ETV Bharat / business

'ରାମୋଜୀ ଫିଲ୍ମ ସିଟି'ରେ ଖୋଲିବ ଗ୍ଲୋବାଲ ଟୁରିଜିମ ଭିଲେଜ ଓ ନାଇଟ ସଫାରୀ

ପର୍ଯ୍ୟଟକଙ୍କ ମନୋରଞ୍ଜନ ଓ ରୋମାଞ୍ଚକର ଅନୁଭୂତି ପାଇଁ ରାମୋଜୀ ଗ୍ରୁପ ଓ ତେଲେଙ୍ଗାନା ସରକାରଙ୍କ ମଧ୍ୟରେ 2ଟି ନୂଆ ପ୍ରୋଜେକ୍ଟର MOU ସ୍ବାକ୍ଷର ହୋଇଛି ।

Ramoji Film City Signs MoU With Telangana Govt To Set Up Global Tourism Village, Night Safari At Rs 2,000 Crore
Ramoji Film City Signs MoU With Telangana Govt To Set Up Global Tourism Village, Night Safari At Rs 2,000 Crore (ETV Bharat)
author img

By ETV Bharat Odisha Team

Published : September 28, 2025 at 12:48 PM IST

2 Min Read
Choose ETV Bharat

Ramoji Film City MoU With Telangana Govt ହାଇଦ୍ରାବାଦ: ପର୍ଯ୍ୟଟକଙ୍କୁ ଆହୁରି ଆକର୍ଷିତ କରିବ ବିଶ୍ବର ସବୁଠାରୁ ବଡ଼ ଫିଲ୍ମ ସିଟି 'ରାମୋଜୀ ଫିଲ୍ମ ସିଟି'। ଏଥର ଫିଲ୍ମ ସିଟିରେ ପର୍ଯ୍ୟଟକମାନେ ଗ୍ଲୋବାଲ ଟୁରିଜିମ ଭିଲେଜ (Global Tourism Village) ଓ ନାଇଟ ସଫାରୀ (Night Safari)ର ମଜା ନେବେ । ପର୍ଯ୍ୟଟକଙ୍କ ମନୋରଞ୍ଜନ ଓ ଏକ ରୋମାଞ୍ଚକର ଅନୁଭୂତି ଦେବା ପାଇଁ ରାମୋଜୀ ଗ୍ରୁପ ପକ୍ଷରୁ ଏହି 2ଟି ନୂଆ ପ୍ରୋଜେକ୍ଟ ପାଇଁ ତେଲେଙ୍ଗାନା ସରକାରଙ୍କ ସହ MOU ସ୍ବାକ୍ଷର ହୋଇଛି ।

Ramoji Film City (ETV Bharat)

ଗ୍ଲୋବାଲ ଟୁରିଜିମ ଭିଲେଜ ଓ ନାଇଟ ସଫାରୀ:

ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ 'ରାମୋଜୀ ଫିଲ୍ମ ସିଟି'ରେ ଆରମ୍ଭ ହେବାକୁ ଯାଉଛି ଗ୍ଲୋବାଲ ଟୁରିଜିମ ଭିଲେଜ ଓ ନାଇଟ ସଫାରୀ । ତେଲେଙ୍ଗାନା ସରକାରଙ୍କ ସହଭାଗିତାରେ 2,000 କୋଟି ଟଙ୍କା ମୂଲ୍ୟରେ ଏହି 2ଟି ପ୍ରକଳ୍ପ ଆରମ୍ଭ ହେବ । ଏନେଇ ସେପ୍ଟେମ୍ବର 27 ତାରିଖରେ ହାଇଦ୍ରାବାଦର ଶିଳ୍ପରମମରେ ଅନୁଷ୍ଠିତ 'ତେଲେଙ୍ଗାନା ଟୁରିଜିମ୍‌ କନକ୍ଲେଭ 2025'ରେ ତେଲେଙ୍ଗାନା ସରକାରଙ୍କ ସହିତ ନୂଆ ପ୍ରୋଜେକ୍ଟ ସମ୍ପର୍କରେ ଚୁକ୍ତି ସ୍ୱାକ୍ଷରିତ କରିଛି ରାମୋଜୀ ଗ୍ରୁପ ।

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ, ଉପମୁଖ୍ୟମନ୍ତ୍ରୀ ମଲ୍ଲୁ ଭାଟ୍ଟି ବିକ୍ରମାର୍କ, ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜୁପାଲ୍ଲ କ୍ରିଷ୍ଣା ରାଓ, ରାମୋଜୀ ଗ୍ରୁପ ଚେୟାରମ୍ୟାନ ଆଣ୍ଡ ମ୍ୟାନେଜିଂ ଡିରେକ୍ଟର ସିଏଚ କିରଣ ଓ ରାମୋଜୀ ଫିଲ୍ମ ସିଟି ଏମଡି ବିଜୟେଶ୍ବରୀଙ୍କ ଉପସ୍ଥିତିରରେ ଏହି 2ଟି ନୂଆ ପ୍ରୋଜେକ୍ଟ ପାଇଁ ରାଜ୍ୟ ସରକାରଙ୍କ ସହ ଆନୁଷ୍ଠାନିକ ଭାବରେ ଚୁକ୍ତିନାମା ସ୍ବାକ୍ଷରିତ କରାଯାଇଛି ।

Ramoji Film City Signs MoU With Telangana Govt To Set Up Global Tourism Village, Night Safari At Rs 2,000 Crore
Ramoji Film City Signs MoU With Telangana Govt To Set Up Global Tourism Village, Night Safari At Rs 2,000 Crore (ETV Bharat)

'ରାମୋଜୀ ଫିଲ୍ମ ସିଟି' ପୁରସ୍କୃତ:

'ତେଲେଙ୍ଗାନା ଟୁରିଜିମ୍‌ କନକ୍ଲେଭ' କାର୍ଯ୍ୟକ୍ରମରେ ପର୍ଯ୍ୟଟନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ତଥା ପ୍ରମୁଖ ଅବଦାନ ରଖିଥିବା ଅନେକ ସଂଗଠନକୁ ପୁରସ୍କୃତ କରାଯାଇଛି । ଏଥିରେ ଅନେକ ବର୍ଗରେ 'ରାମୋଜୀ ଫିଲ୍ମ ସିଟି'କୁ ପୁରସ୍କାର ମିଳିଛି । ଯେଉଁଥିରେ ଗ୍ରୀନ-ଇକୋ ଷ୍ଟେ ଆଣ୍ଡ ଫ୍ରେଣ୍ଡଲୀ ହୋଟେଲ (Greens—Eco Stay & Family Hotel), କ୍ଲାସିଫାଏଡ ହୋଟେଲ ବର୍ଗରେ ପୁରସ୍କାର ହାସଲ କରିଛି । ସେହିପରି ଶ୍ରେଷ୍ଠ ଫୋର ଷ୍ଟାର ହୋଟେଲ (Four Star Hotel) ବର୍ଗରେ 'ସିତାରା ହୋଟେଲ' ପୁରସ୍କାର ଜିତିଛି ।

Ramoji Film City Signs MoU With Telangana Govt To Set Up Global Tourism Village, Night Safari At Rs 2,000 Crore
Ramoji Film City Signs MoU With Telangana Govt To Set Up Global Tourism Village, Night Safari At Rs 2,000 Crore (ETV Bharat)

ଏବୃହା ମଧ୍ୟ ପଢ଼ନ୍ତୁ...

ମାଲକାଜଗିରିରେ ଖୋଲିଲା 125 ତମ ବ୍ରାଞ୍ଚ, MD କହିଲେ 'ବିଶ୍ୱାସ ଏବଂ ଭରସାର ପ୍ରତୀକ ମାର୍ଗଦର୍ଶୀ ଚିଟ୍ ଫଣ୍ଡ'

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କଲେ ରାମୋଜୀ ଗ୍ରୁପ ଅଧ୍ୟକ୍ଷ କିରଣ, ଇଟିଭି ପାଳୁଛି ସ୍ବର୍ଣ୍ଣିମ ବର୍ଷ ପୂର୍ତ୍ତି

'ରାମୋଜୀ ଫିଲ୍ମ ସିଟି':

2000 ଏକରରୁ ଅଧିକ ଯାଗାରେ ପରିବ୍ୟକ୍ତ ବିଶ୍ବର ସବୁଠାରୁ ବଡ଼ ଫିଲ୍ମ ସିଟି 'ରାମୋଜୀ ଫିଲ୍ମ ସିଟି' । ମିଡିଆ ଟାଇକୁନ ସ୍ବର୍ଗତ ରାମୋଜୀ ରାଓଙ୍କ ଦ୍ବାରା ପ୍ରତିଷ୍ଠିତ ଏହି ଫିଲ୍ମ ସିଟି ପର୍ଯ୍ୟଟନ ସହ ଚଳଚ୍ଚିତ୍ର ଜଗତରେ ଏକ ମାଇଲ ଖୁଣ୍ଟ ଭାବରେ ଦୀର୍ଘ ଦଶନ୍ଦି ଧରି ଛିଡ଼ା ହୋଇଛି । ବିଶ୍ବର ସର୍ବବୃହତ ଫିଲ୍ମ ସିଟି ଭାବରେ ଗିନିଜ ୱାଲର୍ଡ ରେକର୍ଡସ୍‌ରେ ସ୍ଥାନ ପାଇଛି 'ରାମୋଜୀ ଫିଲ୍ମ ସିଟି' । ଯେଉଁଠି ବାସ୍ତବତାର ରୂପ ନେଇଥାଏ କଳ୍ପନାର ଦୁନିଆ । ପ୍ରତିବର୍ଷ, ଏଠାରେ ବିଭିନ୍ନ ଭାଷାରେ 3,300ରୁ ଅଧିକ ଫିଲ୍ମ ସୁଟିଂ ହୋଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ