'ଛୋଟ ବୟସରୁ ପିଲାଙ୍କୁ ଯୌନ ଶିକ୍ଷା ପ୍ରଦାନ କରାଯିବା ଉଚିତ'- ସୁପ୍ରିମକୋର୍ଟ
ଖଣ୍ଡପୀଠ କହିଛନ୍ତି ଯେ, କିଶୋରମାନଙ୍କୁ ଯୌବନ ସମୟରେ ଆସୁଥିବା ହରମୋନ ପରିବର୍ତ୍ତନ ବିଷୟରେ ସଚେତନ କରିବା ପାଇଁ ଯୌନ ଶିକ୍ଷା ପାଠ୍ୟକ୍ରମର ଏକ ଅଂଶ ହେବା ଉଚିତ।


Published : October 9, 2025 at 6:00 PM IST
|Updated : October 9, 2025 at 6:09 PM IST
ନୂଆଦିଲ୍ଲୀ: ନବମ ଶ୍ରେଣୀରୁ ନୁହେଁ ବରଂ ଛୋଟ ବୟସରୁ ପିଲାମାନଙ୍କୁ ଯୌନ ଶିକ୍ଷା ଦିଆଯିବା ଉଚିତ, ବୋଲି କହିଛନ୍ତି ସୁପ୍ରିମକୋର୍ଟ। ବିଚାରପତି ଜଷ୍ଟିସ ସଞ୍ଜୟ କୁମାର ଏବଂ ଜଷ୍ଟିସ ଆଲୋକ ଆରାଧେଙ୍କ ଖଣ୍ଡପୀଠ କହିଛନ୍ତି ଯେ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଯୁବ କିଶୋରମାନଙ୍କୁ ଯୌବନ ସହିତ ହେଉଥିବା ହରମୋନ୍ ପରିବର୍ତ୍ତନ ବିଷୟରେ ସଚେତନ କରିବା ପାଇଁ ଯୌନ ଶିକ୍ଷା ପାଠ୍ୟକ୍ରମର ଏକ ଅଂଶ ହେବା ଉଚିତ।
ଖଣ୍ଡପୀଠ ଆହୁରି କହିଛନ୍ତି ଯେ, "ଆମେ ବିଶ୍ୱାସ କରୁଛୁ ଯେ ନବମ ଶ୍ରେଣୀରୁ ନୁହେଁ ବରଂ ଛୋଟ ବୟସରୁ ପିଲାମାନଙ୍କୁ ଯୌନ ଶିକ୍ଷା ଦିଆଯିବା ଉଚିତ। ସମ୍ପୃକ୍ତ କର୍ତ୍ତୃପକ୍ଷ ସେମାନଙ୍କର ବିଚକ୍ଷଣତା ବ୍ୟବହାର କରିବା ଉଚିତ ଏବଂ ଯୌବନ ପରେ ଘଟୁଥିବା ପରିବର୍ତ୍ତନ ଏବଂ ସତର୍କତା ପଦକ୍ଷେପ ବିଷୟରେ ପିଲାମାନେ ସଚେତନ ହେବା ପାଇଁ ସଂଶୋଧନାତ୍ମକ ପଦକ୍ଷେପ ନେବା ଉଚିତ।"
Supreme Court bats for introduction of sex education before class IX
— Bar and Bench (@barandbench) October 9, 2025
report by @ummar_jamal https://t.co/9PyeyAldwJ
ଭାରତୀୟ ଦଣ୍ଡ ସଂହିତାର ଧାରା ୩୭୬ (ବଳାତ୍କାର) ଏବଂ ୫୦୬ (ଅପରାଧିକ ଧମକ) ଏବଂ ଯୌନ ଅପରାଧରୁ ଶିଶୁ ସୁରକ୍ଷା (POCSO) ଆଇନର ଧାରା ୬ (ଗମ୍ଭୀର ଯୌନ ଆକ୍ରମଣ) ଅନୁଯାୟୀ ଅପରାଧରେ ଅଭିଯୁକ୍ତ ଜଣେ ୧୫ ବର୍ଷୀୟ ବାଳକକୁ ଜାମିନ ପ୍ରଦାନ କରିବା ସମୟରେ ସୁପ୍ରିମକୋର୍ଟ ଏହି ପର୍ଯ୍ୟବେକ୍ଷଣ କରିଛନ୍ତି। ସୁପ୍ରିମକୋର୍ଟ ପୂର୍ବରୁ ତାଙ୍କୁ ଜାମିନରେ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ, କାରଣ ସେ ଜଣେ ନାବାଳକ।
ଯୌନ ଶିକ୍ଷା ସର୍ବଦା ବିତର୍କର ବିଷୟ ହୋଇଆସିଛି। ତଥାପି ଏହା ଏକ ବିଷୟ ଯାହା ସମାଜରେ ଦୀର୍ଘ ସମୟ ଧରି ବିବାଦୀୟ ହୋଇଆସିଛି। ଏହା ବ୍ୟତୀତ ଏହାକୁ ମଧ୍ୟ ଅବହେଳା କରାଯାଇଛି।
ଶିଶୁ ଏବଂ ଯୁବକମାନଙ୍କ ଶାରୀରିକ, ମାନସିକ ଏବଂ ଭାବପ୍ରବଣ ବିକାଶ ପାଇଁ ଯୌନ ଶିକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ଶିକ୍ଷା ପିଲାମାନଙ୍କୁ କେବଳ ସେମାନଙ୍କ ଶରୀର ଏବଂ ସମ୍ପର୍କ ବିଷୟରେ ସଚେତନ କରାଏ ନାହିଁ ବରଂ ସେମାନଙ୍କୁ ଏକ ସୁରକ୍ଷିତ ଏବଂ ସୁସ୍ଥ ଜୀବନଯାପନ କରିବାରେ ମଧ୍ୟ ସାହାଯ୍ୟ କରେ। ତେବେ ଯୌନ ଶିକ୍ଷା କାହିଁକି ଗୁରୁତ୍ୱପୂର୍ଣ୍ଣ ଏବଂ ପିଲାମାନେ ଏହାକୁ କେବେ ଗ୍ରହଣ କରିବା ଉଚିତ?, ସେନେଇ ବିଶେଷଜ୍ଞମାନେ ବହୁ ଉପାଦେୟ ଯୁକ୍ତି ଉପସ୍ଥାପନ କରନ୍ତି।
ଯେତେବେଳେ ଜଣେ ନାବାଳକ ଯୌନ ନିର୍ଯାତନା ପାଆନ୍ତି, ସେତେବେଳେ POCSO ଆଇନ ପ୍ରଯୁଜ୍ୟ ହୁଏ। ଏହି ଘଟଣାରେ ତୁରନ୍ତ FIR ପଞ୍ଜିକୃତ ହୁଏ। ଏହା ବ୍ୟତୀତ ଅଭିଯୁକ୍ତଙ୍କୁ ବିସ୍ତୃତ ତଦନ୍ତ ବିନା ଗିରଫ କରାଯାଏ। ଏହି ଆଇନ ଅନୁଯାୟୀ ଜାମିନ ପାଇବା ଅତ୍ୟନ୍ତ କଷ୍ଟକର। ଯଦି ଅଭିଯୋଗ ମିଥ୍ୟା ହୁଏ, ତେବେ ଅଭିଯୁକ୍ତଙ୍କ ସାମାଜିକ ପ୍ରତିଷ୍ଠା ନଷ୍ଟ ହୋଇଯାଏ। ଏହା ସେମାନଙ୍କ ମାନସିକ ଅବସ୍ଥା ଏବଂ ପାରିବାରିକ ଜୀବନ ଉପରେ ଗଭୀର ପ୍ରଭାବ ପକାଏ। ପ୍ରାୟତଃ ଦେଖାଯାଇଛି ଯେ, ପାରିବାରିକ କଳହ ଏବଂ ପ୍ରେମ ସମ୍ପର୍କରେ ମତଭେଦ ଯୋଗୁଁ ଏପରି ମାମଲା ଉପୁଜିଥାଏ। ସମ୍ପତ୍ତି ବିବାଦରେ POCSO ଆଇନକୁ ପ୍ରତିଶୋଧ ନେବାର କୌଶଳ ଭାବେ ମଧ୍ୟ ବ୍ୟବହାର କରାଯାଏ। ଯାହାକି ଆଇନର ମର୍ଯ୍ୟାଦାକୁ ପ୍ରଭାବିତ କରିବା ସହିତ ନ୍ୟାୟ ବ୍ୟବସ୍ଥାର ବିଶ୍ୱସନୀୟତାକୁ ମଧ୍ୟ ହ୍ରାସ କରେ।
POCSO ଆଇନ (ଯୌନ ଅପରାଧରୁ ଶିଶୁ ସୁରକ୍ଷା ଆଇନ), ଯାହାକି ଶିଶୁ ସୁରକ୍ଷା ଆଇନ ଭାବେ ବେଶ୍ ଜଣାଶୁଣା। ଏହି ଆଇନ 2012ରେ ନାବାଳକ ପିଲାମାନଙ୍କ ସୁରକ୍ଷା ପାଇଁ ପ୍ରଣୟନ କରାଯାଇଥିଲା। POCSO ଆଇନରେ ଅପରାଧୀଙ୍କ ପାଇଁ କଠୋର ଦଣ୍ଡର ବ୍ୟବସ୍ଥା ଅଛି। ଏହି ଅପରାଧରେ ଅପରାଧୀମାନେ କ୍ୱଚିତ୍ ଜାମିନ ପାଆନ୍ତି।
ଏହା ମଧ୍ୟ ପଢ଼ନ୍ତୁ- ଓଡ଼ିଶାରେ ବଢୁଛି ମହିଳା ବିରୋଧୀ ହିଂସା, 14 ମାସରେ 37, 611 ମାମଲା ରୁଜୁ
ଏହା ମଧ୍ୟ ପଢ଼ନ୍ତୁ- ମହିଳାଙ୍କ ବ୍ୟକ୍ତିଗତ ଅଂଗକୁ ଛୁଇଁବା, ପୋଷାକ ଛିଣ୍ଡାଇବା 'ଦୁଷ୍କର୍ମ' କିମ୍ବା 'ଦୁଷ୍କର୍ମ ଉଦ୍ୟମ' ନୁହେଁ

