ETV Bharat / bharat

ଲୋକସଭାରେ ୱାକଫ୍ ବିଲ୍ ଉପରେ ଆଲୋଚନା, ବିଭାଜନକାରୀ ପଦକ୍ଷେପ କହିଲେ ବିରୋଧୀ - WAQF BILL IN LOK SABHA

ଗୁରୁବାର ଦିନ ରାଜ୍ୟସଭାରେ ୱାକଫ୍ ବିଲ୍ ଆସିବାର ସମ୍ଭାବନା ଅଛି। ପ୍ରସ୍ତାବିତ ଆଇନ ଉପରେ ଆଲୋଚନା ପାଇଁ ଦୁଇଟି ଗୃହକୁ 8 ଘଣ୍ଟା ସମୟ ଦିଆଯାଇଛି।

WAQF BILL IN LOK SABHA
WAQF BILL IN LOK SABHA (IANS)
author img

By ETV Bharat Odisha Team

Published : April 2, 2025 at 11:18 PM IST

4 Min Read

ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ବୁଧବାର କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଲୋକସଭାରେ ୱାକଫ ସଂଶୋଧନ ବିଲ୍ 2025 ଉପସ୍ଥାପନ କରିଥିଲେ। 1995ର ୱାକଫ ଆକ୍ଟରେ ସଂଶୋଧନ କରିବା ଏହାର ଉଦ୍ଦେଶ୍ୟ। ୱାକଫ୍ ବୋର୍ଡ ଅଧିନିୟମରେ କେନ୍ଦ୍ର ସରକାର ପ୍ରାୟ 40ଟି ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି। ୱାକଫ୍ ବୋର୍ଡରେ ଅଣ ମୁସଲମାନମାନଙ୍କର ପ୍ରବେଶ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହୋଇପାରେ। ଏହାର ଉଦ୍ଦେଶ୍ୟ ହେଉଛି ମହିଳା ଏବଂ ଅନ୍ୟ ମୁସଲମାନ ସମ୍ପ୍ରଦାୟର ଅଂଶଗ୍ରହଣ ବୃଦ୍ଧି କରିବା। ଏଥିସହ ନୂତନ ବିଲ୍ ରେ ବୋର୍ଡ ଉପରେ ସରକାରଙ୍କ ନିୟନ୍ତ୍ରଣ ବୃଦ୍ଧି କରାଯାଇପାରିବ। ୱାକଫ ସଂଶୋଧନ ବିଲ୍ କୁ ପାରିତ କରିବା ପାଇଁ ଉଭୟ ବିଜେପି ଏବଂ କଂଗ୍ରେସ ସେମାନଙ୍କ ସାଂସଦମାନଙ୍କୁ ଗୃହରେ ସେମାନଙ୍କ ଉପସ୍ଥିତି ସୁନିଶ୍ଚିତ କରିବା ପାଇଁ ହ୍ବିପ୍ ଜାରି କରିଛନ୍ତି। ଶାସକ ବିଜେପି ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ- NDA ଏବଂ ବିରୋଧୀ ଆଲାଇନ୍ସ ଇଣ୍ଡିଆ ମଧ୍ୟରେ ଦ୍ୱିପାକ୍ଷିକ ସହମତିର କୌଣସି ଚିହ୍ନ ନ ଥିବାରୁ, ଗୃହରେ ସଂଖ୍ୟାଗରିଷ୍ଠତା ଆଧାରରେ ଏହାର ନିଷ୍ପତ୍ତି ନିଆଯାଇପାରେ। ଏହି ବିଲ୍ ଉପରେ 8 ଘଣ୍ଟା ପାଇଁ ଆଲୋଚନା ହେବ ଏବଂ ଆବଶ୍ୟକ ହେଲେ ଏହାକୁ ବୃଦ୍ଧି କରାଯାଇପାରିବ।

ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଗୃହରେ ପାସ୍ ପାଇଁ ଦୁଇଟି ବିଲ୍ ଆଗତ କରିଥିଲେ। ଗୁରୁବାର ଦିନ ରାଜ୍ୟସଭାରେ ୱାକଫ୍ ବିଲ୍ ଆସିବାର ସମ୍ଭାବନା ଅଛି। ପ୍ରସ୍ତାବିତ ଆଇନ ଉପରେ ଆଲୋଚନା ପାଇଁ ଦୁଇଟି ଗୃହକୁ 8 ଘଣ୍ଟା ସମୟ ଦିଆଯାଇଛି।

ବିଜେପି ପରେ ଏନଡିଏର ଚାରିଟି ବଡ଼ ସହଯୋଗୀ ଦଳ ତେଲୁଗୁ ଦେଶମ୍ ପାର୍ଟି (ଟିଡିପି), ଜନତା ଦଳ ୟୁନାଇଟେଡ୍ (ଜେଡିୟୁ), ଶିବସେନା ଏବଂ ଏଲଜେପି (ରାମ ବିଳାସ) ସେମାନଙ୍କର ସାଂସଦମାନଙ୍କୁ ହ୍ୱିପ୍ ଜାରି କରିଛନ୍ତି। ରାଜନୈତିକ ଉଷ୍ମତା ଚୂଡ଼ାନ୍ତ ଫଳାଫଳ ଉପରେ କୌଣସି ପ୍ରଭାବ ପକାଇବାର ସମ୍ଭାବନା ନାହିଁ। କାରଣ ସଂଖ୍ୟାଗୁଡ଼ିକ ଲୋକସଭାରେ ଶାସକ ବିଜେପି ନେତୃତ୍ୱାଧୀନ ଏନଡିଏକୁ ପ୍ରବଳ ଭାବେ ସମର୍ଥନ କରୁଛି। ନିମ୍ନ ସଦନ ଅର୍ଥାତ୍ ଲୋକସଭାରେ ବର୍ତ୍ତମାନ ୫୪୨ ଜଣ ସଦସ୍ୟ ଥିବାବେଳେ ଏନଡିଏର ୨୯୩ ଜଣ ସାଂସଦ ଅଛନ୍ତି ଏବଂ ବିଜେପି ପ୍ରାୟତଃ ସ୍ୱାଧୀନ ସଦସ୍ୟ ଏବଂ ଦଳଗୁଡ଼ିକର ସମର୍ଥନ ଟାଣିବାରେ ସଫଳ ହୋଇଛି।

ଯଦିଓ ଟିଡିପି, ଜେଡିୟୁ ଏବଂ ଏଲଜେପି (ରାମବିଳାସ) ଭଳି ସହଯୋଗୀ ଦଳଗୁଡ଼ିକ ବିଲ୍ ର କିଛି ଦିଗ ଉପରେ ଆପତ୍ତି ପ୍ରକାଶ କରିଥିଲେ, ତଥାପି ଯୁଗ୍ମ ସଂସଦୀୟ କମିଟି- ଜେପିସି ସେମାନଙ୍କର କିଛି ପରାମର୍ଶ ଗ୍ରହଣ କରିବା ପରେ, ସେମାନେ ଅଧିକ ସହମତ ହୋଇଛନ୍ତି ବୋଲି ସରକାରୀ ସୂତ୍ରରୁ ଜଣାପଡିଛି। ସେପଟେ ବୁଧବାର ବିରୋଧୀ ଇଣ୍ଡିଆ ବ୍ଲକ୍ ର ଦଳଗୁଡ଼ିକ ସଂସଦ ଭବନରେ ଏକ ବୈଠକରେ ବିଲକୁ ବିରୋଧ କରିବା ପାଇଁ ସେମାନଙ୍କର ମିଳିତ ରଣନୀତି ଉପରେ ଆଲୋଚନା କରିଥିଲେ। ସଂସଦର ବଜେଟ ଅଧିବେଶନର ଦ୍ୱିତୀୟ ଭାଗ ମାର୍ଚ୍ଚ 10ରେ ଆରମ୍ଭ ହୋଇଥିଲା ଏବଂ ଏହା ଏପ୍ରିଲ 4 ପର୍ଯ୍ୟନ୍ତ ଚାଲିବ।

ୱାକଫ ବିଲ୍ ଉପରେ ଭୁଲ ଧାରଣା ବିସ୍ତାର କରିବାକୁ ଚେଷ୍ଟା କରାଯାଉଛି: ଅମିତ ଶାହା

ୱାକଫ ବିଲ୍ ଉପରେ ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ, "ମୁଁ ଅନୁଭବ କରୁଛି ସଦସ୍ୟମାନଙ୍କ ମନରେ ଅନେକ ଭୁଲ ଧାରଣା ରହିଛି କି ନିର୍ଦ୍ଦୋଷ କିମ୍ବା ରାଜନୈତିକ କାରଣ ହେତୁ ତଥା ଏହାକୁ ବିସ୍ତାର କରିବା ପାଇଁ ପ୍ରୟାସ କରାଯାଉଛି।" ଶାହା କହିଛନ୍ତି ଯେ, ୱାକଫ ହେଉଛି ଏକ ଆରବୀୟ ଶବ୍ଦ ଯାହା ଇତିହାସ ସହ ଜଡ଼ିତ। ଆଜି ଏହା ଯେଉଁ ଅର୍ଥରେ ବ୍ୟବହୃତ ହେଉଛି ତାହା ହେଉଛି ଆଲ୍ଲାଙ୍କ ନାମରେ ସମ୍ପତ୍ତି ଦାନ। ଆମେ ବର୍ତ୍ତମାନ ଯାହା ବୁଝୁ, ୱାକଫ୍ ହେଉଛି ଏକ ପ୍ରକାର ଦାନକାରୀ ଅନୁଦାନ। ଏଥିରେ ବ୍ୟକ୍ତି ଏକ ପବିତ୍ର ଦାନ କରନ୍ତି। ଏହା ସେହି ଦାନ, ଯାହା କେବଳ ଆମର ନିଜ ସମ୍ପତ୍ତିରୁ କରାଯାଇପାରିବ। କିନ୍ତୁ ମୁଁ ସରକାରୀ ସମ୍ପତ୍ତି କିମ୍ବା ଅନ୍ୟ କାହାର ସମ୍ପତ୍ତି ଦାନ କରିପାରିବି ନାହିଁ।"

ମସଜିଦ ଏବଂ ଦରଗାର ସମ୍ପତ୍ତି ଜବତ କରାଯିବ ନାହିଁ: ରିଜିଜୁ

ଲୋକସଭାରେ ୱାକଫ ସଂଶୋଧନ ବିଲ୍ ଆଗତ କରିବା ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଛନ୍ତି, "2013 ପରେ ଆମେ ୱାକଫ୍ ବ୍ୟବହାରକାରୀଙ୍କ ପାଇଁ ୱାକଫ୍ ବ୍ୟବସ୍ଥାରେ କିଛି ପରିବର୍ତ୍ତନ କରିଛୁ ଏବଂ କିଛି ଲୋକ ଚିନ୍ତା ପ୍ରକଟ କରିଛନ୍ତି। ସେମାନଙ୍କ କହିବା ହେଲା ଯେ, ୱାକଫ୍ ବ୍ୟବହାରକାରୀ ବ୍ୟବସ୍ଥା ହଟାଇବା ପରେ ସରକାର ମସଜିଦ, ଦରଗା ଏବଂ ମୁସଲମାନଙ୍କ ସମ୍ପତ୍ତି ଜବତ କରିନେବେ। ତେବେ ଆମେ ଏହା ସ୍ପଷ୍ଟ କରିବାକୁ ଚାହୁଁଛୁ ଯେ, ଆମେ ସମସ୍ତେ ଭିନ୍ନ ଭିନ୍ନ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳର ହୋଇଥାଇପାରୁ ମାତ୍ର ଆମେ ସମସ୍ତେ ଭାରତୀୟ। ରାଜ୍ୟ ସରକାରମାନଙ୍କୁ ଅଧିକାର ପ୍ରଦାନ କରାଯାଇଛି ଏବଂ ୱାକଫ୍ ବ୍ୟବହାରକାରୀ ବ୍ୟବସ୍ଥା ଅପସାରଣ କରିବା ପରେ ମଧ୍ୟ ଆମେ ଏହି ସମ୍ପତ୍ତିଗୁଡ଼ିକର ସୁରକ୍ଷା ନିଶ୍ଚିତ କରିଛୁ।"

ରିଜିଜୁ କହିଛନ୍ତି, "ୱାକଫ ବିଲ୍ କୌଣସି ଧାର୍ମିକ ବ୍ୟବସ୍ଥା, କୌଣସି ଧାର୍ମିକ ଅନୁଷ୍ଠାନ କିମ୍ବା କୌଣସି ଧାର୍ମିକ ପ୍ରଥା ସହିତ କୌଣସି ପ୍ରକାରେ ହସ୍ତକ୍ଷେପ କରୁନାହିଁ। 'ୱାକଫ ବୋର୍ଡର ବ୍ୟବସ୍ଥାରେ କୌଣସି ମସଜିଦ, ମନ୍ଦିର କିମ୍ବା ଧାର୍ମିକ ସ୍ଥାନ ପରିଚାଳନା ସହିତ କୌଣସି ସମ୍ପର୍କ ନାହିଁ। ଏହା କେବଳ ସମ୍ପତ୍ତି ପରିଚାଳନାର ବିଷୟ। ତଥାପି, ୱାକଫ୍ ସମ୍ପତ୍ତିଗୁଡିକ ୱାକଫ୍ ବୋର୍ଡ ଏବଂ ମୁତାୱାଲୀ ଦ୍ୱାରା ପରିଚାଳିତ। ଯଦି କେହି ଏହି ମୌଳିକ ପାର୍ଥକ୍ୟ ବୁଝିବାରେ ବିଫଳ ହୁଅନ୍ତି କିମ୍ବା ଜାଣିଶୁଣି ବୁଝିବାକୁ ଚାହାଁନ୍ତି ନାହିଁ, ତେବେ ମୋ ପାଖରେ ଏହାର କୌଣସି ସମାଧାନ ନାହିଁ।"

ସରକାର ସ୍ପଷ୍ଟ କରିବା ଉଚିତ ଯେ ଲୋକସଭାରେ କେତେ ସଂଖ୍ୟାଲଘୁ ସାଂସଦ ଅଛନ୍ତି: ଗୌରବ ଗୋଗୋଇ

ୱାକଫ ସଂଶୋଧନ ବିଲ୍ ଉପରେ ଆଲୋଚନା ବେଳେ ଲୋକସଭାରେ କଂଗ୍ରେସର ଉପନେତା ଗୌରବ ଗୋଗୋଇ କହିଛନ୍ତି ଯେ, "ସରକାର ସଂଖ୍ୟାଲଘୁଙ୍କ ପ୍ରତି ସହାନୁଭୂତି ଦେଖାଉଛନ୍ତି, କିନ୍ତୁ ସେମାନଙ୍କର ଡବଲ୍ ଇଞ୍ଜିନ ସରକାର ଲୋକଙ୍କୁ ରାସ୍ତାରେ ଇଦ୍ ପ୍ରାର୍ଥନା କରିବାକୁ ଦେଇ ନାହାଁନ୍ତି। ସର୍ବପ୍ରଥମେ ସେମାନେ ଲୋକସଭାରେ କେତେ ସଂଖ୍ୟାଲଘୁ ସାଂସଦ ଅଛନ୍ତି ତାହା ସ୍ପଷ୍ଟ କରିବା ଉଚିତ।"

କୌଣସି ନୂତନ ବିଲ୍ ଆଣି ନିଜ ବିଫଳତାକୁ ଲୁଚାଇବାକୁ ଚେଷ୍ଟାକରେ ବିଜେପି: ଅଖିଳେଶ ଯାଦବ

ଲୋକସଭାରେ ସମାଜବାଦୀ ପାର୍ଟି ସାଂସଦ ଅଖିଳେଶ ଯାଦବ କହିଛନ୍ତି ଯେ, "ଯେତେବେଳେ ବି ବିଜେପି ଏକ ନୂଆ ବିଲ୍ ଆଣିଛି, ସେତେବେଳେ ଏହା ନିଜ ବିଫଳତାକୁ ଲୁଚାଇବାକୁ ଚେଷ୍ଟା କରିଥାଏ। ମୁସଲମାନ ଭାଇମାନଙ୍କ ଜମି ଚିହ୍ନଟ କରିବାକୁ ବିଜେପି କହୁଛି, ଯାହା ଦ୍ବାରା ମହାକୁମ୍ଭରେ ନିହତ କିମ୍ବା ହଜିଯାଇଥିବା ହିନ୍ଦୁମାନଙ୍କୁ ଚିହ୍ନଟ କରାଯିବା ଦାବିକୁ ଲୁଚାଯାଇ ପାରିବ। କେବଳ ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନଙ୍କ ବିଷୟରେ ନୁହେଁ, ଏହି ସରକାର ମଧ୍ୟ କହିବା ଉଚିତ ଯେ ପ୍ରାୟ 1000 ହିନ୍ଦୁଙ୍କ ତାଲିକା କେଉଁଠାରେ ହଜିଯାଇଛି ଏବଂ ଏପର୍ଯ୍ୟନ୍ତ କାହିଁକି ମିଳି ନାହିଁ। କେନ୍ଦ୍ର ମନ୍ତ୍ରୀ (କିରେନ ରିଜିଜୁ) ଚୀନ୍ କେଉଁ ଜମିରେ ନିଜ ଗ୍ରାମ ପ୍ରତିଷ୍ଠା କରିଛି ତାହା କହିବା ଉଚିତ୍। କାଳେ କେହି ଏସବୁ ପ୍ରସଙ୍ଗ ନେଇ ବଡ଼ ବିପଦ ସୃଷ୍ଟି କରିବେ ବୋଲି ଏହି ବିଲ୍ ଅଣାଯାଉଛି।"

ୱାକଫ ବିଲ୍ ଆଇନକୁ ବାଧ୍ୟତାମୂଳକ କରାଯାଇଛି: କେସି ଭେନୁଗୋପାଲ

ଲୋକସଭାରେ କଂଗ୍ରେସ ସାଂସଦ କେସି ଭେନୁଗୋପାଲ କହିଛନ୍ତି, "ଆପଣ ଏହି ପ୍ରକାର ବିଲ୍ (ୱାକଫ୍ ସଂଶୋଧନ ବିଲ୍) ଯାହାକୁ ଆପଣ ଗୃହରେ ଆଣୁଛନ୍ତି, ଅନ୍ତତଃପକ୍ଷେ ସଦସ୍ୟମାନଙ୍କର ସଂଶୋଧନ କରିବାର ଅଧିକାର ରହିବା ଉଚିତ୍। ଆପଣ ଜବରଦସ୍ତ ନିୟମ ଲାଗୁ କରୁଛନ୍ତି। ଏହା ହେଉଛି ଏହି ପ୍ରକାର ନିୟମ। ଆପଣ ସଂଶୋଧନ ପାଇଁ ସମୟ ଦେବା ଉଚିତ୍। ସଂଶୋଧନ ପାଇଁ ଅନେକ ବ୍ୟବସ୍ଥା ଅଛି। କିନ୍ତୁ ଜମାରୁ ବି ସମୟ ନାହିଁ ।"

ବିଜେପି ଖୋଲାଖୋଲି ମୁସଲମାନମାନଙ୍କୁ ସେମାନଙ୍କର ସ୍ଥିତି ବିଷୟରେ ମନେ ପକାଇଥାଏ- ଇଞ୍ଜିନିୟର ରସିଦ

ବାରାମୁଲ୍ଲାରୁ ସ୍ବାଧୀନ ସାଂସଦ ଅବଦୁଲ ରସିଦ ଶେଖ କହିଛନ୍ତି, "ମୁଁ ୱାକଫ ବିଲ୍ ବିରୋଧରେ ଛିଡ଼ା ହୋଇଛି। ଦେଶର ସବୁଠାରୁ ବଡ଼ ଦଳ, ବିଜେପି ଓ କଂଗ୍ରେସ ଠାରୁ ମୋର ତିନିଟି ବଡ଼ କଥା ଅଛି। ମୋର କାହା ସହିତ ଶତ୍ରୁତା ନାହିଁ। ମୋତେ ମୋର ବନ୍ଧୁମାନେ ବି ଆକ୍ରମଣ କରିଛନ୍ତି ଓ ଶତ୍ରୁମାନେ ମଧ୍ୟ ମୋତେ ଆକ୍ରମଣ କରିଛନ୍ତି। ବିଜେପି ଖୋଲାଖୋଲି ଭାବେ ମୁସଲମାନମାନଙ୍କୁ ସେମାନଙ୍କର ସ୍ଥିତି ବିଷୟରେ ମନେ ପକାଇଥାଏ। କିନ୍ତୁ ଏହା ସତ୍ୟ ଯେ, କଂଗ୍ରେସ ଧର୍ମନିରପେକ୍ଷତା ନାମରେ ମୁସଲମାନମାନଙ୍କୁ ପଛପଟୁ ପିଠିରେ ଛୁରାମାଡ଼ କରିଥାଏ।"

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.