ETV Bharat / business

UPIରେ ଟ୍ରାଞ୍ଜାକସନ କଲେ ଦେବାକୁ ପଡିବ କି GST ? କଣ କହିଲା ଅର୍ଥ ମନ୍ତ୍ରଣାଳୟ - NO GST ON UPI

UPIରେ 2000 ଟଙ୍କାରୁ ଅଧିକ ଟ୍ରାଞ୍ଜାକସନ GST ଲାଗିବା ଖବର ଗୁଜବ କହିଲା ଅର୍ଥ ମନ୍ତ୍ରଣାଳୟ ।

No GST on UPI
No GST on UPI (ANI)
author img

By ETV Bharat Odisha Team

Published : April 18, 2025 at 11:52 PM IST

1 Min Read

ନୂଆଦିଲ୍ଲୀ: ମାର୍କେଟ ଗଲେ ଫୋନ ବାହାର କରି ୟୁପିଆଇ ପେମେଣ୍ଟ । ଖାଇବା ହେଉ କିଛି କିଣାକିଣି । ଆଜିକାଲି ସମସ୍ତେ ୟୁପିଆଇ ଟ୍ରାଞ୍ଜାକସନ କରୁଛନ୍ତି । ବଡ଼ କଥା ହେଉଛି ଏହି ଟ୍ରାଞ୍ଜାକସନ ପାଇଁ ଟଙ୍କା ଖର୍ଚ୍ଚ କରିବାକୁ ପଡେ ନାହିଁ । ଅର୍ଥାତ ଏଥିପାଇଁ ଜିଏସଟି ଦେବାକୁ ପଡେନାହିଁ । ହେଲେ ଗତ କିଛି ଦିନ ହେଲା ଏକ ଖବର ପ୍ରଚାରିତ ହେଉଥିଲା 2000ରୁ ଅଧିକ ଟଙ୍କାର ଟ୍ରାଞ୍ଜାକସନ କଲେ ଟ୍ୟାକ୍ସ ଦେବାକୁ ପଡିବ । ତେବେ ଏହାକୁ ନେଇ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସ୍ପଷ୍ଟୋକ୍ତି ଦିଆଯାଇଛି । ଏହି ଖବର ମିଛ ଓ ଗୁଜବ । କୌଣସି ଜିଏସଟି ଦେବାକୁ ପଡିବ ନାହିଁ ।

ଜିଏସଟି ଲାଗିବା ଖବର ଗୁଜବ:

ଅର୍ଥ ମନ୍ତ୍ରଣାଳୟ କହିଛି, ଜିଏସଟି ଲାଗିବା କଥା ସମ୍ପୂର୍ଣ୍ଣ ମିଛ । ଏହା ଗୁଜବ । ଜାନୁଆରୀ 2020ରୁ ୟୁପିଆଇର ପର୍ସନ ଟୁ ପେମେଣ୍ଟ ଟ୍ରାଞ୍ଜାକସନ ଉପରେ ଏମଡିଆର(ମଚେଣ୍ଟ ଡିସକାଉଣ୍ଟ ରେଟ) ଶୂନ୍ୟ ଅଟେ । ଏଥିପାଇଁ ଏଥିରେ ଜିଏସଟି ଲାଗୁ ହେଉନାହିଁ ।

19 ମାର୍ଚ୍ଚରୁ ବର୍ଷେ ପାଇଁ ବଢିଛି ଇନସେଟିଭ ସ୍କିମ:

କେନ୍ଦ୍ର ସରକାର 19 ମାର୍ଚ୍ଚରେ ୟୁପିଆଇକୁ ପ୍ରମୋଟ କରିବା ପାଇଁ ଇନସେଟିଭ ସ୍କିମକୁ ବର୍ଷେ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି । ଏହି ସ୍କିମ 31 ମାର୍ଚ୍ଚ 2026 ପର୍ଯ୍ୟନ୍ତ ଜାରି ରହିବ । ଆଉ ଏଥିପାଇଁ ପାଖାପାଖି 1500 କୋଟି ଟଙ୍କା ଖର୍ଚ୍ଚ ହେବ ।

କ୍ୟାବିନେଟରେ ଏହି ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହି ସ୍କିମକୁ ନେଇ କହିଥିଲେ କି, ଡେବିଟ କାର୍ଡ ଜରିଆରେ ବିଏଚଆଇଏମ-ୟୁପିଆଇ ଜରିଆରେ 2000 ଟଙ୍କା ପର୍ଯ୍ୟନ୍ତ ପର୍ସନଟୁ ପର୍ସନ ପେମେଣ୍ଟ ଟ୍ରାଞ୍ଜାକସନ କରିବା ଦ୍ବାରା ଛୋଟ ଛୋଟ ଦୋକାନୀଙ୍କୁ 0.15 ପ୍ରତିଶତ ଇନସେଟିଭ ମିଳିବ ।

କିପରି କାମ କରେ ୟୁପିଆଇ:

ୟୁପିଆଇ ସର୍ଭିସ ପାଇଁ ଆପଣଙ୍କୁ ଭର୍ଚୁଆଲ ପେମେଣ୍ଟ ଆଡ୍ରେସ(ଠିକଣା) କରିବାକୁ ପଡିବ । ଏହା ପରେ ଏହାକୁ ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ କରିବାକୁ ପଡିବ । ଏହା ପରେ ବ୍ୟାଙ୍କ ଆକାଉଣ୍ଟ ନମ୍ବର, ବ୍ୟାଙ୍କ ନାଁ ଅବା ଆଇଏଫଏସସି କୋର୍ଡ ରଖିବା ଦରକାର ପଡେନି । ପେମେଣ୍ଟ କରିବା ପାଇଁ ମୋବାଇଲ ନମ୍ବର ଆବଶ୍ୟକ ।

ଏହା ମଧ୍ୟ ପଢନ୍ତୁ:

ଅଚାନକ ଡାଉନ ହେଲା UPI, ଅନଲାଇନ ପେମେଣ୍ଟରେ ସମସ୍ୟା ଭୋଗୁଛନ୍ତି ୟୁଜର୍ସ

ଆପଣଙ୍କ ଆକାଉଣ୍ଟ, ଆପଣଙ୍କ ଟଙ୍କା...କିନ୍ତୁ ଖର୍ଚ୍ଚ କରିବେ ପତ୍ନୀ, ଜାଣନ୍ତୁ କିପରି ?

ଏପ୍ରିଲ 1ରୁ ନୂଆ ନିୟମ; ଏହି ନମ୍ବରରୁ UPI ଅନଲିଙ୍କ କରିବ NPCI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.