ନୂଆଦିଲ୍ଲୀ: ଔଷଧ ଉତ୍ପାଦନକାରୀ କମ୍ପାନୀ 'ରିସିଡିପ୍ଲାମ'କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ। ଦୁର୍ଲଭ ରୋଗ 'ମେରୁଦଣ୍ଡ ମାଂସପେଶୀ ଆଟ୍ରୋଫି' ଅର୍ଥାତ୍ ସ୍ପାଇନାଲ ମସ୍କଲାର ଆଟ୍ରୋଫି- SMAର ଚିକିତ୍ସା ପାଇଁ ଏହି ଔଷଧ ଭାରତରେ କମ୍ ମୂଲ୍ୟରେ ଉପଲବ୍ଧ ହୋଇପାରିବ କି ନାହିଁ ବୋଲି ସୁପ୍ରିମକୋର୍ଟ ଔଷଧ ଉତ୍ପାଦନକାରୀ କମ୍ପାନୀ 'ରିସିଡିପ୍ଲାମ'କୁ ପ୍ରଶ୍ନ କରିଛନ୍ତି।
ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା, ବିଚାରପତି ଜଷ୍ଟିସ ସଞ୍ଜୟ କୁମାର ଏବଂ ବିଚାରପତି ଜଷ୍ଟିସ କେ.ଭି ବିଶ୍ୱନାଥନଙ୍କ ଏକ ବେଞ୍ଚ ଏହି ଔଷଧ ଉତ୍ପାଦନକାରୀ କମ୍ପାନୀଠାରୁ ଉତ୍ତର ଚାହିଁଥିଲେ। 'ମେରୁଦଣ୍ଡ ମାଂସପେଶୀ ଆଟ୍ରୋଫି' ପରି ବିରଳ ରୋଗରେ ପୀଡ଼ିତ 24 ବର୍ଷ ବୟସ୍କା ମହିଳାଙ୍କ ତରଫରୁ ଜାହର ହୋଇଥିବା ଓକିଲ କହିଥିଲେ ଯେ, ଔଷଧ ନିର୍ମାତା ମେସର୍ସ ଏଫ୍ ହଫମ୍ୟାନ-ଲା ରେସ୍ ଲିମିଟେଡ୍, ଦ୍ବାରା ଭାରତ ବ୍ୟତିତ ଅନ୍ୟ ସ୍ଥାନରେ କମ୍ ମୂଲ୍ୟରେ ଔଷଧ ବିକ୍ରି କରାଯାଉଛି।
ସୁପ୍ରିମକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ ଏହାର ଆଦେଶରେ କହିଛନ୍ତି ଯେ, ବିବାଦର ପ୍ରକୃତିକୁ ଦୃଷ୍ଟିରେ ରଖି ଆମେ ରିସଡିପ୍ଲାମ ଔଷଧର ନିର୍ମାତା ମେସର୍ସ ଏଫ୍ ହଫମ୍ୟାନ-ଲା ରେସ୍ ଲିମିଟେଡ୍କୁ ନୋଟିସ ଜାରି କରିବା ଉଚିତ ମନେକରୁଛୁ। ଏହି ମାମଲାର ପରବର୍ତ୍ତୀ ଶୁଣିଣୀ ତାରିଖରେ କମ୍ପାନୀ, ପଡ଼ୋଶୀ ଦେଶରେ ଏହି ଔଷଧ ମୂଲ୍ୟ ସମ୍ପର୍କରେ ଉଚ୍ଚତମ ନ୍ୟାୟାଳୟକୁ ଅବଗତ କରାଇବେ।
ଏଥିରେ କୁହାଯାଇଛି, “ଯଦି ଭାରତ ତୁଳନାରେ ଏହି ଔଷଧର ମୂଲ୍ୟ ଅନ୍ୟ ଦେଶରେ କମ୍, ତେବେ ସେହି ସମାନ ମୂଲ୍ୟରେ ଭାରତରେ ମଧ୍ୟ ଔଷଧ ଯୋଗାଇ ଦିଆଯାଇପାରିବ କି ନାହିଁ, ସେନେଇ କମ୍ପାନୀ କୋର୍ଟଙ୍କୁ ଅବଗତ କରାଇବ।”
ଶୁକ୍ରବାର ଦିନ ଶୁଣାଣି ସମୟରେ ସେବା ପକ୍ଷରୁ ହାଜର ହୋଇଥିବା ବରିଷ୍ଠ ଓକିଲ ଆନନ୍ଦ ଗ୍ରୋଭର ବେଞ୍ଚକୁ କହିଛନ୍ତି ଯେ, ସେଠାରେ ସରକାରଙ୍କ ହସ୍ତକ୍ଷେପ ଯୋଗୁଁ ପାକିସ୍ତାନ ଏବଂ ଚୀନରେ ମେରୁଦଣ୍ଡ ମାଂସପେଶୀ ଆଟ୍ରୋଫି ରୋଗୀଙ୍କ ପାଇଁ ଔଷଧର ମୂଲ୍ୟ ଅପେକ୍ଷାକୃତ ଶସ୍ତା ଅଟେ। ଗ୍ରୋଭର ଯୁକ୍ତି କରିଛନ୍ତି ଯେ, ଏହି ବିରଳ ରୋଗ ପାଇଁ ଶସ୍ତା ଦରରେ ଔଷଧ ଯୋଗାଇବା ପାଇଁ ଭାରତ ସରକାର ବିଶ୍ବର ଔଷଧ ଉତ୍ପାଦନକାରୀ କମ୍ପାନୀ ସହିତ କାହିଁକି ବୁଝାମଣା କରିପାରିବେ ନାହିଁ?
ଏପ୍ରିଲ 8 ତାରିଖକୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଶୀର୍ଷ କୋର୍ଟ ତାଲିକାଭୁକ୍ତ କରିଛନ୍ତି।
ଏହା ମଧ୍ୟ ପଢ଼ନ୍ତୁ- ଅଜଣା ନମ୍ବରରୁ ଆସିଲା ଫଟୋ, ଡାଉନଲୋଡ କରିବା ମାତ୍ରେ ଉଡିଗଲା 2 ଲକ୍ଷ