ETV Bharat / entertainment

ଅହମ୍ମଦାବାଦ ବିମାନ କ୍ରାସ୍; ଇଭେଣ୍ଟ ବାତିଲ କଲେ ସଲମାନ, ଦୁଃଖପ୍ରକାଶ କଲେ ଶାହାରୁଖ-ଆମୀର - AHMEDABAD PLANE CRASH

ଅହମ୍ମଦାବାଦ ବିମାନ କ୍ରାସ୍ ଘଟଣା । ସଲମାନ ଖାନ ମୁମ୍ବାଇରେ ତାଙ୍କର କାର୍ଯ୍ୟକ୍ରମ ବାତିଲ କରିଥିଲେ । ସେପଟେ ଦୁଃଖପ୍ରକାଶ କଲେ ଶାହାରୁଖ-ଆମୀର ସମେତ ସେଲିବ୍ରିଟି ।

ahmedabad plane crash
ahmedabad plane crash (ANI/ETV Bharat)
author img

By ETV Bharat Entertainment Team

Published : June 13, 2025 at 1:01 PM IST

2 Min Read

ହାଇଦ୍ରାବାଦ: ସାରା ଦେଶକୁ ଦୋହାଲାଇ ଦେଇଛି ଅହମ୍ମଦାବାଦ ବିମାନ ଦୁର୍ଘଟଣା । ଜୁନ୍ ୧୨ ତାରିଖରେ, ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ଯାତ୍ରୀବାହୀ ବିମାନ ଉଡ଼ାଣ ଭରିବାର ୪୦ ସେକେଣ୍ଡ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ବିମାନରେ ଥିବା ସମସ୍ତ ଲୋକ ପ୍ରାଣ ହରାଇଛନ୍ତି । ରିପୋର୍ଟ ଅନୁଯାୟୀ, ଏହି ଭୟଙ୍କର ଦୁର୍ଘଟଣାରେ ୨୪୨ ଜଣ ଯାତ୍ରୀ, ୧୧ ଜଣ କ୍ରୁ ସଦସ୍ୟ ଏବଂ ୨ ଜଣ ପାଇଲଟ୍ ପ୍ରାଣ ହରାଇଛନ୍ତି । ଏହି ଘଟଣାରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ମଧ୍ୟ ପ୍ରାଣ ହରାଇଛନ୍ତି । ଏହି ଘଟଣାରେ ସମଗ୍ର ଦେଶ ମର୍ମାହତ ଥିବା ବେଳେ ଭାରତୀୟ ଚଳଚ୍ଚିତ୍ର ଶିଳ୍ପର ସେଲିବ୍ରିଟିମାନେ ମଧ୍ୟ ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ଏପରିକି କିଛି ତାରକା ନିଜ କାର୍ଯ୍ୟକ୍ରମ ମଧ୍ୟ ବାତିଲ କରିଛନ୍ତି ।

salman khan post
salman khan post (instagram)

ଇଭେଣ୍ଟ ବାତିଲ କଲେ ସଲମାନ

ବଲିଉଡ ଭାଇଜାନ ସଲମାନ ଖାନ ଏହି ଘଟଣା ପରେ ନିଜ ଇଭେଣ୍ଟ ବାତିଲ କରିଛନ୍ତି ଏବଂ ସୋସିଆଲ ମିଡିଆରେ ଘଟଣା ନେଇ ଦୁଃଖ ପ୍ରକାଶ କରିଛନ୍ତି । ଯଦି ସୂତ୍ରଗୁଡ଼ିକୁ ବିଶ୍ୱାସ କରାଯାଏ, ତେବେ ସଲମାନ କହିଛନ୍ତି ଯେ 'ଏପରି ସମୟରେ ଉତ୍ସବ ପାଳନ କରିବା ଠିକ୍ ନୁହେଁ, କାରଣ ଏହି ଦୁର୍ଘଟଣା ବହୁତ ଗମ୍ଭୀର ଏବଂ ଦେଶବ୍ୟାପୀ ଲୋକମାନେ ଏଥିରେ ଦୁଃଖିତ । ଗୁରୁବାର ସଲମାନ ଖାନ ମୁମ୍ବାଇର ଏକ ହୋଟେଲରେ ISRL (ଇଣ୍ଡିଆନ ସୁପରକ୍ରସ ରେସିଂ ଲିଗ୍)ର ଏକ ମିଡିଆ କାର୍ଯ୍ୟକ୍ରମରେ ଯୋଗଦେବାର ଥିଲା । କିନ୍ତୁ, ଅହମ୍ମଦାବାଦର ବିମାନବନ୍ଦର ନିକଟରେ ଭୟଙ୍କର ବିମାନ ଦୁର୍ଘଟଣାର ଖବର ଆସିବା ମାତ୍ରେ ସଲମାନ ଖାନଙ୍କ ଟିମ ଏହି କାର୍ଯ୍ୟକ୍ରମକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲା । ସେପଟେ ସଲମାନ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଘଟଣା ନେଇ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, 'ଅହମ୍ମଦାବାଦ ବିମାନ ଦୁର୍ଘଟଣାର ଖବର ଶୁଣି ମୁଁ ଗଭୀର ଦୁଃଖିତ । ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀ, କର୍ମଚାରୀ ଏବଂ ଘଟଣାରେ ପ୍ରଭାବିତ ସମସ୍ତ ଲୋକଙ୍କ ପାଇଁ ମୁଁ ପ୍ରାର୍ଥନା କରୁଛି ।'

ଦୁଃଖପ୍ରକାଶ କଲେ ଶାହାରୁଖ-ଆମୀର ଖାନ

ଶାହରୁଖ ଖାନ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, 'ଅହମ୍ମଦାବାଦରେ ଦୁର୍ଘଟଣା ଖବର ଶୁଣି ମୁଁ ବହୁତ ଦୁଃଖିତ, ମୁଁ ପୀଡିତ, ସେମାନଙ୍କ ପରିବାର ଏବଂ ପ୍ରଭାବିତ ସମସ୍ତଙ୍କ ପାଇଁ ପ୍ରାର୍ଥନା କରୁଛି ।' ସେହିପରି ଆମୀର ଖାନଙ୍କ ପକ୍ଷରୁ ତାଙ୍କ ପ୍ରଡକ୍ସନ ହାଉସ ସୋସିଆଲ ମିଡିଆରେ ଦୁର୍ଘଟଣା ଉପରେ ଦୁଃଖ ପ୍ରକାଶ କରି ଲେଖିଛନ୍ତି, 'ଆଜି ଘଟିଥିବା ଦୁଃଖଦ ବିମାନ ଦୁର୍ଘଟଣାରେ ଆମେ ଗଭୀର ଦୁଃଖିତ। ଏହି ମହାନ କ୍ଷତିର ମୁହୂର୍ତ୍ତରେ, ପ୍ରଭାବିତ ପରିବାର ସହିତ ଆମର ସମବେଦନା । ଏହି ଭୟଙ୍କର ଦୁର୍ଘଟଣାରେ ପ୍ରଭାବିତ ଲୋକଙ୍କ ସହିତ ଆମେ ଏକତାରେ ଠିଆ ହେଉ । ଭାରତ ମଜବୁତ ରହୁ ।'

ଏହା ମଧ୍ୟ ପଢନ୍ତୁ: ଅହମ୍ମଦାବାଦ ବିମାନ କ୍ରାସ୍; ଦୁଃଖ ପ୍ରକାଶ କଲେ ସେଲିବ୍ରିଟି, ଯାତ୍ରୀ ଓ କ୍ରୁ ସଦସ୍ୟଙ୍କ ସୁରକ୍ଷା କଲେ କାମନା

ଶାହାରୁଖ, ସଲମାନ ଏବଂ ଆମୀରଙ୍କ ବ୍ୟତୀତ ଅକ୍ଷୟ କୁମାର, ଅଜୟ ଦେବଗନ, ଅନୁଷ୍କା ଶର୍ମା, ରିତେଶ ଦେଶମୁଖ, ସୋନୁ ସୁଦ, ସନ୍ନି ଦେଓ, ପରିଣୀତି ଚୋପ୍ରା, ଅନନ୍ୟା ପାଣ୍ଡେ, ଜାହ୍ନବୀ କପୁର, ସାରା ଅଲି ଖାନ, ଅଲୁ ଅର୍ଜୁନ, କରୀନା କପୁର, କରିସ୍ମା କପୁର, ଅଭିଷେକ ବଚ୍ଚନ, ଅନୁପମ ଖେର, ସୁନୀଲ ଶେଟ୍ଟୀ, ଅର୍ଜୁନ କପୁର, ଆଲିଆ ଭଟ୍ଟ, ମାଧୁରୀ ଦୀକ୍ଷିତଙ୍କ ସମେତ ଅନେକ ସେଲିବ୍ରିଟି ଦୁଃଖପ୍ରକାଶ କରିବା ସହ ମୃତକଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.