ETV Bharat / business

ଓଡିଶାରେ ସୁନା ଦର ଛୁଇଁବ କି ଲକ୍ଷେ ! 2 ଦିନରେ ବଢିଲାଣି ଏତିକି... - TODAY GOLD RATE IN ODISHA

ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଲା ସୁନା ଦର । ପ୍ରଥମ ଥର ପାଇଁ 96 ହଜାର ଟଙ୍କା ଡେଇଁଲା ସୁନା ଦର ।

GOLD PRICES IN INDIA
GOLD PRICES IN INDIA (ANI)
author img

By ETV Bharat Odisha Team

Published : April 12, 2025 at 3:01 PM IST

Updated : April 12, 2025 at 5:06 PM IST

4 Min Read

Today gold rate in odisha ନୂଆଦିଲ୍ଲୀ/ଭୁବନେଶ୍ୱର: ଲଗାତାର ଚାରି ଦିନ ଧରି ଖସିବା ପରେ ପୁଣି ଥରେ ଏକାଥରକେ 99.5 ପ୍ରତିଶତ ଶୁଦ୍ଧ ସୁନା ମୂଲ୍ୟ ଦୁଇ ଦନରେ 6,250 ଟଙ୍କା ବୃଦ୍ଧି ପାଇଛି । ସୁନା ଦର ବର୍ତ୍ତମାନ ଏକ ଲକ୍ଷ ନିକଟତର । ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଲା ସୁନା ଦର । ପ୍ରଥମ ଥର ପାଇଁ 96 ହଜାର ଟଙ୍କା ପାର୍ କଲା ମୂଲ୍ୟବାନ ଧାତୁ । 10 ଗ୍ରାମ ପିଛା 96,000 ଟଙ୍କା ଅତିକ୍ରମ କରି ରେକର୍ଡ ମୁହାଁ ସୁନା ଦର ।

2 ଦିନରେ ସୁନା ମହଙ୍ଗା ହୋଇଛି 6 ହଜାର ଟଙ୍କାରୁ ଅଧିକ-

ଗତ 8 ତାରିଖରେ ସୁନା ଦର ଥିଲା 24 କ୍ୟାରେଟ ପ୍ରତି 91 ହଜାର 250 ଟଙ୍କା । ଏହା ପରେ 9 ତାରିଖରେ ଖସି 24 କ୍ୟାରେଟ ସୁନା 10 ଗ୍ରାମ ପ୍ରତି ଥିଲା 90 ହଜାର 200 ଟଙ୍କା । ଏହା ପରେ ଏପ୍ରିଲ 11 ତାରିଖରେ ସୁନା ଦର ବଢି 96 ହଜାର 450 ଟଙ୍କାରେ ପହଞ୍ଚିଛି । ଏହା ସୂଚନା ଦେଇଛି ସର୍ବ ଭାରତୀୟ ସରଫା ସଂଘ । ଏପରିକି ସୁନା ଖସି ନିକଟରେ 10 ଗ୍ରାମ ପିଛା 89,750 ଟଙ୍କାରେ ପହଞ୍ଚିଥିଲା । ରୂପା ମୂଲ୍ୟରେ ମଧ୍ୟ 2,300 ଟଙ୍କା ବୃଦ୍ଧି ପାଇ କିଲୋଗ୍ରାମ ପିଛା ରୂଦା ଦର ପହଞ୍ଚିଛି 95, 500 ଟଙ୍କାରେ । ରୂପା କେଜି ପିଛା 93,200 ଟଙ୍କା ଥିଲା ।

GOLD PRICES IN INDIA
GOLD PRICES IN INDIA (PTI)

ମନି କଣ୍ଟ୍ରୋଲ ଅନୁଯାୟୀ, ବିଭିନ୍ନ ସହରରେ 10 ଗ୍ରାମ 24 କ୍ୟାରେଟ୍ ସୁନା ମୂଲ୍ୟ (ଶୁକ୍ରବାର) -

ଦିଲ୍ଲୀ- 93,530 / 10 ଗ୍ରାମ

ମୁମ୍ବାଇ- 93,380 / 10 ଗ୍ରାମ

ଚେନ୍ନାଇ- 93,380 / 10 ଗ୍ରାମ

କୋଲକାତା - 93,380 / 10 ଗ୍ରାମ

ବେଙ୍ଗାଲୁରୁ - 93,380 / 10 ଗ୍ରାମ

ଜୟପୁର - 93,530 / 10 ଗ୍ରାମ

ଲକ୍ଷ୍ନୌ - 93,530 / 10 ଗ୍ରାମ

ହାଇଦ୍ରାବାଦ - 93,380 / 10 ଗ୍ରାମ

ଅହମ୍ମଦାବାଦ - 93,430 / 10 ଗ୍ରାମ

Gold price Hike ଲକ୍ଷେ ଡେଇଁବ ସୁନା ଦର

ସାଧାରଣ ଲୋକଙ୍କୁ ଘାଇଲା କରିଛି ସୁନାର ଆକାଶଛୁଆଁ ଦର । ବିବାହ, ଜନ୍ମଦିନ ଆଦିରେ ସୁନା ଗହଣା କିଣିବାକୁ ଡରିଲେଣି ଲୋକେ । ମାତ୍ର ୪ ଦିନ ତଳମୁହାଁ ହୋଇ ପୁଣି ତାଉ ଦେଖାଇଲାଣି ସୁନା ଭାଉ । 2 ଦିନରେ 6 ହଜାରରୁ ଅଧିକ ବଢି ଶୁକ୍ରବାର ସବୁ ପୁରୁଣା ରେକର୍ଡ ଭାଙ୍ଗି ଦେଇଛି । ୨୨ କ୍ୟାରେଟ୍ ସୁନା ୮୭ ହଜାର ୪୫୦ ଟଙ୍କା ଓ 24 କ୍ୟାରେଟ ସୁନା 96 ହଜାର ଡେଇଁଛି । ବଜାର ବିଶେଷଜ୍ଞଙ୍କ ମତ ଖୁବଶୀଘ୍ର ସୁନା ଛୁଇଁପାରେ ଲକ୍ଷେ ଟଙ୍କା ।

GOLD PRICES RISE
GOLD PRICES RISE (Getty Image)

କାହିଁକି ସୁନା ଦର ହୁ ହୁ ହୋଇ ବଢ଼ିଚାଲିଛି ?

ବଜାର ବିଶେଷଜ୍ଞଙ୍କ ମତରେ, ଆମେରିକା ଓ ଚୀନ୍ ଭିତରେ ଟାରିଫ୍ ଲଢ଼େଇରୁ ଷ୍ଟକ୍ ବଜାର ଅସ୍ଥିର ହୋଇଛି । ତେଣୁ ନିବେଶକମାନେ ଷ୍ଟକ୍ ବଜାର ପରିବର୍ତ୍ତେ ସୁନାରେ ପୁଞ୍ଜିନିବେଶକୁ ସୁରକ୍ଷିତ ମଣୁଛନ୍ତି । ସେହିପରି ଡଲାରକୁ ମାତ୍ ଦେବାକୁ ବହୁ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ସୁନା କିଣୁଛନ୍ତି । ଏହି କାରଣରୁ ସୁନା ଦର ଉପରମୁହାଁ ହୋଇଚାଲିଛି ।

ଚଳିତ ମାସ ୪ରୁ ୮ ତାରିଖ ଭିତରେ ସୁନାଦର ୩ ହଜାର ୩୫୦ ଟଙ୍କା ଖସିଥିଲା । ହେଲେ କିଛି ଦିନର ଏ ଟ୍ରେଣ୍ଡ ଗ୍ରାହକଙ୍କ ହୋସ୍ ଉଡ଼ାଇଦେଲାଣି । ଚୀନ୍ ଉପରେ ଶୁଳ୍କ (ଆମଦାନୀ ଶୁଳ୍କ) ବୃଦ୍ଧି କରିବାକୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିଷ୍ପତ୍ତି ପରେ ନିବେଶକମାନେ ସୁନାରେ ବିପୁଳ ପରିମାଣର ପୁଞ୍ଜି ବିନିଯୋଗ କରିଛନ୍ତି ଏବଂ ପୁଣି ଥରେ ସୁନା ଦର ବୃଦ୍ଧି ପାଇଛି।

ଗୁରୁବାର ମୁମ୍ବାଇରେ 24 କ୍ୟାରେଟ୍ ସୁନାର ମୂଲ୍ୟ 2,940 ଟଙ୍କା ବୃଦ୍ଧି ପାଇ 10 ଗ୍ରାମ ପିଛା 93,380 ଟଙ୍କା ହୋଇଥିବାବେଳେ 22 କ୍ୟାରେଟ୍ 10 ଗ୍ରାମର ମୂଲ୍ୟ 2,700 ଟଙ୍କା ବଢି 85,600 ଟଙ୍କାକୁ ବୃଦ୍ଧି ପାଇଥିଲା ।

ଏହା ବି ପଢନ୍ତୁ- କାହିଁକି ଦେଶରେ ହୁ ହୁ ହୋଇ ବଢୁଛି ସୁନା ଦର, ପୁଣି ଭାଙ୍ଗିଲା ରେକର୍ଡ, ଜାଣନ୍ତୁ ଆପଣଙ୍କ ସହରରେ କେତେ ଦାମ ? - GOLD PRICE TODAY

ଡରାଉଛି ସୁନା ଦର, ହଳଦିଆ ଧାତୁ ମୂଲ୍ୟ ଲକ୍ଷେ ଛୁଇଁବ- ତେବେ ଜାଣନ୍ତୁ କାହିଁକି ବୃଦ୍ଧି ଘଟିଲା ?

ସୁନା ମୂଲ୍ୟରେ ହୁ ହୁ ହୋଇ ବୃଦ୍ଧି ଘଟୁଛି । ପୁଣି ଏକ ନୂଆ ରେକର୍ଡ ସୃଷ୍ଟି କରିଛି ସୁନା ଦର । ଟ୍ରମ୍ପ ଶୁଳ୍କ ବାଣିଜ୍ୟ ଯୁଦ୍ଧର ଭୟ ଭିତରେ ଏହି ସମୟରେ ଭାରତରେ ସୁନା ମୂଲ୍ୟରେ ତୀବ୍ର ବୃଦ୍ଧି ଦେଖିବାକୁ ମିଳିଛି । ଏପ୍ରିଲ୍ 10, 2025 ରେ, ଭାରତରେ ସୁନା ମୂଲ୍ୟ ବିଶ୍ୱ ଧାରା ସହିତ ବୃଦ୍ଧି ପାଇଥିଲା । ସୁନାର ମୂଲ୍ୟରେ ବୃଦ୍ଧି ଧାରା ଶୀଘ୍ର ବନ୍ଦ ହେବା ପରି ମନେ ହେଉନାହିଁ । କେବଳ ଘରୋଇ ବଜାରରେ ନୁହେଁ ଆନ୍ତର୍ଜାତୀୟ ବଜାରରେ ମଧ୍ୟ ସୁନା ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଛି । ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଶୁଳ୍କ ଯୁଦ୍ଧର ଭୟ ଯୋଗୁଁ ଏହି ସମୟରେ ବିଶ୍ୱ ଅର୍ଥନୈତିକ ଅନିଶ୍ଚିତତା ଜାରି ରହିଛି । ଏଭଳି ପରିସ୍ଥିତିରେ ସୁନାରେ ଏହି ବୃଦ୍ଧି ଦୀର୍ଘ ସମୟ ଧରି ଚାଲିପାରେ । ଏପ୍ରିଲ୍ 11 ରେ, ଏମଏକ୍ସଏକ୍ସ ଗୋଲ୍ଡ ଜୁନ୍ ଫ୍ୟୁଚରଗୁଡିକ 1.50 ପ୍ରତିଶତରୁ ଅଧିକ ବ୍ୟବଧାନରେ ଖୋଲି 93,736 ଟଙ୍କା ମୂଲ୍ୟର ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା । ଗୁରୁବାର ଦିନ ଏସୀୟ ବାଣିଜ୍ୟରେ ସୁନା ମୂଲ୍ୟ ତୀବ୍ର ବୃଦ୍ଧି ପାଇ ରେକର୍ଡକୁ ଛୁଇଁଥିଲା ।

GOLD PRICES RISE
GOLD PRICES RISE (ANI)

ସୁନା ଦର କାହିଁକି ବୃଦ୍ଧି ପାଇଲା?

'ଇଟିଭି ଭରତ' ସହ କଥାବାର୍ତ୍ତା କରି HDFC ସିକ୍ୟୁରିଟି କମୋଡିଟି ମୁଖ୍ୟ ଅନୁଜ ଗୁପ୍ତା କହିଛନ୍ତି, "ଇଣ୍ଡୋନେସିଆର ଶହ ଶହ ଲୋକ ସୁନା ବାର କିଣିବାକୁ ଆସୁଛନ୍ତି । ସେମାନେ ବିଶ୍ୱାସ କରନ୍ତି ଯେ ଦକ୍ଷିଣ-ପୂର୍ବ ଏସିଆର ବୃହତ୍ତମ ଅର୍ଥନୀତିରେ ମୁଦ୍ରା ଏବଂ ଷ୍ଟକ୍ ମାର୍କେଟ ହ୍ରାସ ପାଉଥିବାରୁ ମୂଲ୍ୟବାନ ଧାତୁର ମୂଲ୍ୟ ସେମାନଙ୍କୁ କଠିନ ଆର୍ଥିକ ସମୟରୁ ରକ୍ଷା କରିପାରିବ ।"

ସେ ଏହା ମଧ୍ୟ କହିଛନ୍ତି ଯେ ଅନ୍ତର୍ଜାତୀୟ ବଜାରରେ ସୁନା ଏହାର ଉନ୍ନତ ଧାରା ଜାରି ରଖିଛି । ଯାହା ଅନ୍ସ ପିଛା 3219 ଡଲାରରେ ପହଞ୍ଚିଛି, କାରଣ ବିଶ୍ୱ ବାଣିଜ୍ୟ ଯୁଦ୍ଧର ଭୟ ବିଶ୍ୱ ଅର୍ଥନୀତିକୁ ବିମୁଦ୍ରାକରଣକୁ ଠେଲି ଦେଇଛି । ଏଥିସହ ଟ୍ରମ୍ପଙ୍କ ଶୁଳ୍କ ନୀତି ଆମେରିକାର ଡଲାର ଉପରେ ଚାପ ଜାରି ରଖିଛି ଯାହା 100 ସ୍ତରରୁ କମ୍ ହୋଇ ସୁନା ମୂଲ୍ୟରେ ଅଧିକ ଲାଭଦାୟକ ହୋଇଛି ।

ବିଶ୍ଳେଷକମାନେ କହିଛନ୍ତି ଯେ ଆମେରିକା-ଚୀନ୍ ବାଣିଜ୍ୟିକ ତିକ୍ତତା ମଧ୍ୟରେ ବଢୁଥିବାରୁ ଏକ ନିରାପଦ ନିବେଶ ବିକଳ୍ପ ଭାବରେ ଏହାର ଚାହିଦା ବୃଦ୍ଧି ହେତୁ ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟ ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଏହା ଘରୋଇ ମୂଲ୍ୟ ବୃଦ୍ଧି କରିଛି । ବୁଧବାର ଦିନ, ସୁଦ୍ଧ ସୁନା ମୂଲ୍ୟ 10 ଗ୍ରାମ ପିଛା 90,200 ଟଙ୍କା ବନ୍ଦ ହୋଇଥିଲା । ଆଉ 11 ତାରିଖରେ ଏହା 96 ହଜାର ଉପରେ ରହିଛି ।

GOLD PRICES RISE
GOLD PRICES RISE (Getty Image)

ରାଜ୍ୟର ବିଭିନ୍ନ ସହରରେ ସୁନା ଦର-

ଗହଣା ଦୋକାନ ଯିବାକୁ ଡରିଲେଣି ଗ୍ରାହକ । ସୁନା ଗହଣା ଉପହାର ଦେବାକୁ ପଛୋଉଛନ୍ତି ଲୋକେ । କାରଣ ରାଜ୍ୟରେ ମଧ୍ୟ ସୁନା ଦର ଲମ୍ବା ଡିଆଁ ଲଗାଉଛି । ବାଲେଶ୍ୱରରେ ଆଜି (ଶନିବାର) 22 କ୍ୟାରେଟ ସୁନା 10 ଗ୍ରାମ ପ୍ରତି ରହିଛି 87 ହଜାର 600 ଟଙ୍କା ଏବଂ 24 କ୍ୟାରେଟ ସୁନା 10 ଗ୍ରାମ ପ୍ରତି ରହିଛି 95 ହଜାର 700 ଟଙ୍କା । ଭୁବନେଶ୍ୱରରେ (ଶନିବାର) 22 କ୍ୟାରେଟ ସୁନା 10 ଗ୍ରାମ ପ୍ରତି ରହିଛି 87 ହଜାର 700 ଟଙ୍କା ଏବଂ 24 କ୍ୟାରେଟ ସୁନା 10 ଗ୍ରାମ ପ୍ରତି ରହିଛି 95 ହଜାର 650 ଟଙ୍କା ରହିଛି ।

Last Updated : April 12, 2025 at 5:06 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.