ETV Bharat / business

ଡ୍ରାଗନର ଦାଦାଗିରି ! ଇଭି ଉତ୍ପାଦନ ଜାରି ରଖିବାକୁ ବିକଳ୍ପ ଖୋଜୁଛି ମାରୁତି ସୁଜୁକି - RARE EARTH MATERIAL RESTRICTIONS

ଅଟୋମୋବାଇଲ ତଥା ବୈଦ୍ୟୁତିକ ବାହନର ନିର୍ମାଣରେ ଦୁର୍ଲଭ ଖଣିଜର ବହୁଳ ବ୍ୟବହାର କରାଯାଇଥାଏ ।

ଇଭି ଉତ୍ପାଦନ ଜାରି ରଖିବା ପାଇଁ ବିକଳ୍ପ ଖୋଜୁଛି ମାରୁତି ସୁଜୁକି
ଇଭି ଉତ୍ପାଦନ ଜାରି ରଖିବା ପାଇଁ ବିକଳ୍ପ ଖୋଜୁଛି ମାରୁତି ସୁଜୁକି (ETV Bharat)
author img

By ETV Bharat Odisha Team

Published : June 12, 2025 at 8:48 PM IST

2 Min Read

China's Rare Earth Material restrictions ନୁଆଦିଲ୍ଲୀ: ଭାରତର ଅଟୋମୋବାଇଲ ତଥା ବୈଦ୍ୟୁତିକ ବାହନ (ଇଭି) ନିର୍ମାଣ ବଜାରରେ ଅନିଶ୍ଚିତତାର କଳା ବାଦଲ ଘୋଟାଇ ଦେଇଛି ଚୀନ୍ । ଏନେଇ ମାରୁତି ସୁଜୁକି ଇଣ୍ଡିଆ ନିଜର ଉତ୍ପାଦନ ଓ ପରିଚାଳନା ପାଇଁ ଆବଶ୍ୟକ ଦୁର୍ଲଭ ଖଣିଜର ଆମଦାନୀ ପାଇଁ ବିକଳ୍ପ ଖୋଜୁଥିବାର ଗୁରୁବାର ସୂଚନା ଦେଇଛନ୍ତି ।

ସାରା ବିଶ୍ୱରେ ଅନିଶ୍ଚିତତାର ମାହୋଲ:

ଦେଶର ସବୁଠାରୁ ବଡ କାର ଉତ୍ପାଦନକାରୀ ସଂସ୍ଥା କହିଛନ୍ତି, ଚୀନର ଦୁର୍ଲଭ ଖଣିଜର ରପ୍ତାନୀ ଉପରେ ରୋକ ଲଗାଇବା ପରେ ସାରା ବିଶ୍ୱରେ ଏକ ଅନିଶ୍ଚିତତା ସୃଷ୍ଟି ହୋଇଛି । ତେବେ ଏଥିପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ଉତ୍ପାଦନ ପ୍ରକ୍ରିୟାରେ କୌଣସି ବାଧା ସୃଷ୍ଟି ହୋଇନଥିବାର ମନ୍ତବ୍ୟ ଦେଇଛନ୍ତି ।

ଅନ୍ୟାନ୍ୟ ବିକଳ୍ପର ସନ୍ଧାନ ଚାଲିଛି:

ମାରୁତି ସୁଜୁକି ଇଣ୍ଡିଆ ଆହୁରି ମଧ୍ୟ କହିଛନ୍ତି, " ଆମେ ବର୍ତ୍ତମାନର ସ୍ଥିତିରେ ଉପଯୁକ୍ତ ଧ୍ୟାନ ଦେବା ସହ ଆହୁରି ଅନ୍ୟାନ୍ୟ ବିକଳ୍ପର ଅନୁସନ୍ଧାନ କରୁଛୁ । ଯଦି କୌଣସି ସମୟରେ କମ୍ପାନୀର ଉତ୍ପାଦନ ତଥା ପରିଚାଳନା କାର୍ଯ୍ୟ ଉପରେ ପ୍ରଭାବ ପଡ଼େ, ତେବେ କମ୍ପାନୀ ଉପଯୁକ୍ତ ସୂଚନା ଜାରି କରି ଏହାର ଅଂଶୀଦାର ମାନଙ୍କୁ ସୂଚିତ କରିବ ।"

ଅଟୋମୋବାଇଲ ତଥା ବୈଦ୍ୟୁତିକ ବାହନର ନିର୍ମାଣରେ ଦୁର୍ଲଭ ଖଣିଜର ବହୁଳ ବ୍ୟବହାର କରାଯାଇଥାଏ ।

ଚୀନ ସରକାରଙ୍କ କଟକଣା:

ଚୀନ ସରକାର ନିଜ ଦେଶରୁ ସାରା ବିଶ୍ୱକୁ ଦୁର୍ଲଭ ଖଣିଜ ଏବଂ ଚୁମ୍ବକର ରପ୍ତାନୀ ଉପରେ କଟକଣା ଲଗାଇଛି । ଯାହା ଫଳରେ ସାରା ବିଶ୍ୱରେ ଅଟୋମୋବାଇଲ ତଥା ବୈଦ୍ୟୁତିକ ବାହନ (ଇଭି) ପ୍ରତିଷ୍ଠାନ ମାନେ ଅନିଶ୍ଚିତତା ମଧ୍ୟରେ ଗତି କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ:

ଭାରତରେ ଖୁବଶୀଘ୍ର ସାଟେଲାଇଟ୍‌ ଇଣ୍ଟରନେଟ୍‌ ସେବା, ଅଗଷ୍ଟ ସୁଦ୍ଧା ପ୍ରଦାନ କରିପାରେ ଏଲନ ମସ୍କଙ୍କ କମ୍ପାନୀ ଷ୍ଟାରଲିଙ୍କ

ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ, ଶସ୍ତା ହେବ ଇଏମଆଇ

ଦେଶ ସାରା ସ୍ଥାପନ ହେବ ଇଭି ଚାର୍ଜିଂ ଷ୍ଟେସନ; ପିଏମ ଇ-ଡ୍ରାଇଭ ଯୋଜନା ପାଇଁ 2000 କୋଟି ଆବଣ୍ଟିତ

ରପ୍ତାନୀ ପାଇଁ ଲାଇସେନ୍ସର ବ୍ୟବସ୍ଥା ବାଧ୍ୟତାମୁଳକ:

ଚୀନରେ ମିଳୁଥିବା ଦୁର୍ଲଭ ଖଣିଜ ଏବଂ ଚୁମ୍ବକର ରପ୍ତାନୀ ପାଇଁ ଏକ ସ୍ୱତନ୍ତ୍ର ଲାଇସେନ୍ସର ବ୍ୟବସ୍ଥା ବାଧ୍ୟତାମୂଳକ କରିଛି । ଚୀନ ସରକାରଙ୍କ ବିନା ଅନୁମତିରେ କୌଣସି ଦେଶର ସରକାରୀ ବା ଘରୋଇ ସଂସ୍ଥାକୁ ଦୁର୍ଲଭ ଖଣିଜର ରପ୍ତାନି କରାଯାଇପାରିବ ନାହିଁ ବୋଲି କୁହାଯାଇଛି । ଏନେଇ ଭାରତୀୟ କମ୍ପାନୀ ମାନେ ଚୀନ ସରକାରଙ୍କ ଅନୁମୋଦନ ସମ୍ପର୍କରେ ସ୍ପଷ୍ଟ ନଥିବାରୁ ସରକାରଙ୍କ ହସ୍ତକ୍ଷେପ ପାଇଁ ଆଶା ରଖିଛନ୍ତି ।

ସମଗ୍ର ପୃଥିବୀରେ ମିଳୁଥିବା ଦୁର୍ଲଭ ଖଣିଜର 90 ପ୍ରତିଶତ ଦୁର୍ଲଭ ଖଣିଜ ଏବଂ ଚୁମ୍ବକ ଚୀନରେ ମିଳିଥାଏ । ଏହାର ବ୍ୟବହାର ଅଟୋମୋବାଇଲ, ଘରୋଇ ଉପକରଣ ଏବଂ ସ୍ୱଚ୍ଛ ଶକ୍ତି ଉତ୍ପାଦନରେ ବ୍ୟବହାର କରାଯାଏ ।

ଦୁର୍ଲଭ ଖଣିଜର ଆବଶ୍ୟକତା:

ଦୁର୍ଲଭ ଖଣିଜରେ ସମାରିଅମ୍, ଗଡୋଲିନିଅମ୍, ଟର୍ବିଅମ୍, ଡାଇସ୍ପ୍ରୋସିଅମ୍ ଓ ଲ୍ୟୁଟିଟିୟମ୍ ଭଳି ଖଣିଜ ବୈଦ୍ୟୁତିକ ମୋଟର, ବ୍ରେକିଂ ସିଷ୍ଟମ, ସ୍ମାର୍ଟ ଫୋନ ଏବଂ ମିସାଇଲ ଟେକ୍ନୋଲୋଜି ପ୍ରଭୃତିରେ ବ୍ୟବହୃତ ହୋଇଥାଏ । ଦୁର୍ଲଭ ଖଣିଜ ସହ ଚୁମ୍ବକ ମଧ୍ୟ ବୈଦ୍ୟୁତିକ ବାହନର ମୋଟରରେ ବ୍ୟବହୃତ ହୋଇଥାଏ । IC ଇଞ୍ଜିନ ଗାଡିରେ ମଧ୍ୟ ଦୁର୍ଲଭ ଖଣିଜର ବ୍ୟାପକ ବ୍ୟବହାର କରାଯାଇଥାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.