ମେଷ: ଆଜି ଆପଣଙ୍କ ପାଇଁ ଭାଗ୍ୟଶାଳୀ ଦିନ । ଆପଣଙ୍କ ପାଇଁ ସମସ୍ତ ପ୍ରକାର ପ୍ରଶଂସା ଏବଂ ପୁରସ୍କାର ଗଚ୍ଛିତ ରହିଛି । ଯାହାକି ଆପଣଙ୍କ ସାମାଜିକ ସଂପର୍କ ଏବଂ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞଙ୍କଠାରୁ ଆସିବ । ବୌଦ୍ଧିକ ଆଲୋଚନା ଆପଣଙ୍କୁ ଉତ୍ସାହିତ କରିବ ଏବଂ ଆପଣ ପ୍ରଶଂସିତ ହେବେ । ମାତ୍ର ଅନ୍ୟକୁ ସମାଲୋଚନା କରିବାର ମନୋଭାବ ନିୟନ୍ତ୍ରଣରେ ରଖନ୍ତୁ ।

ବୃଷ: ନୂଆ ଭାବରେ ପ୍ରାପ୍ତ ହୋଇଥିବା ଏକ ଖୁସୀ ଖବର ଆପଣଙ୍କ ପରିବାର ଏବଂ ଆପଣଙ୍କୁ ଅନେକ ଖୁସୀ ଏବଂ ଆନନ୍ଦ ଦେବ । ସୁନ୍ଦର ମନୋବୃତ୍ତି ପାଇଁ ପ୍ରଶଂସିତ ହେବେ । ମାନସିକ ସ୍ଥିରତା, ସ୍ପଷ୍ଟତା ଏବଂ ଶାନ୍ତତାର ଲାଭ ଅନେକ ରହିଛି । ହସ, କୌତୁହଳ କରିବେ ଏବଂ ଅନ୍ୟମାନଙ୍କ ବିଷୟରେ ବ୍ୟସ୍ତ ନହୋଇ ନିଜ କାମ ନିଜେ କରିଚାଲିବେ ।

ମିଥୁନ: ଆଜି ଆପଣଙ୍କୁ ଯାହା ପସନ୍ଦ ତାହା କରିବେ । ଅଭାବରେ ଥିବା ଲୋକଙ୍କୁ ସାହାଯ୍ୟ କରିବେ ଓ ଏହାଦ୍ୱାରା ଆପଣଙ୍କର ସାମାଜିକ ପ୍ରତିଷ୍ଠା ଵୃଦ୍ଧି ହେବ । ଅର୍ଥ ସମସ୍ୟା ଦୂର ହେବ । ବନ୍ଧୁ ମିଳନ ହୋଇପାରେ । ସବୁ କାର୍ଯ୍ୟରେ ସଫଳତା ପାଇବେ ।

କର୍କଟ: ଆଜି ଅବାଞ୍ଛିତ ଘଟଣା ଓ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ । ଏହାଦ୍ୱାରା ଆପଣ ଦୁଃଖିତ ହେବେ । ମାତ୍ର ଏଥିରୁ ଆପଣ ଶୀଘ୍ର ମୁକ୍ତ ହେବେ । ଅଧ୍ୟୟନରେ ଅଧିକ ପରିଶ୍ରମ କରନ୍ତୁ । ଧ୍ୟାନ ଦିଅନ୍ତୁ ଯେ, ସଫଳତାରେ ୯୯ ପ୍ରତିଶତ କଠିନ ପ୍ରୟାସ ଓ ମାତ୍ର ୧ ପ୍ରତିଶତ ଭାଗ୍ୟର ହାତ ଥାଏ । ଦେଖିଚାହିଁ ଖର୍ଚ୍ଚ କରନ୍ତୁ ।

ସିଂହ: ଆଜି ଆପଣ ସୁସ୍ଥ ଅନୁଭବ କରିବେ । କାର୍ଯ୍ୟାଳୟର କାର୍ଯ୍ୟର ଚାପ ଆପଣଙ୍କୁ କିଛି ସମୟ ପାଇଁ ବିଚଳିତ କରିପାରେ । ମାତ୍ର ଉପରିସ୍ଥ ଅଧିକାରୀ କିମ୍ୱା ମାଲିକଙ୍କ ସହ ସାକ୍ଷାତ ଏବଂ ସେମାନଙ୍କର ପ୍ରଶଂସା ଆପଣଙ୍କୁ ଉତ୍ସାହିତ କରିବ । ଆୟ ଓ ବ୍ୟୟରେ ସମାନତା ରହିବ । ଯାତ୍ରା କରିବା ଯୋଗ ରହିଛି ।

କନ୍ୟା: ନିଜର ମିଷ୍ଠଭାଷୀ ଆଚରଣ ପାଇଁ ଆପଣ ଲୋକମାନଙ୍କର ପ୍ରଶଂସା ପାଇବେ । ଆପଣଙ୍କୁ ନ୍ୟସ୍ତ କରାଯାଇଥିବା କାର୍ଯ୍ୟ ଆପଣ ସମୟ ପୁର୍ବରୁ ସମାପ୍ତ କରିପାରିବେ । ପ୍ରତ୍ୟେକ କାର୍ଯ୍ୟକୁ ସଫଳତାର ସହ ଶେଷ କରି ଆତ୍ମସନ୍ତୋଷ ଲାଭ କରିବେ । ହଠାତ ଧନଲାଭ ହୋଇପାରେ । ପଡ଼ି ରହିଥିବା କାର୍ଯ୍ୟ ସମାପ୍ତ ହେବ ।

ତୁଳା: ଦିନଟି କାର୍ଯ୍ୟ ବ୍ୟସ୍ତତା ଭିତରେ କଟିବ । ମାତ୍ର ଆପଣଙ୍କ ଉପରେ ନ୍ୟସ୍ତ ଥିବା କାର୍ଯ୍ୟକୁ ଆପଣ ସଠିକ ସମୟ ମଧ୍ୟରେ ଶେଷ କରିପାରିବେ । ଆଜି ବାହାର ଖାଦ୍ୟଠାରୁ ଦୂରେଇ ରୁହନ୍ତୁ । ପରିବାର ପ୍ରତି ସମର୍ପଣ ଭାବ ପ୍ରଦର୍ଶନ କରିବେ । ବ୍ୟବସାୟରେ ବିନିଯୋଗ କରିଥିବା ସମସ୍ତ ବିକଳ୍ପ ସଫଳ ହେବ ।

ବିଛା: ଆପଣଙ୍କ ଭଷା ଏବଂ କଥାବାର୍ତ୍ତାରେ ଆପଣ ସତର୍କ ଏବଂ ନିୟନ୍ତ୍ରିତ ହେବା ପାଇଁ ପରାମର୍ଶ ଦିଆହେଉଛି । ସାଧାରଣ ଅସୁସ୍ଥତା, ମାନ୍ଦାପଣ ଏବଂ ଷ୍ଟ୍ରେସ୍ ଆଜି ଆପଣଙ୍କୁ ଶାନ୍ତ ରହିବା ପାଇଁ ଦେବ ନାହିଁ । ଡ୍ରାଇଭିଂ କଲାବେଳେ ଅତ୍ୟନ୍ତ ଯତ୍ନଶୀଳ ହୁଅନ୍ତୁ ଏବଂ ଯଦି କୌଣସି ଡାକ୍ତରୀ ଚିକିତ୍ସା ପାଇଁ ଯିବାର ଯୋଜନା କରିଛନ୍ତି, ତେବେ ଆଜି ନ କରି ଆଗକୁ ଘଞ୍ଚାନ୍ତୁ ।

ଧନୁ: ଆଜି ଶାରୀରିକ ଓ ମାନସିକ ଭାବରେ କ୍ଲାନ୍ତ ଅନୁଭବ କରିପାରନ୍ତି । ନିଜର ଦାୟିତ୍ବହୀନ କାର୍ଯ୍ୟ ପାଇଁ କିଛି ମୂଲ୍ୟବାନ ଜିନିଷ ହରାଇପାରନ୍ତି । ତେଣୁ ସତର୍କ ରୁହନ୍ତୁ । କୌଣସି ବଡ଼ ନିଷ୍ପତ୍ତି ନେବା ବେଳେ ଭାବିଚିନ୍ତି ନିଅନ୍ତୁ ।ବ୍ୟବହାରରେ ସଂଯମତା ରଖନ୍ତୁ । ଧାର କରଜ ଦେଉଥିଲେ ସାବଧାନ ରୁହନ୍ତୁ । ଯାତ୍ରା କରିବା ବେଳେ ମଧ୍ୟ ସତର୍କ ରୁହନ୍ତୁ ।

ମକର: ଆଜି ଆପଣଙ୍କୁ କାର୍ଯ୍ୟରେ ପ୍ରଶଂସା ମିଳିବ । ଅନ୍ୟ ଦିନମାନଙ୍କ ପରି ସହକର୍ମୀମାନେ ଈର୍ଷା କରିବେ ନାହିଁ । ଆପଣଙ୍କ ପ୍ରତି ସେମାନଙ୍କର ପୂର୍ଣ୍ଣ ସମର୍ଥନ ରହିବ । ଚାକିରୀ ପରିଵର୍ତ୍ତନ ପାଇଁ ଇଚ୍ଛୁକ ଵ୍ୟକ୍ତିଙ୍କ ପାଇଁ ସମୟ ଅନୁକୂଳ ନୁହେଁ । ଧନ ଆଗମନ ହୋଇପାରେ । ବିଳମ୍ବ ହେଲେ ମଧ୍ୟ ସଫଳତା ନିଶ୍ଚିନ୍ତ ମିଳିବ ।

କୁମ୍ଭ: କର୍ମମୟ ଦିନର ଆରମ୍ଭ ଦୀର୍ଘ ସୂଚୀ ବିଶିଷ୍ଟ ହେବ ଓ ସୌଭାଗ୍ୟରେ ଆପଣ ସେସବୁକୁ ଗୋଟିକ ପରେ ଗୋଟିଏ ପୁରା କରିଦେବେ । ଏହା ଆପଣଙ୍କୁ ଭାରାକ୍ରାନ୍ତ କରିଦେବ । ମାତ୍ର ସନ୍ଧୟା ସମୟରେ ସବୁ ଚିନ୍ତା ଦୂର ହେବ । ଦାମ୍ପତ୍ୟ ଜୂବନରେ ଥିବା ସମସ୍ୟାର ସମାଧାନ ହେବ ।ପରିବାର ଲୋକଙ୍କ ପାଇଁ ଅଧିକ ଖର୍ଚ୍ଚ କରିପାରନ୍ତି ।

ମୀନ: ଈଶ୍ଵର ବିଶ୍ଵାସୀ ହେବେ । ଆଜି କିଛି ନସକରାତ୍ମକନ ଓ ସକରାତ୍ମକ ମିଶା ପରିସ୍ଥିତି ଉପୁଜିପାରେ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । କୌଣସି ଅଙ୍ଗ ପାଇଁ ଅନେକ ଅର୍ଥ ସାରିପାରନ୍ତି । ଧୈର୍ଯ୍ୟର ସହ ପରିବାରଜନଙ୍କ ସହ ମିଶିବାକୁ ପଡିବ । ଚିନ୍ତା କରିନଥିବା ଅର୍ଥର ଆଗମନ ପାଇଁ ଖୁସି ହେବେ । ବ୍ୟବସାୟୀଙ୍କ ବାକିଥିବା ଅର୍ଥ ଆଦାୟ ହୋଇପାରେ ।
