ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସିଲା ବଡ ଖବର । 50 ଟଙ୍କା ବଢିଲା ଏଲ୍ପିଜି ଗ୍ୟାସ୍ ଦର । LPG ସିଲିଣ୍ଡର ପିଛା 50 ଟଙ୍କା ବୃଦ୍ଧି । LPG ସିଲିଣ୍ଡର ପିଛା 50 ଟଙ୍କା ବୃଦ୍ଧି ନିଷ୍ପତ୍ତି । ସୂଚନା ଦେଲେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ ।
LPG ସିଲିଣ୍ଡର ପିଛା 50 ଟଙ୍କା ବୃଦ୍ଧି
LPG ସିଲିଣ୍ଡର ପିଛା 50 ଟଙ୍କା ବଢାଇଲେ କେନ୍ଦ୍ର ସରକାର । PMUY ହିତାଧିକାରୀ 500 ବଦଳରେ ଦେବେ 550 ଟଙ୍କା । ଅନ୍ୟ ହିତାଧିକାରୀ 803 ବଦଳରେ ଦେବେ 853 ଟଙ୍କା । ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କ ସୂଚନା ।
#WATCH | Delhi | Union Minister for Petroleum and Natural Gas, Hardeep Singh Puri says, " this rs 50 increase per cylinder will be for the ujjwala beneficiary and overall for the non-ujjwala beneficiary as well. this will be reviewed after every 15-30 days. in the case of petrol… https://t.co/zrsXnqHtOy pic.twitter.com/GTPDMdgsFz
— ANI (@ANI) April 7, 2025
ଏଣିକି ସିଲିଣ୍ଡର ୮୦୩ ଟଙ୍କା ବଦଳରେ ୮୫୩ ଟଙ୍କାରେ ମିଳିବ-
ସାଧାରଣ ଲୋକଙ୍କୁ ବୋଝ ଉପରେ ନଳିତା ବିଡା । ମୁଦ୍ରାସ୍ଫୀତିରେ ଛଟପଟ ସାଧାରଣ ଜନତାଙ୍କୁ ମହଙ୍ଗା ମାଡ । LPG ଗ୍ୟାସ୍ ସିଲିଣ୍ଡରରେ 50 ଟଙ୍କା ବୃଦ୍ଧି । ଆସନ୍ତାକାଲି ( ଏପ୍ରିଲ 8 ତାରିଖ) ସକାଳଳୁ ଏଲପିଜି ମୂଲ୍ୟ 50 ଟଙ୍କା ବୃଦ୍ଧି ପାଇବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାରଙ୍କ ଏକ ପ୍ରମୁଖ ସାମାଜିକ କଲ୍ୟାଣ ଯୋଜନା ହେଉଛି ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନା (PMUY) । PMUYର ମୂଳ ଉଦ୍ଦେଶ୍ୟ ହେଉଛି ଭାରତର ଗ୍ରାମାଞ୍ଚଳର ଦାରିଦ୍ର ସୀମାରେଖା (ବିପିଏଲ୍) ପରିବାରର ମହିଳାମାନଙ୍କୁ ସ୍ୱଚ୍ଛ ରନ୍ଧନ ଇନ୍ଧନ, ବିଶେଷତଃ LPG (ତରଳ ପେଟ୍ରୋଲିୟମ ଗ୍ୟାସ୍) ଯୋଗାଇବା ।
'ପଦକ୍ଷେପକୁ ଆମେ ସମୀକ୍ଷା କରିବୁ-
କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ କୁହନ୍ତି, "ଏଲପିଜିର ସିଲିଣ୍ଡର ମୂଲ୍ୟ 50 ଟଙ୍କା ବୃଦ୍ଧି ପାଇବ । 500ରୁ ଏହା 550 (PMUY ହିତାଧିକାରୀଙ୍କ ପାଇଁ) ଏବଂ ଅନ୍ୟମାନଙ୍କ ପାଇଁ ଏହା 803 ରୁ 853 ଟଙ୍କାକୁ ବୃଦ୍ଧି ପାଇବ । ଏହା ଏକ ପଦକ୍ଷେପ ଯାହାକୁ ଆମେ ସମୀକ୍ଷା କରିବୁ । ଏକ୍ସାଇଜ୍ ବୃଦ୍ଧି ଫଳରେ ତୈଳ ମାର୍କେଟିଂ କମ୍ପାନୀଗୁଡିକୁ 43,000 କୋଟି ଟଙ୍କା କ୍ଷତିପୂରଣ ସହିବାକୁ ପଡିବ ।"
#WATCH | Delhi | Union Minister for Petroleum and Natural Gas, Hardeep Singh Puri says, " the price per cylinder of lpg will increase by rs 50. from 500, it will go up to 550 (for pmuy beneficiaries) and for others it will go up from rs 803 to rs 853. this is a step which we will… pic.twitter.com/KLdZNujIwK
— ANI (@ANI) April 7, 2025
ଦୁଇ ମାସ ତଳେ କମର୍ସିଆଲ୍ ଏଲପିଜି ସିଲିଣ୍ଡର ଦର ହ୍ରାସ ପାଇଥିଲା-
ତୈଳ ବିତରଣ କମ୍ପାନୀଗୁଡ଼ିକ ଫେବୃଆରୀ ପ୍ରଥମ ଦିନ (୧ ତାରିଖ)ରେ ଏଲପିଜି ସିଲିଣ୍ଡରର ମୂଲ୍ୟକୁ ଅପଡେଟ୍ କରିଛନ୍ତି । ଫଳରେ କମର୍ସିଆଲ୍ ଏଲପିଜି ସିଲିଣ୍ଡର ଦର ସାମାନ୍ୟ ହ୍ରାସ ପାଇଛି । କମ୍ପାନୀଗୁଡିକ ୧୯ କିଲୋଗ୍ରାମ ବିଶିଷ୍ଟ କମର୍ସିଆଲ ଗ୍ୟାସ ସିଲିଣ୍ଡର ମୂଲ୍ୟ ୭ ଟଙ୍କା କମ୍ କରିଛନ୍ତି । ନୂତନ ମୂଲ୍ୟ ଆଜିଠାରୁ ଲାଗୁ ହୋଇଛି । ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ ।