ନୂଆଦିଲ୍ଲୀ: ଦୀର୍ଘ ସମୟର ନିବେଶ କଥା ଆସିଲେ ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ (ପିପିଏଫ) ବା ମ୍ୟୁଚାଲ ଫଣ୍ଡ ସିଷ୍ଟମେଟିକ ଇନଭେଷ୍ଟମେଣ୍ଟ ପ୍ଲାନ (ଏସଆଇପି) ଭଳି ଯୋଜନା କଥା ସାମନାକୁ ଆସେ । ଦୁଇଟି ଯାକ ସ୍କିମରେ ଜମା ପୁଞ୍ଜି ଅନୁଶାସିତ ପ୍ରକ୍ରିୟା ହୋଇଥାଏ । କିନ୍ତୁ ଯଦି ଆପଣ 15 ବର୍ଷ ପର୍ଯ୍ୟନ୍ତ ଦେଢ ଲକ୍ଷ ଟଙ୍କା ନିବେଶ କରନ୍ତି ଦୁଇଟି ଯାକ ଯୋଜନା ମଧ୍ୟରେ କେଉଁଟା ସର୍ବୋତ୍ତମ ?
ପିପିଏଫ ଏକ ସରକାରୀ ସମର୍ଥିତ ଯୋଜନା ୟାହାକି ବାର୍ଷିକ 7.1 ପ୍ରତିଶତ ସୁଧ ଦେଇଥାଏ । ବର୍ଷକ ଯାକ ଏହା କମ୍ପାଉଣ୍ଡ ସୁଧ ଦେଇଥାଏ । ଦେଢ ଲକ୍ଷ ଟଙ୍କାର ବାର୍ଷିକ ନିବେଶ ସହ 15 ବର୍ଷରେ ସର୍ବାଧିକ ଆପଣଙ୍କର 22.5 ଲକ୍ଷ ଟଙ୍କା ଯୋଗଦାନ ରହିବ । ପିପିଏଫର 7.1 ପ୍ରତିଶତ ସୁଧ ଦର ସହ ଆପଣ 40.8 ଲକ୍ଷ ଟଙ୍କା ପାଇପାରିବେ । ଏଥିସହ ଆପଣଙ୍କୁ ରିଟର୍ଣ୍ଣ କର ବି ଦେବାକୁ ପଡିବନି । ସରକାରୀ ହୋଇଥିବାରୁ ଏହି ନିବେଶକୁ ସୁରକ୍ଷିତ ଧରାଯାଇଥାଏ ।
ଅନ୍ୟପଟେ 12 ପ୍ରତିଶତ ବାର୍ଷିକ ରିଟର୍ଣ୍ଣ ଇକ୍ବିଟି ଫଣ୍ଡରେ ମାସିକ 12 ହଜାର 500 ଟଙ୍କା (ବର୍ଷକୁ ଦେଢ ଲକ୍ଷ ଟଙ୍କା) ନିବେଶ କଲେ ମ୍ୟୁଚାଲ ଫଣ୍ଡ ରିଟର୍ଣ୍ଣ ବଜାରରୁ ବଡ ଆକାରର ଲାଭ ମିଳିଥାଏ । 15 ବର୍ଷରେ ଏହି ନିବେଶରେ 22.5 ଲକ୍ଷ ଟଙ୍କା ଯୋଗଦାନ ରହିଥାଏ । କିନ୍ତୁ ଆପଣ 63.9 ଲକ୍ଷ ଟଙ୍କା ଗ୍ୟାରେଣ୍ଟି ପାଇପାରିବେ । କିନ୍ତୁ ମ୍ୟୁଚାଲ ଫଣ୍ଡ ରିଟର୍ଣ୍ଣ ବଜାର ସହ ଜଡିତ। ଏଣୁ ଏହାର ରିଟର୍ଣ୍ଣ ବି ବଜାର ଉପରେ ନିର୍ଭରଶୀଳ ।
ଏସଆଇପି
- ସମୟ ଅବଧି -15 ବର୍ଷ
- ଆଶାତୀତ ସୁଧ ଦର - 12 ପ୍ରତିଶତ
- ନିବେଶ ରାଶି - 22.5 ଲକ୍ଷ
- ସମ୍ଭାବିତ ରିଟର୍ଣ୍ଣ- 36.99ଲକ୍ଷ
- ପରିପକ୍ବତା ମୂଲ୍ୟ-54.49 ଲକ୍ଷ
ପିପିଏଫ
- ବାର୍ଷିକ ନିବେଶ- 1,50,000
- ସମୟ ଅବଧି- 15 ବର୍ଷ
- ସୁଧ ଦର -7.1 ପ୍ରତିଶତ
- ନିବେଶ ରାଶି- 22 ଲକ୍ଷ 50 ହଜାର
- ସୁଧ- 18,18,209 ଟଙ୍କା
- ପରିପକ୍ବତା ମୂଲ୍ୟ- 40.69 ଲକ୍ଷ
କେଉଁଟା ସୁରକ୍ଷିତ ?
ପିପିଏଫ ସୁରକ୍ଷା ଓ ଟ୍ୟାକ୍ସ ଲାଭ ମାମଲାରେ ଉଚ୍ଚ ସ୍କୋର କରିଥାଏ । ସେପଟେ ମ୍ୟୁଚାଲ ଫଣ୍ଡ ଏସଆଇପି ଅଧିକ ରିଟର୍ଣ୍ଣ ଦେବାର ସମ୍ଭାବନା ଥାଏ । ସଠିକ ବିକଳ୍ପ ଆପଣଙ୍କ ରିସ୍କ ନେବା କ୍ଷମତା ଓ ବିତ୍ତୀୟ ଲକ୍ଷ୍ୟ ଉପରେ ନିର୍ଭର କରେ । ଦୁହିଁଙ୍କ ଉପଯୋଗ କରି ଏକ ସନ୍ତୁଳିତ ଦୃଷ୍ଟିକୋଣ ସବୁଠାର ଭଲ କାମ କରିଥାଏ। ଏସଆଇପି ବଜାରର ଟ୍ରେଣ୍ଡ ଉପରେ ନିର୍ଭର କରେ । ଏଥିପାଇଁ ରିଟର୍ଣ୍ଣ ସୁନିଶ୍ଚିତ ନୁହେଁ । ଅନ୍ୟପଟେ ପିପିଏଫ ଏକ ନିଶ୍ଚିତ ସୁଧହାର ସହ ସୁନିଶ୍ଚତ ରିଟର୍ଣ୍ଣ ଦେଇଥାଏ ଯାହାକି ଏସଆଇପି ତୁଳନାରେ କମ ଅଟେ ।
ପିପିଏଫ୍ ଏକ ଦୀର୍ଘକାଳୀନ ସଞ୍ଚୟ ଯୋଜନା
PPF ହେଉଛି ଭାରତ ସରକାରଙ୍କ ଏକ ଦୀର୍ଘକାଳୀନ ସଞ୍ଚୟ ଯୋଜନା । ପିପିଏଫ ଆକାଉଣ୍ଟ ପୋଷ୍ଟ ଅଫିସ ଏବଂ ଯେକୌଣସି ଜାତୀୟକରଣ ବ୍ୟାଙ୍କ ଶାଖାରେ ଖୋଲାଯାଇପାରିବ । ଯେଉଁମାନେ ଏଥିରେ ନିବେଶ କରନ୍ତି, ସେମାନେ ଏଥିରେ ଚକ୍ରବୃଦ୍ଧି ସୁଧ ମଧ୍ୟ ପାଆନ୍ତି । ଏହି ଯୋଜନା କରମୁକ୍ତ । ଏହା ବ୍ୟତୀତ, ନିବେଶ ପରିମାଣ ଉପରେ ଋଣ ସୁବିଧା ଯୋଗାଇ ଦିଆଯାଉଛି । ଏହା ବ୍ୟତୀତ, ନିବେଶ ପରିମାଣ ଉପରେ ଏକ ନିଶ୍ଚିତ ରିଟର୍ଣ୍ଣ ମଧ୍ୟ ଅଛି ।
5 ତାରିଖ ମଧ୍ୟରେ ନିବେଶ, ମିଳିବ ପୂର୍ଣ୍ଣ ସୁଧ
ନିକଟରେ ପିପିଏଫ ହିତାଧିକାରୀଙ୍କ ପାଇଁ ନୂଆ ସୁବିଧା ଆଣିଛି । ଯଦି ଜଣେ ବ୍ୟକ୍ତି ମାସର 5 ତାରିଖ ସୁଦ୍ଧା PPF ଆକାଉଣ୍ଟରେ ନିବେଶ କରନ୍ତି, ତେବେ ତାଙ୍କୁ ସେହି ଟଙ୍କା ଉପରେ ପୂରା ମାସ ପାଇଁ ସୁଧ ମିଳିବ । ସେହିପରି, ଯଦି କୌଣସି ବ୍ୟକ୍ତି 5 ତାରିଖ ପରେ PPF ଆକାଉଣ୍ଟରେ ତାଙ୍କର ରାଶି ନିବେଶ କରନ୍ତି ତେବେ ତାଙ୍କୁ କମ୍ ବାଲାନ୍ସ ଉପରେ କମ୍ ସୁଧର ଲାଭ ମିଳିବ ।
ଏହା ମଧ୍ୟ ପଢନ୍ତୁ ପିପିଏଫ୍ ଆକାଉଣ୍ଟଧାରୀଙ୍କ ପାଇଁ ବଡ ଖବର, 5 ତାରିଖ ପୂର୍ବରୁ କରନ୍ତୁ ଏହି କାମ, ନଚେତ୍...
ଏହା ମଧ୍ୟ ପଢନ୍ତୁ ଅଷ୍ଟମ ବେତନ କମିଶନ: କେନ୍ଦ୍ରୀୟ କର୍ମଚାରୀଙ୍କୁ କେବେ ଏବଂ କେତେ ମିଳିବ ଏରିଅର ଟଙ୍କା ? ଦେଖନ୍ତୁ ଡିଟେଲସ୍