ETV Bharat / business

ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ, ଶସ୍ତା ହେବ ଇଏମଆଇ - RBI REPO RATE CUT

ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟ 50 ବେସିସ ପଏଣ୍ଟ ହ୍ରାସ କରିଛି । କେତେ କମିବ ହୋମ ଲୋନ ଏବଂ ପର୍ସନାଲ ଲୋନ EMI ? ଜାଣନ୍ତୁ,

rbi repo rate cut 50bps gdp forecast
rbi repo rate cut 50bps gdp forecast (ETV Bharat)
author img

By ETV Bharat Odisha Team

Published : June 6, 2025 at 2:51 PM IST

2 Min Read

RBI REPO RATE CUT ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ(RBI) ତୃତୀୟ ଥର ପାଇଁ ରେପୋ ରେଟ ହ୍ରାସ କରିଛି । ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ଶୁକ୍ରବାର ଏହି ଘୋଷଣା କରି କହିଛନ୍ତି, ଆରବିଆଇର ମୁଦ୍ରା ନୀତି ସମିତି (ଏମପିସି) ପ୍ରମୁଖ ରେପୋ ଦର 50 ବେସିସ ପଏଣ୍ଚ ହ୍ରାସ କରି 5.5 ରଖିବା ପାଇଁ ନିଷ୍ପତ୍ତି ନେଇଛି । ଏଥି ସହିତ ରେପୋ ରେଟ 3 ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତରକୁ ଖସି ଆସିଛି । ରେପୋ ରେଟ ଖସିବା ଦ୍ୱାରା ଗୃହ ଏବଂ ଗାଡ଼ି ଋଣ ନେଇଥିବା ବ୍ୟକ୍ତିଙ୍କୁ ଆଶ୍ୱସ୍ତି ମିଳିବ ବୋଲି ସେ କହିଛନ୍ତି ।

ରେପୋ ରେଟ ସଦ୍ୟତମ ହ୍ରାସର ଅର୍ଥ ହେଉଛି ହୋମ ଲୋନ ଉପରେ ସୁଧ ହାର ହ୍ରାସ ପାଇବ । ଏହାର ଅର୍ଥ EMI ଅବଧି ହ୍ରାସ ମଧ୍ୟ ପାଇବ । ରିଜର୍ଭ ବ୍ୟାଙ୍କ କ୍ୟାସ ରିଜର୍ଭ ରେସିଓ (CRR)ରେ ମଧ୍ୟ 100 ବେସିସ ପଏଣ୍ଚ ହ୍ରାସ କରିଛନ୍ତି । ପୂର୍ବରୁ ଏହା 4 ପ୍ରତିଶତ ଥିବାବେଳେ ଏବେ ଏହାକୁ 3 ପ୍ରତିଶତକୁ କମାଇ ଦିଆଯାଇଛି ।

RBI 2025 ଫେବ଼ୃଆରୀ ଏବଂ ଏପ୍ରିଲରେ ରେପୋ ହାରରେ ମୋଟ 50 ବେସିସ ପଏଣ୍ଟ ହ୍ରାସ କରିଥିଲେ । ବର୍ତ୍ତମାନର 50 ପଏଣ୍ଟ ହ୍ରାସ ସହ 2025ର ପ୍ରଥମ 6 ମାସରେ ରେପୋ ଦର ମୋଟ 100 ବେସିସ ପଏଣ୍ଟ ହ୍ରାସ ପାଇଛି ।

RBI ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ଏ ସମ୍ପର୍କରେ ଘୋଷଣା କରି କହିଛନ୍ତି, ପ୍ରମୁଖ ରେପୋ ହାରରେ 50 ବେସିସ ପଏଣ୍ଟ ହ୍ରାସ କରା ଯାଇଛି ଯାହା ଏବେ 5.50 ପ୍ରତିଶତ ହୋଇଛି । ସେ ଏକଥା ବି କହିଛନ୍ତି, ଆନ୍ତର୍ଜାତୀୟ ସମସ୍ୟା ଭିତରେ ବି ଭାରତୀୟ ଅର୍ଥ ବ୍ୟବସ୍ଥା ମଜବୁତ, ସ୍ଥିର ରହିବା ସହ ଅବସର ପ୍ରଦାନ କରିଛି ।

RBI ରେପୋ ହାର ହ୍ରାସ, ହୋମ ଲୋନ ଉପରେ କେମିତି ପକାଇବ ପ୍ରଭାବ ?

ଆସନ୍ତୁ ଜାଣିବା ରିଜର୍ଭ ବ୍ୟାଙ୍କ ରେପୋ ରେଟ ହ୍ରାସ ପରେ ହୋମ ଲୋନ କରିଥିବା ବ୍ୟକ୍ତିଙ୍କ ଇଏମଆଇ ପରିମାଣ କେତେ କମିବ । ଉଦାହରଣ ସ୍ବରୂପ ଯଦି ଆପଣ କୌଣସି ବ୍ୟାଙ୍କରୁ 30 ବର୍ଷ ପାଇଁ 8.70 ପ୍ରତିଶତ ସୁଧ ହାରରେ 50 ଲକ୍ଷ ଟଙ୍କା ଗୃହ ଋଣ ଆଣିଥାନ୍ତି। ଏବଂ ଯଦି ଆପଣଙ୍କର ବର୍ତ୍ତମାନର EMI-39,136 ଟଙ୍କା ରହିଛି। ଯେତେବେଳେ ସୁଧ ହାର 50 ବେସିସ ପଏଣ୍ଟ ହ୍ରାସ ପାଇ 8.20 ପ୍ରତିଶତ ହେବ । ସେତେବେଳେ ଆପଣ ମାସକୁ କେତେ EMI ଦେବେ ? 30 ବର୍ଷର ଅବଧିରେ ଏହି ସ୍ୱଳ୍ପ ମାସିକ ସେଭିଂ ଆପଣଙ୍କ ଲକ୍ଷାଧିକ ଟଙ୍କାରେ ପହଞ୍ଚିପାରେ । ଆସନ୍ତୁ ଜାଣିବା ....

ଉଦାହରଣ:

  • ଗୃହ ଋଣ 50 ଲକ୍ଷ ଟଙ୍କା 30 ବର୍ଷ ପାଇଁ
  • ବ୍ୟାଙ୍କ ସୁଧହାର 8.70%
  • ଯଦି ପୂରୁଣା EMI- RS 39,136
  • ନୂଆ EMI ହେବ RS 37, 346
  • ମାସିକ ସେଭିଂ ହେବ- RS 1,790
  • ବାର୍ଷିକ ସେଭିଂ ହେବ- RS 21,480

ସେହିପରି ରିଜର୍ଭ ବ୍ୟାଙ୍କ ରେପୋ ରେଟ ହ୍ରାସ ବ୍ୟକ୍ତିଗତ ଋଣ ବା Personal Loan ଉପରେ ମଧ୍ୟ ପ୍ରଭାବ ପକାଇବ । ଉଦାହରଣ ସ୍ବରୂପ ଯଦି ଆପଣ 5 ବର୍ଷ ପାଇଁ 12 ପ୍ରତିଶତ ସୁଧ ହାରରେ 5 ଲକ୍ଷ ପର୍ସନାଲ ଲୋନ ନେଇଥିଲେ। ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଆପଣଙ୍କର EMI-11,122 ଟଙ୍କା ରହିଛି । ଏବେ 50 ବେସିସ ପଏଣ୍ଟ ହ୍ରାସ ପାଇବା ପରେ ଏହା 11.50 ପ୍ରତିଶତ ହୋଇଯିବ ଏବଂ ଆପଣ ନୂଆ EMI ଦେବେ-10,963 ଟଙ୍କାକୁ ଖସିଯିବ। ଫଳରେ ମାସିକ ସେଭିଂ ହେବ-159 ଟଙ୍କା ଏବଂ ବାର୍ଷିକ ସେଭିଂ -1908 ଟଙ୍କା ହେବ।

ଉଦାହରଣ:

  • 5 ବର୍ଷ ପାଇଁ 12 ପ୍ରତିଶତ ସୁଧରେ 5 ଲକ୍ଷ ପର୍ସନାଲ ଲୋନ
  • ବର୍ତ୍ତମାନ ପର୍ଯ୍ୟନ୍ତ ଆପଣଙ୍କର EMI-11,122 ଟଙ୍କା ରହିଛି
  • ଏବେ ରିଜର୍ଭ ବ୍ୟାଙ୍କଙ୍କ ଦ୍ବାରା ରେପୋ ରେଟ 50 ବେସିସ ପଏଣ୍ଟ ହ୍ରାସ
  • ଏବେ ସୁଧ 11.50 ପ୍ରତିଶତ ହୋଇଯିବ
  • ନୂଆ EMI ଦେବେ- RS 10,963
  • ମାସିକ ସେଭିଂ ହେବ RS 159
  • ବାର୍ଷିକ ସେଭିଂ RS 1908

ଖସିଲା ରେପୋ ରେଟ୍; ଲୋନ ଗ୍ରହିତାଙ୍କ ପାଇଁ ଖୁସି ଖବର, ଜାଣନ୍ତୁ କେତେ କମିଲା EMI ? ବର୍ଷକୁ ହେବ ମୋଟା ଅଙ୍କର ସଞ୍ଚୟ - RBI REPO RATE CUT IMPACT

୫ ବର୍ଷ ପରେ ରେପୋ ରେଟ୍‌ କମାଇଲା RBI, ଶସ୍ତା ହେବ ଗୃହ ଋଣ EMI - REPO RATE

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.