ETV Bharat / bharat

ବଜେଟ 2024: ପ୍ରତିରକ୍ଷାରେ ସର୍ବାଧିକ, ସ୍ବାସ୍ଥ୍ୟ-ସାମାଜିକ କଲ୍ୟାଣରେ କମ୍, କେଉଁ କ୍ଷେତ୍ରକୁ କେତେ ବ୍ୟୟବରାଦ, ଜାଣନ୍ତୁ ହାଇଲାଇଟ୍ସ - BUDGET HIGHLIGHTS 2024

author img

By ETV Bharat Odisha Team

Published : Jul 23, 2024, 3:08 PM IST

Updated : Jul 23, 2024, 4:30 PM IST

Union-budget 2024 Highlights: ନିର୍ମଳାଙ୍କ ପେଡିରୁ କି’ଏ ପାଇଲା କେତେ ? ଏଥର କେଉଁ କ୍ଷେତ୍ରକୁ ଅଧିକ ପ୍ରାଧାନ୍ୟ ? ଜାଣନ୍ତୁ ବିସ୍ତୃତ ଭାବରେ..

ସାଧାରଣ ବଜେଟ: କେଉଁ କ୍ଷେତ୍ରକୁ କେତେ ବ୍ୟୟବରାଦ, ଜାଣନ୍ତୁ ହାଇଲାଇଟ୍ସ
ସାଧାରଣ ବଜେଟ: କେଉଁ କ୍ଷେତ୍ରକୁ କେତେ ବ୍ୟୟବରାଦ, ଜାଣନ୍ତୁ ହାଇଲାଇଟ୍ସ (ETV Bharat Odisha)

ନୂଆଦିଲ୍ଲୀ: ଉପସ୍ଥାପିତ ହେଲା ମୋଦି ସରକାରର ତୃତୀୟ ପାଳିର ପ୍ରଥମ ତଥା ଆର୍ଥିକ ବର୍ଷ 2024-25ର ସାଧାରଣ ବଜେଟ । ମୋଟ 48 ଲକ୍ଷ କୋଟିର ବଜେଟ ଆଜି ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ ଉପସ୍ଥାପନ କରିଛନ୍ତି । ବିକଶିତ ଭାରତ ମିଶନକୁ ଦୃଷ୍ଟିରେ ରଖି ଚଳିତ ବଜେଟ ପ୍ରସ୍ତୁତ କରାଯାଇଥିବା ଅର୍ଥମନ୍ତ୍ରୀ କହିଛନ୍ତି । ଭିତ୍ତିଭୂମି, ଶିଳ୍ପ, ବାଣିଜ୍ୟ, ଯୋଗାଯୋଗ, ନିଯୁକ୍ତି, ଦକ୍ଷତା ବିକାଶ, ରେଳ, ପ୍ରତିରକ୍ଷା ସମେତ ବିଭିନ୍ନ କ୍ଷେତ୍ର ପାଇଁ ବ୍ୟୟବରାଦ ହୋଇଛି ।

ଦକ୍ଷତା ବିକାଶ କାର୍ଯ୍ୟକ୍ରମ:-

5ବର୍ଷରେ 20ଲକ୍ଷ ଯୁବକ ଯୁବତୀଙ୍କୁ କୁଶଳୀ କରିବା

1ହଜାର ଇଣ୍ଟ୍ରଷ୍ଟିଆଲ ସଂସ୍ଥାନ ପ୍ରତିଷ୍ଠା କରିବା

ଆଧିନିକ ଶିଳ୍ପ ଆବଶ୍ୟକ କରୁଥିବା ପରି ଦକ୍ଷତା ବିକାଶ ପାଇଁ ଧନ୍ଦାମୂଳକ ପାଠ୍ୟକ୍ରମ

ପୂର୍ବୋଦୟ:-

ପୂର୍ବ-ଭାରତକୁ ସ୍ବତନ୍ତ୍ର ଫୋକସ ମିଳିଛି । ବିହାର, ଝାଡଖଣ୍ଡ, ପଶ୍ଚିମବଙ୍ଗ, ଓଡିଶା ଓ ଆନ୍ଧ୍ର ପ୍ରଦେଶକୁ ଏହି ମିଶନରେ ସ୍ବତନ୍ତ୍ର ଫୋକସ ଦିଆଯିବ । ଅର୍ଥନୈତିକ ସୁଯୋଗ ସୃଷ୍ଟି କରିବା ପାଇଁ ଏକାଧିକ ଇନିସିଏଟିଭ ଗ୍ରହଣ କରାଯାଇଛି । ଅମୃତସହ-କୋଲକାତା ଇଣ୍ଡଷ୍ଟ୍ରିଆଲ କରିଡର ଓ ବିହାର ଗୟାରେ ଇଣ୍ଡଷ୍ଟ୍ରିଆଲ ହବ ପ୍ରତିଷ୍ଠା କରିବା ଏହି ମିଶନରେ ମୁଖ୍ୟ ପ୍ରକଳ୍ପ ହେବ ।

ନାରୀ ସଶକ୍ତିକରଣ:-

ବିଭିନ୍ନ ମହିଳା ସଶକ୍ତିକରଣ ଯୋଜନା ପାଇଁ ଚଳିତ ବଜେଟରେ ମୋଟ 3 ଲକ୍ଷ କୋଟିର ବ୍ୟୟବରାଦ ହୋଇଛି । ପ୍ରଧାନମନ୍ତ୍ରୀ ଜନଜାତୀୟ ଉନ୍ନତ ଗ୍ରାମ ଅଭିଯାନରେ ଆଦିବାସୀବହୁଳ କ୍ଷେତ୍ରର ସାମାଜିକ ଓ ଅର୍ଥନୈତିକ ଉତ୍ଥାନ ପାଇଁ 63 ହଜାର ଗ୍ରାମରେ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯିବ । ଏଥିରେ 5 କୋଟି ଆଦିବାସୀଙ୍କ ଉନ୍ନତି ହେବ ବୋଲି ସରକାର ବଜେଟରେ ଦାବି କରିଛନ୍ତି ।

ଉତ୍ତର-ପୂର୍ବ ଭାରତରେ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କର 100 ଶାଖା ପ୍ରତିଷ୍ଠା

ଆନ୍ଧ୍ର ପ୍ରଦେଶ ପୁନର୍ଗଠନ ଅଧିନିୟମକୁ ସମର୍ଥନ:-

ବଜେଟର ଚର୍ଚ୍ଚିତ ବ୍ୟୟବରାଦ ହେଉଛି, ଅମରାବତିକୁ କ୍ୟାପିଟାଲ ସିଟି କରିବାକୁ 15 ହଜାର କୋଟିର ଆର୍ଥିକ ସହାୟତା । ପୋଲାଭରମ ପ୍ରକଳ୍ପ ସମୂର୍ଣ୍ଣ କରିବାକୁ ଅର୍ଥରାଶି । ଜଳ ଶକ୍ତି, ରେଳବାଇ, ସଡକ ଆଦି ଯେତ୍ରରେ ଭିତ୍ତିଭୂମି ସୁଦୃଢୀକରଣ । ବିଶାଖାପାଟନମ-ଚେନ୍ନାଇ ଇଣ୍ଡଷ୍ଟ୍ରିଆଲ କରିଡର ଓ ହାଇଦ୍ରାବାଦ-ବେଙ୍ଗାଲୁରୁ ଇକୋନୋମିକ କରିଡର ପ୍ରତିଷ୍ଠା ।

ଇଣ୍ଟର୍ନସିପ ଅପରଚ୍ୟୁନିଟି:-

ଦେଶର 5ଶହ ପ୍ରତିଷ୍ଠିତ କମ୍ପାନୀରେ ଯୁବଗୋଷ୍ଠୀ ପାଇଁ ସୁଯୋଗ ସୃଷ୍ଟି କରିବା । ଆସନ୍ତା 5ବର୍ଷ ମଧ୍ୟରେ ପ୍ରାୟ 1କୋଟି ଯୁବକ ଯୁବତୀଙ୍କ ଇଣ୍ଟର୍ଣ୍ଣସିପ ଶେଷ କରିବା । ସେମାନଙ୍କୁ ଇଣ୍ଟର୍ଣ୍ଣସିପ ସମୟରେ ମାସିକ 5 ହଜାର ଭତ୍ତା ଓ ସିଏସଆର ଫଣ୍ଡ ମାଧ୍ୟମରେ ଏକକାଳୀନ 6000 ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବା ପାଇଁ ବ୍ୟୟବରାଦ ହୋଇଛି ।

ଅର୍ବାନ ଡେଭଲପମେଣ୍ଟ:-

ସହରାଞ୍ଚଳରେ ଥିବା ଏକ କୋଟି ଗରିବ ଓ ମଧ୍ୟବିତ ପରିବାର ପାଇଁ ପକ୍କା ଘର ନିର୍ମାଣ କରାଯିବ । ଏଥିପାଇଁ 10 ଲକ୍ଷ କୋଟି ବ୍ୟୟବରାଦ ହୋଇଛି । ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ଏକ କୋଟି ଲୋକଙ୍କୁ ମାସିକ 3ଶହ ୟୁନିଟ ପର୍ଯ୍ୟନ୍ତ ଦେୟମୁକ୍ତ ବିଜୁଳି । ନବୀକରଣଯୋଗ୍ୟ ଶକ୍ତିର ବିକାଶ କରିବା ପାଇଁ ଏହି ଯୋଜନାରେ ବ୍ୟୟବରାଦ ବୃଦ୍ଧି କରାଯାଇଛି ।

ପ୍ରମୁଖ ମନ୍ତ୍ରଣାଳୟକୁ କେତେ ବ୍ୟୟବରାଦ:-

ସଡକ ପରିବହନ ଏବଂ ରାଜପଥ ଶକ୍ତି ମନ୍ତ୍ରଣାଳୟ 2,65,808 କୋଟି

କୃଷି- 1,51,851 କୋଟି

ଗୃହ ମନ୍ତ୍ରଣାଳୟ- 1,50,983 କୋଟି

ଶିକ୍ଷା-1,25,638 କୋଟି

ଆଇଟି ଏବଂ ଟେଲିକମ- 1,16,342 କୋଟି

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ- 89,287 68,769 କୋଟି

ସାମାଜିକ କଲ୍ୟାଣ- 56,501

ଗ୍ରାମୀଣ ବିକାଶ ପ୍ରତିରକ୍ଷା - 4,54,773 କୋଟି

ବାଣିଜ୍ୟ ଏବଂ ଶିଳ୍ପ- 47,559 କୋଟି

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 23, 2024, 4:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.