ETV Bharat / bharat

ଲୋକସଭାରେ ପାସ୍ ହେଲା ୱାକଫ ସଂଶୋଧନ ବିଲ୍, ୧୨ ଘଣ୍ଟାର ମାରାଥନ ଚର୍ଚ୍ଚା ପରେ ଗୃହୀତ - LOK SABHA PASSES WAQF BILL

ବୁଧବାର ବିଳମ୍ବିତ ରାତିରେ ଲୋକସଭାରେ ବିଲ୍‌ ପାସ ହୋଇଛି ଐତିହାସିକ ୱାକଫ ସଂଶୋଧନ ବିଲ୍ ୨୦୨୫ । ଆଜି ରାଜ୍ୟସଭାରେ ଆଗତ କରାଯିବ । Waqf Amendment Bil 2025

Waqf Amendment Bill passes in Lok Sabha
Waqf Amendment Bill passes in Lok Sabha (ETV Bharat/SansadTV)
author img

By ETV Bharat Odisha Team

Published : April 3, 2025 at 6:34 AM IST

2 Min Read

Waqf Amendment Bil 2025 ନୂଆଦିଲ୍ଲୀ: 12 ଘଣ୍ଚାର ମାରଥନ ବିତର୍କ ଓ ବିରୋଧୀଙ୍କ ପ୍ରବଳ ବିରୋଧ ସତ୍ବେ ଲୋକସଭାରେ ପାରିତ ହୋଇଛି ଐତିହାସିକ ୱାକଫ ସଂଶୋଧନ ବିଲ୍ । ବୁଧବାର ବିଳମ୍ବିତ ରାତିରେ ଲୋକସଭାରେ ଏହି ବିଲ୍‌ ପାସ ହୋଇଛି । ଇଣ୍ଡିଆ ମେଣ୍ଟର ସଦସ୍ୟମାନେ ଏହି ଆଇନକୁ ତୀବ୍ର ବିରୋଧ କରୁଥିବାବେଳେ ବିଜେପି ଏବଂ ଏହାର ସହଯୋଗୀମାନେ ଏହାକୁ ଦୃଢ ସମର୍ଥନ କରି ଏହା ସ୍ୱଚ୍ଛତା ଆଣିବ ଏବଂ ୱାକଫ ବୋର୍ଡର କାର୍ଯ୍ୟଦକ୍ଷତା ବୃଦ୍ଧି କରିବ ବୋଲି ମତ ରଖିଛନ୍ତି । ବିଲ ସପକ୍ଷରେ 288 ଭୋଟ ପଡିଥିବା ବେଳେ ବିରୋଧରେ ପଡିଥିଲା 232 ଭୋଟ । ଆଜି ଏହା ରାଜ୍ୟସଭାରେ ଆଗତ କରାଯିବ ।

12 ଘଣ୍ଟା ଧରି ବିତର୍କ:

ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ବୁଧବାର ୱାକଫ ସଂଶୋଧନ ବିଲକୁ ଲୋକସଭାରେ ଆଗତ କରିଥିଲେ । ପ୍ରସ୍ତାବିତ ଆଇନ ଉପରେ ଆଲୋଚନା ପାଇଁ 8 ଘଣ୍ଟା ସମୟ ଦିଆଯାଇଥିଲା । କିନ୍ତୁ ପରେ ଏହି ଅବଧିକୁ ବାଚସ୍ପତି ଓମ୍‌ ବିର୍ଲା ବଢାଇଥିଲେ । ଫଳରେ 12 ଘଣ୍ଟା ଧରି ବିତର୍କ ହୋଇଥିଲା । ବିରୋଧୀ ସାଂସଦ ମାନେ ଏହାକୁ ତୀବ୍ର ବିରୋଧ କରିଥିଲେ । ବିଲ୍‌ ସପକ୍ଷରେ 288 ଭୋଟ ପଡିଥିବା ବେଳେ 232 ସାଂସଦ ଏହା ବିରୋଧରେ ମତଦାନ କରିଥିଲେ, ଅଧିକାଂଶ ସାଂସଦ ଏହି ପ୍ରସ୍ତାବକୁ ସମର୍ଥ କରୁଥିବା ବାଚସ୍ପତି ଘୋଷଣା କରିଥିଲେ । ବିଳମ୍ବିତ ରାତି ପାଖାପାଖି 2ଟା ସମୟରେ ବିଲ୍‌ ଲୋକସଭାରେ ପାରିତ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-ଲୋକସଭାରେ ୱାକଫ୍ ବିଲ୍ ଉପରେ ଆଲୋଚନା, ବିଭାଜନକାରୀ ପଦକ୍ଷେପ କହିଲେ ବିରୋଧୀ - WAQF BILL IN LOK SABHA

ଏହା ମଧ୍ୟ ପଢନ୍ତୁ-ୱାକଫ୍ ସଂଶୋଧନ ବିଲ୍ ର ମୁଖ୍ୟ ପ୍ରସ୍ତାବଗୁଡ଼ିକ କ’ଣ? ବିଲ୍ କୁ କାହିଁକି ହେଉଛି ବିରୋଧ? ଜାଣନ୍ତୁ ସବୁକିଛି - WHAT IS WAQF BILL

ବିରୋଧୀଙ୍କୁ ନିନ୍ଦା କଲେ ରିଜିଜୁ:

ୱାକଫ ସଂଶୋଧନ ବିଲ୍କୁ ବିରୋଧୀ ସାଂସଦ ମାନେ ଅସାମ୍ବିଧାନିକ ବୋଲି କହିବାରୁ କିରେନ ରିଜିଜୁ ଏହାକୁ ନିନ୍ଦା କରିଥିଲେ । ସେ କହିଥିଲେ ଯେ, ୱାକଫ ସମ୍ପତ୍ତି ସମ୍ବନ୍ଧୀୟ ଆଇନ ଦଶନ୍ଧି ଧରି ରହିଆସିଛି ଏବଂ କୋର୍ଟ ଏହାକୁ ରଦ୍ଦ କରି ନାହାନ୍ତି । ଏପରି ଶବ୍ଦକୁ ବ୍ୟବହାର କରାଯିବା ଉଚିତ୍ ନୁହେଁ। ମୁସଲମାନ ୱାକଫ ବିଲ୍, 2024 ମଧ୍ୟ ଲୋକସଭାରେ ପାରିତ ହୋଇଛି । ଏହି ବିଲ୍ ପାରିତ ହେବା ପରେ ମୁସଲମାନ ସମ୍ପ୍ରଦାୟର କୋଟି କୋଟି ଗରିବ ଲୋକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେବେ। ବିଲ୍‌ ପାସ ପାଇଁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଗୃହ ଚାଲିଥିଲା । 12 ଘଣ୍ଟା ଧରି ବତର୍କ ହୋଇଥିଲା । ଏହି ବିଲ୍‌କୁ ମୁସଲିମ ବିରୋଧି ବୋଲି ବିରୋଧୀ ମାନ କହିଥିଲେ । ଗୃହମନ୍ତ୍ରୀ ଅମିତ ଶାହ ସମସ୍ତ ପ୍ରସଙ୍ଗରେ ସ୍ପଷ୍ଟ ଭାବରେ କହିବା ସତ୍ବେ କିଛି ସଦସ୍ୟ ସତ୍ୟ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି କହିଥିଲେ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ।

"ମୁଁ ବିଲ ବିଷୟରେ ନିଜର ମତ ରଖିଥିବାରୁ ମୁଁ ସମସ୍ତ ନେତାଙ୍କୁ ଧନ୍ୟବାଦ ଜଣାଉଛି । କିଛି ନେତା କହୁଛନ୍ତି ଯେ ଏହି ବିଲ୍ ଅସାମ୍ବିଧାନିକ ଅଟେ ଏବଂ ମୁଁ ସେମାନଙ୍କୁ ପଚାରିବାକୁ ଚାହେଁ ଯେ ବିଲ୍ ଅସାମ୍ବିଧାନିକ କାହିଁକି ଅଟେ। ଯଦି ଏହା ଅସାମ୍ବିଧାନିକ ଅଟେ, ତେବେ କୋର୍ଟ କାହିଁକି ଏହାକୁ ରଦ୍ଦ କାହିଁକି କଲେ ନାହିଁ? ଅସାମ୍ବିଧାନିକ ଭଳି ଶବ୍ଦ ବ୍ୟବହାର କରାଯିବା ଉଚିତ ନୁହେଁ। ବିରୋଧୀଦଳ ଦାବି କରିଥିବା ପରି ବିଲ୍ ସମ୍ବିଧାନର ବିରୋଧୀ ନୁହେଁ । ଆମେ 'ସାମ୍ବିଧାନିକ' ଏବଂ 'ଅସାମ୍ବିଧାନିକ' ଶବ୍ଦକୁ ହାଲୁକା ଭାବରେ ବ୍ୟବହାର କରିବା ଉଚିତ୍ ନୁହେଁ । ''

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.