ETV Bharat / bharat

ସଂସଦରେ ୱାକଫ୍ ସଂଶୋଧନ ବିଲ୍ ଗୃହୀତ, ରାଜ୍ୟସଭାରେ ସପକ୍ଷରେ ପଡିଲା 128 ଭୋଟ - PARLIAMENT PASSES WAQF BILL

ବିଲ୍‌ ସପକ୍ଷରେ 128 ଖଣ୍ଡ ଭୋଟ ପଡିଥିବା ବେଳେ ବିପକ୍ଷରେ 95ଟି ପଡିଥିଲା । ଆଇନରେ ପରିଣତ ହେବା ପାଇଁ ରାଷ୍ଟ୍ରପତିଙ୍କ ମଞ୍ଜୁରୀକୁ ଅପେକ୍ଷା ।

Parliament passes Waqf Bill
Parliament passes Waqf Bill (ETV Bharat/Sansad TV))
author img

By ETV Bharat Odisha Team

Published : April 4, 2025 at 7:36 AM IST

Updated : April 4, 2025 at 8:23 AM IST

2 Min Read

ନୂଆଦିଲ୍ଲୀ: ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଲୋକସଭା ପରେ ରାଜ୍ୟସଭାରେ ପାରିତ କରିଛି ୱାକଫ୍ ସଂଶୋଧନ ବିଲ୍ 2025 । ଦୁଇ ଦିନର ବିତର୍କ ପରେ ବିଲ୍‌ ସଂସଦର ଉଭୟ ଗୃହରେ ଗୃହୀତ ହୋଇଛି । 12 ଘଣ୍ଟାରୁ ଅଧିକ ସମୟ ଧରି ତୀବ୍ର ବିତର୍କ ପରେ ଆଜି ଭୋର ସମୟରେ ରାଜ୍ୟସଭାରେ ଏହି ବିଲ୍‌ ପାସ ହୋଇଥିଲା । ବିରୋଧୀ ମାନେ ଆଣିଥିବା ସମସ୍ତ ସଂଶୋଧନ ପ୍ରସ୍ତାବ କାଟ ଖାଇଥିଲା । ବିଲ୍‌ ସପକ୍ଷରେ 128 ଖଣ୍ଡ ଭୋଟ ପଡିଥିବା ବେଳେ ବିପକ୍ଷରେ 95ଟି ପଡିଥିଲା । ଆଇନରେ ପରିଣତ ହେବା ପାଇଁ ଏବେ ଖାଲି ରାଷ୍ଟ୍ରପତିଙ୍କ ମଞ୍ଜୁରୀକୁ ଅପେକ୍ଷା ରହିଛି ।

ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳମାନେ ୱାକଫ ବିଲକୁ ନେଇ ମୁସଲମାନ ସମ୍ପ୍ରଦାୟକୁ ଭୟଭୀତ କରୁଥିବା ଅଭିଯୋଗ କରିଛନ୍ତି । ସେ ଆହୁରି ମଧ୍ୟ କହିଥିଲେ ଯେ, କେନ୍ଦ୍ର ସରକାର 'ସାବକା ସାଥ, ସବକା ବିକାଶ' ଉଦ୍ଦେଶ୍ୟରେ ସମସ୍ତଙ୍କ ପାଇଁ କାମ କରୁଛନ୍ତି । ୱାକଫ ବୋର୍ଡ ଏକ ବିଧି ବ୍ୟବସ୍ଥା ଏବଂ ସମସ୍ତ ସରକାରୀ ସଂସ୍ଥା ପରି ଏହା ଧର୍ମନିରପେକ୍ଷ ହେବା ଉଚିତ।

ଏହା ମଧ୍ୟ ପଢନ୍ତୁ-ଲୋକସଭାରେ ପାସ୍ ହେଲା ୱାକଫ ସଂଶୋଧନ ବିଲ୍, ୧୨ ଘଣ୍ଟାର ମାରାଥନ ଚର୍ଚ୍ଚା ପରେ ଗୃହୀତ - LOK SABHA PASSES WAQF BILL

ଏହା ମଧ୍ୟ ପଢନ୍ତୁ-ୱାକଫ୍ ସଂଶୋଧନ ବିଲ୍ ର ମୁଖ୍ୟ ପ୍ରସ୍ତାବଗୁଡ଼ିକ କ’ଣ? ବିଲ୍ କୁ କାହିଁକି ହେଉଛି ବିରୋଧ? ଜାଣନ୍ତୁ ସବୁକିଛି - WHAT IS WAQF BILL

'ବିରୋଧୀ ଦଳ ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ଭୟ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି'

ରାଜ୍ୟସଭାରେ ଏହି ବିଲ୍ ଉପରେ 12 ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା ବିତର୍କର ଉତ୍ତରରେ ରିଜିଜୁ କହିଛନ୍ତି ଯେ, ସଂସଦୀୟ କମିଟି ଦ୍ୱାରା କରାଯାଇଥିବା ଅନେକ ପରାମର୍ଶ ସଂଶୋଧିତ ବିଲରେ ଅନ୍ତର୍ଭୁକ୍ତ କରାଯାଇଛି। ଯେତେବେଳେ ୱାକଫ ସଂଶୋଧନ ବିଲ୍ ପ୍ରଥମେ ପ୍ରସ୍ତୁତ କରାଯାଇଥିଲା ଏବଂ ଆମେ ବର୍ତ୍ତମାନ ଯେଉଁ ବିଲ୍ ପାସ୍ କରୁଛୁ, ସେଥିରେ ଅନେକ ପରିବର୍ତ୍ତନ ଆସିଛି। ଯଦି ଆମେ କାହାର ମତାମତ ଗ୍ରହଣ କରି ନ ଥାଆନ୍ତୁ ତେବେ ବିଲ୍ ସମ୍ପୂର୍ଣ୍ଣ ଭିନ୍ନ ହୋଇଥାନ୍ତା। ବିଜେପି ନେତୃତ୍ୱାଧୀନ ସରକାର କାହାକୁ ଭୟଭୀତ କରୁନାହାଁନ୍ତି । ବିରୋଧୀ ଦଳଗୁଡିକ ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ଭୟ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି । ସେମାନଙ୍କୁ ମୁଖ୍ୟ ସ୍ରୋତରୁ ଦୂରେଇ ନେବାକୁ ଚାହୁଁଛନ୍ତି । ଏହି ବିଲ୍‌ କୋଟି କୋଟି ମୁସଲମାନଙ୍କୁ ଲାଭଦାୟକ ହେବ । ଥରେ ସମ୍ପତ୍ତି ୱାକଫ୍ ସମ୍ପତ୍ତି ଘୋଷିତ ହେଲେ ଏହାର ସ୍ଥିତି ପରିବର୍ତ୍ତନ ହୋଇପାରିବ ନାହିଁ । ଧାର୍ଯ୍ୟ ପ୍ରକ୍ରିୟା ଅନୁସରଣ କରି ଏହା କରିବାକୁ ହେବ। ''

ବିଲ୍‌କୁ ବିରୋଧ କଲେ ଏହି ସବୁ ଦଳ:

ଗତକାଲି ରାଜ୍ୟସଭାରେ ହୋଇଥିବା ବିତର୍କରେ ବିରୋଧୀ ମାନେ ସାମିଲ ହୋଇ ଏହି ବିଲ୍କୁ ଅସାମ୍ବିଧାନିକ ବୋଲି କହିଛନ୍ତି । ଏହାର ଉଦ୍ଦେଶ୍ୟ ମୁସଲମାନମାନଙ୍କୁ ଟାର୍ଗେଟ କରିବା ପାଇଁ ଉଦ୍ଦିଷ୍ଟ ବୋଲି ଅଭିଯୋଗ କରିଛନ୍ତି ବିରୋଧି। କଂଗ୍ରେସ, ଟିଏମସି, ଡିଏମକେ, ଏଏପି, ଶିବସେନା (ୟୁବିଟି), ସମାଜବାଡି ପାର୍ଟି, ଆରଜେଡି ଏବଂ ବାମପନ୍ଥୀ ଦଳର ଅନେକ ବିରୋଧୀ ଦଳର ନେତା ଶାସକ ଦଳକୁ ନିଜ ଉଦ୍ଦେଶ୍ୟରେ ଏହି ବିଲ୍ ଆଣିଥିବା ଅଭିଯୋଗ କରିଛନ୍ତି।

ମୁସଲମାନ ମହିଳାଙ୍କ ଅଧିକାରର ସୁରକ୍ଷା ଦେବ ବିଲ୍‌:

ଜେପି ନଡ୍ଡା ଏହାକୁ ନେଇ କହିଛନ୍ତି ଯେ, ଏହା ମୁସଲମାନମାନ ବିରୋଧୀ ନୁହଁ । ଗରିବ ଲୋକଙ୍କୁ ସାହାଯ୍ୟ କରିବା ଏବଂ ମୁସଲମାନ ମହିଳାଙ୍କ ଅଧିକାରର ସୁରକ୍ଷା ଏହି ଆଇନର ଲକ୍ଷ୍ୟ । କଂଗ୍ରେସ ଶାସନ ସମରେ ମହିଳାଙ୍କୁ ଦ୍ୱିତୀୟ ଶ୍ରେଣୀର ନାଗରିକ ଭାବେ ଦେଖାଯାଉଥିଲା । ମୋଦି ସରକାର ତିନି ତଲାକକୁ ନିଷିଦ୍ଧ କରି ମୁସଲମାନ ମହିଳାମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିଛନ୍ତି । ଦେଖାଇ ହେବାର ନୁହଁ ବରଂ ସତ୍ୟ ସେବାରେ ଆମେ ବିଶ୍ବାସ କରୁ । ୱାକଫ୍ ସମ୍ପତ୍ତି ପରିଚାଳନାରେ ସଂସ୍କାର ଆଣିବା ଏହାର ଏକମାତ୍ର ଉଦ୍ଦେଶ୍ୟ ।

Last Updated : April 4, 2025 at 8:23 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.