ETV Bharat / bharat

'ରୂପା' ହେବ ଭବିଷ୍ୟତର ନୂଆ ସୁନା !; ଅଚାନକ କାହିଁକି ବଢ଼ୁଛି ଦର, ଜାଣନ୍ତୁ...

ସୁନା ପରେ ପରେ କାହିଁକି ବଢ଼ୁଛି ରୂପା ଦର । ହଠାତ ମୂଲ୍ୟ ବୃଦ୍ଧି ହେବାର କାରଣ କ'ଣ...

Gold and Silver Price
Gold and Silver Price (ETV Bharat)
author img

By ETV Bharat Odisha Team

Published : October 12, 2025 at 3:43 PM IST

2 Min Read
Choose ETV Bharat

Why Gold and Silver Price Hike ଜୟପୁର: ରେକର୍ଡ ଭାଙ୍ଗୁଛି ସୁନା ଓ ରୂପା ଦର । ବିବାହ ଓ ପାର୍ବଣ ଋତୁରେ ବଜାରରେ ଦର ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି । ଗତ କିଛିଦିନ ମଧ୍ୟରେ ସୁନା ଓ ରୂପାର ମୂଲ୍ୟ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ସୁନା ସହ ତାଳ ଦେଇ ରୂପା ଦର ବି ହୁ ହୁ ହୋଇ ବଢ଼ୁଛି । ଅହେତୁକ ଦର ବୃଦ୍ଧି ଦେଖି ଜୁଏଲାରୀ ବ୍ୟବସାୟ ସହ ଜଡ଼ିତ ବ୍ୟବସାୟୀମାନେ ରୂପାକୁ ଭବିଷ୍ଯତର ସୁନାର ନାମ ଦେଇଛନ୍ତି । ସୁନା ମୂଲ୍ୟ ବୃଦ୍ଧି ମଧ୍ଯରେ, ବର୍ତ୍ତମାନ ରୂପା ଅଳଙ୍କାର ଓ ବିଶେଷ କରି ଫ୍ୟାଶନ ଅଳଙ୍କାର କ୍ରୟ କରିବା ଉପରେ ଗ୍ରାହକମାନେ ବେସୀ ଆଗ୍ରହ ପ୍ରକାଶ କରୁଛନ୍ତି ।

ଅଳଙ୍କାର ବ୍ୟବସାୟୀ ତଥା ଫେଡେରେସନ ଅଫ୍‌ ରାଜସ୍ଥାନ ଏକ୍ସପର୍ଟ ପ୍ରେସିଡେଣ୍ଡ ରାଜୀବ ଆରୋରା କହିଛନ୍ତି, "ଭାରତରେ ସୁନା ଓ ରୂପାକୁ ଅଳଙ୍କାର ବ୍ୟତୀତ ନିବେଶ ଭାବରେ ଦେଖାଯାଏ । ଗତ କିଛି ବର୍ଷ ଧରି ବିଶ୍ବରେ ଯୁଦ୍ଧ ଭଳି ସ୍ଥିତି ଦେଖାଦେଇଛି । ତେଣୁ ନିବେଶକମାନେ ବର୍ତ୍ତମାନ ସୁନା ଓ ରୂପାକୁ ନିବେଶ କରିବାକୁ ଫାଷ୍ଟ ଚୟସ ଭାବରେ ରଖୁଛନ୍ତି । ଫଳସ୍ୱରୂପ, ଗତ କିଛି ବର୍ଷ ମଧ୍ୟରେ ଏହି ଦୁଇ ମୂଲ୍ୟବାନ ଧାତୁକୁ ନିବେଶ କରିବା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଦେଖାଯାଉଛି । ଲୋକମାନଙ୍କ ପାଖରେ ଥିବା ଅତିରିକ୍ତ ପାଣ୍ଠି (Surplus Funds)କୁ ନିବେଶ ପାଇଁ ଷ୍ଟକ ବଜାର ଅପେକ୍ଷା ସୁନା ଏବଂ ରୂପାରେ ନିବେଶ କରିବାକୁ ବର୍ତ୍ତମାନ ସୁରକ୍ଷିତ ବିକଳ୍ପ ଭାବରେ ବିବେଚନା କରାଯାଉଛି ।

Gold and Silver Price
Gold and Silver Price (ETV Bharat)

କାହିଁକି ବଢ଼ୁଛି ରୂପା ଦର:

ରାଜୀବ ଆରୋରା ଆହୁରି କହିଛନ୍ତି ଯେ, ବର୍ତ୍ତମାନ ରୂପା ମୂଲ୍ୟ ଯେଭଳି ଭାବରେ ବୃଦ୍ଧି ପାଉଛି, ପୂର୍ବରୁ ଏଭଳି କେବେ ଦର ବଢ଼ିଥିବାର ଦେଖାଯାଇ ନଥିଲା । ଶିଳ୍ପ କ୍ଷେତ୍ରରେ ରୂପାର ଚାହିଦା ହଠାତ ବୃଦ୍ଧି ପାଇବା ଫଳରେ ରୂପା ମୂଲ୍ୟ ବି ବୃଦ୍ଧି ପାଇଛି । କାରଣ ବର୍ତ୍ତମାନ ସମୟରେ ମୋବାଇଲ୍ କ୍ୟାମେରା, ଇଲେକ୍ଟ୍ରିକ ଯାନବାହନ ଏବଂ ସୌର ପ୍ୟାନେଲରେ ରୂପାର ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଯାହା ଫଳରେ ରୂପାର ମୂଲ୍ୟ ମଧ୍ୟ ବୃଦ୍ଧି ପାଉଛି । ଫଳସ୍ୱରୂପ, ରୂପା ଏବେ ସୁନାର ଚାହିଦାକୁ ମଧ୍ୟ ପଛରେ ପକାଇ ଦେଇଛି ।

Gold and Silver Price
Gold and Silver Price (ETV Bharat)

ରାଜୀବ ଆରୋରା କହିଛନ୍ତି ଯେ ସୁନା ଏବଂ ରୂପାର ବର୍ଦ୍ଧିତ ମୂଲ୍ୟକୁ ଦୃଷ୍ଟିରେ ରଖି, ଭବିଷ୍ୟତରେ ଏହି ଦୁଇ ମୂଲ୍ୟବାନ ଧାତୁର ମୂଲ୍ୟ ହ୍ରାସ ପାଇବ ନାହିଁ ଏବଂ ଏହି ବୃଦ୍ଧିର ଧାରା ଜାରି ରହିବ । ଭାରତରେ ପାର୍ବଣ ଋତୁରେ ସୁନା ଏବଂ ରୂପା ଅଳଙ୍କାର କିଣିବା ସାଧାରଣ କଥା, କିନ୍ତୁ ବର୍ତ୍ତମାନ ସୁନାର ଦର ଉଚ୍ଚ ଥିବାରୁ ରୂପା ଅଳଙ୍କାର ଏବଂ ରୂପା ଅଳଙ୍କାରରେ ସୁନା ପଲିସ୍ ଏବେ ଗ୍ରାହକଙ୍କ ପ୍ରଥମ ପସନ୍ଦ ପାଲଟିଛି । ଯଦିଓ ବୃଦ୍ଧି ପାଉଥିବା ମୂଲ୍ୟ ସୁନା କ୍ରୟକୁ ପ୍ରଭାବିତ କରିଛି, ଭବିଷ୍ୟତରେ ସ୍ଥିରତା ଫେରି ଆସିଲେ ସୁନା କ୍ରୟ ପୁଣି ଥରେ ବୃଦ୍ଧି ପାଇବ ।

ବର୍ତ୍ତମାନ ବଜାରରେ ଡିଜାଇନର୍ କିମ୍ବା ଫ୍ୟାଶନ୍ ଅଳଙ୍କାରର ସର୍ବାଧିକ ଚାହିଦା ଦେଖିବାକୁ ମିଳିଛି, ଯେଉଁଥିରେ ଅକ୍ସିଡାଇଜ୍ଡ ନେକଲେସ୍‌, ପାଉଁଜି, କାନଫୁଲ ଏବଂ ବ୍ରେସଲେଟ୍ ଅନ୍ତର୍ଭୁକ୍ତ । ପୂର୍ବରୁ ଗ୍ରାହକମାନେ ସୁନା ଅଳଙ୍କାର ପ୍ରତି ଅଧିକ ଆଗ୍ରହୀ ଥିଲେ । ମାତ୍ର ବର୍ତ୍ତମାନ ଗ୍ରାହକମାନେ ଷ୍ଟାଇଲିସ୍ ସିଲଭର କଲେକ୍ସନ ଖୋଜୁଛନ୍ତି ।

Gold and Silver Price
Gold and Silver Price (ETV Bharat)

ଏହା ମଧ୍ୟ ପଢ଼ନ୍ତୁ...

ଅଟଳ ପେନସନ ଯୋଜନା ଅପଡେଟ୍, ଜାଣନ୍ତୁ କିପରି କରିବେ ଆବେଦନ ?

'ରାମୋଜୀ ଫିଲ୍ମ ସିଟି'ରେ ଖୋଲିବ ଗ୍ଲୋବାଲ ଟୁରିଜିମ ଭିଲେଜ ଓ ନାଇଟ ସଫାରୀ

ରୂପା ମୁଦ୍ରାର ମୂଲ୍ୟ ଦ୍ୱିଗୁଣିତ: ଦୀପାବଳି ଉପହାର ଭାବରେ କିଣାଯାଉଥିବା ରୂପା ମୁଦ୍ରା ଏବେ ଗତ ବର୍ଷ ତୁଳନାରେ ଦ୍ୱିଗୁଣିତ ମୂଲ୍ୟରେ ବିକ୍ରି ହେଉଛି । ଯେଉଁ ମୁଦ୍ରାର ମୂଲ୍ୟ ₹900 ଥିଲା ତାହା ଏବେ ₹1,800ରେ ବିକ୍ରି ହେଉଛି । ବିଶ୍ୱ ସ୍ତରରେ ରୂପା ମୂଲ୍ୟରେ ବୃଦ୍ଧି ଏହି ମୂଲ୍ୟ ବୃଦ୍ଧିର କାରଣ ହୋଇଛି । ବିଶ୍ୱାସ କରାଯାଉଛି ଯେ, ପାର୍ବଣ ଋତୁ ଯୋଗୁଁ ଆଗାମୀ ଦିନରେ ଭାରତରେ ରୂପା କ୍ରୟ ବୃଦ୍ଧି ପାଇବ । ଫଳରେ, ମୂଲ୍ୟ କିଲୋଗ୍ରାମ ପିଛା ₹10,000 ବୃଦ୍ଧି ପାଇପାରେ । ଏହି କାରଣରୁ ନିବେଶକମାନେ ରୂପାରେ ନିବେଶ କରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ