ETV Bharat / bharat

UPSC ରେଜଲ୍ଟ: ଶକ୍ତି ଦୁବେ ଟପ୍ପର, ଭୁବନେଶ୍ବରର ଋତିକା ରଥଙ୍କୁ ୪୮ତମ ସ୍ଥାନ - UPSC RESULT 2024

ପ୍ରକାଶ ପାଇଛି UPSC ସିଭିଲ ସର୍ଭିସ -୨୦୨୪ ପରୀକ୍ଷା ଫଳ । ଏଥିରେ ମୋଟ୍ ୧୦୦୯ ଜଣ କୃତକାର୍ଯ୍ୟ ହୋଇଛନ୍ତି ।

CIVIL SERVICES RESULT 2024
CIVIL SERVICES RESULT 2024 (ETV Bharat)
author img

By ETV Bharat Odisha Team

Published : April 22, 2025 at 2:55 PM IST

2 Min Read

ନୂଆଦିଲ୍ଲୀ: ୟୁନିଅନ ପବ୍ଲିକ୍ ସର୍ଭିସ କମିଶନ- UPSC ସିଭିଲ ସର୍ଭିସେସର ଚୂଡ଼ାନ୍ତ ଫଳାଫଳ ଘୋଷଣା ହୋଇଛି। ସମସ୍ତ ପ୍ରାର୍ଥୀ upsc.gov.in କୁ ଯାଇ ଗୋଟିଏ କ୍ଲିକ୍‌ରେ ସେମାନଙ୍କର ଫଳାଫଳ ଦେଖିପାରିବେ। ଏଥର ଶକ୍ତି ଦୁବେ ଟପ୍ପର ହୋଇଥିବା ବେଳେ ଦ୍ବିତୀୟରେ ଅଛନ୍ତି ହର୍ଷିତା ଗୋୟଲ। ତୃତୀୟ ସ୍ଥାନରେ ରହିଛନ୍ତି, ଡୋଙ୍ଗରେ ଅର୍ଚ୍ଚିତ ପରାଗ।

UPSC ରେଜଲ୍ଟ ଶକ୍ତି ଦୁବେ ଟପ୍ପର (ETV Bharat)

ଓଡ଼ିଶାର ଋତିକା ରଥ ଅଲ ଇଣ୍ଡିଆ ରାଙ୍କ 48ରେ ସ୍ଥାନ ପକ୍କା କରିଥିବା ବେଳେ 95ତମ ସ୍ଥାନରେ ଦେବିକା ପ୍ରିୟଦର୍ଶିନୀ, 96ତମ ସ୍ଥାନରେ ଆଦିତ୍ୟ ଆଚାର୍ଯ୍ୟ, 164ତମ ସ୍ଥାନରେ ଦୀପ୍ତି ରଂଜନ ପତି, 175ତମ ସ୍ଥାନରେ ରଶ୍ମୀ ପ୍ରଧାନ, 193ତମ ସ୍ଥାନରେ ନୀଳମାଧବ ପ୍ରଧାନ, 198ତମ ସ୍ଥାନରେ ଆଶୁତୋଷ ମିଶ୍ର, 428ତମ ସ୍ଥାନରେ ଧ୍ରୁତିରାଜ ମିଶ୍ର, 443ତମ ସ୍ଥାନରେ ଅଙ୍କିତା ରଥ, 535ତମ ସ୍ଥାନରେ କୌଶିକ ମିଶ୍ର, 568ତମ ସ୍ଥାନରେ ସିମରନ ସାହୁ, 840ତମ ସ୍ଥାନରେ ଋଷିତା ଦାସ, 971ତମ ସ୍ଥାନରେ ଗୋପୀନାଥ ସାହୁ, 987ତମ ସ୍ଥାନରେ ଆଦିତ୍ୟ ବେହେରା ଓ 994ତମ ସ୍ଥାନରେ ରହିଛନ୍ତି ଅନ୍ନପୂର୍ଣ୍ଣା ପ୍ରଧାନ।

କୋରାପୁଟ ଜୟପୁରର ଝିଅ ଋତିକା ରଥ

ଅବସରପ୍ରାପ୍ତ ଇଣ୍ଡିଆନ ଫରେଷ୍ଟ ସର୍ଭିସ ଅଧିକାରୀ ଶିଶିର କୁମାର ରଥ ଓ ସୁଜାତା ରଥଙ୍କ ସାନ ଝିଅ ଋତିକା, ଜୟପୁର ସୁନାରିସାହିର ବାସିନ୍ଦା। ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଭାବେ ଦାୟିତ୍ବ ତୁଲାଇ ସାରିଥିବା ଆଇଏଫଏସ୍ ଶିଶିର ରଥ, ବର୍ତ୍ତମାନ ଓଡ଼ିଶା ଷ୍ଟେଟ୍ ଏନଭାରନମେଣ୍ଟ ଇମ୍ପାକ୍ଟ ଆସେସମେଣ୍ଟ ଅଥରିଟି(SEIAA, Odisha)ର ଅଧ୍ୟକ୍ଷ ଭାବେ ଦାୟିତ୍ବ ତୁଲାଉଛନ୍ତି।

CIVIL SERVICES RESULT 2024
CIVIL SERVICES RESULT 2024 (ETV Bharat)

ଏବେ ଏକ ନଜର ଏହି ବର୍ଷର ଟପ୍ 10 ଉପରେ

  1. ଶକ୍ତି ଦୁବେ
  2. ହର୍ଷିତା ଗୋଏଲ
  3. ଡୋଙ୍ଗରେ ଅର୍ଚ୍ଚିତ ପରାଗ
  4. ଶାହ ମାର୍ଗୀ ଚିରାଗ
  5. ଆକାଶ ଗର୍ଗ
  6. କୋମଲ ପୁନିଆ
  7. ଆୟୁଷୀ ବଂଶଲ
  8. ରାଜ କୃଷ୍ଣ ଝା
  9. ଆଦିତ୍ୟ ବିକ୍ରମ ଅଗ୍ରୱାଲ
  10. ମୟଙ୍କ ତ୍ରିପାଠୀ

ଏ ବର୍ଷ ପ୍ରଥମ ଓ ଦ୍ବିତୀୟ ସ୍ଥାନ ମହିଳା କବଜା କରିଛନ୍ତି। ପ୍ରଥମ ସ୍ଥାନ ହାସଲ କରିଥିବା ଶକ୍ତି ଦୁବେ ଆଲ୍ଲାହାବାଦ ବିଶ୍ୱବିଦ୍ୟାଳୟରୁ ଜୈବ ରସାୟନ ବିଜ୍ଞାନରେ ସ୍ନାତକ କରିଛନ୍ତି। ତେବେ ସିଭିଲ ପରୀକ୍ଷା ପାଇଁ ସେ ରାଜନୈତିକ ବିଜ୍ଞାନ ଏବଂ ଆନ୍ତର୍ଜାତୀୟ ସମ୍ପର୍କକୁ ଇଚ୍ଛାଧୀନ ବିଷୟ ରଖି କୃତକାର୍ଯ୍ୟ ହୋଇଥିବା, UPSC ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି।

ସେହିପରି ବରୋଦାର MS ବିଶ୍ୱବିଦ୍ୟାଳୟରୁ B.Com ସ୍ନାତକ କରିଥିବା ହର୍ଷିତା ଗୋୟଲ ରାଜନୈତିକ ବିଜ୍ଞାନ ଏବଂ ଆନ୍ତର୍ଜାତୀୟ ସମ୍ପର୍କକୁ ଇଚ୍ଛାଧୀନ ବିଷୟ ଭାବେ ରଖି ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ତେବେ ତୃତୀୟ ସ୍ଥାନ ହାସଲ କରିଥିବା ଡୋଙ୍ଗରେ ଅର୍ଚ୍ଚିତ ପରାଗ ଜଣେ ଇଂଜିନିୟରିଂ ଛାତ୍ର। ଭେଲୋରର VITରୁ ଇଲେକଟ୍ରିକାଲ ଏବଂ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂରେ B.Tech କରିଥିବା ଡୋଙ୍ଗରେ ଅର୍ଚ୍ଚିତ ପରାଗ ଇଚ୍ଛାଧୀନ ବିଷୟ ଭାବେ ଫିଲୋସୋଫିକୁ ଇଚ୍ଛାଧୀନ ବିଷୟ ରଖିଥିଲେ।

ଚଳିତ ବର୍ଷ UPSC ସିଭିଲ ସର୍ଭିସ ପରୀକ୍ଷାରେ ମୋଟ୍ ୧୦୦୯ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଯେଉଁଥିରେ ସାଧାରଣ ବର୍ଗର 335 ଜଣ ପ୍ରାର୍ଥୀ ଅଛନ୍ତି। ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗ-EWSରୁ 109 ଜଣ ପ୍ରାର୍ଥୀ ଏବଂ OBC ବର୍ଗରୁ 318 ଜଣ ପ୍ରାର୍ଥୀ ସଫଳ ହୋଇଛନ୍ତି।

IAS ପାଇଁ ୧୮୦ ପ୍ରାର୍ଥୀ ଚୟନ

UPSC ସିଭିଲ୍ ସର୍ଭିସେସ୍ ପରୀକ୍ଷା 2024ରେ IAS ପଦବୀ ପାଇଁ 180 ପ୍ରାର୍ଥୀଙ୍କୁ ଚୟନ କରାଯାଇଛି। IAS ପଦବୀ ପାଇଁ ଚୟନ ହୋଇଥିବା ବର୍ଗ ଅନୁଯାୟୀ ପ୍ରାର୍ଥୀଙ୍କ ସଂଖ୍ୟା ଉପରେ ଏକ ନଜର-

ବର୍ଗ - ପ୍ରାର୍ଥୀଙ୍କ ସଂଖ୍ୟା

  • ସାଧାରଣ- 73
  • ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗ(EWS)- 18
  • ଓବିସି- 52
  • ଏସସି- 24
  • ଏସଟି- 13

UPSC ସିଭିଲ୍ ସର୍ଭିସେସ୍ ପରୀକ୍ଷା 2024 ପାଇଁ ସାକ୍ଷାତକାର 17 ଏପ୍ରିଲ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଜାନୁଆରୀ ୭ ତାରିଖରୁ ସାକ୍ଷାତକାର ପର୍ଯ୍ୟାୟ ଆରମ୍ଭ ହୋଇଥିଲା। ମୁଖ୍ୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ୨୮୪୫ ଜଣ ପ୍ରାର୍ଥୀଙ୍କୁ ସାକ୍ଷାତକାର ପାଇଁ ଡକାଯାଇଥିଲା।

ସିଭିଲ ସର୍ଭିସେସ୍ ପରୀକ୍ଷା 2024 ଅନ୍ତର୍ଗତ, ୟୁନିଅନ୍ ପବ୍ଲିକ୍ ସର୍ଭିସ୍ କମିଶନ୍ IAS, IPS ସମେତ ବିଭିନ୍ନ ସେବାରେ 1132 ପଦବୀ ପାଇଁ ଆବେଦନ ଆମନ୍ତ୍ରଣ କରିଥିଲା। ପୂର୍ବରୁ ମୂଳ ବିଜ୍ଞପ୍ତିରେ ୧୦୫୬ଟି ପଦବୀ ଖାଲି ଥିଲା। କିନ୍ତୁ ପରେ ଖାଲି ପଦବୀ ବୃଦ୍ଧି କରାଯାଇଥିଲା।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.