ETV Bharat / bharat

କାହିଁକି ବ୍ୟାପେ ଡାଇରିଆ ? କଣ ଏହାର କାରଣ ଓ ନିରାକାରଣ ? - CAUSE OF DIARRHEA

ଯାଜପୁର ଜିଲ୍ଲାରେ ସାଂଘାତିକ ରୂପ ନେଇଛି ଡାଇରିଆ । ତେବେ କଣ ଏହି ଡାଇରିଆ ? କାହିଁକି ବ୍ୟାପେ ଓ କଣ ଏହାର ପ୍ରତିକାର ?

ଡାକ୍ତରଖାନାରେ ଡାଇରିଆ ରୋଗୀ
ଡାକ୍ତରଖାନାରେ ଡାଇରିଆ ରୋଗୀ (ETV Bharat Odisha)
author img

By ETV Bharat Odisha Team

Published : June 15, 2025 at 10:42 PM IST

Updated : June 16, 2025 at 2:53 PM IST

4 Min Read

ଭୁବନେଶ୍ବର: ଯାଜପୁର ଜିଲ୍ଲାରେ ସାଂଘାତିକ ରୂପ ନେଇଛି ଡାଇରିଆ । ସରକାରୀ ତଥ୍ୟ ଅନୁସାରେ ଗତ 4 ଦିନରେ 5 ଜଣଙ୍କର ମୃତ୍ୟୁ ଘଟିଥିବାବେଳେ 1500ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ଯାଜପୁରରୁ ଡେଇଁ ଏବେ ଏହା ଭଦ୍ରକ ଓ କେନ୍ଦୁଝରରେ ପହଞ୍ଚିଲାଣି । ଦୂଷିତ ପାଣିରୁ ଝାଡ଼ାବାନ୍ତି ବ୍ୟାପୁଥିବା ସନ୍ଦେହ କରୁଛି ସ୍ୱାସ୍ଥ୍ୟ ବିଭାଗ । ଯାଜପୁର ଜିଲ୍ଲାରେ ବିଭିନ୍ନ ମେଡ଼ିକାଲ, ପ୍ରଭାବିତ ଅଞ୍ଚଳକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (World Health Organization) ପ୍ରତିନିଧି ଦଳ ସହ ଜିଲ୍ଲା ତଥା ରାଜ୍ୟର ସ୍ୱାସ୍ଥ୍ୟ ଟିମ୍, ଅନୁଧ୍ୟାନକାରୀ ଦଳ ପହଞ୍ଚି ଅନୁଧ୍ୟାନ କରିଛନ୍ତି । ତେବେ କଣ ଏହି ଡାଇରିଆ ? କାହିଁକି ବ୍ୟାପେ ଓ କଣ ଏହାର ପ୍ରତିକାର ?

କଣ ଏହି ଡାଇରିଆ ?

ସାଧାରଣତଃ ପତଳା ବ ତରଳ ଝାଡା ହେଲେ ଆମେ ଡାଇରିଆ ହେଲା ବୋଲି କହିଥାଉ । ଡାଇରିଆ ନାଁ ଶୁଣିଲେ ସମସ୍ତେ ଭୟଭୀତ ହୋଇ ପଡନ୍ତି । କାରଣ ଏହା ଏକ ସାଧାରଣ ରୋଗ। ତେବେ ଆଶ୍ୱସ୍ତିର କଥା ଯେ, ଖୁବ କମ ଦିନ ଭିତରେ ଏହା ଭଲ ହୋଇଯାଏ ଏବଂ ଏହାର ପ୍ରଭାବ କମିଯାଏ । ଡାଇରିଆ ହେଲେ ଦିନରେ ଏକାଧିକ ବାର ପାଇଖାନା ଯିବାକୁ ପଡିଥାଏ । ବେଳେବେଳେ ଡାଇରିଆ ଗୁରୁତର ରୋଗର କାରଣ ବି ହେଇପାରେ । ଏକାଧିକବାର ଝାଡା ହେବା ଦ୍ଵାରା ଶରୀରରୁ ଜଳୀୟ ଅଂଶ କମିଯାଏ । ତେଣୁ ଏହା ସମସ୍ତେ ଜାଣି ରଖିବା ଦରକାର, ଡାଇରିଆ ହେଲେ କେତେବେଳେ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ଏବଂ ଭଲ ହେବ ପାଇଁ ଆମେ କେତେଦିନ ଅପେକ୍ଷା କରିବାକୁ ପଡିବ ?

କେତେ ପ୍ରକାର ଏହି ଡାଇରିଆ ?

ଅତ୍ୟଧିକ ଡାଇରିଆ: ଏହି ପ୍ରକାର ଡାଇରିଆ ଏକରୁ 2 ଦିନ ଯାଏ ଲାଗି ରହେ ଓ ଏହା ହେଲେ ଅତ୍ୟଧିକ ତରଳ ଝାଡା ହୁଏ । ତେବେ ଏହା ଆପେ ଆପେ ଭଲ ହୋଇଯାଏ ।

ନିୟମିତ ଡାଇରିଆ : ଏହି ପ୍ରକାର ଡାଇରିଆ ଦୁଇରୁ ଚାରି ସପ୍ତାହ ଯାଏ ଲାଗି ରୁହେ ।

ଦୀର୍ଘକାଳୀନ ଡାଇରିଆ : ଏହା 4 ସପ୍ତାହରୁ ଅଧିକ ଦିନ ଲାଗି ରୁହେ । ବେଳେବେଳେ ଏହାଠାରୁ ଅଧିକ ଦିନ ବି ଲାଗି ରୁହେ । ଏ ପ୍ରକାର ଝାଡା ଅନେକ ସମୟରେ ଗୁରୁତର ଅସୁସ୍ଥତାର କାରଣ ବି ହୋଇପାରେ । ଏପରି ଝାଡା ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ।

କେତେ ସାଧାରଣ ଏହି ଡାଇରିଆ ?

ଏହା ଏକ ଅତି ସାଧାରଣ ରୋଗ ଏବଂ ସବୁ ବୟସର ଲୋକ ଏଥିରେ ଆକ୍ରାନ୍ତ ହୋଇଥାନ୍ତି । ପିଲାମାନେ ବର୍ଷକୁ ଥରେ ବା ଦୁଇଥର ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ତେବେ ଅଧିକାଂଶ ବୟସ୍କ ବର୍ଷକେ ଥରେ ଏହି ରୋଗରେ ପଡନ୍ତି ।

ଡାଇରିଆର ଲକ୍ଷଣ-

ସାଧାରଣତଃ ଡାଇରିଆ ଲକ୍ଷଣ ହେଉଛି ତରଳ ଝାଡା । ଏହା ବ୍ୟତୀତ ପେଟ କାଟିବା, ପେଟ ଫୁଲିବା, ବାନ୍ତି ହେବା, ଜ୍ୱର ହେବା, ଝାଡାରେ ରକ୍ତ ପଡିବା, କଫ ପଡିବା, ଝାଡାକୁ ରୋକି ନ ପାରିବା ମଧ୍ୟ ଏହାର ଲକ୍ଷଣ ।

କଣ ହୋଇପାରେ ଡାଇରିଆର କାରଣ-

ଗାଷ୍ଟ୍ରୋଏଣ୍ଟେରିଟିସ ନାମକ ଏକ ପ୍ରକାର ଭାଇରସ ଯାହା ପେଟରେ ସଂକ୍ରମିତ ହୋଇଥାଏ । ଏହା ଡାଇରିଆର ମୁଖ୍ୟ କାରଣ । କେହି କେହି ଏହାକୁ ପେଟ ରୋଗ ବା ପେଟ ଯନ୍ତ୍ରଣା ବୋଲି କହିଥାନ୍ତି । ତେବେ ଡାଇରିଆର ଅନେକ କାରଣ ଥାଇପାରେ ।

ଖାଦ୍ୟ ବିଷାକ୍ତ ହେବା: ଡାଇରିଆର ଏକ ପ୍ରମୁଖ କାରଣ ହେଉଛି ଖାଦ୍ୟ ବିଷାକ୍ତ ହୋଇଯିବା । ପାଚନ ପ୍ରକ୍ରିୟା ସଙ୍କ୍ରମଣରୁ ଖାଦ୍ୟ ବିଷାକ୍ତ ବା ଫୁଡ ପଏଜନିଂ ହୋଇଯାଏ । ଏହା ସାଧାରଣତଃ ନିର୍ଦ୍ଦିଷ୍ଟ ଖାଦ୍ୟ ବା ପାଣି ଯୋଗୁ ହୋଇଥାଏ । ମାଇକ୍ରୋବ୍ସ , ବ୍ୟକ୍ଟେରିଆ, ଭାଇରସ ବା ପରସାଇଟିସ ଅଧିକାଂଶ ଫୁଡ ପଏଜନିଂର କାରଣ । ଯଦିଓ ଏହି ସଂକ୍ରମଣ କେତେକ କ୍ଷେତ୍ରରେ ଦୀର୍ଘ ଦିନ ଧରି ଲାଗି ରୁହେ, ତେବେ ଗୋଟିଏ ସପ୍ତାହ ମଧ୍ୟରେ ଭଲ ହୋଇଯାଏ ।

କେତେକ ଖାଦ୍ୟ ଏବଂ ପାନୀୟରେ ମାଇକ୍ରୋବ୍ସ ଥାଏ ଯାହା ଖାଦ୍ୟକୁ ବିଷାକ୍ତ କରିଦିଏ । କେତେକ ଖାଦ୍ୟକୁ ବିଷକ୍ତ ହେବାର କାରଣ ବୋଲି କୁହାଯାଇପାରେ । ଯେମିତି, ଅଧ ସିଝା ମାଂସ, ସିଫୁଡ, ଚିକେନ ଇତ୍ୟାଦି । ବେଳେବେଳେ ଫଳ, ପନିପରିବା, କଞ୍ଚା କ୍ଷୀର, ଅଣ୍ଡା, ପନୀର ଇତ୍ୟାଦି ଖାଦ୍ୟକୁ ବିଷାକ୍ତର କାରଣ ହୋଇପାରୋ ।

ଟ୍ରାଭେଲର୍ସ ଡାଇରିଆ ଏକ ପ୍ରକାର ଶବ୍ଦ ଡାଇରିଆ ପାଇଁ ଯାହା ବ୍ୟବହାର ହୋଇଥାଏ। ବିଶେଷ କରି, ଯଦି ଆପଣ ବାହାରକୁ ଯାଇଛନ୍ତି, ଏବଂ ଅସ୍ଵାସ୍ଥ୍ୟକର ପରିବେଶ ଯୋଗୁ ଡାଇରିଆ ଆକ୍ରାନ୍ତ ହୁଅନ୍ତି ତେବେ ଏହାକୁ ଟ୍ରାଭେଲର୍ସ ଡାଇରିଆ କହିଥାନ୍ତି । ସାଧାରଣତଃ ଏପରି ଡାଇରିଆ ବାକ୍ଟେରିଆ ଯୋଗୁ ହୋଇଥାଏ ।

ନିରାକରଣ-

ଡ଼ାଇରିଆ ନିରାକରଣର କେତେକ ପାର୍ଶ୍ୱ ପ୍ରତିକ୍ରିୟା ରହିଛି । ଆଣ୍ଟିବାୟୋଟିକ୍ସ ଖରାପ ବାକ୍ଟେରିଆକୁ ମାରିବା ସହିତ ଅନେକ ଭଲ ବାକ୍ଟେଟିଆକୁ ମଧ୍ୟ ମାରିଦିଏ । ଶରୀର ପାଇଁ ଉପାଦେୟ ବାକ୍ଟେରିଆର ଅଭାବ ଡାଇରିଆର କାରଣ ହୋଇପାରେ । କେତେକ କ୍ୟାନ୍ସର ଔଷଧ ଏବଂ ଚିକିତ୍ସା ଯୋଗୁ ମଧ୍ୟ ଡାଇରିଆ ହୋଇପାରେ ।

ଲାକ୍ଟୋସ ଆଲର୍ଜି: କ୍ଷୀର ଏବଂ ଅନ୍ୟାନ୍ୟ ଦୁଗ୍ଧଜାତ ଦ୍ରବ୍ୟରେ ଲାକ୍ଟୋଜ୍ ନାମକ ଏକ ଶର୍କରା ରହିଥାଏ। ଯେଉଁମାନଙ୍କର ଲାକ୍ଟୋଜ୍ ଆଲର୍ଜି ଅଛି ସେମାନେ କ୍ଷୀରଜାତ ଦ୍ରବ୍ୟ ଖାଇବା ପରେ ପ୍ରାୟତଃ ଡାଇରିଆ ଆକ୍ରାନ୍ତ ହୋଇଥାନ୍ତି । ଲାକ୍ଟୋସ ହଜମ କରିବାରେ ସାହାଯ୍ୟ କରୁଥିବା ଏନଜାଇମ୍ ବୟସ ସହିତ ହ୍ରାସ ପାଇଥାଏ ଯାହାଫଳରେ ଲାକ୍ଟୋଜ୍ ଆଲର୍ଜି ବଢି ଯାଇଥାଏ ।

କୃତ୍ରିମ ମିଠା: କେତେକ ଲୋକ ଅଛନ୍ତି, ଯେଉଁମାନେ ସୁସ୍ଥ ହେଲେ ବି ଡାଇରିଆ ଆକ୍ରାନ୍ତ ହୋଇଥାନ୍ତି । ଏହାର କାରଣ ସୋର୍ବିଟଲ୍, ଏରିଥ୍ରିଟଲ୍ ଏବଂ ମାନିଟଲ୍ ପରି ଦ୍ରବୁଭୁତ ହେଉନଥିବା ଏକ ପ୍ରକାର କୃତ୍ରିମ ମିଠା ଯାହାକି ଚୁଇଙ୍ଗମ ଏବଂ ଅନ୍ୟ ସୁଗାର ଫ୍ରି ମିଠାରେ ବ୍ୟବହାର କରାଯାଏ ।

ଜଟିଳତା-

ଡାଇରିଆ ଦ୍ୱାରା ହେଉଥିବା ଡିହାଇଡ୍ରେସନ ଯଦି ଠିକ ସମୟରେ ଚିକିତ୍ସା ନ କରାଯାଏ ତେବେ ଏହା ମାରାତ୍ମକ ହୋଇପାରେ । ଏହି ଡିହାଇଡ୍ରେସନ ପିଲା, ବୟସ୍କ ଏବଂ ଶାରୀରିକ ଦୁର୍ବଳ ଥିବା ଲୋକଙ୍କ ପାଇଁ ଏକ ଗମ୍ଭୀର ବିପଦ ସୃଷ୍ଟି କରେ ।

ବୟସ୍କଙ୍କ ଠାରେ ଡିହାଇଡ୍ରେସନ ଲକ୍ଷଣ-

  • ଅତ୍ୟଧିକ ଶୋଷ
  • ପାଟି କିମ୍ବା ଚର୍ମ ଶୁଖିଯିବା
  • କମ୍ କିମ୍ବା ଆଦୌ ପରିସ୍ରା ନହେବା
  • ଦୁର୍ବଳ ଲାଗିବା, ମୁଣ୍ଡ ବୁଲାଇବା କିମ୍ବା ମୁଣ୍ଡ ହାଲୁକା ଲାଗିବା
  • ହାଲିଆ ଲାଗିବା
  • କଳା ପରିସ୍ରା ହେବା
  • ଶିଶୁ ଏବଂ ଛୋଟ ପିଲାମାନଙ୍କଠାରେ ଡିହାଇଡ୍ରେସନ ଲକ୍ଷଣ
  • ତିନି ଘଣ୍ଟା କିମ୍ବା ଅଧିକ ସମୟ ଧରି ପରିସ୍ରା ନ ହେବା
  • ପାଟି ଓ ଜିଭ ଶୁଖିଯିବା
  • ଦେହର ତାପମାତ୍ରା ୧୦୨ ଡିଗ୍ରୀ ଫାରେନହାଇଟ୍ (୩୯ ଡିଗ୍ରୀ ସେଲସିୟସ୍) ଉପରେ ରହିବା
  • କାନ୍ଦିଲେ ଲୁହ ନ ବାହାରିବା
  • ନିଦ ଲାଗିବା, ପ୍ରତିକ୍ରିୟାଶୀଳ ନ ହେବା, ଚିଡ଼ିଚିଡ଼ାପଣ ବଢିଯିବା

ପ୍ରତିଷେଧକ-

ଡାଇରିଆ ସଂକ୍ରମଣ ବନ୍ଦ କରିବାକୁ ହେଲେ ପରିଷ୍କାର କରି ହାତ ଧୁଅନ୍ତୁ । ହାତ ଠିକ ଭାବେ ଧୋଇଲେ କି ନାହିଁ ନିଶ୍ଚିତ କରିବା ପାଇଁ:

-ବାରମ୍ବାର ଧୁଅନ୍ତୁ: ଖାଦ୍ୟ ପ୍ରସ୍ତୁତ କରିବା ପୂର୍ବରୁ ଏବଂ ପରେ ହାତ ଧୁଅନ୍ତୁ । ଅପରିଷ୍କାର ମାଂସ ଧରିବା ପରେ ହାତ ଧୁଅନ୍ତୁ । ଶୌଚାଳୟରୁ ଫେରିବା ପରେ, ଡାଇପର ବଦଳାଇବା, ଛିଙ୍କିବା, କାଶିବା କିମ୍ବା ନାକ ଝାଡ଼ିବା ପରେ ଭଲ କରି ହାତ ଧୁଅନ୍ତୁ ।

ଅତି କମରେ 20 ସେକେଣ୍ଡ ପାଇଁ ସାବୁନରେ ହାତ ଧୋଇବା: ସାବୁନରେ ହାତ ଧୋଇବା ସମୟରେ ଅତି କମରେ 20 ସେକେଣ୍ଡ ହାତକୁ ଘଷନ୍ତୁ । ଦୁଇଥର ଜନ୍ମଦିନର ଶୁଭେଚ୍ଛା ଗାଇବା ପାଇଁ ପ୍ରାୟ ଯେତିକି ସମୟ ଲାଗେ ସେତିକି ସମୟ ହାତ ଧୁଅନ୍ତୁ ।

ଯେତେବେଳେ ହାତ ଧୋଇବା ପାଇଁ ସୁବିଧା ନହିଁ ହ୍ୟାଣ୍ଡ ସାନିଟାଇଜର ବ୍ୟବହାର କରନ୍ତୁ । ପାଖରେ ସିଙ୍କ୍ ନ ଥିଲେ ଆଲକହଲ-ଆଧାରିତ ହ୍ୟାଣ୍ଡ ସାନିଟାଇଜର ବ୍ୟବହାର କରନ୍ତୁ । ଯେପରି ଲୋସନ୍ ବ୍ୟବହାର କରନ୍ତି ସେହିପରି ଉଭୟ ହାତରେ ସାନିଟାଇଜର ଲଗାଇ ଆଗ ଏବଂ ପଛକୁ ବୁଲାଇ ଘଷନ୍ତୁ । ଅତି କମରେ 60% ଆଲକହଲ ଥିବା ସାନିଟାଇଜର ବ୍ୟବହାର କରନ୍ତୁ ।

ଏହା ମଧ୍ୟ ପଢନ୍ତୁ କେନ୍ଦୁଝର-ଭଦ୍ରକକୁ ବ୍ୟାପିଲା ଡାଇରିଆ, ଆଲର୍ଟରେ ସ୍ବାସ୍ଥ୍ୟ ବିଭାଗ

ଏହା ମଧ୍ୟ ପଢନ୍ତୁ ଯାଜପୁରରେ ଅଣାୟତ ଡାଇରିଆ: ହସ୍ପିଟାଲରେ ବଢିଲା ଶଯ୍ୟା ସଂଖ୍ୟା, ଘରଘର ବୁଲି ପରୀକ୍ଷା

ସୌଜନ୍ୟ: RKC

Last Updated : June 16, 2025 at 2:53 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.