Tractor Falls in Well 8 Women Killed: ମୁମ୍ବାଇ (ମହାରାଷ୍ଟ୍ର): ମହାରାଷ୍ଟ୍ରରେ ଅଘଟଣ । ଖୋଲା କୂଅ ଭିତରକୁ ଖସି ପଡ଼ିଲା ଟ୍ରାକ୍ଟର । ଶ୍ରମିକଙ୍କୁ ନେଇ କ୍ଷେତକୁ କାମ କରିବାକୁ ଯାଉଥିବା ଟ୍ରାକ୍ଟର ଭାରସାମ୍ୟ ହରାଇ କୂଅ ମଧ୍ୟରେ ଖସିପଡିବାରୁ ଘଟଣାସ୍ଥଳରେ ୮ ଜଣ ମହିଳାଙ୍କର ମୃତ୍ୟୁ ହୋଇଛି । ଆଜି (ଶୁକ୍ରବାର) ମହାରାଷ୍ଟ୍ରର ନାନ୍ଦେଡରେ ଏହି ଦୁର୍ଘଟଣା ଘଟିଛି ।
୮ ମହିଳା ମୃତ:
ପୋଲିସର ସୂଚନା ଅନୁଯାୟୀ, ନାନ୍ଦେଡରେ ମହିଳା ଶ୍ରମିକମାନେ ହଳଦୀ ସଂଗ୍ରହ କରିବା ପାଇଁ ଟ୍ରାକ୍ଟରରେ କ୍ଷେତକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଡ୍ରାଇଭର ଜଣଙ୍କ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇବାରୁ ଟ୍ରାକ୍ଟରଟି କୂଅ ଭିତରକୁ ଖସି ପଡ଼ିଥିଲା । ଏହି ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ୨ ମହିଳା ଏବଂ ଜଣେ ପୁରୁଷଙ୍କୁ ବଞ୍ଚାଇବାରେ ସକ୍ଷମ ହୋଇଥିଲେ । ଏହି ଘଟଣାରେ ୧୦ରୁ ୧୨ ଜଣ କୂଅରେ ବୁଡ଼ି ଯାଇଥିବା ଗାଁ ଲୋକେ ଦାବି କରିଛନ୍ତି । କିନ୍ତୁ ପୋଲିସ ସୂତ୍ର ଅନୁଯାୟୀ, ପାଣିରେ ବୁଡ଼ିଯିବା ଫଳରେ କେବଳ ୮ ଜଣ ମହିଳାଙ୍କର ମୃତ୍ୟୁ ଘଟିଛି ।
ସେପଟେ ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ହିଙ୍ଗୋଲି ଏବଂ ନାନ୍ଦେଡ ପୋଲିସକୁ ଘଟଣାସ୍ଥଳରେ ପହଞ୍ଚିଥିଲେ । ପରେ, ଉଦ୍ଧାର ଏବଂ ରିଲିଫ କାର୍ଯ୍ୟ ପାଇଁ ଘଟଣାସ୍ଥଳରେ ଜେସିବି ଏବଂ କ୍ରେନ୍ ମଧ୍ୟ ନିୟୋଜିତ କରାଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ.. |
ପୋଲିସର ତଦନ୍ତ ଆରମ୍ଭ:
ଟ୍ରାକ୍ଟରଟି କୂଅରେ ସମ୍ପୂର୍ଣ୍ଣ ବୁଡ଼ି ଯାଇଛି ଏବଂ ଟ୍ରାକ୍ଟରର କେବଳ ଗୋଟିଏ ଟାୟାର ପାଣି ବାହାରକୁ ଦୃଶ୍ୟମାନ ହେଉଛି । ତେବେ ଦୁର୍ଘଟଣା ସମୟରେ ଟ୍ରାକ୍ଟରରେ କେତେ ଜଣ ବସିଥିଲେ ତାବା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ର୍ଘଟଣାର ସୂଚନା ମିଳିବା ମାତ୍ରେ ନାନ୍ଦେଡ଼ ଜିଲ୍ଲାର ଆବାସିକ ଜିଲ୍ଲା କଲେକ୍ଟର (Resident District Collector) ମହେଶ ୱାଦଟକର ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ । କ୍ରେନ୍ ସାହାଯ୍ୟରେ ଟ୍ରାକ୍ଟରକୁ ବାହାର କରାଯାଇଛି । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ