Student Girlfriend In Suitcase: ଚଣ୍ଡିଗଡ: ହରିୟାଣାର ସୋନିପତ ଓପି ଜିନ୍ଦଲ ଗ୍ଲୋବାଲ ୟୁନିଭରସିଟିରେ ଆଶ୍ଟର୍ଯ୍ୟଜନକ ଘଟଣା ଘଟିଛି । ପ୍ରେମିକାକୁ ହଷ୍ଟେଲ ଭିତରକୁ ନେବା ପାଇଁ ଭିନ୍ନ ଉପାୟ ଆପଣାଇଥିଲେ ବିଶ୍ବବିଦ୍ୟାଳୟର ଜଣେ ଛାତ୍ର । ସୁଟକେସରେ ପ୍ରେମିକାକୁ ଭର୍ତ୍ତି କରି ହଷ୍ଟେଲ ଭିତରକୁ ନେଉଥିବା ବେଳେ ସିକ୍ୟୁରିଟି ଗାର୍ଡ ହାତରେ ଧରାପଡିଗଲେ ଯୁବକ । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ବନ୍ଦ ସୁଟକେସରୁ ବାହାରିଲେ ଯୁବତୀ
ସୂଚନାନୁସାରେ, ବିଶ୍ବବିଦ୍ୟାଳୟର ଛାତ୍ର ଜଣକ ନିଜ ଗାର୍ଲଫ୍ରେଣ୍ଡକୁ ଏକ ବଡ ସୁଟକେସରେ ଭର୍ତ୍ତି କରି ହଷ୍ଟେଲ ଆଡକୁ ଯାଉଥିଲେ। ହଷ୍ଟେଲ ଗେଟ ଦେଇ ଯିବାବେଳେ ସୁଟକେସ ଭିତରୁ ଶବ୍ଦ ଶୁଣିବାକୁ ମିଳିଥିଲା । ଏହାକୁ ଦେଖି ସିକ୍ୟୁରିଟିଗାର୍ଡ ସନ୍ଦେହ କରିଥିଲେ । ସଙ୍ଗେ ସଙ୍ଗେ ଛାତ୍ର ଜଣଙ୍କୁ ଅଟକାଇ ସୁଟକେସରେ କଣ ଅଛି ବୋଲି ପଚାରିଥିଲେ । ଏହାପରେ ତାକୁ ଖୋଲିବାକୁ ସିକ୍ୟୁରିଟିଗାର୍ଡ ଜଣଙ୍କ କହିଥିଲେ । ସୁଟକେସଟିକୁ ଖୋଲିବା ପରେ ସମସ୍ତ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇୟାଇଥିଲେ । ସୁଟକେସରୁ ଜଣେ ଯୁବତୀ ବାହାରିଥିଲେ । ସେ ଛାତ୍ରଙ୍କ ପ୍ରେମିକା ବୋଲି କୁହାଯାଉଛି । ଘଟଣାସ୍ଥଳରେ ଉପସ୍ଥିତ କିଛି ଲୋକ ଏହାର ଭିଡିଓ ଉତ୍ତୋଳନ କରିଥିଲେ । ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ସୋସିଆଲ ମିଡିଆରେ ଭାଇରାଲ ଭିଡିଓ:
ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, କିଛି ମହିଳା ସୁରକ୍ଷାକର୍ମୀ ଏବଂ ଅନ୍ୟ କିଛି ଲୋକ ହଷ୍ଟେଲ ମଧ୍ୟରେ ସୁଟକେସ ଖୋଲୁଛନ୍ତି । ଏହାପରେ ସେଥିରୁ ଜଣେ ଯୁବତୀ ବାହାରୁଥିବା ଦେଖି ସମସ୍ତ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ଭିଡିଓରେ ଏହା ସ୍ପଷ୍ଟ ଜଣାପଡୁଛି ଯେ ସୁରକ୍ଷା କର୍ମୀମାନେ ତାଙ୍କୁ ପଚରାଉଚରା କରୁଥିବା ବେଳେ ଛାତ୍ର ତାଙ୍କ କାର୍ଯ୍ୟକଳାପକୁ ନେଇ ଲଜ୍ଜିତ ଅନୁଭବ କରୁଛନ୍ତି। ଏହି ଘଟଣା କେବଳ ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କ ମଧ୍ୟରେ ଆଲୋଚନାର ବିଷୟ ପାଲଟିଛି ।
ବିଶ୍ୱବିଦ୍ୟାଳୟ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ
ଏହି ଘଟଣାରେ ଓପି ଜିନ୍ଦଲ ବିଶ୍ୱବିଦ୍ୟାଳୟ ପକ୍ଷରୁ କୌଣସି ପ୍ରକାର ଅଫିସିଆଲି ବିବୃତ୍ତି ଦିଆଯାଇନାହିଁ । କୁହାଯାଉଛି ଯେ ବିଶ୍ୱବିଦ୍ୟାଳୟ ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ନେଇ ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ବିଶ୍ୱବିଦ୍ୟାଳୟର ନିୟମ ଏବଂ ହଷ୍ଟେଲ ନୀତିର ସ୍ପଷ୍ଟ ଉଲ୍ଲଂଘନ ହୋଇଥିବାରୁ ଛାତ୍ରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି।