜୁନଙ୍କ ଜନ୍ମଦିନ ଅବସରରେ, ତାଙ୍କ ପରିବାର, ବନ୍ଧୁ ଏବଂ ପ୍ରଶଂସକମାନେ ନିଜ ନିଜ ଶୈଳୀରେ ତାଙ୍କୁ ଶୁଭେଚ୍ଛା ପଠାଉଛନ୍ତି । ଏହି ସମୟରେ, 'ପୁଷ୍ପରାଜଙ୍କ' ବାସ୍ତବ ଜୀବନର 'ଶ୍ରୀବଲ୍ଲୀ' ତାଙ୍କୁ ଏକ ସ୍ୱତନ୍ତ୍ର ଉପାୟରେ ଶୁଭେଚ୍ଛା ଜଣାଇଛନ୍ତି । ସ୍ନେହା ରେଡ୍ଡୀ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଅଲ୍ଲୁ ଅର୍ଜୁନଙ୍କ ଜନ୍ମଦିନ ପାଳନର ଏକ ଫଟୋ ପୋଷ୍ଟ କରିଛନ୍ତି । ଫଟୋରେ, ଅଲ୍ଲୁ ଅର୍ଜୁନ ତାଙ୍କ ସ୍ତ୍ରୀ ଏବଂ ତାଙ୍କର ଦୁଇ ସନ୍ତାନ ଆରହା ଏବଂ ଆୟନଙ୍କ ସହ କେକ୍ କାଟୁଥିବାର ନଜର ଆସିଛନ୍ତି । ଫଟୋରେ, ଅଲ୍ଲୁ ଅର୍ଜୁନ ତାଙ୍କ ପରିବାର ସହିତ କାଜୁଆଲ୍ ଡ୍ରେସରେ ନଜର ଆସୁଛନ୍ତି । ଏହି ବିଶେଷ ମୁହୂର୍ତ୍ତକୁ ଇନଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରି ସ୍ନେହା କ୍ୟାପସନରେ 'ଜନ୍ମଦିନର ଶୁଭେଚ୍ଛା' ଲେଖିଥିଲେ । ସ୍ନେହାଙ୍କ ଏହି ପୋଷ୍ଟକୁ ଅଲ୍ଲୁ ଅର୍ଜୁନ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ରିପୋଷ୍ଟ କରିଛନ୍ତି।

ଭାରତୀୟ ସିନେମାର ଷ୍ଟାଇଲିସ୍ ଷ୍ଟାର ଭାବରେ ଜଣାଶୁଣା, ଅଲ୍ଲୁ ଅର୍ଜୁନ ତାଙ୍କର ଉତ୍କୃଷ୍ଟ ନୃତ୍ୟ ଚାଳନା ଏବଂ ଚମତ୍କାର ଅଭିନୟ ପାଇଁ ନିଜ ପାଇଁ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି । ସେ 'ଆର୍ଯ୍ୟା', 'ରେସ୍ ଗୁର୍ରାମ', 'ସାରାଇନୋଡୁ', ପ୍ୟାନ୍ ଇଣ୍ଡିଆ ଫିଲ୍ମ 'ପୁଷ୍ପା: ଦ ରାଇଜ୍' ଏବଂ 'ପୁଷ୍ପା 2: ଦ ରୁଲ୍' ଭଳି ହିଟ୍ ଫିଲ୍ମ ମାଧ୍ୟମରେ ସାଉଥ ସିନେମାରେ ନିଜର ଛାପ ଛାଡିଛନ୍ତି । ଏହି ସମୟରେ, ତାଙ୍କର 'ପୁଷ୍ପରାଜ' ଚରିତ୍ରଟି କେବଳ ସିନେମାକୁ ବଡ଼ ସ୍ତରରେ ପୁନଃ ପରିଭାଷିତ କରିନଥିଲା ବରଂ ତାଙ୍କୁ ଶ୍ରେଷ୍ଠ ଅଭିନେତା ପାଇଁ ଜାତୀୟ ପୁରସ୍କାର ମଧ୍ୟ ଦେଇଥିଲା ।

ଏହା ମଧ୍ୟ ପଢନ୍ତୁ: ବିଶ୍ୱସ୍ତରରେ ଟ୍ରେଣ୍ଡ କରୁଛି 'ପୁଷ୍ପା 2', ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ଦେଖି ଫିଦା ଇଣ୍ଟରନ୍ୟାସନାଲ ଦର୍ଶକ

ଅଲ୍ଲୁ ଅର୍ଜୁନଙ୍କ ୱାର୍କପ୍ରଣ୍ଟ ବିଷୟରେ କହିବାକୁ ଗଲେ, ଅଲ୍ଲୁ ଅର୍ଜୁନଙ୍କୁ ଶେଷ ଥର ପାଇଁ 'ପୁଷ୍ପା 2: ଦ ରୁଲ୍' ରେ ଦେଖିବାକୁ ମିଳିଥିଲା । ତାଙ୍କର ପରବର୍ତ୍ତୀ ଫିଲ୍ମ ପାଇଁ, ସେ ପ୍ରସିଦ୍ଧ ଫିଲ୍ମ ନିର୍ମାତା ଅଟଲିଙ୍କ ସହ ହାତ ମିଳାଇଛନ୍ତି । ୪ ଏପ୍ରିଲରେ, ଅଲ୍ଲୁ ଅର୍ଜୁନ ତାଙ୍କର ଆଗାମୀ ବିଗ-ବଜେଟ୍ ମନୋରଞ୍ଜନ ଚଳଚ୍ଚିତ୍ର ବିଷୟରେ ପ୍ରଡକ୍ସନ ହାଉସ୍ ସନ୍ ପିକଚର୍ସ ଏବଂ ନିର୍ଦ୍ଦେଶକ ଅଟଲିଙ୍କ ସହ ଏକ ବୈଠକ କରିବା ପାଇଁ ଚେନ୍ନାଇରେ ପହଞ୍ଚିଥିଲେ । ଆଜି ତାଙ୍କ ଜନ୍ମଦିନରେ ଏହା ଘୋଷଣା କରାଯିବ ବୋଲି ଅନୁମାନ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.