ETV Bharat / bharat

ଗଞ୍ଜାମରୁ ଗୁଜୁରାଟ ଲମ୍ବିଥିଲା ଗଞ୍ଜେଇ କାରବାର ଚେର, 2 ଓଡ଼ିଆ ଯୁବକଙ୍କୁ ବାନ୍ଧିଲା ସୁରଟ ପୋଲିସ - GANJA SMUGGLING IN SURAT

ଓଡ଼ିଶାରୁ ଗଞ୍ଜେଇ ନେଇ ସୁରଟରେ କାରବାର ଓଡ଼ିଆ ଯୁବକଙ୍କୁ ବାନ୍ଧିଲା ସୁରଟ ପୋଲିସ । ଜବତ ହେଲା ଲକ୍ଷଲକ୍ଷ ଟଙ୍କାର ଗଞ୍ଜେଇ ।

Odisha youths Smuggling ganja in Surat
Odisha youths Smuggling ganja in Surat (ETV Bharat)
author img

By ETV Bharat Odisha Team

Published : April 13, 2025 at 4:00 PM IST

1 Min Read

ଗାନ୍ଧୀନଗର: ଓଡ଼ିଶାରୁ ଗଞ୍ଜେଇ ନେଇ ସୁରଟରେ କାରବାର । ସୁରଟ ପୋଲିସ ହାତରେ ଧରା ପଡ଼ିଲେ 2 ଓଡ଼ିଆ କଲେଜ ଛାତ୍ର । ସେମାନଙ୍କ ଠାରୁ 18 କିଲୋରୁ ଅଧିକ ଗଞ୍ଜେଇ ଜବତ କରାଯାଇଛି । ତେବେ ଗଞ୍ଜାମରୁ ସୁରଟ ପର୍ଯ୍ୟନ୍ତ ଗଞ୍ଜେଇ କାରବାରର ଚେର ଲମ୍ବିଥିବା ଜାଣିବାକୁ ପାଇଛି ପୋଲିସ ।

Odisha youths Smuggling ganja in Surat (ETV Bharat)

୧୮ କିଲୋ ଗଞ୍ଜେଇ ଜବତ:

ସୁରଟ ପୋଲିସ ସୂଚନା ଅନୁସାରେ, ଓଡ଼ିଶାରୁ ସୁରଟକୁ ଗଞ୍ଜେଇ ଆସୁଥୁବା ନେଇ ସୁରଟର ସାରୋଲି ପୋଲିସ ବିଶେଷ ସୁତ୍ରରୁ ଜିଣିବାକୁ ପାଇଥିଲା । ପୋଲିସକୁ ମିଳିଥିବା ସୂଚନା ଆଧାରରେ, କାମରେଜରୁ ଆସୁଥିବା 2 ଜଣ ସନ୍ଦିଗ୍ଧ ଯୁବକଙ୍କୁ ସାରୋଲି-ନିୟୋଲ ଆଉଟପୋଷ୍ଟ ନିକଟରେ ଅଟକାଯାଇଥିଲା । ପୋଲିସ ତଲାସୀ ସମୟରେ ସେମାନଙ୍କୁ ଠାରୁ ୧୮.୧୭୭ କିଲୋଗ୍ରାମ ଗଞ୍ଜେଇ, ମୋବାଇଲ୍ ଫୋନ୍ ଓ ୨.୪ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସାମଗ୍ରୀ ଜବତ କରାଯାଇଛି ।

Odisha youths Smuggling ganja in Surat
Odisha youths Smuggling ganja in Surat (ETV Bharat)

ଗଞ୍ଜେଇ କାରବାର କରୁଥିଲେ ଓଡ଼ିଆ ଛାତ୍ର:

ଗିରଫ 2 ଅଭିଯୁକ୍ତ ହେଉଛନ୍ତି ବିକାଶ ପାଢ଼ୀ ଏବଂ ଚନ୍ଦ୍ରମଣି ପ୍ରଧାନ । ମୁଖ୍ୟ ଅଭିଯୁକ୍ତ ବିକାଶ ପାଢୀ ଆରସିଏମ କଲେଜର ତୃତୀୟ ବର୍ଷର ବି.କମ ଛାତ୍ର । ସେ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ପୂର୍ବରୁ ସୁରଟର କଟରଗାମ ଅଞ୍ଚଳରେ ତାଙ୍କ ପରିବାର ସହିତ ରହୁଥିଲେ । ବର୍ତ୍ତମାନ ତାଙ୍କ ବଡ଼ ଭାଇ ଆମରୋଲି ଅଞ୍ଚଳରେ ରହୁଛନ୍ତି । ଅନ୍ୟ ଅଭିଯୁକ୍ତ ଚନ୍ଦ୍ରମଣି ପ୍ରଭାକର ପ୍ରଧାନନ ମଧ୍ୟ ଗଞ୍ଜାମ ଜିଲ୍ଲା ବାସିନ୍ଦା । ଉଭୟ ଅଭିଯୁକ୍ତ ଦୁଇ ବର୍ଷ ପୂର୍ବେ ଗୋଟିଏ କଲେଜରେ ପାଠପଢ଼ୁଥିଲେ । ସେଠାରେ ସେମାନେ ସାଙ୍ଗ ହୋଇଥିଲା । ପରେ, ଦୁହେଁ ଗଞ୍ଜେଇ ଚୋରା ଚାଲାଣ କରି ଟଙ୍କା ରୋଜଗାର କରିବା ପାଇଁ ଏକ ଯୋଜନା କରିଥିଲେ । ଦୁହେଁ ସୁରଟକୁ ଗଞ୍ଜେଇ କାରବାର କରିବା ଆରମ୍ଭ କରିଥିଲେ । ଆଜି ସେମାନେ ସୁରଟ ପୋଲିସ ହାତରେ ଧରା ପଡ଼ିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ..

ଗଜପତିରେ ଗ୍ରୀନ କ୍ଲିନ: ପାହାଡ଼ରେ ସୁଇମିଂ ପୁଲ୍ କରିଥିଲେ ଗଞ୍ଜେଇ ମାଫିଆ

ଗଜପତିରୁ ବିପୁଳ ଗଞ୍ଜେଇ ଜବତ, ୨ ଜଣ କୋର୍ଟଚାଲାଣ

ଗଞ୍ଜାମରୁ ସୁରଟ ପର୍ଯ୍ୟନ୍ତ ଗଞ୍ଜେଇ କାରବାର ଚେର:

ଏନେଇ ସୁରଟ ଡିସିପି ବିଜୟ ସିଂହ ଗୁର୍ଜର କହିଛନ୍ତି, "ଏହି ସାମଗ୍ରୀ ଓଡ଼ିଶା ଗଞ୍ଜାମ ଜିଲ୍ଲାର ସଚିନ ଗାଁର ବାସିନ୍ଦା ଭୂଆ ପାଣ୍ଡେ ନାମକ ଜଣେ ବ୍ୟକ୍ତି ପଠାଇଥିଲେ । କାନା ପରିଡା ନାମକ ଜଣେ ବ୍ୟକ୍ତି ମଧ୍ୟସ୍ଥିର ଭୂମିକା ଗ୍ରହଣ କରିଥିଲେ । ସେ ହିଁ ବିକାଶ ପାଢ଼ୀ ଏବଂ ଚନ୍ଦ୍ରମଣି ପ୍ରଧାନଙ୍କୁ ସୁରଟକୁ ଗଞ୍ଜେଇ ପହଞ୍ଚାଇବାର ବ୍ୟବସ୍ଥା କରିଥିଲେ ଏବଂ ଗ୍ରାହକମାନଙ୍କ ପାଇଁ ମଧ୍ୟ ବ୍ୟବସ୍ଥା କରିଥିଲେ । ବଦଳରେ, ଉଭୟ ଅଭିଯୁକ୍ତଙ୍କୁ କମିଶନ ମିଳିବାର ଥିଲା । ଅଧିକ ତଦନ୍ତ ସମୟରେ, ସାରୋଲି ପୋଲିସ ଏହି ଡ୍ରଗ୍ସ ଚେନରେ ସମ୍ପୃକ୍ତ ଅଭିଯୁକ୍ତ ଭୂଆ ପାଣ୍ଡି ଏବଂ କାନା ପରିଡାଙ୍କୁ ୱାଣ୍ଟେଡ୍ ଘୋଷଣା କରିଛି । କେଉଁ କେଉଁ ଜାଗରେ ଏମାନେ ଗଞ୍ଜେଇ କାରବାର କରୁଥିବା ତାହା ଜାଣିବା ପାଇଁ ପୋଲିସ ଛାନଭିନ୍‌ ଜାରି ରିଖିଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.