ETV Bharat / bharat

ଜେଲରେ ଗର୍ଭବତୀ ମୁସ୍କାନଙ୍କୁ ମିଳିବ ସ୍ବତନ୍ତ୍ର ସୁବିଧା, ପରିବାର କଲେ DNA ଟେଷ୍ଟ ଦାବି - MUSKAN RECEIVE SPECIAL CARE IN JAIL

ଗର୍ଭବତୀ ଅଛନ୍ତି ସୌରଭ ହତ୍ୟାକାଣ୍ଡର ଅଭିଯୁକ୍ତା ମୁସ୍କାନ । ଏବେ ଜେଲ ତରଫରୁ ତାଙ୍କୁ ମିଳିବ ସ୍ବତନ୍ତ୍ର ସୁବିଧା ।

Meerut Murder
Meerut Murder (ETV Bharat)
author img

By ETV Bharat Odisha Team

Published : April 13, 2025 at 4:59 PM IST

2 Min Read

ପ୍ରୟାଗରାଜ: ସୌରଭ ହତ୍ୟାକାଣ୍ଡ ଅଭିଯୁକ୍ତା ତଥା ପତ୍ନୀ ମୁସ୍କାନ ରସ୍ତୋଗୀକୁ ଜେଲରେ ମିଳିବ ସ୍ବତନ୍ତ୍ର ସୁବିଧା । ମୁସ୍କାନ ଜେଲରେ ଗର୍ଭବତୀ ଥିବା ଜଣାପଡିବା ପରେ ଜେଲରେ ତାଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ । ମିରଟ ସୌରଭ ରାଜପୁତ ହତ୍ୟାକାଣ୍ଡ ଘଟଣା ସାରା ଦେଶରେ ଚହଳ ପକାଇଥିଲା । ଅଭିଯୁକ୍ତା ମୁସ୍କାନ ଗର୍ଭବତୀ ହେବା ପରେ ସ୍ବତନ୍ତ୍ର ସୁବିଧା ଦିଆଯିବ ନେଇ ଜଣାପଡିଛି ।

Meerut Murder
Meerut Murder (ETV Bharat)

ଗର୍ଭବତୀ ଅଛି ମୁସ୍କାନ:

ପ୍ରେମିକ ସାହିଲ ସହ ମିଶି ମର୍ଚ୍ଚାଣ୍ଟ ନେଭି ଅଫିସର ସୌରଭ ରାଜପୁତକୁ ହତ୍ୟା ଘଟଣା ସାମ୍ନାକୁ ଆସିବା ପରେ ସାରା ଦେଶରେ ହଇଚଇ ଦେଖିବାକୁ ମିଳିଥିଲା । ତେବେ ଗତ ଏପ୍ରିଲ 11 ତାରିଖରେ ଅଲଟ୍ରାସାଉଣ୍ଡ କରିବା ପରେ ମୁସ୍କାନ ଗର୍ଭବତୀ ଥିବା ନିଶ୍ଚିତ ହୋଇଛି । ମୁସ୍କାନ ବର୍ତ୍ତମାନ ଦେଢ ମାସର ଗର୍ଭବତୀ । ତେବେ ଜେଲରେ ମୁସ୍କାନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ । ଏନେଇ ବରିଷ୍ଠ ଜେଲ ସୁପରିଟେଣ୍ଡେଣ୍ଟ ଭିରେଶ ରାଜ ଶର୍ମା କହିଛନ୍ତି, ‘ପୂର୍ବରୁ ତାଙ୍କୁ ମେଡିକାଲ ଚେକଅପ ପାଇଁ ନିଆଯାଇଥିଲା । ତେବେ ଅଲଟ୍ରାସାଉଣ୍ଡରୁ ଜଣାପଡିଛି ସେ ବର୍ତ୍ତମାନ ଗର୍ଭବତୀ ଅଛନ୍ତି ।

Meerut Murder
Meerut Murder (ETV Bharat)

ସୌରଭ ପରିବାର କଲେ DNA ଟେଷ୍ଟ ଦାବି:

ତେବେ ମୁସ୍କାନର ବଢୁଥିବା ଛୁଆର ବାପା କିଏ ଜାଣିବାକୁ ମୃତ ସୌରଭଙ୍କ ପରିବାର ଡିଏନଏ ଟେଷ୍ଟ ଦାବି କରିଛନ୍ତି । ଏନେଇ ସୌରଭଙ୍କ ଭାଇ ରାହୁଲ ରାଜପୁତ କହିଛନ୍ତି, ‘ମୁସ୍କାନଙ୍କ ପେଟରେ ଥିବା ଛୁଆର ବାପା କିଏ ଜାଣିବା ପାଇଁ ପୋଲିସକୁ ଆଇନଗତଃ ଭାବେ ଡିଏଏନ ଟେଷ୍ଟ କରିବା ଆବଶ୍ୟକ । ଏଥିରୁ ଜଣାପଡିବ ପ୍ରକୃତ ବାପା କିଏ । ଯଦି ଛୁଆର ପ୍ରକୃତ ବାପା ସୌରଭ ଆମେ ଲାଳନ ପାଳନର ଦାୟିତ୍ବ ନେବୁ । ଯଦି ଛୁଆ ବାପା ସାହିଲ ସେଥିରେ ଆମର କିଛି କହିବାର ନାହିଁ ।’

Meerut Murder
Meerut Murder (ETV Bharat)

ଏହା ମଧ୍ୟ ପଢନ୍ତୁ:

ପରକୀୟା ପ୍ରୀତି: ସ୍ବାମୀକୁ ମାରି ଖଣ୍ଡ ଖଣ୍ଡ କଲା, ପ୍ରେମିକ ସହ ହନିମୁନ କରିବାକୁ ଛୁ

Meerut Murder
Meerut Murder (ETV Bharat)

କିଏ ମୁସ୍କାନ କାହିଁକି ଏତେ ଚର୍ଚ୍ଚା:

ଗତ ମାର୍ଚ୍ଚ ମାସରେ ଉତ୍ତରପ୍ରଦେଶରୁ ଏକ ହତ୍ୟା ଘଟଣା ସାମ୍ନାକୁ ଆସିଥିଲା । ଯାହା ସାରା ଭାରତ ବର୍ଷରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ପ୍ରେମିକକୁ ପାଇବା ପାଇଁ କ୍ରୁରତାର ସବୁ ସୀମା ଲଙ୍ଘିଥିଲା ପତ୍ନୀ । ସ୍ବାମୀକୁ ପ୍ରଥମେ ହତ୍ୟା । ଏହାପରେ ଶରୀରକୁ ଖଣ୍ଡ ଖଣ୍ଡ କରି ପ୍ଲାଷ୍ଟିକ ନୀଳ ଡ୍ରମରେ ପୂରାଇ ସିମେଣ୍ଟ ଦେଇ ପ୍ରେମିକ ସହ ହିମାଚଳ ବୁଲିବାକୁ ପଳାଇ ଯାଇଥିଲା ଅଭିଯୁକ୍ତ ମୁସ୍କାନ । ମୁସ୍କାନ ଓ ମୃତ ସୌରଭ ପ୍ରେମ ବିବାହ କରିଥିଲେ । ହେଲେ ସେ ବିଦେଶରେ ରହୁଥିଲେ । ପରେ ସାହିଲଙ୍କ ନିକଟତର ହୋଇଥିଲେ ମୁସ୍କାନ । ନିଶା ଖାଉଥିଲେ । ସ୍ବାମୀକୁ ହତ୍ୟା ପାଇଁ ସୁନିଶ୍ଚିତ ଯୋଜନା କରିଥିଲେ । ଏହି ହତ୍ୟା ଘଟଣା ସାରା ଦେଶରେ ଚର୍ଚ୍ଚାରେ ବିଷୟ ପାଲଟିଥିଲା । ପରେ ପୋଲିସ ଉଭୟଙ୍କୁ ଗିରଫ କରି ବିଚାର ବିଭାଗୀୟ ହାଜତରେ ରଖିଛି । ପରେ ମୁସ୍କାନ ଗର୍ଭବତୀ ଥିବା ଜଣାପଡିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.