MANIYARI MATH OF BIHAR ପାଟନା: ଭାରତରେ ଅନେକ ଧର୍ମ ରହିଛି ଏବଂ ପ୍ରତ୍ୟେକ ଧର୍ମର ନିଜସ୍ୱ ପରିଚୟ, ସଂସ୍କୃତି ରହିଛି । ଏଠି ଧର୍ମକୁ ନେଇ ରକ୍ତପାତ ପରି ଘଚଣା ଦେଖିବାକୁ ମିଳିଥାଏ ପୁଣି ସବୁ ଭିନ୍ନତା ମଧ୍ୟରେ ବେଳେବେଳେ ଏକାଧିକ ଧର୍ମର ସମ୍ମିଶ୍ରଣ ବି ଦେଖିବାକୁ ମିଳିଥାଏ । ଗୋଟିଏ ପୀଠରେ ଦୁଇଟି ଧର୍ମର ଆରାଧ୍ୟ ଠାକୁର ଏବଂ ଶ୍ରଦ୍ଧାଳୁଙ୍କୁ ଏକାଠି ଦେଖିବାକୁ ମିଳିଥାଏ । ଏମିତି ଏକ ନିଆରା ମଠମନ୍ଦିର ରହିଛି ବିହାରର ମୁଜାଫରପୁରରେ ।

କଣ ରହିଛି ମଠର ବିଶେଷ୍ବତ ?
ମୁଜାଫରପୁରରେ ରହିଛି ଏକ ନିଆରା ମଣିଆରୀ ମଠ । ଏହି ମଠରେ ହିନ୍ଦୁ ଏବଂ ଶିଖ ଧର୍ମର ଭକ୍ତଙ୍କୁ ଏକାଠି ପୂଜା କରୁଥିବା ଦେଖିବାକୁ ମିଳିଥାଏ । ଏଠାରେ ରାଧାକୃଷ୍ଣ ମୂର୍ତ୍ତି ସହ ଶିଖ ଧର୍ମଗ୍ରନ୍ଥ ଗୁରୁଗ୍ରନ୍ଥ ସାହିବକୁ ଏକାଠି ରଖାଯାଇଥାଏ । ବିଶ୍ୱାସ କରାଯାଏ, ଗୁରୁଗ୍ରନ୍ଥ ସାହିବର ଏହି ପାଣ୍ଡୁଲିପିକୁ ନିଜେ ଗୁରୁ ନାନକ ଦେବ ମଣିଆରୀ ଗସ୍ତ ସମୟରେ ଲେଖିଥିଲେ ।

ପନ୍ଦରଶହ ଶତାବ୍ଦୀର ମଠ:
1500 ଶତାବ୍ଦୀର ଶେଷ ସମୟରେ ନିର୍ମିତ ଏହି ମଠର ବେଶ ଐତିହାସିକ ଓ ଧାର୍ମିକ ଗୁରୁତ୍ୱ ରହିଛି । ଗୁରୁ ନାନକ ଦେବଙ୍କ ପୁଅ ତଥା ଉଦାସୀ ଶିଖ ସଂପ୍ରଦାୟର ସଂସ୍ଥାପକ ଚନ୍ଦ୍ର ମହାରାଜ ଏହି ମଠକୁ ପ୍ରତିଷ୍ଠା କରିଥିଲେ । କୁହାଯାଏ, ଗୁରୁ ନାନକ ଦେବ ଗୁରୁଗ୍ରନ୍ଥ ସାହିବକୁ ଲେଖିବା ପାଇଁ ଏହି ସ୍ଥାନକୁ ବାଛିଥିଲେ ।
ବିଶ୍ୱରେ ଥିବା ଗୁରୁ ନାନକଙ୍କର ସ୍ୱହସ୍ତ ଲିଖିତ ଚାରିଟି ଗୁରୁଗ୍ରନ୍ଥ ସାହିବ ମଧ୍ୟରୁ ଗୋଟିଏ ଏହି ମଣିଆରୀ ମଠରେ ରହିଛି, ଯାହା ସାରା ବିଶ୍ୱରୁ ଆସୁଥିବା ଶିଖ ଶ୍ରଦ୍ଧାଳୁ ଏବଂ ଗବେଷକଙ୍କୁ ଆକର୍ଷିତ କରିଥାଏ । ଏହି ମଠରେ ଗୁରୁଗ୍ରନ୍ଥ ସାହିବ ପୂଜନ ସହ ରାଧାକ୍ରିଷ୍ଣଙ୍କର ମୂର୍ତ୍ତି ପୂଜା ଦୁଇ ଧର୍ମର ସୁସଂଗତ ମିଶ୍ରଣର ଏକ ଅନନ୍ୟ ଉଦାହରଣ କହିଲେ ଭୁଲ ହେବନି । ରାଧାକୃଷ୍ଣଙ୍କ ଭକ୍ତ ମହନ୍ତ ଦର୍ଶନ ଦାଶ 1928ରେ ଏହି ମୂର୍ତ୍ତି ପ୍ରତିଷ୍ଠା କରି ଦୁଇ ଧର୍ମ ମିଶ୍ରଣର ଏକ ପରମ୍ପରା ଆରମ୍ଭ କରିଥିଲେ ।

କାହିଁକି ପ୍ରତିଷ୍ଠା ହୋଇଥିଲା ମଠ ?
ଉଭୟ ହିନ୍ଦୁ ଓ ଶିଖ ଧର୍ମାବଲମ୍ବୀ ଏହି ପବିତ୍ର ପୀଠ ଦର୍ଶନ କରିବା ପାଇଁ ଏଠାକୁ ଆସିଥାନ୍ତି । ମଠ ନିକଟରେ ରହୁଥିବା ଜଣେ ଶ୍ରଦ୍ଧାଳୁଙ୍କ କହିବା ଅନୁଯାୟୀ, ପୂର୍ବରୁ ନାଗା ସାଧୁମାନେ ଏହି ମଠ ପରିସରରେ ଶାରୀରିକ ତାଲିମ ନେଉଥିଲେ । ଏହି ମଠ ମୁଖ୍ୟତଃ ହିନ୍ଦୁ ଧର୍ମର ସୁରକ୍ଷା ପାଇଁ ପ୍ରତିଷ୍ଠା କରାଯାଇଥିଲା ।

ସେହିପରି 12 ବର୍ଷ ଧରି ଗୁରୁ ଗ୍ରନ୍ଥ ସାହିବର ସୁରକ୍ଷା ପାଇଁ ନିଜକୁ ସମର୍ପିତ କରିଥିବା ଅଭନିଶ କୁମାରଙ୍କ କହିବା ଅନୁଯାୟୀ, 300 ବର୍ଷ ଧରି ଏହି ମଣିଆରୀ ମଠ ଧାର୍ମିକ ସଦ୍ଭାବନାର ପ୍ରତୀକ ଭାବେ ମାନ୍ୟତା ପାଇ ଆସୁଛି । ଏଠାରେ ଉଭୟ ଗୁରୁ ନାନକ ଦେବଙ୍କ ଶିଷ୍ୟ ଏହଂ ରାଧାକ୍ରିଷ୍ଣଙ୍କ ଭକ୍ତ ଏକାଠି ପୂଜା କରିଥାନ୍ତି।
ଏଠିକାର ପୂଜାରୀ ବୀରେନ୍ଦ୍ର ଭୂଷଣଙ୍କ କହିବା ଅନୁଯାୟୀ, ଏହି ପ୍ରାଚୀନ ମଠରେ ସନ୍ଥ ମଣିରାମଙ୍କ ସମାଧି ରହଛି । ତା ସହିତ ଏଠାରେ ଥିବା ରାଧାକ୍ରିଷ୍ଣଙ୍କ ମନ୍ଦିରରେ ରୀତି ରିବାଜ ଅନୁସାରେ ପୂଜା କରାଯାଇଥାଏ ।

ଏହା ମଧ୍ୟ ପଢନ୍ତୁ :ବରକୁ 95, କନ୍ୟାକୁ 90: ଧୁମଧାମରେ ବିବାହ କରାଇଲେ ପୁଅଝିଅ
ଏହା ମଧ୍ୟ ପଢନ୍ତୁ : 900 ବର୍ଷର ପୁରୁଣା ଏଡନ ସୋନିଆ ଡିଜିଟାଟା ବୃକ୍ଷ, ଯେଉଁଠି ଉଠିବ ଖୁସି ଭରିବ